• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Total "128" result for "କୋଟିଆ" in https://otvkhabar.in

kotia
ରାତି ପାହିଲେ କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ, କୋର୍ଟ ଦେଲେ ଅନୁମତି

ଜୟପୁର: ସୁଧୁରୁନି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାରେ ଜୋର ଜବରଦସ୍ତ ନିର୍ବଚନ କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ […]

kotia
କାହାକୁ ଭୋଟ୍‌ ଦେବେ କୋଟିଆବାସୀ ? ଓଡ଼ିଶାକୁ ନା ଆନ୍ଧ୍ରକୁ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କାହାର ହେବେ ବିବାଦୀୟ କୋଟିଆ ଅଞ୍ଚଳବାସୀ ? ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଏହି ବିବାଦୀୟ ଅଞ୍ଚଳର ଲୋକେ କାହାକୁ ଦେବେ ଭୋଟ୍ ? ସାଧାରଣ ନିର୍ବାଚନକୁ ଦେଖି ରାଜନେତାଙ୍କ ଭିତରେ ଏପରି କଳ୍ପନାଜଳ୍ପନା ଲାଗି ରହିଛି। ତେବେ ରାଜ୍ୟ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଥିବା ଏହି ଗାଁକୁ ଆନ୍ଧ୍ର ସରକାର ନିଜ କବ୍‌ଜାକୁ ନେବା ଲାଗି ଉଦ୍ୟମ କରୁଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଥିଲେ ରାଜ୍ୟ ସରକାର। […]

kalia
କୋଟିଆବାସୀଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର-ଓଡ଼ିଶାର ପୋଷ୍ଟର୍ ଓ୍ୱାର୍

କୋରାପୁଟ: ସୀମାନ୍ତବର୍ତ୍ତୀ କୋଟିଆ ଗାଁକୁ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ। କେତେବେଳେ ସରକାରୀ ଯୋଜନାର ଲୋଭ ଦେଖାଇ ତ ଆଉ କେତେବେଳେ ସହାୟତା ବାଣ୍ଟି କୋଟିଆ ଦଖଲ ଲାଗି ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବଳ ସରକାରୀ ଯୋଜନାର ଓଡ଼ିଆ ପୋଷ୍ଟର୍ ମାରି ଚୁପ୍ ବିସିଛନ୍ତି। ଭାଷାଗତ ସମସ୍ୟା ଯୋଗୁ ଲୋକେ ନା ବୁଝିପାରୁଛନ୍ତି ସେହି ଓଡ଼ିଆ ପୋଷ୍ଟରକୁ ନା ଜାଣିପାରୁଛନ୍ତି ଓଡ଼ିଶା ସରକାରଙ୍କ […]

KOTIYA
କୋଟିଆ ହାତେଇବାକୁ ଆନ୍ଧ୍ରର କାରସାଦି: ଭତ୍ତା ସହ ବାଣ୍ଟୁଛି ପୁଷ୍ଟିକର ଖାଦ୍ୟ

କୋରାପୁଟ: ଓଡ଼ିଶା ସୀମାନ୍ତବର୍ତ୍ତୀ କୋଟିଆ ଗାଁ ଉପରେ ଆନ୍ଧ୍ର ପ୍ରଦେଶର ଆଖି। ଏହି ଅଞ୍ଚଳ ଓଡ଼ିଶା ସୀମାରେ ଥିଲେ ମଧ୍ୟ ନିଜ ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା ଜାରିରଖିଛି ଆନ୍ଧ୍ର। ଲୋକଙ୍କୁ ଭୁଲେଇ ପ୍ରଲୋଭନ ଦେଖାଇ ନିଜ ଲକ୍ଷ୍ୟ ହାସଲ ଲାଗି ଆନ୍ଧ୍ର ସରକାର ଉଦ୍ୟମ କରୁଛନ୍ତି। କୋଟିଆ ଗାଁରେ ଅନୁଷ୍ଠିତ ହୋଇଥିବା ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ହେଉଛି ଏହାର ଏକ ନମୁନା। ଏହା ଅନ୍ତର୍ଗତ ଲୋକଙ୍କୁ ଭତ୍ତା ବଣ୍ଟା ଯିବା ସହ ଶିଶୁଙ୍କ ଲାଗି […]

kotia
କୋଟିଆରେ ପ୍ରତିଷ୍ଠା ହେବ ଥାନା

ଭୁବନେଶ୍ୱର : ଓଡ଼ିଶାର ସୀମାବର୍ତ୍ତୀ ବିବାଦୀୟ ଗାଁ କୋଟିଆରେ ପ୍ରତିଷ୍ଠା ହେବ ଥାନା। ଯାହାଫଳରେ କୋଟିଆର ୨୧ଟି ଗାଁରେ ବାସ କରୁଥିବା ଲୋକମାନେ ଆଉ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଥାନାକୁ ନଯାଇ ଓଡ଼ିଶା ସରକାରଙ୍କ ଥାନାରେ ଅଭିଯୋଗ କରିପାରିବେ। ଆଜି ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ପ୍ରସଙ୍ଗକୁ ନେଇ ବସିଥିବା ଗୃହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଆଲୋଚନାରେ କୋରାପୁଟର ବହୁ […]

vlcsnap-error952
କୋଟିଆବାସୀଙ୍କ ପ୍ରଶ୍ନ: ମିଛ ଦର୍ପଣ ଦେଖାଉ ନାହାନ୍ତି ତ ରାଜ୍ୟ ସରକାର ?

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଅାନ୍ଧ୍ର-ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଅା ପଞ୍ଚାୟତ । କିଛି ଦିନର ନିରବତା ପରେ ଅାନ୍ଧ୍ର ପ୍ରଶାସନ ପୁଣି ସେଠି ଅାରମ୍ଭ କଲାଣି ଉନ୍ନୟନମୂଳକ କାମ। ତେଣେ କିନ୍ତୁ ଓଡ଼ିଶା ସରକାରଙ୍କ ଘୋଷଣା ମୁତାବକ ୧୫୦ କୋଟି ଟଙ୍କାର ଉନ୍ନୟନମୂଳକ କାମରୁ ଗୋଟିଏ ବି ଅାରମ୍ଭ ହୋଇନି। ଯାହାକୁ ନେଇ ତେଜିଛି ରାଜନୀତି। କୋଟିଅାବାସୀଙ୍କ ମନରେ ପ୍ରଶ୍ନ, ସରକାର ବିକାଶର ମିଛ ଦର୍ପଣ ଦେଖାଉ ନାହାନ୍ତି ତ? ଅାନ୍ଧ୍ରର ଦାଦାଗିରି ପରେ ୬ମାସ […]

kotia
ଆନ୍ଧ୍ର ଯାଇ ଭୋଟ ଦେଲେ କୋଟିଆ ଗାଁ ଲୋକେ

କୋରାପୁଟ( ସୂର୍ଯ୍ୟ ପଣ୍ଡା) : ଆନ୍ଧ୍ର ପ୍ରଦେଶକୁ ଯାଇ ଭୋଟ ଦେଲେ ଓଡିଶା ଲୋକେ। ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ବିବାଦୀୟ କୋଟିଆ ଗାଁ ଲୋକେ ଆନ୍ଧ୍ରକୁ ଯାଇ ଦେଇଛନ୍ତି ଭୋଟ୍। ନେରେଡିବାଲାସଠା ଓ ଏହାର ଆଖପାଖର ଅନେକ ଗାଁ ପାଇଁ ଆନ୍ଧ୍ର ସରକାର ତରଫରୁ ୨ଟି ବୁଥ ଖୋଲାଯାଇଥିଲା ।ଏହି ସବୁ ଗାଁ ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ବୁଥ ବହୁ ଦୂର ହେଉଥିବାରୁ ଆନ୍ଧ୍ର ଯାଇ ଭୋଟ ଦେଇଛନ୍ତି ଗ୍ରାମବାସୀ।

kotia
କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍

ଜୟପୁର : ବିବାଦୀୟ କୋଟିଆ ପଂଚାୟତରେ ଆନ୍ଧ୍ର ସରକାରଙ୍କ ୭ ଜଣିଆ ଟିମ୍ ।  ଚନରେଡି ବାଲସା ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ ଅବସରରେ ଏକ ମୋବାଇଲ୍ ଆମ୍ବୁଲାନ୍ସକୁ ଗାଁ ଲୋକଙ୍କ ପାଇଁ ଏହି ଟିମ୍ ଉତ୍ସର୍ଗ କରିଛନ୍ତି । ସେଠାରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ ନିକଟ ସ୍କୁଲକୁ ପରିଦର୍ଶନ କରିଥିଲେ । ଏଥିସହ ପ୍ରତି ସପ୍ତାହରେ ଥରେ […]

a1
କୋଟିଆ ପରେ ଏବେ ମାଲାକାନଗିରି ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର

ମାଲକାନଗିରି: ରାଜ୍ୟ ସରକାରଙ୍କ ଅବହେଳାରୁ ପୁଣି ଥରେ ଓଡ଼ିଶା ସୀମା ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର। କୋରାପୁଟ କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲା ସୀମାରେ ଥିବା କିଛି ପଞ୍ଚାୟତ ଉପରେ ଆନ୍ଧ୍ର ସରକାରଙ୍କ ନଜର ରହିଛି। ଚିତ୍ରକୋଣ୍ଡା ବ୍ଲକ୍‌ର ଆନ୍ଧ୍ର ପ୍ରଦେଶ ସୀମାରେ ଥିବା କିଛି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏକ ଗାଡ଼ି ଦ୍ୱାରା ଆନ୍ଧ୍ରପ୍ରଦେଶ ନିଆଯାଇ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି।  ଏମିତି […]

kotia-33
କୋଟିଆ ସହ ଆନ୍ଧ୍ର ନିର୍ବାଚନ ଅସିଦ୍ଧ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ କରିବାକୁ ନେଇ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବରଦସ୍ତ ଝଟକା। କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ନେଇ ଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏହାସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ ମାସରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିଲା।

kotia-yw
କୋଟିଆର ୨୨ଟି ଗାଁରେ ଜାରି ହେଲା ୧୪୪ ଧାରା

ଜୟପୁର: କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି। ମଙ୍ଗଳବାର ଆନ୍ଧ୍ରପ୍ରଦେଶ […]

kotia
କୋଟିଆ ସହ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ

ଆନ୍ଧ୍ର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ସ୍ଥଗିତ । ନିର୍ବାଚନ ସ୍ଥଗିତ ଆଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ। ବିଜ୍ଞପ୍ତିର ଅଳ୍ପ ଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ସ୍ଥଗିତ କରାଯାଇଛି। ଆସନ୍ତା ୮ ତାରିଖରେ ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। ୮ରେ ଭୋଟ ଗ୍ରହଣ ହୋଇ ୧୦ରେ ଗଣତି ହେବାର ଥିଲା। ୮ରେ ଭୋଟ ହେବାର ଥିଲା ବେଳେ ୧ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ହେବାର ଥିବାରୁ ବିରୋଧ ହୋଇଥିଲା। […]

narasingh
କୋଟିଆକୁ ନେଇ ସରକାରଙ୍କ ପଦକ୍ଷେପ କେବଳ ଲୋକ ଦେଖାଣିଆ: ନରସିଂହ

ଭୁବନେଶ୍ୱର: କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଟିଆ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଯାହା ପଦକ୍ଷେପ ନେଇଛନ୍ତି ତାହା କେବଳ ଲୋକଦେଖାଣିଆ ବୋଲି କହିଥିଲେ। ବିବାଦର ସମାଧାନ ଲାଗି ସର୍ବଦଳୀୟ ବୈଠକ ଡକାଯାଉ। ସବୁଦଳର ନେତାମାନେ କୋଟିଆ ଯାଇ ସେଠିକାର ଲୋକଙ୍କ ସହ ଆଲୋଚନା କରିବା ସହ ଅଫିସର ମାନଙ୍କ ମନୋବଳ ବଢାନ୍ତୁ […]

andhra
କୋଟିଆ ପରେ କାଶୀନଗରରେ ରାସ୍ତା ର୍ନିମାଣ କଲା ଆନ୍ଧ୍ର

ଗଜପତି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଛଅ ମାଇଲ ନିକଟରେ ଆନ୍ଧ୍ର ରାସ୍ତା ର୍ନିମାଣ କରୁଛି। ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର କତୁରୁ ରାଜସ୍ୱ ମଣ୍ଡଳର ଆଳତି ଗାଁକୁ ଆନ୍ଧ୍ର ପ୍ରଶାସନ ରାସ୍ତା କରୁଛି। ତେବେ ଏହି ରାସ୍ତାର ପ୍ରାୟ ଏକ କିଲୋମିଟର ଓଡ଼ିଶା ମଧ୍ୟରେ ରହିଛି। ଗଜପତି ପ୍ରଶାସନ ପକ୍ଷରୁ ଆନ୍ଧ୍ରର ଏହି କାମକୁ ବନ୍ଦ କରାଯାଇଛି। ତେବେ କୋଟିଆକୁ ନେଇ ବିବାଦ ର ସମାଧାନ ହୋଇନଥିବା ବେଳେ ଆନ୍ଧ୍ର ସରକାର ପୁଣି ଗଜପତି ସୀମାନ୍ତରେ […]

Kotia-12-pm
କୋଟିଆ ପ୍ରସଙ୍ଗ: ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଲେ ସୁପ୍ରିମ୍‌କୋର୍ଟ

ଭୁବନେଶ୍ୱର: ସୁପ୍ରିମ୍‌କୋର୍ଟରେ କୋଟିଆ ପ୍ରସଙ୍ଗ ରେ  ସୁପ୍ରିମ୍‌କୋର୍ଟ ଶୁଣାଣି କରିଛନ୍ତି। ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍‌କୋର୍ଟ ଦେଇଛନ୍ତି। ଓଡ଼ିଶାକୁ ସମୟ ମିଳିବା ପରେ ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି ଯେ ଆମ ପାଖରେ ପର୍ଯ୍ୟାପ୍ତ ଡକ୍ୟୁମେଣ୍ଟ ରହିଛି। ୧୯୩୬ ମସିହା ପରଠାରୁ ଆମ ପାଖେ ସବୁ ଡକ୍ୟୁମେଣ୍ଟ ଅଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସେସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି […]

supreme court
କାଲି ସୁପ୍ରିମ୍‌କୋର୍ଟରେ 'କୋଟିଆ' ଶୁଣାଣି

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବା ପ୍ରସଙ୍ଗରେ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରିବାକୁ ଆସନ୍ତାକାଲିକୁ ଦିନ ଧାର୍ଯ୍ୟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର […]

supreme-court
କୋଟିଆକୁ ନେଇ ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାର

ଭୁବନେଶ୍ୱର: କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ବି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ ପୁଣି ପିଟିସନ ଦାୟର କରାଯାଇଛି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି। କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ […]

supreme-court
କୋଟିଆ ପ୍ରସଙ୍ଗ: ସୁପ୍ରିମ୍‌କୋର୍ଟରେ ପିଟିସନ୍ କରିବେ ସରକାର

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପିଟିସନ ଦାଖଲ କରିବାକୁ ରାଜ୍ୟ ଆଇନ ବିଭାଗର ଉପସଚିବଙ୍କ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି ହୋଇଛି। କୋଟିଆର ୩ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଉଛି। ଏମିତିକି କିଛି ଆଶାୟୀ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି। କୋଟିଆ ପ୍ରସଙ୍ଗରେ ଗତକାଲି କଟକରେ ଆଡୋଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ […]

kotia
କୋଟିଆକୁ ହାତେଇବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି କାହିଁକି?

କୋରାପୁଟ: ଆନ୍ଧ୍ର-ଓଡ଼ିଶା ସୀମା ଟଣାଭିଡ଼ା ଭିତରେ କୋଟିଆ ଏବେ ରାଜନୈତିକ ପଶାପାଲିର ଗୋଟି ପାଲଟିଛି। ହେଲେ କାହିଁକି କୋଟିଆକୁ ନେଇ ଏତେ ହଟଚମଟ, ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କେବେ ଲୋକଙ୍କୁ ନେତା ବନାଇବାର ମୋହ ଦେଇ ତ ଆଉ କେବେ ସରକାରୀ ସୁବିଧା ଯୋଗାଇ ଆନ୍ଧ୍ର କୋଟିଆକୁ ହାତେଇବାକୁ ଷଡ଼ଯନ୍ତ୍ର କରୁଛି। ଏହାର ମୂଳ କାରଣ ହେଉଛି ସୌନ୍ଦର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦ। ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି […]

odisha-border
କୋଟିଆର ୩ ଗାଁରେ ଆନ୍ଧ୍ର କରିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ

କୋରାପୁଟ: ବର୍ଷ ବର୍ଷ ଧରି କୋରାପୁଟ ସୀମାନ୍ତ ପଞ୍ଚାୟତ କୋଟିଆରେ ନିଜ ଆଧିପତ୍ୟ ବିସ୍ତାର କରୁଥିବା ଆନ୍ଧ୍ର ପ୍ରଶାସନ ସବୁ ସୀମା ଏବେ ପାର କରିଛି। କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ଆନ୍ଧ୍ର ସରକାର ନିଜ ଦଖଲକୁ ନେଇଛିି। ଉଦବେଗର ବିଷୟ ହେଉଛି, ଏହି ଗାଁରେ ଖାଲି ପ୍ରଶାସନିକ ରାଜ୍ କରୁନି ବରଂ ଆନ୍ଧ୍ରରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ବି ଆରମ୍ଭ କରିଦେଇଛି। ପଞ୍ଚାୟତ ନିର୍ବାଚନ […]

Land-odisha
କୋଟିଆ ପରେ ଏବେ ବଙ୍ଗ ସୀମାରେ ଦେଖାଗଲାଣି ବିବାଦ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି। ସୀମାର ଓଡିଶା ପଟକୁ ୯ଟି ଗାଁ […]

pradipta-nayak
କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଛି। ଆଜି ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

kotia
କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର

କୋଟିଆକୁ ଓଡ଼ିଶାର ସାବ୍ୟସ୍ତ ଲାଗି ରହିଛି ପର୍ଯ୍ୟାପ୍ତ ପ୍ରମାଣ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର ଆନ୍ଧ୍ର ଭୁଲ ତଥ୍ୟ ଦେବା ସହ ନିର୍ଦ୍ଦେଶର ଅବମାନନା କରିଥିବା ଜଣାଇଲେ ଆନ୍ଧ୍ରର ସତ୍ୟପାଠ ଉପରେ ୪ ସପ୍ତାହରେ ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ ଲାଗି ପର୍ଯ୍ୟାପ୍ତ ରହିଛି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଓଡ଼ିଶା କୋର୍ଟଙ୍କ […]

kotia
କୋଟିଆ: କୋର୍ଟରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର?

ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିା