• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "1015" result for "ଭାରତୀୟ" in https://otvkhabar.in

pakistan
ଧରାପଡ଼ିଲା ପାକିସ୍ତାନ ଷଡ଼ଯନ୍ତ୍ର; ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI

ନୂଆଦିଲ୍ଲୀ: ପାକିସ୍ତାନ୍ ଇଣ୍ଟର୍ ସର୍ଭିସ୍ ଇଣ୍ଟେଲିଜେନ୍-ISIର କୁତ୍ସିତ ପ୍ରୟାସ। ଭାରତୀୟ ରାଷ୍ଟ୍ରଦୂତଙ୍କ ପାଖରେ ଗୁପ୍ତଚର ଲଗାଇଛି ISI। ଏହାର ଠୋସ୍ ପ୍ରମାଣ ଲାଗିଛି ଭାରତ ହାତରେ। ଇସଲମାବାଦ୍‌ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୌରବ ଆଲୁୱାଲିଆଙ୍କ ଉପରେ ନଜର ରଖୁଛି ଆଇଏସ୍ଆଇ। ଭାରତୀୟ ହାଇକମିଶନ୍ କାର୍ଯ୍ୟାଳୟ ନିକଟରେ ISI ଏଜେଣ୍ଡ ଗୁଇନ୍ଦାଗିରୀ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। କାର୍‌ରେ କିଛି ଏଜେଣ୍ଚ ଆଲୁୱାଲିଆଙ୍କ ପିଛା କରୁଥିବା ବେଳେ ଆଉ ଜଣେ ବାଇକ୍‌ରେ ପିଛା କରୁଛନ୍ତି। #WATCH Islamabad: […]

mitron
ସମ୍ପୂର୍ଣ୍ଣ ଭାରତୀୟ କୁହାଯାଉଥିବା Mitron ଆପ୍‌ରେ ପାକିସ୍ତାନ ଲିଙ୍କ୍‌

ନୂଆଦିଲ୍ଲୀ: ଟିକ୍‌ଟକ୍‌କୁ ଟକ୍କର ଦେବାକୁ ଆସିଥିବା Mitron ଆପ୍‌କୁ ନେଇ ଏବେ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଏହି ଆପ୍‌ ସମ୍ପୂର୍ଣ୍ଣ ଭାରତୀୟ ବୋଲି କୁହାଯାଉଥିବା ବେଳେ ଏହାର ପାକିସ୍ତାନ ଲିଙ୍କ୍ ସାମ୍ନାକୁ ଆସିଛି। ପାକିସ୍ତାନୀ ସଫ୍ଟୱେୟର ଡେଭଲପର କମ୍ପାନୀ Qboxus ଠାରୁ ଏବି ଆପ୍‌କୁ କିଣା ଯାଇଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।  ତେବେ ଭାରତରେ ଏହି ଆପ୍‌କୁ ଅଧିକ ଡାଉନ୍‌ଲୋଡ୍‌ କରାଯାଉଥିବାରୁ ଏହାକୁ ଭାରତୀୟ ଆପ୍ ବୋଲି କୁହାଯାଉଛି। ତେବେ ଆପ୍‌ର […]

samasu
ଭାରତୀୟ ପାଣିପାଗ ବିଭାଗ ସୂଚନା ତାଲିକାରେ ସ୍ଥାନ ପାଇଲା ପିଓକେ

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ସୂଚନା ତାଲିକାରେ ଏବେ ସ୍ଥାନ ପାଇଛି ପାକ୍‌ ଅଧିକୃତ କଶ୍ମୀର ଏବଂ ଗିଲଗିଟ୍‌ ବଲଟିସ୍ତାନ। ପିଓକେର ଏହିସବୁ ଅଞ୍ଚଳର ପାଣିପାଗ ରିପୋର୍ଟ ପ୍ରକାଶ କରିବ ଭାରତୀୟ ପାଣିପାଗ ବିଭାଗ। ପାଣିପାଗର ଏକ ସବଡିଭିଜିନ୍‌ରେ ଜମ୍ମୁ-କଶ୍ମୀର ଓ ଲଦାଖ ସହ ଗିଲିଗଟ୍‌-ବଲଟିସ୍ତାନ ଏବଂ ମୁଜାଫରାବାଦ ସ୍ଥାନ ପାଇଛି। ପ୍ରକାଶ ଥାଉକି, ମୁଜାଫରାବାଦ ପିଓକେର ଏକ ସହର। ଏହି ସହର ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା କଶ୍ମୀର ବା ପିଓକେରେ ଅଛି। ମଙ୍ଗଳବାରଠାରୁ […]

pulitar
୩ ଭାରତୀୟ ଫଟୋ ସାମ୍ବାଦିକଙ୍କୁ ମିଳିଲା ସମ୍ମାନଜନକ ପୁଲିତଜର ପୁରସ୍କାର

ନୂଆଦିଲ୍ଲୀ: ଏଥର ୩ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ମିଳିଛି ସମ୍ମାନୀୟ ପୁଲିତଜର ପୁରସ୍କାର। ଧାରା ୩୭୦ ହଟିବା ପରେ ଜାମ୍ମୁକାଶ୍ମୀର ଉପତ୍ୟାକା ଅଞ୍ଚଳର ଅସ୍ଥିର ଜୀବନର ଚିତ୍ର ତୋଳି ଏମାନେ ଜିତିଛନ୍ତି ଏହି ସମ୍ମାନଜନକ ପୁରସ୍କାର। ଏମାନେ ହେଲେ ଆସୋସିଏଟେଡ୍‌ ପ୍ରେସ୍‌ର ଫଠୋ ସାମ୍ବାଦିକ- ଚନ୍ନି ଆନନ୍ଦ, ମୁଖତାର ଖାନ ଏବଂ ଦର୍‌ ୟାସିନ। ଏମାନେ ସମସ୍ତେ ଜାମ୍ମୁ-କାଶ୍ମୀର ଅଞ୍ଚଳର।  ଫିଚର ଫଟୋଗ୍ରାଫି କ୍ୟାଟେଗୋରୀରେ ଏହି ତିନି ସାମ୍ବାଦିକଙ୍କୁ ପୁଲିତଜର ଆୱାର୍ଡ ମିଳିଛି। ଏହି ଆୱାର୍ଡ ପାଇଥିବା […]

858247-kulmeet-makkar
ଭାରତୀୟ ସିନେଜଗତକୁ ତୃତୀୟ ଝଟ୍‌କା; ଚାଲିଗଲେ କୁଲ୍‌ମୀତ ମକ୍କଡ଼

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ ସମୟରେ ଭାରତୀୟ ସିନେଜଗତ ପାଇଁ ଖରାପ୍‌ ସମୟ ଚାଲିଛି। ଫିଲ୍ମ ଇଣ୍ଡଷ୍ଟ୍ରୀ ଗୋଟିଏ ପରେ ଗୋଟିଏ ହସ୍ତିଙ୍କ ପରଲୋକ ହେଉଛି। ୨୯ ତାରିଖରେ ଇର୍‌ଫାନ ୩୦ରେ ଋଷି କାପୁର ଓ ଆଜି ୧ ତାରିଖରେ ଆଉ ଜଣେ ଫିଲ୍ମ ପର୍ସନାଲିଟିଙ୍କର ପରଲୋକ ହୋଇଛି। ଦୀର୍ଘ ୩ ଦଶନ୍ଧି ଧରି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଥିବା ‘ଦି ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ପ୍ରଡ୍ୟୁସର୍‌ ଗିଲ୍ଡ ଅଫ୍‌ ଇଣ୍ଡିଆ’ର ସିଇଓ କୁଲମୀତ ମକ୍କଡଙ୍କର ଆଜି ପରଲୋକ ହୋଇଛି। […]

chuni-goswami
ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ

କଲୋକତା: ପୂର୍ବତନ ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ ଅଧିନାୟକ‌ ଚୁନି ଗୋସ୍ୱାମୀଙ୍କ ପରଲୋକ ହୋଇଯାଇଛି। ୧୯୬୨ ମସିହାରେ ହୋଇଥିବା ଏସିଆନ୍‌ ଗେମ୍ସରେ ଭାରତୀୟ ଫୁଟ୍‌ବଲ୍‌ ଦଳର ନେତୃତ୍ୱ ନେଇ ଗୋସ୍ୱାମୀ ଦଳକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ଚୁନି ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଆଜି ୮୨ ବର୍ଷରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ହୋଇଛି। ପତ୍ନି ବାସନ୍ତି ଓ ପୁତ୍ର ସୁଦିପ୍ତୋଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ଏହି ମହାନ ଫୁଟ୍‌ବଲ ଷ୍ଟାର୍। ମିଳିଥିବା ଖବର […]

AIR-INDIA
ଇରାନରୁ ଉଦ୍ଧାର ହେଲେ ୨୭୫ ଭାରତୀୟ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ଇରାନରୁ ଉଦ୍ଧାର ହେଲେ ୨୭୫ ଭାରତୀୟ। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ୨୭୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଇରାନରୁ ବାହାରି ଥିବା ଏହି ସ୍ୱତନ୍ତ୍ର ବିମାନ ରାଜସ୍ଥାନ ରବିବାର ସକାଳ ଯୋଧପୁରରେ ପହଞ୍ଚିଛି। ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ସମସ୍ତଙ୍କର ପ୍ରାଥମିକ ଭାବେ ସ୍କ୍ରିନିଂ  କରାଯାଇଥିଲା। ଏହାପରେ ତାଙ୍କୁ ଯୋଦ୍ଧପୁର ମିଲିଟାରୀ ଷ୍ଟେସନ୍‌ରେ ଥିବା ବାୟୁସେନାର ୱେଲ୍‌ନେସ୍ ଫେସିଲିଟି ସେଣ୍ଟରକୁ ନିଆଯାଇଥିଲା। ଏହି ଯାତ୍ରୀମାନଙ୍କ ମଧ୍ୟରୁ ୧୩୩ ମହିଳା […]

rail-way
କରୋନାକୁ ରୋକିବା ପାଇଁ ଭାରତୀୟ ରେଳବାଇର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: କରୋନା ଭାଇରସ ବ୍ୟାପିବାକୁ ରୋକିବା ପାଇଁ ଭାରତୀୟ ରେଳ ବାଇ ବଡ଼ ପଦକ୍ଷେପ ନେଇ ପ୍ରାୟ ୨୦୦ଟି ଟ୍ରେନ୍‌କୁ ବାତିଲ କରିଛି। ତେବେ ଏତେ ସଂଖ୍ୟକ ଟ୍ରେନ୍‌ ଚଳାଚଳ ବାତିଲ ହେବା ଯୋଗୁ ମାର୍ଚ୍ଚ ମାସରେ ଭାରତୀୟ ରେଳବାଇକୁ ପ୍ରାୟ ୪୫୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ। କରୋନାକୁ ଦୃଷ୍ଟିରେ ଚଳିତ ମାସରେ ରେକର୍ଡ ସଂଖ୍ୟକ ଲୋକ ସେମାନଙ୍କ ଟିକେଟ ବାତିଲ କରିଛନ୍ତି। ନର୍ଦନ ରେଲୱେରେ ୧ରୁ ୧୨ ମାର୍ଚ୍ଚ ମାସ ମଧ୍ୟରେ ପ୍ରାୟ […]

indian
କରୋନା ଭୟ: ଇରାନ୍‌ରୁ ୫୮ ଭାରତୀୟଙ୍କୁ ଉଦ୍ଧାର କଲା ବାୟୁସେନା

ନୂଆଦିଲ୍ଲୀ: ଇରାନ୍‌ରେ ଭୟଙ୍କର ଭାବେ କରୋନା ଆତଙ୍କ ଦେଖା ଦେବା ପରେ ସେଠାରେ ଥିବା ୫୮ ଜଣ ଭାରତୀୟଙ୍କୁ ଆଜି ସ୍ୱଦେଶ ଫେରାଇ ଆଣିଛି ଭାରତୀୟ ବାୟୁସେନା।  ଏନେଇ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ନାଗରିକଙ୍କ ଆଣିବାକୁ ବାୟୁସନେର C-17 ଗ୍ଲୋବମାଷ୍ଟର୍‌ ବିମାନକୁ ଗତକାଲି ସନ୍ଧ୍ୟାରେ ଇରାନ୍‌ ରାଜଧାନୀ ତେହରାନ୍‌କୁ ପଠାଇଯାଇଥିଲା। ଆଉ ଆଜି ଭାରତୀୟ ନାଗରିକଙ୍କ ସହିତ ବିମାନ ଗାଜିଆବାଦ୍‌ର ହୋନ୍‌ଡୋନ୍‌ ବିମାନବନ୍ଦରରେ ଅବତରଣ କରିଛି। ସେଠାରେ ଯାତ୍ରୀମାନଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ନିଆଯାଇଛି। […]

Coronavirus-India
କରୋନାରେ ଆକ୍ରାନ୍ତଙ୍କ ପାଇଁ କଣ କରିବେ ଭାରତୀୟ ବୀମା ନିୟାମକ?

ମୁମ୍ବାଇ: କରୋନା ଆଁରେ ଏବେ ସମଗ୍ର ବିଶ୍ୱ। ଥରେ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ମୁସ୍କିଲ। ଏପରିକି ରୋଗୀର ଚିକିତ୍ସା ପାଇଁ ମାସେରୁ ଅଧିକ ସମୟ ଲାଗୁଛି। କେରଳରେ ୩ କରୋନା ରୋଗୀ ସୁସ୍ଥ ହୋଇଥିଲେବି ସାରା ଭାରତରେ ଏବେ କରୋନା ସତର୍କ କରାଯାଇଛି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ […]

ld
ଭାରତୀୟ ପୁରୁଷ ହକି ଟିମ୍‌କୁ ସଫଳତା

ଲୌସାନେ: ଭାରତୀୟ ପୁରୁଷ ହକି ଟିମ୍ ବିଶ୍ୱ ରାଙ୍କିଙ୍ଗର ନୂତନ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି କ୍ୟାରିୟରର ସର୍ବଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ପହଞ୍ଚିଛି। ୨୦୦୩ରେ ଏଫଆଇଏଚ୍ ବିଶ୍ୱ ରାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ ଭାରତର ଏହା ସର୍ବୋଚ୍ଚ ରାଙ୍କିଙ୍ଗ୍। ଏଫଆଇଏଚ୍ ପ୍ରୋ ହକି ଲିଗର ପ୍ରଥମ ତିନୋଟି ପର୍ଯ୍ୟାୟରେ ଜବରଦସ୍ତ ଫର୍ମ ବଳରେ ଭାରତ ପଞ୍ଚମରୁ ଚତୁର୍ଥକୁ ଉଠିବାରେ ସଫଳ ହୋଇଛି। ଭାରତର ଆଗକୁ ବଢ଼ିବା ଦ୍ୱାରା ଏବେ ଅଲିମ୍ପିକ୍ ଚାମ୍ପିୟନ୍ ଆର୍ଜେଣ୍ଟିନା ଗୋଟିଏ ସ୍ଥାନ […]

nirb
ବାରମ୍ବାର ତାରିଖ ମିଳିବାରୁ ନିରାଶ ନିର୍ଭୟାଙ୍କ ମାଆ: କହିଲେ, ଭାରତୀୟ ବ୍ୟବସ୍ଥାର ବିଫଳତା ସାରା ବିଶ୍ୱ ଦେଖୁଛି

ନୂଆଦିଲ୍ଲୀ: ନିର୍ଭୟା ଗଣବଳତ୍କାର ଓ ହତ୍ୟାର ୪ ଦୋଷୀଙ୍କୁ ଆସନ୍ତାକାଲି ହେବନି ଫାଶୀ ହେବନି। ଏଥିପାଇଁ ପୁଣି ଆଉ ଗୋଟିଏ ତାରିଖକୁ ଅପେକ୍ଷା କରିବାକୁ ପଡିବ ନିର୍ଭୟା ମାଆଙ୍କୁ। ଆଜି ଦିଲ୍ଲୀ ପଟିଆଲା କୋର୍ଟ ଆଜି ଏପରି ରାୟ ଦେଇଛନ୍ତି। ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି ବୋଲି କୋର୍ଟ କହିଛନ୍ତି। ଝିଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବାକୁ ନିର୍ଭାୟା ମାଙ୍କୁ ବାରମ୍ବାର ତାରିଖ ମିଳୁଥିବାରୁ ସେ ଖୁବ୍‌ ନିରାଶ। ଭାରତ ନ୍ୟାୟ ବ୍ୟବସ୍ଥା ଉପରେ କ୍ଷୋଭ […]

gold
ସୋନଭଦ୍ରରେ ସୁନା ନାହିଁ; ଖବର ମିଛ ବୋଲି କହିଲା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରେ ହଜାର ହଜାର ଟନ୍ ସୁନା ଗଛିତ ଅଛି ବୋଲି ଯେଉଁ ଖବର ଦୁଇଦିନ ହେଲା ଶୁଣିବାକୁ ମିଳୁଛି, ତାହା ମିଛ ବୋଲି ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସ୍ପଷ୍ଟ କରିଛି। କୋଲକାତାର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜିଏସ୍ଆଇର ମହାନିର୍ଦ୍ଦେଶକ ଏମ୍. ଶ୍ରୀଧର କହିଛନ୍ତି ଯେ, ସୋନଭଦ୍ରରେ ସୁନା ଗଛିତ ନେଇ କୌଣସି ପ୍ରକାର ଆକଳନ ହୋଇନାହିଁ। ଏନେଇ ଜିଏସ୍ଆଇ ପକ୍ଷରୁ କେବେ ବି କାହାକୁ କୁହାଯାଇ ନାହିଁ ବୋଲି ଶ୍ରୀଧର […]

rishi-suna
ଏହି ଭାରତୀୟ ବଂଶୋଦ୍ଭବ ହେଲେ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ହେଲେ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜି ରିଶି ସୁନକଙ୍କୁ ତାଙ୍କ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବୋରିଶଙ୍କ କ୍ୟାବିନେଟ୍‌ ଅଦଳବଦଳରେ ରିଶିଙ୍କୁ ଅର୍ଥଦାୟିତ୍ୱ ମିଳିବା ପରେ ଏହି ଦାୟୀତ୍ୱରେ ଥିବାସାଜିଦ୍‌ ଯାଭେଦ୍‌ ଏହି ପଦରୁ ଇସ୍ଥଫା ଦେଇଛନ୍ତି। ବିଶ୍ୱର ଶକ୍ତି ଅର୍ଥନୀତି ସମ୍ପଣ୍ଣ ରାଷ୍ଟ୍ରରେ ଅର୍ଥମନ୍ତ୍ରୀ ହେବା ଭଳି ଗୌରବ ଅର୍ଜନ କରିଛନ୍ତି ରିଶି। ବ୍ୟବସାୟିକ ପୃଷ୍ଠଭୂମିରୁ ଆସୁଥିବା ୩୯ ବର୍ଷୀୟ ରିଶି ସୁନକ ପୂର୍ବରୁ ବ୍ରିଟେନ୍‌ର ଟ୍ରେଜେରୀ […]

v
କରୋନା ଭାଇରସ୍ ଆତଙ୍କ: ଚୀନ୍‌ରେ ଥିବା ଭାରତୀୟଙ୍କୁ ଆଣିବାକୁ ଯିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ: ଭୟଙ୍କର କରୋନା ଭାଇରସ୍‌ରୁ ଦେଶର ନାଗରିକଙ୍କୁ ରକ୍ଷା କରିବା ପାଇଁ ଚୀନରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯିବ। ଏଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଏକ ସ୍ୱତନ୍ତ୍ର ବିମାନ ଯିବ ଚୀନର ଉହାନ୍‌କୁ ଯାତ୍ରା କରିବ। ସେଠାରେ ଥିବା ଭାରତୀୟଙ୍କୁ ନୂଆଦିଲ୍ଲୀକୁ ଫେରାଇ ଆଣାଯିବ। ଏହାପରେ ଦିଲ୍ଲୀରୁ ବିମାନ ଯୋଗେ ମୁମ୍ବାଇ ଓ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତର କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୪୦୦ ଜଣଙ୍କୁ ଉହାନ୍‌ରୁ ଅଣାଯିବ। ଯେଉଁଥିରେ ଉହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ […]

modi
ମୋଦୀ ଭାରତୀୟ ତ ? ଆର୍‌ଟିଆଇ ଦ୍ୱାରା ମଗାଗଲା ତଥ୍ୟ

ଥ୍ରୀସୁର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମଦୀ ଭାରତୀୟ ତ ?  ଏ ପ୍ରଶ୍ନ ଆମର ନୁହଁ। ଏହାର ଉତ୍ତର ଜାଣିବାକୁ ଚାହିଁଛନ୍ତି କେରଳର ଜୋଶ କାଲ୍ଲୁଭେଟ୍ଟିଲ। ପ୍ରଧାନମନ୍ତ୍ରୀ ଭାରତୀୟ କି ନା  ସେ ନେଇ ତାଙ୍କ ମନରେ ପ୍ରଶ୍ନ ଉଠିଛି। ତେଣୁ ସତ୍ୟତା ଜାଣିବା ପାଇଁ ସେ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମାଗିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି।  ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ […]

harman
ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ:  ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ। ଏହି ଟିମ୍‌ରେ ନୂଆ ମୁହଁ ଭାବେ ବେଙ୍ଗଲର ଧୂଆଁଧାର ବ୍ୟଟ୍ସ ଓମ୍ୟାନ୍‌ ରିଚା ଘୋଷଙ୍କୁ ଦେଖିବାକୁ ମିଳିବ। ବିଶ୍ୱକପ୍‌ରେ ହରମନପ୍ରୀତ କୌର ଅଧିନାୟକ ହେବେ। ଏହି ବିଶ୍ୱକପ୍‌ ଫେବ୍ରୁଆରୀ ୨୧ ତାରିଖରେ ଅଷ୍ଟ୍ରେଲିଆରେ ଖେଳାଯିବ। ବିଶ୍ୱକପ୍‌ ଟିମ୍‌ରେ ହରିଆଣାର ୧୫ ବର୍ଷୀୟା ଶେଫାଳୀ ବର୍ମାଙ୍କୁ ସ୍ଥାନ ମିଳିଛି। ଏହା ତାଙ୍କ ଜୀବନର ପ୍ରଥମ ବିଶ୍ୱକପ୍‌ ମ୍ୟାଚ୍ ହେବ। ?Squad Announcement?@ImHarmanpreet […]

kk
ଭାରତୀୟ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍‌ରେ କମାଲ୍‌ କରିବେ ୩ ଓଡ଼ିଆ

ସୁନ୍ଦରଗଡ଼(ପବନ ତିୱାରୀ): ସୁନ୍ଦରଗଡ଼ ଜିଲ୍ଲା ହକିର ଅନ୍ତୁଡ଼ିଶାଳ। ଏହି ଜିଲ୍ଲା ଆଜି ଯାଏ କେବଳ ରାଜ୍ୟ ସ୍ତରୀୟ ନୁହେଁ, ଅନ୍ତର୍ଜାତୀୟସ୍ତରର ଖେଳାଳି ବି ଦେଇଛି। କିନ୍ତୁ ଏବେ ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛି ସୁନ୍ଦରଗଡ଼। ଦେଶରେ ପ୍ରଥମ ଥର ପାଇଁ ଭିନ୍ନକ୍ଷମ ମହିଳା କ୍ରିକେଟ ଟିମ୍ ଗଠନ ହୋଇଥିବା ବେଳେ ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ସ୍ଥାନ ପାଇଛନ୍ତି। ଏମାନେ ହେଲେ, ରାଉରକେଲାର ୩ ଦିବ୍ୟାଙ୍ଗ ଯୁବତୀ ଟି .ଧନଲକ୍ଷ୍ମୀ, ପୂଜା ରେଡ୍ଡି, […]

acum
ଭାରତୀୟଙ୍କ ପାଇଁ ମୃତ୍ୟୁର ଇଲାକା ପାଲଟିଛି ମଧ୍ୟପ୍ରାଚ୍ୟ ଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଦେଶ କୁଏତ, ସାଉଦି ଆରବ, ବାହରିନ, କତାର, ଓମାନ ଓ ୟୁଏଇରେ ପ୍ରତିଦିନ ୧୫ ଜଣ ଭାରତୀୟଙ୍କ ଜୀବନ ଯାଉଛି। ଏହି ଭାରତୀୟମାନେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ କାର୍ଯ୍ୟ କରିବାକୁ ଯାଇ ସେଠାରେ ପ୍ରାଣ ହରାଉଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ଗଲ୍ଫ ଦେଶରେ ୩୩,୯୮୮ ଜଣ ଭାରତୀୟଙ୍କ ଜୀବନ ଯାଇଛି। କେବଳ ଚଳିତ ବର୍ଷ ସେଠାରେ ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ୪,୮୨୩ ଜଣଙ୍କ ମୃତ୍ୟୁ […]

verta
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ:

କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଟି-୨୦ ଏବଂ ଦିନିକିଆ ଟିମର ଘୋଷଣା କରାଯାଇଛି। ବିରାଟ୍ କୋହଲି ପୁଣିଥରେ ସୀମିତ ଓଭର ଟିମକୁ ଫେରିଛନ୍ତି। ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ପୁଣିଥରେ ଟିମର ନେତୃତ୍ୱ ନେବେ। ତେବେ ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଟିମରେ ସ୍ଥାନ ମିଳିନାହିଁ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ତିନୋଟି ଟି-୨୦ ଏବଂ ତିନୋଟି […]