Advertisment

NHPC Recruitment: ଦଶମ ପାଶ୍‌ କରି ITI କରିଛନ୍ତି… NHPCରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ

ଆପଣ ଯଦି ITI ପାଶ୍ କରିଛନ୍ତି ଏବଂ NHPC ଲିମିଟେଡ୍‌ରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ଟନକପୁର ପାୱାର ଷ୍ଟେସନ ପାଇଁ NHPC ଲିମିଟେଡ୍ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

author-image
Pramod Behera
NHPC Recruitment applied for 64 apprentice post

NHPC Recruitment applied for 64 apprentice post

ଯଦି ଆପଣ ITI ପାଶ୍ କରିଛନ୍ତି ଏବଂ NHPC ଲିମିଟେଡ୍‌ରେ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ। ଏନେଇ ଟନକପୁର ପାୱାର ଷ୍ଟେସନ ପାଇଁ NHPC ଲିମିଟେଡ୍ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ NHPC ରେ ଆପ୍ରେଣ୍ଟିସ୍‌ ପଦବୀ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ ପରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୬୪ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NHPC ର ଅଫିସିଆଲ୍ ୱେବ୍‌ସାଇଟ୍‌ nhpcindia.com କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ NHPC Recruitment applied for 64 apprentice post Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ମେ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୦ ଜୁନ୍ ୨୦୨୪

ଖାଲି ପଦବୀ:

  • COPA – ୧୨ଟି ପୋଷ୍ଟ
  • ୱେଲ୍‌ଡର୍ – ୦୩ଟି ପୋଷ୍ଟ
  • ଷ୍ଟେନୋଗ୍ରାଫର ଏବଂ ସେକ୍ରେଟେରିଏଟ୍ ଆସିଷ୍ତାଣ୍ଟ୍ – ୧୦ଟି
  • ପ୍ଲମ୍ବର – ୦୨ଟି ପୋଷ୍ଟ
  • ଇଲେକ୍ଟ୍ରୋନିକ୍ ମେକାନିକ୍ – ୦୫ଟି ପୋଷ୍ଟ
  • ଇଲେକ୍ଟ୍ରିସିଆନ୍ – ୧୫ଟି ପୋଷ୍ଟ
  • ଫିଟର୍ – ୦୫ଟି ପୋଷ୍ଟ
  • ମେକାନିକ୍ (MV) – ୦୫ ପୋଷ୍ଟ
  • ୱାୟରମ୍ୟାନ୍ – ୦୨ଟି ପୋଷ୍ଟ
  • ଟର୍ନର – ୦୨ଟି ପୋଷ୍ଟ
  • ମେସିନିଷ୍ଟ୍ – ୦୩ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ପାଶ
  • ସମ୍ବନ୍ଧିତ ଟ୍ରେଡ୍‌ରେ ITI ସାର୍ଟିଫିକେଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଆଧାର କାର୍ଡ
  • ଦଶମ ମାର୍କ ସାର୍ଟିଫିକେଟ୍
  • ITI ମାର୍କ ସାର୍ଟିଫିକେଟ୍
  • ଜନ୍ମ ପ୍ରମାଣପତ୍ର

ଚୟନ ପ୍ରକ୍ରିୟା:

  • ମାର୍କ ଅନୁସାରେ
  • ମେଡିକାଲ୍ ଯାଞ୍ଚ
  • ଶାରିରୀକ୍ ଟେଷ୍ଟ୍
Govt Jobs
Advertisment
Advertisment