
ମୁମ୍ବାଇ: ମରାଠାମାନଙ୍କୁ ସଂରକ୍ଷଣ ଦାବିରେ ମହାରାଷ୍ଟ୍ରରେ ଚାଲୁଥିବା ଆନ୍ଦୋଳନ ଆଜି ମୁମ୍ବାଇରେ ପହଞ୍ଚିଛି। ଏହ ଆନ୍ଦୋଳନକୁ ତୀବ୍ର କରିବାକୁ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ମୁମ୍ବାଇ ବନ୍ଦ ଡାକରା ଦିଆଯାଇଛି। ଫଳରେ ମୁମ୍ବାଇରେ ଆଜି ଜନଜୀବନ ଠପ୍ ହୋଇଯାଇଛି। ବନ୍ଦ ଫଳରେ ଟ୍ରେନ୍ ଓ ବସ୍ ସେବା ପ୍ରଭାବିତ ହୋଇଛି। ମୁମ୍ବାଇ ସମେତ ନଭି ମୁମ୍ବାଇ ଏବଂ ଥାନେରେ ମଧ୍ୟ ଏହି ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ଯୋଗେଶ୍ୱରୀ ଏବଂ ଥାନେଠାରେ ରେଳ ଚଳାଚଳ […]
ବଲାଙ୍ଗିର : ବଲାଙ୍ଗିରରେ ପୁଣି ତେଜିଲା ସୁକତେଲ ଅାନ୍ଦୋଳନ। ଲୋୟର ସୁକତେଲ ପ୍ରକଳ୍ପକୁ ପୁଣି ବିରୋଧ କରିଛନ୍ତି ଅାନ୍ଦୋଳନକାରୀ। ପ୍ରକଳ୍ପ ନିକଟରେ ପରଧିଅାପାଲି ଗାଁ ଲୋକ ଅାନ୍ଦୋଳନ କରିଛନ୍ତି। କ୍ଷତିପୂରଣ ଓ ଉଚିତ୍ ଥଇଥାନ ଦାବିରେ ଲୋକମାନେ ଏହି ଅାନ୍ଦୋଳନ ଚଳାଇଛନ୍ତି। ଘଟଣାସ୍ଥଳରେ ବ୍ୟାପକ ସଂଖ୍ୟାରେ ପୋଲିସ ମୁତୟନ କରାଯାଇଛି। ଅାନ୍ଦୋଳନ ଓ ଉତ୍ତେଜନା ଯୋଗୁଁ ପ୍ରକଳ୍ପ କାମ ବନ୍ଦ ରହିଛି।
ସାତକୋଶିଆ: ମହାବଳ ଛଡ଼ାଯିବା ନେଇ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭୟାରଣ୍ୟ ଅନ୍ତର୍ଗତ ୨୦ଟି ପଞ୍ଚାୟତର ଲୋକ ସାମିଲ ହୋଇଥିଲେ। ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଭୟାରଣ୍ୟବାସୀଙ୍କ ସୁରକ୍ଷାକୁ ଅଣଦେଖା କରି ବାଘ ବଂଶ ବିସ୍ତାର କରାଯାଉଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ତେବେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାନଗଲେ ଆନ୍ଦୋଳନ ତୀବ୍ର କରିବାକୁ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା […]
କଟକ : ଚାଷୀଙ୍କ ବିଭିନ୍ନ ଦାବି ନେଇ ପୁଣି ରାସ୍ତାକୁ ଓହ୍ଲାଇଲା ନବ ନିର୍ମଣ କୃଷକ ସଙ୍ଗଠନ। ଆଜି କଟକରେ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ସହରର ଖାନ୍ ନଗର ଟ୍ରାଫିକ ଛକ ଠାରୁ ଏକ ରାଲି ବାହାରି ଶୋଭାଯାତ୍ରା କରାଯାଇଥିଲା । ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବେ। ଚାଷୀଙ୍କୁ ସମ୍ମାନ, ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ, ୨୦ ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଭତ୍ତା ଆଦି ଦାବିରେ ରାସ୍ତାକୁ ଓହ୍ଲାଇଛି ନବ ନିର୍ମାଣ କୃଷକ ସଙ୍ଗଠନ।
ଲକ୍ଷ୍ନୌ: ଶୁକ୍ରବାର ନାଗରିକତା ସଂଶୋଧନ ଆଇନ ବିରୋଧ ଆନ୍ଦୋଳନରେ ଉତ୍ତରପ୍ରଦେଶର ୬ ଜଣ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଛି। ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଥିବାବେଳେ ଉତ୍ତରପ୍ରଦେଶ ଡିଜିପି କହିଛନ୍ତି, ଏମାନେ କେହି ପୁଲିସ୍ ଗୁଳିରେ ପ୍ରାଣ ହରାଇନାହାନ୍ତି। ସେ କହିଛନ୍ତି, “ଆମେ ଗୋଟିଏ ବି ଗୁଳି ଚଳାଇନାହୁଁ।” ପୁଲିସ୍ ସୂଚନା ଅନୁଯାୟୀ, ବିଜନୋରଠାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ସମ୍ଭଲ, ଫିରୋଜାବାଦ, ମିରଟ୍ ଏବଂ କାନପୁରରେ ଜଣେ ଲେଖାଏ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ […]
ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ। ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍ଜିରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନ କରୁଥିବା ନିରଂଜନଙ୍କ ଅନ୍ୟ ସହକର୍ମୀ । ପୁନଃମୂଲ୍ୟାୟନ ନେଇ ଦାବି ପୂରଣ ନହେଲେ ନିରଂଜନଙ୍କ ଭଳି […]
ଭୁବନେଶ୍ୱର : ଧାନ କିଣା ଆରମ୍ଭରୁ ଘୋର୍ ଅବ୍ୟବସ୍ଥା। ରାଜ୍ୟସ୍ତରୀୟ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ଅଧିକାଂଶ ଜିଲ୍ଲାରେ ତେଜୁଛି ଚାଷୀ ଆନ୍ଦୋଳନ। ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡିରେ ଧାନ ସଂଗ୍ରହ ପାଇଁ କରାଯାଇଥିବା ଟୋକନ୍ ବ୍ୟବସ୍ଥାକୁ ଜୋରାଦର୍ ବିରୋଧ । ସବୁଠି ତେଜୁଛି ଚାଷୀ ଆନ୍ଦୋଳନ । ଟ୍ରାକ୍ଟରରେ ଧାନ ବସ୍ତା ଲଦି ଶୋଭାଯାତ୍ରା କରି ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍ ପରିସରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ଚାଷୀ-ପୁଲିସ୍ ମୁହାଁମୁହିଁ […]
ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲା ଥେରୁବାଲି ଇମ୍ଫାରେ ପୁଣି ତେଜିଛି ଆନ୍ଦୋଳନ । ଇମ୍ଫା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପାଳନରେ ଅବହେଳା କରିଥିବା ଅଭିଯୋଗ କରି ଆଜିଠୁ କମ୍ପାନିର ମୁଖ୍ୟ ଫାଟକରେ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ପାଇଁ ଚେତାବନୀ ବି ଦେଇଛନ୍ତି । ନା କେହି ଭିତରକୁ ଯାଇ ପାରୁଛନ୍ତି ନା ଆସି ପାରୁଛନ୍ତି । କାରଖାନାରେ ଉତ୍ପାଦନ ପୂରା ବନ୍ଦ । ଆନ୍ଦୋଳନକାରୀଙ୍କ ଅଭିଯୋଗ, ତ୍ରିପାକ୍ଷିକ ବୈଠକରେ ଇମ୍ଫା କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି […]
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖରେ ବ୍ଲାଷ୍ଟିଂ ଯୋଗୁ ମାଟି ଧସି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସେବେଠୁ ନିଖୋଜ ଜଣେ ଶ୍ରମିକଙ୍କ ପତ୍ତା ମିଳି ପାରି ନାହିଁ। ଏହି ଘଟଣା ପରଠାରୁ କୋଇଲା ଖଣିରେ ଶ୍ରମିକଙ୍କ ସୁରକ୍ଷା ଦାବି କରି ବିଜେପି ଆନ୍ଦୋଳନ ଚଳାଇ ଆସିଛି। ଏଥିଯୋଗୁ ଖଣିରୁ ଉତ୍ତୋଳନ କାର୍ଯ୍ୟ ଠପ୍ ହୋଇପଡ଼ିଛି। ଏମସିଏଲର ୧୦ଟି ଖଣିରୁ କୋଇଲା ଉତ୍ତୋଳନ ସହ […]
ପୁରୀ: ରତ୍ନଭଣ୍ଡାର ଚାବି ହଜିବା ଘଟଣାର ପ୍ରତିବାଦ କରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ ବିଜେପି। ଆସନ୍ତା ୧୧ ତାରିଖରେ ସବୁ ଜିଲ୍ଲା ଓ ଉପଖଣ୍ଡରେ ବିକ୍ଷୋଭ କରିବାକୁ ଅଣ୍ଟା ଭିଡ଼ିଛି ଦଳ। ଏହା ପରଦିନ ଅର୍ଥାତ ୧୨ ତାରିଖରୁ ସପ୍ତାହେ ବ୍ୟାପି ରାଜ୍ୟର ସମସ୍ତ ଥାନା ସାମ୍ନାରେ ବିକ୍ଷୋଭ ସହ ଏତଲା ଦିଆଯିବ ବୋଲି ବିଜେପି କହିଛି। ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ବିଧାୟକ ଦଳ ନେତା […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ବଲାଙ୍ଗିର ଠାରେ ହାଇକୋର୍ଟ ବେଞ୍ଚର ପୁନଃ ପ୍ରତିଷ୍ଠା ଦାବିରେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ଆସୁଛି ଜିଲ୍ଲା ଆଇନ୍ଜୀବୀ ସଂଘ। ଏହା ସତ୍ତ୍ୱେ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାନ୍ତି। ରାଜ୍ୟ ସରକାରଙ୍କ ଠାରୁ ନିରାଶ ହୋଇ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିବେ। ଆସନ୍ତା କାଲି ବିଧାନସଭା ସମ୍ମୁଖରେ ଆଇନ୍ଜୀବୀମାନେ ବିଶାଳ ପ୍ରତିବାଦ ସଭା […]
କେନ୍ଦୁଝର: ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଡମ୍ପର,ଟ୍ରକ୍ ମାଲିକ ସଂଘର ଆନ୍ଦୋଳନ ଯୋଗୁ ଖଣିଜ ପଦାର୍ଥ ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗତକାଲି ସକାଳୁ କେନ୍ଦୁଝର ଯୋଡ଼ା ଖଣି ଅଞ୍ଚଳରୁ ପରିବହନ ବନ୍ଦ ହୋଇ ପଡ଼ିରହିଛି। ଖଣି ଅଞ୍ଚଳରେ ମାଲ ପରିବହନ କରୁଥିବା ଗାଡ଼ି ମାଲିକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ମାଇନିଂ ଏରିଆ ଟ୍ରକ୍ ମାଲିକ ସଂଘର କହିବାନୁଯାୟୀ, ଗତ ଫେବୃୟାରୀ ମାସରୁ ଗାଡ଼ି ଭଡ଼ା ବୃଦ୍ଧି ପାଇଁ ଦାବି କରିଆସୁଥିଲେ। ହେଲେ ଭଡ଼ା ବୃଦ୍ଧି […]
ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଚାଲିଥିବା ୧୦ ଦିନିଆ କୃଷକ ଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, କୃଷି ଋଣ ଛାଡ଼ ଓ ବଢ଼ୁଥିବା ଚାଷୀ ଆତ୍ମହତ୍ୟା ରୋକିବା ସାଙ୍ଗକୁ ସ୍ୱାମୀନାଥନ୍ କମିଶନ୍ଙ୍କ ସୁପାରିଶକୁ ଲାଗୁ କରିବା ଆଦି ଦାବି ନେଇ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଷ୍ଟ୍ରୀୟ କିଶାନ ମହାସଂଘ ନେତୃତ୍ୱରେ ଏହି ଆନ୍ଦୋଳନ ହେଉଛି। ଏଥିରେ ପ୍ରାୟ ୧୩୦ଟି ଚାଷୀ ସଂଗଠନ ସାମିଲ ହୋଇଛନ୍ତି। ଏମିତିକି ଆଗକୁ ପନିପରିବା, ଫଳ […]
ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଆଜି ୧୪ ଦିନ ପାଇଁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେଲ ଦର ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏହାକୁ ବିରୋଧ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି। ଆଜି ରାଜଭବନ ଆଗରେ ଦଳୀୟ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଆଜି ଠୁ ୩ […]