ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି, ସେମାନେ ନିଜର ନୋଟ ଅନ୍ୟ ଦେଶରେ ଛପାଇ ଥାଆନ୍ତି । ଅଧିକାଂଶ ଛୋଟ ଛୋଟ ଦେଶର ନୋଟ ଛପାଇବା ପାଇଁ ଅନ୍ୟ ଦେଶକୁ ଦେଇଥାନ୍ତି । ଉତ୍କୃଷ୍ଟ ଧରଣର ଟେକ୍ନୋଲଜି ନଥିବାରୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼େ । ଫଳରେ ସେମାନେ ନୋଟ ଛପେଇବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିଥାନ୍ତି ।
ମାଲକାନଗିରି ମୋଟୁ ତହସିଲ୍ର କୁନନପାଲୀ ଗାଁ ନିକଟରେ ମୋରମ ଖାଦାନ ଭିତରେ ଥିବା ଧଳା କ୍ୱାର୍ଟଜ ପଥର ଉପରେ ଲୋଲୁପ ଦୃଷ୍ଟି ପଡିଛି ତେଲେଙ୍ଗାନା ମାଫିଆଙ୍କର । ଆଦିବାସୀ ଲୋକଙ୍କୁ ଅଳ୍ପ କିଛି ପ୍ରଲୋଭନ ଦେଖାଇ ମାଫିଆ ମୂଲ୍ୟବାନ ପଥରକୁ ଭାଙ୍ଗିବା ସହ ଟ୍ରକ ଯୋଗେ ବୋହି ନେଉଛନ୍ତି।
ଭାରତ ବିଶେଷ କରି ଓଡ଼ିଶା ପାଇଁ ଭୟଙ୍କର ଚେତାବନୀ ! ଭାରତର ପାଣିପାଗ ଏବଂ ପରିବେଶରେ ଦେଖାଦେବ ଅପ୍ରତ୍ୟାଶିତ ପରିବର୍ତ୍ତନ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ। ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ ଟି ଉପକୂଳ ସହର ଜଳମଗ୍ନ ହୋଇଯିବ।
ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ୧୨ ଦିନ ଧରି ଧରି ଯେଉଁ ସୁନ୍ଦରୀ ଶିମିଳିପାଳକୁ ନାଶ କରିଚାଲିଛି ସର୍ବଗିଳା ନିଆଁ, ଆଜି ଯାଏଁ ଆୟତ୍ତକୁ ଆସିପାରି ନାହିଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଶିମିଳିପାଳ ଅଭୟାରଣ୍ୟର ୫୯୪ଟି ଜାଗାରେ ନିଆଁ ଲାଗିବା ସହ ସଙ୍କଟରେ ପଡ଼ିଯାଇଛନ୍ତି […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର IRC Village N-2 ଘଟିଥିବା ଘଟଣା ଅକ୍ଟୋବର ୪ ତାରିଖର ସେହି ଲୋମଟାଙ୍କୁରା ଅପରାଧକୁ ମନେ ପକାଇ ଦେଉଛି। ସେଦି ସ୍ପଷ୍ଟ ଦିବାଲୋକରେ ସାମନ୍ତରାପୁରରେ ସୈତାନ ଖେଳିଥିଲେ ରକ୍ତର ହୋଲି। ଆଉ ଆଜିର ଦୃଶ୍ୟ ବି ଥିଲା ଠିକ୍ ସେମିତି। ସାମନ୍ତରାପୁର ହତ୍ୟା ଘଟଣାର ଶହେ କୋଡ଼ିଏ ଦିନର ବ୍ୟବଧାନ ପରେ ଦିନ ଦିପହରରେ ରାଜଧାନୀରେ ଗଡ଼ିଛି ଆଉ ଏକ ମଣିଷ ମୁଣ୍ଡ। ଆଇଆର୍ସି ଭିଲେଜ୍ ସ୍ଥିତ ଭିଆଇପି କଲୋନୀରେ ଭୂଜାଲି ଓ […]
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ। ଏହି ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କଟକ ସ୍ଥିତ ଆନନ୍ଦ ଭବନରୁ ଏକ ସାଇକେଲ ଶୋଭାଯାତ୍ରା ଭୁବନେଶ୍ୱର ବିମାନବନ୍ଦର ଯାଏ ବାହାରିଛି। ଏଥିରେ ଯୁବ, ଛାତ୍ର ସଂଗଠନ ଓ ବିଜେଡିର ବରିଷ୍ଠ ନେତା ମାନେ ସାମିଲ ହୋଇଛନ୍ତି। ଏହି ଅବସରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏପ୍ରିଲ ୧୭ ବିଜୁ ବାବୁଙ୍କ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିୟମକୁ ପୁଣିଥରେ କଡ଼ାକଡ଼ି କରିଛନ୍ତି। କେଉଁଠି ରାତ୍ରୀକାଳୀନ କର୍ଫ୍ୟୁ ଲାଗିଥିବା ବେଳେ ଅନ୍ୟ କେଉଁଠି ମାସ୍କ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ବି ଧୀରେ ଧୀରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବ ଭଳି ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ୯,୮୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବିଗତ ୪ ମାସରେ ସର୍ବାଧିକ ହୋଇଛି। ସେହିଭଳି […]
ନୂଆଦିଲ୍ଲୀ: ଦେଶର ଅନ୍ୟ ସହରଗୁଡ଼ିକ ମଧ୍ୟରୁ ବେଙ୍ଗାଲୁରୁ ସହରରେ ଜୀବନଯାପନ କରିବା ସହଜ, ସରଳ ଓ ସୁବିଧାଯୋଗ୍ୟ। ସରକାରଙ୍କର ‘ଇଜି ଅଫ୍ ଲିଭିଂ ଇନ୍ଡେକ୍ସ ୨୦୨୦’(ଇଓଏଲ୍ଆଇ୨୦୨୦)ରେ ଏହା ଦର୍ଶାଯାଇଛି। ୧୧୧ ସହରକୁ ନେଇ ହୋଇଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ତାଲିକାରେ ବେଙ୍ଗାଲୁରୁ ସାର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟରେ ପୁଣେ ଏବଂ ତୃତୀୟ ସ୍ଥାନରେ ଅହମଦାବାଦ ରହିଛି। ଏହି ତିନ ସହର ଜୀବନଯାପନ ପାଇଁ ଖୁବ୍ ସରଳ ଓ ଲୋକପ୍ରିୟ ହୋଇପାରିଛି। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା […]
ଭୁବନେଶ୍ୱର: ଦିନକୁ ଦିନ ଉଗ୍ର ହେଉଛି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ। ଓଡ଼ିଶାର ସୀମାବର୍ତ୍ତି ଜିଲ୍ଲାର କିଛି ସ୍ଥାନରେ ପଂଚାୟତ ନିର୍ବାଚନ କରି ଆନ୍ଧ୍ରପ୍ରଦେଶ ହଟଚମଟ ସୃଷ୍ଟି କରିଥିଲା। କେବଳ ଆନ୍ଧ୍ର ନୁହେଁ ପଡ଼ୋଶୀ ଛତିଶଗଡ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ବି ଆମ ରାଜ୍ୟର ସୀମା ରହିଛି। ଏହାକୁ ନେଇ ଚାରିଆଡୁ ସମାଲୋଚନା ଓ ଚାପ ପଡ଼ିବା ପରେ ଏବେ ରାଜ୍ୟ ସରକାରଙ୍କର ନିଦ ଭାଙ୍ଗିଛି। ଫଳରେ ୧୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ […]
ଭୁବନେଶ୍ୱର: ସୋମବାର ଠାରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ କରୋନାଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି ଓ ଏକାଧିକ ରୋଗ ଥିବା ୪୫ ବର୍ଷ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଏହି ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ। ନିର୍ଦ୍ଧାରିତ ବର୍ଗର ଲୋକଙ୍କ ନାଁ ପଞ୍ଜୀକରଣ ପାଇଁ କୋ-ୱିନ୍ ଆପ୍ ୨.୦ ପୋର୍ଟାଲ୍ ଖୋଲାଯାଇଛି। ତେଣୁ ଲୋକମାନେ ଏହି ପୋର୍ଟାଲ୍ରେ ନା ପଞ୍ଜୀକରଣ କରି ଟିକା ନେଇପାରିବେ। ଏହି […]
ଦିନେ ରିଲ୍ ଲାଇଫ୍ର ହୋରି ଥିବା ବଲିଉଡ୍ ଷ୍ଟାର୍ ସୋନୁ ସୁଦ୍ କରୋନା ସମୟରେ ସାଜିଥିଲେ ରିୟଲ ଲାଇଫ୍ ହିରୋ। କଳ୍ପନା ଦୁନିଆରେ ନାୟକ ହୋଇ ସେ ଯେତିକି ପ୍ରଶଂସା ସାଉଁଟି ନଥିଲେ ବାସ୍ତବ ଜୀବନରେ ନାୟକ ହୋଇ ତାଠୁ ଅନେକ ଭଲପାଇବା ପାଇଛନ୍ତି ସୋନୁ ସୁଦ। କରୋନା ପରଠାରୁ ଗରିବ, ଅସହାୟ ଲୋକେ ସୋନୁ ସୁଦଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି। କିଏ ସୋନୁ ସୁଦଙ୍କ ନାଁରେ ଦୋକାନ ଖୋଲିଲାଣି ତ ଆଉ କିଏ ହୋଟେଲ […]
ଦେଶରେ ବଢ଼ୁଥିବା ତେଲ ଦରକୁ ନେଇ ଚାରିଆଡ଼େ ଅସନ୍ତୋଷ ଦେଖିବାକୁ ମିଳିଛି। ପେଟ୍ରୋଲ ଓ ଡିଜେଲ ଦାମ ଶହେ ଛୁଇଁବାକୁ ବସିଲାଣି। ସାଧାରଣ ଜନତା ଉପରେ ଏହାର ଘୋର୍ ପ୍ରଭାବ ପଡ଼ିଛି। ଏପଟେ ବଢ଼ୁଥିବା ତେଲ ଦରକୁ ନେଇ ସାଧାରଣ ଜନତା ନାକେଦମ ଥିବା ବେଳେ ବେଡ଼ି ଉପରେ କୋରଡ଼ ମାଡ଼ ପରି ଠକାଉଛନ୍ତି ପେଟ୍ରୋଲ ପମ୍ପର କର୍ମଚାରୀ। ପେଟ୍ରୋଲ ପମ୍ପରେ ଗ୍ରାହକମାନେ ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି। ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପେଟ୍ରୋଲ […]
ଯଦି ଆପଣ ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି ଦୁଇଟ ଜବରଦସ୍ତ ସିକ୍ରେଟେ ଟ୍ରିକ୍ ବିଷୟରେ କହିବୁ, ଯାହାକୁ ଜାଣିଲେ ମୋବାଇଲ୍ ଚଳାଇବା ଆହୁରି ସହଜ ଓ ସୁରକ୍ଷିତ ହୋଇଯିବ। କେମିତି ସୁରକ୍ଷିତ ଭାବରେ ଇଣ୍ଟର୍ନେଟ୍ ବ୍ୟବହାର କରିପାରିବେ ଓ ମୋବାଇଲ୍ ସ୍କ୍ରିନ୍ରେ ଶୋ କରୁଥିବା ଅନବାଶ୍ୟକ ବିଜ୍ଞାପନକୁ କିପରି ବନ୍ଦ କରିବେ ସେ ବିଷୟରେ ବି ଜଣାଇବୁ। ଏମିତି ଟ୍ରିକ୍ ବିଷୟରେ କହିବୁ ଯାହା ଦ୍ୱାରା ଆଣପଙ୍କୁ କେହି ବି ଟ୍ରାକ୍ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ୍ର ନଛିପୁର ଗାଁରୁ ମିଳିଛି ହଜାର ହଜାର ସଂଖ୍ୟାରେ କଉଡ଼ି। ଘର ପାଇଁ ନିଅଁ ଖୋଳିବା ବେଳେ ଶ୍ରମିକମାନେ ମାଟି ତଳେ ଥିବା ଏକ ଘୁମରୁ ୧୦ ଝୁଡ଼ିରୁ ଅଧିକ କଉଡ଼ି ପାଇଛନ୍ତି। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ କଉଡ଼ି ମିଳିଥିବା ଅଂଚଳରେ ଖନନ କରାଯାଇ ପ୍ରାଚୀନ ଐତିହ୍ୟ ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି। ମାଟି ତଳେ ଶହ ଶହ ବର୍ଷର ସମ୍ପତ୍ତି ବାହାରିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ଉତ୍କଣ୍ଠା ବୃଦ୍ଧି […]
ଫେବୃଆରୀ ମାସକୁ ରୋମାଣ୍ଟିକ ମାସ ବୋଲି କୁହାଯାଏ। କାରଣ ଏହି ମାସରେ ପଡ଼େ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍। ତେବେ ପାଶ୍ଚାତ୍ୟ ସଂସ୍କୃତିରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବା ବହୁତ ଗୁରୁତ୍ୱ ରଖୁଥିବା ବେଳେ ଭାରତୀୟ ସଂସ୍କୃତିର ଅଂଶବିଶେଷ ନୁହେଁ । ଏଥିପାଇଁ ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବାର ଘଟଣା ଦେଖିବାକୁ ମିଳେ। ତେବେ ଆମ ଦେଶରେ ଯୁବପିଢ଼ି ମଧ୍ୟ ଧୀରେ ଧୀରେ ଏହି ସଂସ୍କୃତିକୁ କିଛି ମାତ୍ରାରେ ଆପଣେଇ ନେଲେଣି। ବର୍ତ୍ତମାନ […]
ଭାଲେଣ୍ଟାଇନ୍ସ ୱିକ୍ସର ଆରମ୍ଭ ଆଜି ଗୋଲାପର ସୌନ୍ଦର୍ଯ୍ୟ ଓ ସୁଗନ୍ଧରୁ ହୋଇଛି। ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ଭାବେ ପାଳନ କରାଯାଇଥାଏ। ଏହି ଦିନ ଲଭ୍ ବାର୍ଡ୍ସମାନେ ଲାଲ୍ ଗୋଲାପ ଦେଇ ପରସ୍ପରର ଫିଲିଙ୍ଗସ ଶେୟାର୍ କରନ୍ତି। ତେବେ କେବଳ ପ୍ରେମୀଯୁଗଳ କାହିଁକି, ଯେ କେହି ବି ଏହି ରୋଜ୍ ଡେ ସେଲିବ୍ରେଟ୍ କରିପାରିବେ। ଆଉ ଏହା ହିଁ ଏହି ଦିନର ଖାସ୍ କଥା। କିନ୍ତୁ ହଁ, ସମସ୍ତେ ଲାଲ୍ ରଙ୍ଗର ଗୋଲାପ ସହିତ […]
ଆଜି ରୋଜ୍ ଡେରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ସ ୱିକ୍ସ, ମାନେ ପ୍ରେମ ସପ୍ତାହ। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ଚାଲିବ। ପ୍ରେମୀଯୁଗଳଙ୍କ ପାଇଁ ଏହି ସପ୍ତାହ ଖୁବ୍ ଖାସ୍। ଗୋଲାପ ପ୍ରେମର ପ୍ରତୀକ ହୋଇଥିବାରୁ ଏହି ସପ୍ତାହର ପ୍ରଥମ ଦିନ ଗୋଲାପରୁ ହିଁ ଆରମ୍ଭ ହୋଇଥାଏ।। ସେହିପରି ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସପ୍ତାହ ଶେଷ ହୋଇଥାଏ। ସପ୍ତାହଟାଯାକ ସମସ୍ତେ ନିଜ ଭଲପାଇବାକୁ ଭିନ୍ନ ଭିନ୍ନ ଡଙ୍ଗରେ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ସ ସପ୍ତାହ ତାଲିକା […]
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍କୁ ମହଙ୍ଗାପଡ଼ିଲା ବ୍ୟବସାୟରେ ମନମାନି କରିବା। ନୂଆ ପ୍ରାଇଭେସ୍ ପଲିସି ଆଣିବା ପରେ ହ୍ୱାଟ୍ସଆପ୍ ଛାଡ଼ି ଗ୍ରାହକ ଏବେ ଟେଲିଗ୍ରାମ ମୁହାଁ ହୋଇଛନ୍ତି। ଧୀରେ ଧୀରେ ହ୍ୱାଟ୍ସଆପ୍ ବ୍ୟବସାୟରେ ଘାଟା ହେଉଥିବା ବେଳେ ଟେଲିଗ୍ରାମ ଲାଭ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକ ଏବେ ହ୍ୱାଟ୍ସଆପ ଠାରୁ ମୁହଁ ଫେରାଇ ପ୍ଲେଷ୍ଟୋର୍ରୁ ଟେଲିଗ୍ରାମ ଆପ୍ ଇନ୍ଷ୍ଟଲ କରୁଛନ୍ତି। ସେନ୍ସର ଟାୱାରର ଅପ୍ଡେଟ୍ ରିପୋର୍ଟ ଅନୁସାରେ, ଟେଲିଗ୍ରାମକୁ ଗୁଗୁଲ ପ୍ଲେଷ୍ଟୋର୍ରେ ସର୍ବାଧିକ ଥର ଡାଉନ୍ଲୋଡ୍ କରାଯାଇଛି। ଗୁଗୁଲ ପ୍ଲେଷ୍ଟୋର […]
ନୂଆଦିଲ୍ଲୀ: ୨୦୨୧ ଆରମ୍ଭ ନ ହେଉଣୁ ଭାରତରେ ଅନେକ ଥର ଇଣ୍ଟରନେଟ୍ କନେକ୍ସନ କାଟ୍ର ଘଟଣା ଦେଖିବାକୁ ମିଳିଲାଣି। ଗତମାସରେ କେବଳ କୃଷକ ଆନ୍ଦୋଳନ ପାଇଁ ୫ ଟି ଇଣ୍ଟରନେଟ୍ କାଟ ଘଟଣା ଦେଖିବାକୁ ମିଳିଛି। ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହେବା ଯୋଗୁ ସଂଯୋଗ ବିଚ୍ଛିନ୍ନ ହୋଇଛି। ଯାହା ଅନ୍ତର୍ଜାତୀୟ କ୍ଷେତ୍ରରେ ଦୃଷ୍ଟି ଆକର୍ଷଣ କରିଛି। ତେବେ ଇଣ୍ଟରନେଟ୍ ଶଟ୍ଡାଉନ୍ ଘଟଣା ଭାରତ ପାଇଁ ନୂଆ ନୁହେଁ। ପୂର୍ବରୁ ଅନେକ ଥର ଦେଶରେ ଇଣ୍ଟର୍ନେଟ୍ ଶଟ୍ଡାଉନ୍ ହୋଇଛି। ଏଥିପାଇଁ […]
କେନ୍ଦ୍ର ସରକାରଙ୍କର ଡିଜିଟାଲ ଇଣ୍ଡିଆ ଅଭିଯାନ ପରେ ଡିଜିଟାଲ୍ ପେମେଣ୍ଟ ଅଧିକ ବଢ଼ିଯାଇଛି। ତେଣୁ କାହାକୁ ପେମେଣ୍ଟ କଲେ QR କୋଡ୍ର ବ୍ୟବହାର କରିବାକୁ ପଡୁଛି। ପେଟ୍ରୋଲ ପମ୍ପ ହେଉ କିମ୍ବା ଛୋଟ ଦୋକାନ, ଯେଉଁଠି ଯାହା କିଣିଲେ ସେଇଠି QR କୋଡ୍ ମାଧ୍ୟମରେ ପେମେଣ୍ଟ କଲେ। କିନ୍ତୁ ଦୁଃଖର କଥା ହେଲା ଟେକ୍ନୋଲୋଜି ଯେତେ ଆଗେଇଲା ଠକମାନେ ବି ସେତେ ଚାଲାକ ହେଲେ। ଠକାମୀର ବିଭିନ୍ନ ଫନ୍ଦା ବାହାର କଲେ। QR କୋଡ୍ରେ ବି ଠକେଇ […]
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ତାଣ୍ଡବ ରଚୁଥିବା ବେଳେ ଏବେ ବିଶ୍ୱକୁ ଘାରିଛି ଆଉ ଏକ ଭୟଙ୍କର ମହାମାରୀର ଚିନ୍ତା। ଏହି ମହମାରୀ ବ୍ଲାକ୍ ଡେଥ୍ ଠାରୁ ଅଧିକ ଜୀବନ ନେଇପାରେ ବୋଲି କହିଲେଣି ବୈଜ୍ଞାନିକ। ‘ଫଙ୍ଗସ୍’ ଭଳି ଏହି ମାରାତ୍ମକ ଇଷ୍ଟ ବା କବକ ଆଉ ଏକ ବିଶ୍ୱ ମହାମାରୀ ସୃଷ୍ଟି କରିପାରେ। ତେଣୁ ଏଥିପାଇଁ ଆଜିଠାରୁ ଲୋକମାନେ ସତର୍କ ହେବା ଆବଶ୍ୟକ। ଆଗକୁ ‘ବ୍ଲାକ୍ ଡେଥ୍’ ଠାରୁ ଏହା ଆହୁରି ଭୟଙ୍କର ହେବ ବୋଲି […]
କରୋନା କବଳରେ ଭାରତର ଅର୍ଥନୀତି ଆଣ୍ଠେଇ ପଡ଼ିଛି। ଜିଡିପି ବିଯୁକ୍ତ ୨୩ ପ୍ରତିଶତ ହେବା ସହିତ ଶିଳ୍ପ ସଂସ୍ଥା ସ୍ଥିତି ଗମ୍ଭୀର ହୋଇଛି। ଫଳରେ ଲକ୍ଷ ଲକ୍ଷ ଚାକିରି ଯିବା ସହିତ ବେରୋଜଗାରି ବଢ଼ିଛି। ବଡ଼ବଡୁଆଙ୍କ କଥା ଛାଡ଼ି ଦେଲେ ସାଧାରଣ ଜନତା ବହୁ କଷ୍ଟ ଭୋଗିଛନ୍ତି। ଏବେ ନୂଆ ବଜେଟ୍ ଆସିବା କଥା ଶୁଣି ସାଧାରଣ ଜନତା ମନରେ ଆଶା ସଞ୍ଚାର ହୋଇଛି ଯେ ସରକାର ନିଶ୍ଚୟ ତାଙ୍କ ପାଇଁ କିଛି ନା କିଛି ଘୋଷଣା […]
ଭୁବନେଶ୍ୱର: ମୌଳିକ ସୁବିଧା ଯୋଗାଇ ଦେବାରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପଛରେ ରହିଛି ଓଡ଼ିଶା। ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ଫେଲ୍ ମାରିଛି ରାଜ୍ୟ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ସ୍ଥିତି ଆହୁରି ଉଦ୍ବେଗଜନକ ରହିଛି।୨୦୧୨ରେ ଗ୍ରାମାଞ୍ଚଳର ସ୍ଥିତି ଯାହା ଥିଲା, ୨୦୧୮ରେ ବି ଉଣା ଅଧିକ ସେୟା ରହିଛି। କେନ୍ଦ୍ର ସରକାରଙ୍କ ଇକୋନୋମିକ୍ ସର୍ଭେ ରିପୋର୍ଟ ୨୦୨୦-୨୧ରେ ଏଭଳି ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟରେ ଦର୍ଶାଯାଇଥିବା ବେୟାର୍ ନେସେସିଟିଜ୍ ଇଣ୍ଡେକ୍ସ ବା BNI ରେ […]
ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ବିଭିନ୍ନ ବର୍ଗରେ ୧୧୯ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ, ପଦ୍ମ ବିଭୂଷଣ ପୁରସ୍କାର ପାଇଁ ନାମାଙ୍କିତ କରାଯାଇଛି। ୬ଜଣ ଓଡ଼ିଆ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ବ୍ୟକ୍ତି ବିଶେଷମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। ୧୧୯ ପଦ୍ମ ପୁରସ୍କାର ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କ […]
ନୂଆଦିଲ୍ଲୀ: ପ୍ରଥମେ ଜଣେ ଫ୍ୟାସନ୍ ଡିଜାଇନର ଭାବେ ସାରା ଭାରତରେ ପରିଚୟ ସୃଷ୍ଟି କଲେ। ପରେ ଭାରତର ସଂସ୍କୃତି ଓ ପରିଧାନକୁ ସାରା ବିଶ୍ୱରେ ପରିଚିତ କରାଇଲେ। ତା’ପରେ ପୁଅଙ୍କ ସହ ମିଶି ୧୯୮୦ରେ ଭାରତରେ ପ୍ରଥମ ଶାଢ଼ି ବୁଟିକ ଲଞ୍ଚ କଲେ। ଏବଂ ୧୦୮୬ ବେଳକୁ ଏହା ଏକ ପେମସ୍ ଫ୍ୟାସନ୍ ବ୍ରାଣ୍ଡରେ ପରିଣତ ହୋଇଯାଇଥିଲା। ତେଣୁ ତାଙ୍କୁ ସଫଳ ବ୍ୟବସାୟୀ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଝିଲ୍ମିଲ୍ ଦୁନିଆର ଚାକଚକ୍ୟ […]