/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715171177.jpg)
HAL Apprentice Recruitment apply for 324 posts
ସରକାରୀ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସେମାନଙ୍କ ପାଇଁ ଏହି ସୁଯୋଗ ନେଇ ଆସିଛି। ଏନେଇ HAL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଏହି ବିଜ୍ଞପନକୁ ଦେଖନ୍ତି ଆଉ ଚିନ୍ତା କରନ୍ତୁ।
Advertisment
ଏହି ନିଯୁକ୍ତି ମାଧ୍ୟମରେ HAL ରେ ଆପ୍ରେଣ୍ଟିସ୍ ପଦବୀ ପଦବୀ ପୂରଣ ହେବ। ଏହି ଚୟନ Walk-in-Interviw ମାଧ୍ୟମରେ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୩୨୪ଟି ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ HALର ଅଫିସିଆଲ୍ ୱେବ୍ସାଇଟ୍ https://hal-india.co.in/ କୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ HAL Apprentice Recruitment apply for 324 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
Advertisment
ଅଧିକ ପଢ଼ନ୍ତୁ: ପୋଷ୍ଟାଲ୍ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ; ବାର୍ଷିକ ଦରମା ୨୫ ଲକ୍ଷ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ୱାକ୍-ଇନ୍-ଇଣ୍ଟର୍ଭିୟୁ ଆରମ୍ଭ – ୨୦ ମେ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୪ ମେ ୨୦୨୪
ଖାଲି ପଦବୀ:
- ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଆପ୍ରେଣ୍ଟିସ୍ - ୬୪ଟି ପୋଷ୍ଟ
- ଟେକ୍ନିକାଲ୍ (ଡିପ୍ଲୋମା) ଆପ୍ରେଣ୍ଟିସ - ୩୫ଟି ପୋଷ୍ଟ
- ଜେନେରାଲ୍ ଷ୍ଟ୍ରିମ୍ ଗ୍ରାଜୁଏଟ୍ ଆପ୍ରେଣ୍ଟିସ - ୨୫ଟି ପୋଷ୍ଟ
- ITI ଟ୍ରେଡ୍ ଆପ୍ରେଣ୍ଟିସ - ୨୦୦ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀ ITI ପାଶ୍ କରିଥିବା ଉଚିତ
- ସମ୍ବନ୍ଧିତ ଟ୍ରେଡ୍ରେ ଡିପ୍ଲୋମା ବା ଗ୍ରାଜୁଏସନ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଦୁଇଟି ପାସପୋର୍ଟ ଆକାରର ଫଟୋ
- ଆଧାର କାର୍ଡ
- SSC / ଦଶମ ମାର୍କ ସାର୍ଟିଫିକେଟ୍
- ITI ମାର୍କ ସାର୍ଟିଫିକେଟ୍ (ସମସ୍ତ ସେମିଷ୍ଟାର ସହିତ)
- ଜନ୍ମ ପ୍ରମାଣପତ୍ର (ଯଦି SSC ସାର୍ଟିଫିକେଟ୍ ରେ ଜନ୍ମ ତାରିଖ ଉଲ୍ଲେଖ କରାଯାଇ ନାହିଁ)
- ଆବଶ୍ୟକ ଥିଲେ ସଂରକ୍ଷଣ / ସମ୍ପ୍ରଦାୟ / ଜାତି ପ୍ରମାଣପତ୍ର (SC, ST, OBC, EWS, XSM, PWD / PH)
ଅଧିକ ପଢ଼ନ୍ତୁ: ITI କରି ଘରେ ବସିଛନ୍ତି କି ? DRDOରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ...
ଦାଖଲ ପାଇଁ ଡକ୍ୟୁମେଣ୍ଟ୍:
- ଉପରୋକ୍ତ ସମସ୍ତ ସାର୍ଟିଫିକେଟ୍ର ଜେରକ୍ସ କପି
- ଆପ୍ରେଣ୍ଟିସିପ୍ ପୋର୍ଟାଲ୍ www, apprenticeshipindia.gov.in ରୁ ଆପ୍ରେଣ୍ଟିସ୍ ପଞ୍ଜୀକରଣ କପି
- ଦୁଇଟି ପାସପୋର୍ଟ ଆକାରର ଫଟୋ
ସାକ୍ଷାତକାର ସ୍ଥାନ:
- ଅଡିଟୋରିୟମ୍, ତାଲିମ ଏବଂ ବିକାଶ ବିଭାଗ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ଆଭିଏନିକ୍ସ ଡିଭିଜନ୍, ବାଲାନଗର, ହାଇଦ୍ରାବାଦ - ୫୦୦୦୪୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)