• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "128" result for "କୋଟିଆ" in https://otvkhabar.in

Andhra Govt Initiates Health Card Scheme
ନେଟ୍‌ୱର୍କ ଓଡ଼ିଶାର, ହେଲେ କାମ ହେଉଛି ପଡ଼ିଶାର...କୋଟିଆରେ ଗୋଟିଏ ପରେ ଗୋଟିଏ ଚାଲ ଚଳାଇଛି ଆନ୍ଧ୍ର

କୋଟିଆ ଅଞ୍ଚଳକୁ ଆନ୍ଧ୍ର ଅଧିକାରୀଙ୍କୁ ନପୁରାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଥିବା ବେଳେ ଆନ୍ଧ୍ର ଭଲ୍ୟୁଣ୍ଟିୟର ଗଳାବାଟ ଦେଇ ଓଡ଼ିଶାକୁ ପଶୁଛନ୍ତି।

Politics in Kotia
ବିବାଦୀୟ କୋଟିଆରେ ପଞ୍ଚାୟତ ଭୋଟ୍ ତତ୍ପରତା

ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ବିବାଦୀୟ କୋଟିଆ ପଂଚାୟତରେ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ହୋଇଛି । ଭୋଟରଙ୍କ ମଧ୍ୟରେ ବି ଉତ୍ସାହ କିଛି କମ୍ ନୁହେଁ । ଏଠାରେ ଫେବ୍ରୁଆରୀ ୧୮ରେ ଭୋଟ୍ ପଡ଼ିବ । ଆଉ ତା ପୂର୍ବରୁ କୋଟିଆ ପଂଚାୟତ କାର୍ଯ୍ୟାଳୟରେ ଚାଲିଛି ନାମାଙ୍କନପତ୍ର ଦାଖଲ ।

Andhra Pradesh MLA
କୋଟିଆରେ ପୁଣି ଉପସ୍ଥିତି ଜାହିର କଲା ଆନ୍ଧ୍ର

ପୁଣି କୋଟିଆରେ ଆନ୍ଧ୍ରପ୍ରଦେଶ ଏହାର ଉପସ୍ଥିତି ଜାହିର କରିଛି। ଆନ୍ଧ୍ରରୁ ନେତା ଆସି କୋଟିଆରେ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିବା ଦେଖିବାକୁ ମିଳିଛି।

Kotia hearing
ଘୁଞ୍ଚିଲା କୋଟିଆ ଶୁଣାଣି, ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଛି ଆନ୍ଧ୍ର

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ନିଜ ପକ୍ଷ ରଖି ଏହି ଆବେଦନ କରିଛି ଆନ୍ଧ୍ର । ତେବେ ନିଷ୍କର୍ଷ ନ ବାହାରିବା ଯାଏ ମାମଲା ଚାଲିବ । ଜାନୁଆରି ପ୍ରଥମ ସପ୍ତାହରେ ଏହାର ପରବର୍ତ୍ତୀ ଶୁଣାଣି ହେବ ।

Kotia Row Contempt Case
ଘୁଞ୍ଚିଲା କୋଟିଆ ଶୁଣାଣି

ପୁଣି ଘୁଞ୍ଚିଲା କୋଟିଆ ଶୁଣାଣି । ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି । ଯେ ପର୍ଯ୍ୟନ୍ତ ଉଭୟ ରାଜ୍ୟ ମିଶି ସମାଧାନର ରାସ୍ତା ନବାହାର କରିଛନ୍ତି ସେ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଏହି ମାମଲା ଚାଲୁ ରହିବ । ଉଭୟ ରାଜ୍ୟଙ୍କୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଏହାର ପରବର୍ତ୍ତି ଶୁଣାଣି ଜାନୁଆରୀ ମାସର ପ୍ରଥମ ସପ୍ତାହ ମଧ୍ୟରେ ହେବ ।

Andhra Officials’ Deomali Visit Raises Eyebrows
କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର

ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ ।

Andhra Officials’ Deomali Visit Raises Eyebrows
କୋଟିଆ ପରେ ଦେଓମାଳି ଉପରେ ନଜର; ବଣଭୋଜି ବାହାନାରେ ପଶିଲେ ଦଳ ଦଳ ଆନ୍ଧ୍ର ଅଧିକାରୀ

ଆନ୍ଧ୍ରରୁ ଦଳବଳ ଧରି ମାଡ଼ିଆସିଲେ ବିଜୟନଗରମ୍ ଜିଲ୍ଲାପାଳ। ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବୁଲିଲେ, ଭୋଜିଭାତ କଲେ, ଖିଆପିଆ ସାରି ପୁଣି ବାହୁଡ଼ିଗଲେ।

Andhra Pradesh KOTIA Odisha
ଦୁର୍ବଳ ରାଜନୈତିକ ନିଷ୍ପତ୍ତି ! ଓଡ଼ିଶା ହାତରୁ ଖସିଯିବ କି କୋଟିଆ, ଏବେ ଏମିତି କିଛି ହେଉଛି ସନ୍ଦେହ..

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସାଲୁର ବିଧାୟକ ରାଜନ୍ନା ଦୋରାଙ୍କ ଆଖିତରାଟିଲା ଭଳି ପୋଷ୍ଟ । ରାଜନ୍ନା କୋଟିଆବାସୀଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଛନ୍ତି ।

‘Kotia Residents Wants To Be In Andhra’, Claims Andhra Legislator
'କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି'

କୋଟିଆକୁ ନେଇ ନୂଆ ଚାଲ୍ ! କୋଟିଆବାସୀ ଆନ୍ଧ୍ରରେ ମିଶିବାକୁ ଚାହୁଁଛନ୍ତି-ବିଧାୟକ। ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ସାଲୁର ବିଧାୟକ ରାଜନ୍ନା ଦୋରା । ଦେଖନ୍ତୁ ଏହାର ପୁରା ଖବର ।

Kotia Issue
ସାଲୁର ବିଧାୟକଙ୍କ ଦାବି- ଆନ୍ଧ୍ରରେ ମିଶିବାକୁ କୋଟିଆବାସୀଙ୍କ ଇଚ୍ଛା

କୋଟିଆକୁ ନେଇ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଚଳାଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ଏକ ନୂଆ ଦାବି କରିଛନ୍ତି। କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିଧାୟକ କହିଛନ୍ତି।

Tara Bahinipati
ଆନ୍ଧ୍ର ଖେଳୁଛି ଡୁଆଲ ଗେମ୍‌, କୋଟିଆ ଭିତରେ ପଶି ବାଣ୍ଟୁଛି ଜଙ୍ଗଲ ଜମି ପଟ୍ଟା

କୋଟିଆ ଗ୍ରାମପୁଞ୍ଜ ସୀମା ସମସ୍ୟାକୁ ନେଇ କୋରାପୁଟରେ ବସୁଛି ଏକ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜିଲ୍ଲାର ସବୁ ଦଳର ନେତା ଉପସ୍ଥିତ ରହିବେ ।

Naveen-Jagan Meet
ନବୀନ-ଜଗନ ବୈଠକରେ ଉଠିବ କି ବିବାଦୀୟ କୋଟିଆ ପ୍ରସଙ୍ଗ ?

କାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ୍. ଜଗନ ମୋହନ ରେଡ୍ଡି ଓଡ଼ିଶା ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ବେଳେ ସୀମା ବିବାଦ, ବିଶେଷକରି କୋଟିଆ ପ୍ରସଙ୍ଗ ଉଠୁ ବୋଲି ଦାବି ଜୋର ଧରିଛି।

Bisheswar Tudu
ସୁଦାମ ମାରାଣ୍ଡିଙ୍କ କନ୍‌ଫିଡେନ୍ସ ନାହିଁ, ତେଣୁ କୋଟିଆ ବିବାଦ ସମାଧାନ ହେଉନି: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ

ଅତିକମ୍‌ରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଏକାଠି ବସି ଆଲୋଚନା କରିଥିଲେ କୋଟିଆ ବିବାଦର ସମାଧାନ ହୋଇପାରିଥାନ୍ତା । ମୁଁ ଶୁଣୁଛି ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଏଠାକୁ ଆସୁଛନ୍ତି ଆଲୋଚନା କରିବାକୁ ।

Pitam padhi
କୋଟିଆରେ ଆନ୍ଧ୍ର କରୁଥିଲା ଷଡ଼ଯନ୍ତ୍ର, ବିଧାୟକ ପିତମ ପାଢ଼ି ପହଞ୍ଚି କଲେ ଭଣ୍ଡୁର

ପୁଣି ସୀମାନ୍ତ କୋଟିଆରେ ଆନ୍ଧ୍ର-ଓଡ଼ିଶା ମୁହାଁମୁହିଁ । ପଟ୍ଟାଙ୍ଗୀ ବିଧାୟକଙ୍କ ସହ ଆନ୍ଧ୍ର ଅଧିକାରୀଙ୍କ ଉଚ୍ଚବାଚ । ଆଜି କୋଟିଆରେ ପାର୍ବତୀପୁରମ୍ ପିଏ ଆଇଟିଡିଏ ମେଳି କରିଥିଲେ । ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ଭଣ୍ଡୁର ପାଇଁ ଏହି ମେଳି ଚାଲିଥିଲା ।

Kotia
ବାତ୍ୟା ଗଲା କିନ୍ତୁ କୋଟିଆବାସୀଙ୍କୁ ଦୁଃଖ ଦେଇଗଲା

କୋରାପୁଟ ଜିଲ୍ଲା କୋଟିଆରେ ବାତ୍ୟା ଗୁଲାବରେ ଉଜୁଡିଗଲା ଚାଷବାଷ । ମୁଷଳ ଧାରାରେ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ହୋଇଥିବା କ୍ଷୟକ୍ଷତିର ଏଯାଏଁ ସମ୍ପୂର୍ଣ୍ଣ ଭରଣା ହୋଇନି। ହେଲେ କିଛି କିଛି ସ୍ଥାନରେ ହୋଇଥିବା ରାସ୍ତା ଅବରୋଧ ହଟିଛି। ଏଭଳି ପରିସ୍ଥିତିରେ ଜିଲ୍ଲାପାଳ କୋଟିଆ ଗସ୍ତ କରିଛନ୍ତି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।

KOTIA
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି

କୋଟିଆରେ ଆନ୍ଧ୍ରର ଦାଦାଗିରି । କୋଟିଆ ପଞ୍ଚାୟତରେ ଆନ୍ଧ୍ର ଏକ ଗ୍ରାମ ସଭାର ଆୟୋଜନ କରିଥିଲା । କୋଟିଆ ସ୍ଥିତ ସାଲୁର ମଣ୍ଡଳ ଅଧିକାରୀଙ୍କ ଦ୍ୱାରା ଗଂଜେଇପଦରରେ ଏହି ଗାଁ ସଭା ଅନୁଷ୍ଠିତ ହୋଇଛି ।

Kotia
କୋଟିଆରେ ପଶିଲେ, ଓଡ଼ିଆ ବୋର୍ଡ଼କୁ ଲିଭାଇ ତେଲଗୁ ବୋର୍ଡ଼ ଲଗାଇଲେ ଦୁର୍ବୃତ୍ତ

କୋଟିଆରେ ଓଡ଼ିଆ ବୋର୍ଡକୁ ଲିଭାଇଲେ ଦୁବୃର୍ତ୍ତ। ପଡ଼ୋଶୀ ଆନ୍ଧ୍ରପ୍ରଦେଶର କିଛି ଦୁବୃର୍ତ୍ତ କୋଟିଆର ନେରେଡିବାଲସାରେ ପଶି ଏଭଳି କାଣ୍ଡ ଭିଆଇଛନ୍ତି । ଗତ ଉତ୍କଳ ଦିବସରେ କୋଟିଆର ବିଭିନ୍ନ ଗାଁରେ ସୂଚନା ଫଳକ ଓ ଉନ୍ନୟନମୂଳକ କାର୍ଯ୍ୟର ଫଳକ ଲଗାଯାଇଥିଲା। ଓଡ଼ିଆରେ ଏସବୁ ଫଳକ ଲାଗିଥିଲା। ହେଲେ ଗୁଲାବ ବାତ୍ୟା ସମୟରେ କୋଟିଆ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଏଭଳି କରାଯାଇଛି

Andhra-Odisha Border Issue
ପୁଣି କୋଟିଆରେ ଆନ୍ଧ୍ରର ଦାଦାଗିରି; କଲେ ପୌଷ୍ଟିକ ଆହାର ମହୋତ୍ସବ

ପୁଣି କୋଟିଆରେ ଆନ୍ଧ୍ରର ସରକାରୀ କାର୍ଯ୍ୟକ୍ରମ । ସେମ୍ବି, ତଳ ସେମ୍ବି, ତଳ ଗଂଜେଇ ପଦର ଓ କୋଟିଆରେ ଆନ୍ଧ୍ରର ଅଧିକାରୀମାନେ ପହଞ୍ଚି ପୌଷ୍ଟିକ ଆହାର ମହୋତ୍ସବ ପାଳନ କରିଛନ୍ତି ।

KOTIA
କୋଟିଆର ସବୁ ଗାଁରେ ପଞ୍ଚାୟତ ନିର୍ବାଚନ କରିବେ ଓଡ଼ିଶା ସରକାର !

ଆନ୍ଧ୍ର ପରେ କୋଟିଆରେ ଓଡ଼ିଶା କରିବ ନିର୍ବାଚନ । ଗତ ଏପ୍ରିଲ ୮ରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ କୋଟିଆରେ ପ୍ରବେଶ କରି ନିର୍ବାଚନ କରାଇଥିଲେ । ଏବେ ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ପଞ୍ଚାୟତ ନିର୍ବାଚନ କରାଯିବା ନେଇ ଘୋଷଣା କରାଯାଇଛି ।

kotia-33
କୋଟିଆରେ ଆନ୍ଧ୍ର ନିର୍ବାଚନର ଫଳାଫଳ, YSRର ବାଜିମାତ୍‌

କୋଟିଆରେ ଆନ୍ଧ୍ରପ୍ରଦେଶ କରାଇଥିବା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ଗଞ୍ଜେଇପଦର ପଞ୍ଚାୟତ ପାଇଁ ହୋଇଥିବା ନିର୍ବାଚନରେ YSR କଂଗ୍ରେସର ପ୍ରାର୍ଥୀ ମାଜି ଆପ୍ପାଲମ୍ମା ବିଜୟୀ ହୋଇଛନ୍ତି ।

kotia-33
କୋଟିଆରେ ପଶି ଆନ୍ଧ୍ର ବାଣ୍ଟିଲା ଆନିମଲ୍ ହେଲ୍ଥ କାର୍ଡ

ପ୍ରାଣୀ ଡାକ୍ତର ଟିମ ଛେଳି, ମେଣ୍ଢା, ଗାଇ, ବଳଦଙ୍କୁ ଚିକିତ୍ସା କରୁଛନ୍ତି। ବର୍ଷା ଦିନରେ କିପରି ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦିଆଯାଇପାରିବ। ସେଥିପାଇଁ ପ୍ରାଣୀ ଚିକିତ୍ସା ଶିବିର ବି ଆୟୋଜନ କରାଯାଉଛି। ୪ଶହ ପଶୁଙ୍କ ଔଷଧ ଦିଆଯାଇଥିବା ବେଳେ ୩ଶହ ଗାଇଙ୍କୁ ଟୀକାକରଣ କରାଯାଇଛି।

KOTIA
କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ପଞ୍ଚାୟତ ଭବନ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପୁଣି ପ୍ରବେଶ । ସୀମାନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିଭୂମି ପ୍ରସ୍ତର ସ୍ଥାପନ । ଫାଟୁସିନେରୀରେ ପଞ୍ଚାୟତ ଭବନ, ସ୍ୱାସ୍ଥ୍ୟକେନ୍ଦ୍ର ଓ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

KOTIA
କୋଟିଆରେ ନୂଆ ବିବାଦ, ଆନ୍ଧ୍ର ସ୍କୁଲରେ ସଂରକ୍ଷଣ ଦେଇ ପ୍ରଲୋଭିତ କରିବାକୁ ପ୍ଲାନ୍‌

କୋଟିଆରେ ସୀମାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଥମିବାର ନାଁ ଧରୁନି । ଏବେ ଆଉ ଏକ ନୂଆ ବିବାଦ ମୁର୍ଡ ଟେକିଛି । ଶିକ୍ଷାରେ ସଂରକ୍ଷଣକୁ ନେଇ ଦେଖାଦେଇଛି ବିବାଦ ।

Pritam Padhi
କୋଟିଆ ଭିତରେ ପଶିଲେ ପିଟିବୁ କହିଲେ ବିଧାୟକ

‘କୋଟିଆ ଭିତରେ ପଶିଲେ ପିଟିବୁ’ । ଏଭଳି ଚେତାବନୀ ଦେଇଛନ୍ତି ପଟାଙ୍ଗି ବିଧାୟକ । ଆନ୍ଧ୍ର ଯଦି ଓଡ଼ିଶା ଭିତରେ ପଶି କୋଟିଆ ଉପରେ ନଜର ପକାଏ ତେବେ ସେମାନଙ୍କୁ ଉଚିତ୍‌ ସାସ୍ତି ସହ ପିଟିବେ ବୋଲି ଧମକ ଦେଇଛନ୍ତି ବିଧାୟକ ।

saptagiri
କୋଟିଆ ବୁଲିଲେ କୋରାପୁଟ୍ ସାଂସଦ; ରାଜ୍ୟ ସରକାର ପହଞ୍ଚି ନପାରିବାରୁ ଆନ୍ଧ୍ର ଫାଇଦା ନେଉଛି

କୋରାପୁଟ: କୋଟିଆରେ ପହଞ୍ଚିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ତଳ ଗଂଜେଇପଦର, ମାଡ଼କାର ଓ ଫାଟୁସିନେରୀ  ଗାଁରେ ଲୋକଙ୍କ ସହ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି। ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ସପ୍ତଗିରି କହିଛନ୍ତି ଯେ ସରକାର ଲୋକଙ୍କ ପାଖରେ ପହଂଚି ପାରୁନଥିବା ଯୋଗୁ କୋଟିଆ ପଂଚାୟତର ଗାଁ ଗଣ୍ଡାରେ ସମସ୍ୟା ଦେଖାଦେଇଛି।   କୋଟିଆ ବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେ। ଖାଲି […]