
ସମ୍ବଲପୁର : ଓକିଲଙ୍କ ଆନ୍ଦୋଳନ ଯୋଗୁଁ ସମ୍ବଲପୁରରେ ଉଦ୍ଘାଟିତ ହୋଇପାରୁ ନାହିଁ ବିଭିନ୍ନ ପ୍ରକଳ୍ପ। ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ୪ ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ସମସ୍ତ ସରକାରୀ ଅଫିସ ଓ କୋର୍ଟ କଚେରୀ ବନ୍ଦ ରହିଛି। ମହାନଦୀ ସେତୁ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ହେବାର ଥିଲେ ମଧ୍ୟ ଓକିଲଙ୍କ ବିରୋଧ ଯୋଗୁଁ କାର୍ଯ୍ୟକ୍ରମ ଭଣ୍ଡୁର ଆଶଙ୍କାରେ ଉଦ୍ଘାଟନ କାର୍ଯ୍ୟକ୍ରମ […]
ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଆସନ୍ତାକାଲି ଠାରୁ ଦେଶରେ ଦୁଇଦିନ ଧରି ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଆନ୍ଦୋଳନରେ ୨୦କୋଟି କର୍ମଚାରୀ ସାମିଲ ହେବେ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। ଏହି ଆନ୍ଦୋଳନରେ ୧୦ଟି ସର୍ବଭାରତୀୟ ଟ୍ରେଡ୍ ୟୁନିୟନ ସାମିଲ ହେଉଛନ୍ତି। ଏହି ଆନ୍ଦୋଳନରେ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ, […]
ଭୁବନେଶ୍ୱର : ବିଭିନ୍ନ ଆନ୍ଦୋଳନ ବେଳେ ଭଙ୍ଗାରୁଜା ଓ ଗଣ୍ଡଗୋଳ କରୁଥିବା ବିଶୃଙ୍ଖଳାକାରୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏଭଳି ଢଙ୍ଗରେ ଆନ୍ଦୋଳନକାରୀଙ୍କୁ ଚେତାଇ ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ଆର.ପି. ଶର୍ମା। ପୁଲିସ ବିଭାଗର ବାର୍ଷିକ ରିପୋର୍ଟ ଉପସ୍ଥାପନ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ଏ ବର୍ଷ ୧୯ଜଣ ମାଓବାଦୀ ନିହତ ହୋଇଛନ୍ତି ଓ ୩୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆତ୍ମସମର୍ପଣ କରିଛନ୍ତି ୨୭ ଜଣ ମାଓବାଦୀ କହିଛନ୍ତି […]
ପୁରୀ: ୯ ଦଫା ଦାବିରେ ପୁରୀ ଜିଲ୍ଲା ମେଡିକାଲ୍ ଠିକା କର୍ମଚାରୀ ସଙ୍ଘ କର୍ମଚାରୀମାନେ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନ ଡାକରା ଦେଇଛନ୍ତି। ଜିଲ୍ଲା ସଦର ଚିକିତ୍ସାଳୟ ସମ୍ମୁଖରେ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। ଏଥିସହିତ ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଦୀର୍ଘ ୧୦ମାସ ହେଲା ଦରମା ମିଳୁନଥିବାରୁ ପରିବାର ପ୍ରତିପୋଷଣ କରିବା ମୁସ୍କିଲ୍ ହୋଇପଡ଼ିଥିବା ଚିକିତ୍ସାକାରୀଙ୍କୁ ଗୁହାରି କରିଛନ୍ତି ସଙ୍ଘର କର୍ମକର୍ତ୍ତା। ଦାବି ପୂରଣ ନ ହେଲେ ଆଗାମୀ ୨୩ତାରିଖଠାରୁ କାର୍ଯ୍ୟବନ୍ଦ […]
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିଲେ ଓଡ଼ିଶା ପୁଲିସ୍ ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ସଂଘ ସଭାପତିଙ୍କ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି। ୪ ଦଫା ଦାବିରେ କଳାବ୍ୟାଜ୍ ପିନ୍ଧି ଆଜି ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ତେବେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି। ହାବିଲଦାର ସିପାହୀ କନେଷ୍ଟବଳଙ୍କ ଦାବି ଆଜି ସନ୍ଧ୍ୟା ସୁଦ୍ଧା ପୂରଣ ହେବ ବୋଲି ଡିଜିପି କହିଛନ୍ତି। ଏହାସହ ଏଣିକି ସ୍ୱାସ୍ଥ୍ୟଗତ ସମସ୍ୟା […]
ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ଆଗରେ ଧାରଣା ଦେଇଥିବା ଜମିହରା କୃଷକ ମଞ୍ଚ ସଦସ୍ୟଙ୍କୁ ପୁଲିସ୍ ଉଠାଇନେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏପରିକି ବିକ୍ଷୋଭକାରୀ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଦାବି ନେଇ ୪ ଦିନ ହେଲା ଜମିହରା ଏକତା ମଞ୍ଚ ବିଶୋଧନାଗାର ଆଗରେ ଧାରଣା ଦେଇଥିଲା। ଦିନକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାରାଦୀପ ଆସୁଥିବାରୁ, ପୁଲିସ୍ ଆଜି ବିକ୍ଷୋଭକାରୀଙ୍କୁ ଧାରଣାରୁ ଉଠାଇ ନେଇଥିଲା। ସେମାନଙ୍କୁ ନେଇ […]
କଟକ : ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ ପୂଜାହାରୀଙ୍କ ବିରୋଧରେ ତେଜିଲା ଜୁନିଅର ଡାକ୍ତର ସଂଘର ଅାନ୍ଦୋଳନ । ୪୮ ଘଣ୍ଟା ମଧ୍ୟରେ ଯଦି ପୂଜାହାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅାନଯାଏ, ତେବେ ରାଜ୍ୟର ୩ଟି ବଡ଼ ଡାକ୍ତରଖାନାରେ କାର୍ଯ୍ୟାବନ୍ଦ ଅାନ୍ଦୋଳନ କରାଯିବ ବୋଲି ଜେଡିଏ ଚେତାବନୀ ଦେଇଛି। ନିର୍ଦ୍ଦେଶକ ପୂଜାହାରୀଙ୍କ ବହିଷ୍କାର ଦାବିରେ ହାଉସ ସର୍ଜନ, ପିଜି ଏବଂ ଅଣ୍ଡର ଗ୍ରାଜୁଏଟ୍ ସହ ସମସ୍ତ ମେଡ଼ିକାଲ ଛାତ୍ରଛାତ୍ରୀ ଅାନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ଜେଡିଏ। […]
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜୋର ଧରିଛି ଅାନ୍ଦୋଳନ। ଅାସନ୍ତା ୨୯ ଓ ୩୦ତାରିଖରେ ମହାବନ୍ଦ ପାଇଁ ଓକିଲ ସଂଘ ପ୍ରସ୍ତୁତି ଅାରମ୍ଭ କରିଦେଇଛି। ଦାବି ପୂରଣ ନେଇ ଅାଜି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିଥିଲେ ଓକିଲ ସଂଘ ସଦସ୍ୟ। ଅାନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଥିଲେ। ଅାନ୍ଦୋଳନରେ ଯୋଗ ଦେଇଥିଲେ ଅାଇନ […]
ସମ୍ବଲପୁର : ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ପଶ୍ଚିମ ଓଡ଼ିଶାରେ ଅହରହ ଜାରି ରହିଛି ଓକିଲଙ୍କ ଅାନ୍ଦୋଳନ । ଦୀର୍ଘ ୭୮ ଦିନ ବିତିଯାଇଥିଲ ବି ସରକାର ନୀରବ। ତେଣୁ ଅାଗକୁ ଅାନ୍ଦୋଳନକୁ ବ୍ୟାପକ କରିବା ପାଇଁ ସମ୍ବଲପୁର ଏବଂ ବଲାଙ୍ଗିର ଓକିଲ ସଂଘ ନିଷ୍ପତ୍ତି ଶୁଣାଇଛନ୍ତି । ସେପଟେ ଅାଇନସେବା ପ୍ରଭାବିତ ହୋଇଥିବାବେଳେ ଜାମିନ ନପାଇ ଛୋଟମୋଟ ମାମଲାରେ ଜେଲ୍ରେ ପଡ଼ିରହିଛନ୍ତି କଏଦୀ । ସୋନପୁର ଜିଲ୍ଲାର ମାଖନୀ ମେହେର । ଚୋରୀ ଅଭିଯୋଗରେ […]
ମୁମ୍ବାଇ : ମହାରାଷ୍ଟ୍ରରେ ମୁଣ୍ଡ ଟେକିଛି ଚାଷୀ ଅାନ୍ଦୋଳନ। ଚାଷୀଙ୍କ ପ୍ରତି ସରକାର ବାରମ୍ବାର ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ଅାଣିଛନ୍ତି ଚାଷୀ ସଂଗଠନ। ନିଜର ପୁରୁଣା ଦାବି ଦୋହରାଇ ରାଲି କରି ମୁମ୍ବାଇରେ ପହଞ୍ଚିଛନ୍ତି ଅାଦିବାସୀ ଓ କୃଷକ। ଦୁଇ ଦିନିଅା ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିବା ଚାଷୀମାନେ ଅାଜି ମୁମ୍ବାଇର ଅାଜାଦ ମଇଦାନରେ ପହଞ୍ଚିବା ପରେ ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। କିଷାନ ଓ ଅାଦିବାସୀ ଲୋକ ସଂଘର୍ଷ ସମିତିର ନେତୃତ୍ୱରେ ବିରୋଧ […]
କଟକ : କାଲିଠାରୁ କାର୍ଯ୍ୟରେ ଯୋଗଦେବେ ଅାଇନଜୀବୀ। ଗଣ୍ଡଗୋଳ ଘଟଣାରେ ୩ ପୁଲିସ କର୍ମଚାରୀ କ୍ଷମା ମାଗିବା ପରେ ବିବାଦର ସମାଧାନ ହେବା ସହ ଓକିଲମାନଙ୍କ ଅାନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଏନେଇ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଅାଯାଇଛି। ଅାଜି କଟକ ପୁଲିସ-ଓକିଲ ବିବାଦ ମାମଲାରେ ଜଣେ ହାବିଲଦାର ଓ ୨ଜଣ କନେଷ୍ଟବଳ ନିଃସର୍ତ୍ତ କ୍ଷମା ମାଗିଥିଲେ। କଟକରେ ଜଣେ ଓକିଲଙ୍କୁ ପୁଲିସ କର୍ମଚାରୀ ମାଡ଼ ମାରିବା ଅଭିଯୋଗ କରି ଅଗଷ୍ଟ ୨୯ ତାରିଖରୁ ଓକିଲମାନେ […]
କଟକ : ଓକିଲ ଅାନ୍ଦୋଳରେ ବାହାରିପାରିଲାନି ନିଷ୍କର୍ସ। ହାଇକୋର୍ଟ ଓକିଲ ସଂଘ ବୈଠକରେ ବିବାଦର ସମାଧାନ ନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଅାସନ୍ତା ବୁଧବାର ଯାଏ ଅାନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଅାସୋସିଏସନ। ବୁଧବାର ଦିନ ପୁଣି ବସିବ ହାଇକୋର୍ଟ ବାର ଅାସୋସିଏସନ ସାଧାରଣ ପରିଷଦ ବୈଠକ। ଏଥିରେ ସଂଘର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ହେବ। ସେପଟେ ଅାଜି ବି ହାଇକୋର୍ଟରେ ଦାଖଲ ହୋଇପାରିଲାନି ଚାର୍ଜସିଟ୍। ପୁଲିସ-ଓକିଲ ବିବାଦ ମାମଲାରେ ହାଇକୋର୍ଟରେ ଦାଖଲ […]
ପାରାଦୀପ: ଗଭୀର ସମୁଦ୍ର ଭିତରେ ବୋଟ୍ ଚାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ଏହାର ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ୍ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୋଟ୍ ମାଲିକ ସଂଘ ଦାବି କରିଥିଲେ। ମୃତ ବୋଟ୍ ଚାଳକଙ୍କ ପୁଅଙ୍କୁ ୧୮ ବର୍ଷ ପରେ କୋଷ୍ଟଗାର୍ଡରେ ଚାକିରି ଦେବା ସହ ଅନ୍ୟାନ୍ୟ […]
କଟକ : ଓକିଲଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଏବେବି ଥମିବାର ନା ନେଉନି। ଅାଜି ମଧ୍ୟ ହାଇକୋର୍ଟ ଅାଗରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ। ହାଇକୋର୍ଟର ବିଭିନ୍ନ ଫାଟକରେ ବସି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଉଛନ୍ତି। ସେମାନେ ହାଇକୋର୍ଟ ଭିତରକୁ ଅାସୁଥିବା ଅାଇନଜୀବୀଙ୍କ ପରିଚୟପତ୍ର ଦେଖିବା ପରେ ଭିତରକୁ ଛାଡୁଛନ୍ତି। ତେବେ ଅାଜି ଶାନ୍ତିପୂର୍ଣ୍ଣ ଭାବେ ଅାନ୍ଦୋଳନ ଚାଲିଛି। ହାଇକୋର୍ଟ ପରିସରରେ ବିଜୁ ଲିଗାଲ ଫ୍ରଣ୍ଟର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ବିବାଦ ନେଇ ବର୍ତ୍ତମାନ ସୁଦ୍ଧା କୌଣସି […]
କଟକ : ଓକିଲ ଅାନ୍ଦୋଳନରେ ପଶିଲା ପଲିଟିକ୍ସ। ହାଇକୋର୍ଟ ଗେଟ୍ ଅାଗରେ ମୁହାଁମୁହିଁ ସ୍ଥିତି। ଗେଟ୍ର ଗୋଟିଏ ପଟେ ଅାନ୍ଦୋଳନରତ ଓକିଲ ଓ ଅନ୍ୟପଟେ ବିଜୁ ଲିଗାଲ୍ ଫ୍ରଣ୍ଟର ସଦସ୍ୟ ଓ କିଛି ଅଣ ଓକିଲ । ଠେଲାପେଲା, ଧସ୍ତାଧସ୍ତି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । କିଛି ସମୟ ପାଇଁ ହାଇକୋର୍ଟ ପରିସରରେ ଲାଗି ରହିଥିଲା ଉତ୍ତେଜନା। ଦୁଇ ମାସ ଧରି ଚାଲିଥିବା କାର୍ଯ୍ୟବନ୍ଦ ଅାନ୍ଦୋଳନରୁ ଓହରି ବିଜେଡି ଲିଗାଲ୍ ଫ୍ରଣ୍ଟ ସଦସ୍ୟ ଅାଜି କାମରେ […]