
ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ବେଆଇନ ଭାବେ ଶ୍ରମିକଙ୍କ ଛଟେଇ ଓ ବଦଳିର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ। ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଆନ୍ଦୋଳନରେ ପ୍ରାୟ ୨ ହଜାର ଶ୍ରମିକ ସାମିଲ ହୋଇଛନ୍ତି। ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନରେ ଲୋଡର ସୁପରଭାଇଜର ମାନେ ବହୁଳ ଭାବରେ ସାମିଲ ହୋଇଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନହେବାଯାଏ ଆନ୍ଦୋଳନ ଜାରି […]
ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ମହାସଂଗ୍ରାମ କରିବ ଓଡିଶା ସ୍କୁଲ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ। ବାରମ୍ବାର ଆନ୍ଦୋଳନ ପରେ ଦାବି ପୁରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଦାବି ପୂରଣ ନହେବାରୁ ପ୍ରତିବାଦ କରି ରାଜ୍ୟର ୫୭ଟି ମାଟ୍ରିକ ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ବିଗତ ୩ ଦିନ ଧରି ଧାରଣାରେ ବସିଛନ୍ତି କର୍ମଚାରୀ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ବେଳେ ପୋଲିସ ପକ୍ଷରୁ ମାଡମରାକୁ ବି […]
ଭୁବନେଶ୍ୱର : ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ସ୍ଥଗିତ। ଆସନ୍ତା ମେ ୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ନବନିର୍ମାଣ କୃଷକ ସଂଗଠନ। ୪ ବିଜେଡି ବିଧାୟକଙ୍କ ସହ ଆଲୋଚନା ପରେ ସଂଗଠନ ଏହି ନିଷ୍ପତ୍ତି ନେଇଛି। ବିଜେଡିର ୪ ବିଧାୟକ ସମୀର ଦାଶ, ଦିବ୍ୟରଂଜନ ମିଶ୍ର, ପ୍ରଶାନ୍ତ ମୁଦୁଲି ଓ ରବି ମହାପାତ୍ର ଯାଇ ଚାଷୀଙ୍କ ସହ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୧୦ ଦିନ ଧରି ପିଏମଜିରେ […]
ଭୁବନେଶ୍ୱର: ସମ୍ବଲପୁରରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଟୋଲ୍ ଗେଟରୁ ଟୋଲ୍ ଆଦାୟ ବନ୍ଦ ଦାବିରେ ଜୋର ଧରିଲା ଆନ୍ଦୋଳନ। ଆଜି ସମ୍ବଲପୁର ପ୍ରଧାନପାଲି ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଥିଯୋଗୁଁ ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୁତୟନ କରାଯିବା […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା। ସରକାର ଆଲୋଚନା ପାଇଁ ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତେବେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସତ୍ୟାଗ୍ରହ ସ୍ଥଳ ଛାଡ଼ି ଅନ୍ୟ […]
ଭୁବନେଶ୍ୱର: ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ। ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ। ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ। ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନଙ୍କ ସୂଚନା ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି […]
ଭୁବନେଶ୍ୱର : ଲୋୟର ପିଏମ୍ଜିରେ ଆନ୍ଦୋଳନ ତ ଚାଲିଛି ହେଲେ ଆଜି କିନ୍ତୁ ବଦଳିଯାଇଛି ଶିକ୍ଷା ସହାୟକଙ୍କ ଆଭିମୁଖ୍ୟ। ଗତକାଲି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜୁଥିଲେ। ଆଉ ଆଜି କେନ୍ଦ୍ର ଆଡ଼କୁ ବୁଲି ଯାଇଛି ଦାବିର ତୀର। ସଂଘର ୭ଟି ପ୍ରମୁଖ ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ପୂରଣ କରିବାକୁ ପ୍ରତିଶୃତି ଦେବା ପରେ ଏବେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି। ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟରତ ଶିକ୍ଷା ସହାୟକଙ୍କୁ ସପ୍ତମ ବେତନ କମିସନ୍ ହାରରେ ଦରମା […]
ଖୋର୍ଦ୍ଧା : ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ମାଛ ମାର୍କେଟରେ ଥିବା ମଦ ଦୋକାନ ଭାଙ୍ଗିଛନ୍ତି ମହିଳା। ମାର୍କେଟରେ ଏକ ଦେଶୀ ମଦ ଦୋକାନ ଥିବାବେଳେ ତାହାକୁ ସ୍ଥାନୀୟ ଲୋକେ ବିରୋଧ କରିଆସୁଥିଲେ। ଆଜି ମହିଳାମାନେ ଏକତ୍ରିତ ହୋଇ ଦୋକାନ ବନ୍ଦ ଥିବା ବେଳେ କବାଟ ଭାଙ୍ଗି ମଦ ବୋତଲ ଆଣି ରାସ୍ତାରେ ଭାଙ୍ଗିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତକୁ ଆୟତ୍ତ କରିଛି। ଏହାସହ ମହିଳାମାନଙ୍କୁ ଏକ ଅଟୋ ସାହାଯ୍ୟରେ ଥାନାକୁ […]
ଭୁବନେଶ୍ୱର : ପରମ୍ପରା ଓ ରୀତିନୀତିର କଥା ପଡ଼ିଲେ ମନକୁ ଛାଏଁ ଆସିଯାଏ ଶ୍ରୀକ୍ଷେତ୍ରର କଥା। ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି। ବିମାନରେ ବିରାଜିତ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ସହ ମାତିଛନ୍ତି। ଫଗୁ ଅବିରର ଖେଳରେ ସେପଟେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି। ରଙ୍ଗୀନ୍ ବିମାନରେ ବସି ଗାଁକୁ ଗାଁ ,ସାହିକୁ ସାହି ବୁଲୁଛନ୍ତି ରାଧାକୃଷ୍ଣ। ହେଲେ କଟକ ମହାଙ୍ଗାର ଓଳକଣାରେ […]
କେନ୍ଦୁଝର( ପ୍ରଣୟ ପାଣି) : ଖରା ଆରମ୍ଭରୁ ଜଳ କଷ୍ଟ। ପାନୀୟ ଜଳ ପାଇଁ ଗରା, ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ। କେନ୍ଦୁଝର ସଦର ନରଣପୁର ପଞ୍ଚାୟତର ହଳଦିଆଟାଙ୍ଗିରି ନିକଟରେ ଲୋକେ ରାସ୍ତାରୋକ୍ କରିଛନ୍ତି। ପାଣି ପାଇଁ ହଳଦିଆଟାଙ୍ଗିରି ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଆନ୍ଦୋଳନ କରିଆସୁଛନ୍ତି। ବାରମ୍ବାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଛି। ୪ ଦିନ ହେଲା ଏନେଇ ପ୍ରଶାସନକୁ ମଧ୍ୟ ଜଣାଇ ଆସୁଛନ୍ତି ଗ୍ରାମବାସୀ। ତଥାପି କିଛି ଫଳ ନମିଳିବାରୁ ଲୋକେ ବାଧ୍ୟ […]
କଟକ : SCB ୟୁରୋଲୋଜି ବିଭାଗୀୟ ମୁଖ୍ୟଙ୍କ ନିଲମ୍ବନ ଦାବିରେ ତେଜୁଛି ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ପିଜି ଡାକ୍ତର ଛାତ୍ରଙ୍କୁ ସମର୍ଥନ ଜଣାଇ ହାଉସ ସର୍ଜନ ଓ ସିନିଅର ରେସିଡେନ୍ସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆନ୍ଦୋଳନକୁ ସମର୍ଥନ କରି ୧୫୦ ଜଣ ହାଉସ ସର୍ଜନ ଓ ୧୬୦ଜଣ ରେସିଡେଣ୍ଟ୍ ଡାକ୍ତର ସମୁହ ଛୁଟି ନେଇଛନ୍ତି। ସେପଟେ ଆନ୍ଦୋଳନ ଯୋଗୁଁ ମେଡିକାଲରେ ରୋଗୀ ସେବା ପ୍ରଭାବିତ ହୋଇଛି। […]
ପାଟଣାଗଡ଼ (ବଂଶୀଧର ସେଠ୍) : ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ତେଜୁଛି ଅସନ୍ତୋଷ। ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ହଟିଲା ଆନ୍ଦୋଳନ। ଚୋରି ହୋଇଥିବା ଶିଶୁକୁ ଉଦ୍ଧାର ସହ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ହଟିଛନ୍ତି ପରିବାର ଲୋକେ। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେ […]
କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ପଦବୀ ପୂରଣ ଦାବି ନେଇ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏନେଇ ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ଆଜି ଠାରୁ ରିଲେ ଅନଶନ ଆରମ୍ଭ ହୋଇଛି। ବାର୍ ଆସୋସିଏସନ୍ ପରିସରରେ ଚାଲିଥିବା ଏହି ଅନଶନରେ ହାଇକୋର୍ଟରେ କୌଣସି ମାମଲା ଦାୟର କରାଯିବ ନାହିଁ ବୋଲି ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ […]
ଭୁବନେଶ୍ୱର : କୁନ୍ଦୁଲି ଘଟଣାର ଏସଆଇଟି ତଦନ୍ତରେ ବିଳମ୍ବ ହେଉଥିବାରୁ ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଅାନ୍ଦୋଳନ କରିବ କଂଗ୍ରେସ । ଅାଜି ପ୍ରଥମେ ରାଜଧାନୀ ଭୁବନେଶ୍ୱର ଏବଂ ପରେ ପର୍ଯ୍ୟାୟକ୍ରମେ କଟକ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଅାଦି ସ୍ଥାନରେ ଦଳ ଅାନ୍ଦୋଳନକୁ ଓହ୍ଲାଇବ । କୋର୍ଟଙ୍କ ତତ୍ତ୍ୱାବଧାନରେ ଘଟଣାର ଏସଆଇଟି ତଦନ୍ତ ହେବ ବୋଲି ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏଯାଏଁ ହାଇକୋର୍ଟଙ୍କ ପାଖକୁ ସରକାର ଚିଠି ଲେଖିନଥିବା ସେ […]
ଭୁବନେଶ୍ୱର: କୁନ୍ଦୁଲି ଘଟଣା ନେଇ କଂଗ୍ରେସ ଆନ୍ଦୋଳନ କରିବା ଲାଗି ପ୍ରସ୍ତୁତି ଚଳାଇଛି। ସୋମବାର ପ୍ରଥମେ ଭୁବନେଶ୍ୱର ଦଳ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯିବ। ଏହାପରେ କଟକ, ରାଉରକେଲା, ସମ୍ବଲପୁରରେ ମଧ୍ୟ ରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏସସି ମୋର୍ଚ୍ଚା ଅଧ୍ୟକ୍ଷ କୃଷ୍ଣ ଶଗରିଆ ଏ ନେଇ ସୂଚନା ଦେଇଛନ୍ତି। ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶଗରିଆ। ଆଇନ ତା’ ବାଟରେ ଯିବ କହି ତଦନ୍ତକୁ […]
ନୟାଗଡ଼: ଖରା ଦିନ ଆରମ୍ଭ ନ ହେଉଣୁ ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଗଲାଣି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବୋରଗାଁର ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଗରା, ବାଲଟି ରଖି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଦାବି କରିଛନ୍ତି ଲୋକେ। ସେମାନେ ଅଭିଯୋଗ କରିଛନ୍ତି, ଗାଁରେ ୬ ଶହରୁ ଅଧିକ ଲୋକଙ୍କ ପାଇଁ ୩ଟି ନଳକୂଅ ଅଛି। ମାତ୍ର ତାହା ଭାଙ୍ଗିରୁଜି ଯାଇଛି। ଯେଉଁ ନଳକୂଅଟିଏ […]
ଜଗତସିଂହପୁର : ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଚୋରା ମଦ କାରବାର ବନ୍ଦ ତଥା ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବି ନେଇ ଆନ୍ଦୋଳନ। ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ନବନିର୍ମାଣ ସମିତି ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ମଦ୍ୟପାନର କୁପ୍ରଭାବରେ ସାମାଜିକ ଜୀବନ ପ୍ରଭାବିତ ହେଉଛି; ତେଣୁ ମଦମୁକ୍ତ ଓଡିଶା ଗଠନ କରିବାକୁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି […]
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବଡ଼ଖମାର ଗାଁରେ ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ। ଗାଁର ତେଜରାତି ଦୋକାନରେ ଚୋରାରେ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସୁବିଧାରେ ମଦ ମିଳୁଥିବାରୁ ଛୁଆଠୁ ବୁଢ଼ା, ମଦ ପିଇ ନିଶାରେ ଚୁର ରହୁଛନ୍ତି। ଫଳରେ ଗଣ୍ଡଗୋଳ ହେଉଛି। ଏଣୁ ଗାଁକୁ ମଦମୁକ୍ତ କରିବା ଲାଗି ସବୁ ମହିଳା ଏକାଠି ହୋଇଥିଲେ। ଗାଁ ବଗିଚାରେ ସଭା କରି ମଦ ନଷ୍ଟ କରିବାକୁ ଶପଥ ନେଇଥିଲେ। ଏହାପରେ ସମସ୍ତେ […]
ପୁରୀ(ମଧୁସୂଦନ ମିଶ୍ର): ଦୋଳପୂର୍ଣ୍ଣିମା ଓ ହୋଲି ପର୍ବ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ନିର୍ମାଣ କରି ଭାରତବାସୀଙ୍କୁ ରଙ୍ଗର ପର୍ବ ହୋଲିର ଶୁଭେଚ୍ଛା ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଦୋଳପୂର୍ଣ୍ଣିମା ଅବସରରେ ଭଗବାନ ଦୋଳଗୋବିନ୍ଦ, ଲକ୍ଷ୍ମୀ ସରସ୍ୱତୀ ଭକ୍ତଙ୍କ ସହ ରଙ୍ଗ ଖେଳିବାକୁ ଥିବା ବେଳେ ଭଗବାନ ଓ ଭକ୍ତଙ୍କ ଭିତରେ ଅପୂର୍ବ ମିଳନ ଘଟିବ। ଆଉ ସେହି ଅପୂର୍ବ ମିଳନ ଅବସରରେ ମାନସ ବାଲିରେ ରାଧାକୃଷ୍ଣଙ୍କ ମୂର୍ତ୍ତି ନିର୍ମାଣ […]
ପୁରୀ(ମଧୁସୂଦନ ମିଶ୍ର): ଆଜି ଦୋଳ ପୂର୍ଣ୍ଣିମା। ଏଥିପାଇଁ ଗାଁରୁ ସହର ଚଳଚଞ୍ଚଳ ହୋଇଉଠିଛି। ଦୋଳ ଉତ୍ସବରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୩ଟାରେ ଦ୍ୱାର ଫିଟା, ମହାପ୍ରଭୁଙ୍କ ମଙ୍ଗଳ ଆରତି ଭୋର୍ ୪ଟାରେ, ଅବକାଶ ସକାଳ ୫ଟା ୧୫ରେ, ସର୍ବାଙ୍ଗ, ନୂଆଲୁଗା ଲାଗି ୬ଟା ୩୦ରେ ଅନୁଷ୍ଠିତ ହୋଇଛି। ସୁନାବେଶ ସକାଳ ୮ଟାରୁ ୯ଟା ୩୦ ଭିତରେ କରାଯିବ। […]