Advertisment

ଶତାବ୍ଦୀ ଶେଷ ସୁଦ୍ଧା ସମୁଦ୍ରରେ ବୁଡ଼ି ଯିବ ପାରାଦୀପ ସମେତ ୧୨ ସହର !

ଭାରତ ବିଶେଷ କରି ଓଡ଼ିଶା ପାଇଁ ଭୟଙ୍କର ଚେତାବନୀ ! ଭାରତର ପାଣିପାଗ ଏବଂ ପରିବେଶରେ ଦେଖାଦେବ ଅପ୍ରତ୍ୟାଶିତ ପରିବର୍ତ୍ତନ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ।  ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ ଟି ଉପକୂଳ ସହର  ଜଳମଗ୍ନ ହୋଇଯିବ।

author-image
Minati Mishra
ବର୍ଷା ସହ ବଜ୍ରପାତ ନେଇ ୧୯ ଜିଲ୍ଲାକୁ ୱାର୍ଣ୍ଣିଂ

Climate Change in odisha

ନୂଆଦିଲ୍ଲୀ: ଭାରତ ବିଶେଷ କରି ଓଡ଼ିଶା ପାଇଁ ଭୟଙ୍କର ଚେତାବନୀ ! ଇଣ୍ଟରଗଭଣ୍ଣମେଣ୍ଟାଲ ପାନେଲ ଅନ କ୍ଲାଇମେଟ ଚେଞ୍ଜ  (IPCC) ର  ରିପୋର୍ଟରେ ଭାରତ ପାଇଁ ରହିଛି ସାଂଘାତିକ ଚେତାବନୀ । ଚେତାବନୀରେ କୁହାଯାଇଛି ଭାରତର ପାଣିପାଗ ଏବଂ ପରିବେଶରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖାଦେବ । ଏହାର ପ୍ରଭାବରେ କେଉଁଠି ମରୁଡି ଯୋଗୁ ହାହାକାର ସ୍ଥିତି ଦେଖାଦେବ ତ କେଉଁଠି ଏକାଧିକ ସହର ଜଳାର୍ଣ୍ଣବ ହୋଇଯିବ।  ବୁଠାରୁ ବିପଦ କାରଣ ହେଉଛି ସମୁଦ୍ର ପତ୍ତନର ବୃଦ୍ଧି । ଯାହା ଫଳରେ ଶତାବ୍ଦୀର ଶେଷ ସୁଦ୍ଧା ଓଡ଼ିଶାର ପାରାଦୀପ ସମେତ ଦେଶର ୧୨ ଟି ଉପକୂଳ ସହର  ଜଳମଗ୍ନ ହୋଇଯିବ।

Advertisment

ଶତାବ୍ଦୀର ଶେଷ ସୁଦ୍ଧା ଏହି ସହର ପ୍ରାୟ ତିନି ଫୁଟ ପାଣି ତଳେ ରହିପାରେ ବୋଲି ଜଳବାୟୁ ପରିବର୍ତ୍ତନ ରିପୋର୍ଟରେ ଚେତାବନୀ ଦିଆଯାଇଛି। ଏହି ସହରଗୁଡ଼ିକ ମଧ୍ୟରେ ମୁମ୍ବାଇ, ଚେନ୍ନାଇ, କୋଚି ଏବଂ ବିଶାଖାପାଟନମ୍ ସମେତ ଓଡ଼ିଶାର ପାରାଦୀପ ରହିଛି।  ନାସା  ପକ୍ଷରୁ ଏହି ବିଶ୍ଳେଷଣ କରାଯାଇଛି।  ବିଶ୍ୱରେ ସମୁଦ୍ରପତ୍ତନର ପରିବର୍ତ୍ତନକୁ ଆକଳନ କରିବା ପାଇଁ  ଆଇପିସିସି ଏହି ରିପୋର୍ଟ ବ୍ୟବହାର କରି ଏପରି ଚେତାବନୀ ଦେଇଛି। ନାସା ପକ୍ଷରୁ ଆହୁରି କୁହାଯାଇଛି,  ୧୨ଟି ଭାରତୀୟ ସହରକୁ ଚିହ୍ନଟ କରିଛି ଯେଉଁଥିରେ ଜଳବାୟୁ ଅସ୍ୱାଭାବିକ ପରିବର୍ତ୍ତନ ହେବ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ଆଶଙ୍କା  ରହିଛି।

୧୯୮୮ ମସିହାରୁ ପ୍ରତି ପାଞ୍ଚରୁ ସାତ ବର୍ଷ ମଧ୍ୟରେ ପୃଥିବୀର ଜଳବାୟୁର ବିଶ୍ୱସ୍ତରୀୟ ମୂଲ୍ୟାଙ୍କନ ପ୍ରଦାନ କରିଆସୁଛି।  ପୃଥିବୀର ତାପମାତ୍ରା ଏବଂ ବରଫ ଆବରଣ, ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ସମୁଦ୍ର ସ୍ତରର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ମୂଲ୍ୟାଙ୍କନ କରୁଛି  ଆଇପିସିସି।  ଏହି ରିପୋର୍ଟରେ କୁହାଯାଇଛି,  ଏସିଆର  ସମୁଦ୍ର ପତ୍ତନ ବିଶ୍ୱ ହାର ଅପେକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସମୁଦ୍ର ସ୍ତରରେ ଅତ୍ୟଧିକ ପରିବର୍ତ୍ତନ ପୂର୍ବରୁ ୧୦୦ ବର୍ଷରେ ଥରେ ଦେଖାଯାଉଥିଲାବେଳେ ୨୦୫୦ ସୁଦ୍ଧା ପ୍ରତି ଛଅରୁ ନଅ ବର୍ଷରେ ଥରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। 

Advertisment

ଜଳବାୟର ଏପରି ପରିବର୍ତ୍ତନ ଯୋଗୁ ବିଭିନ୍ନ ଦେଶର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପ୍ରକାର ପାଣିପାଗ ଦେଖିବାକୁ ମିଳିବ। କେଉଁଠି ଜଳାଭାବ, ମରୁଡ଼ି ସ୍ଥିତି ଦେଖା ଦେବ ତ କେଉଁଠି ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧି ପାଇବ। ଏକବିଂଶ ଶତାବ୍ବୀ ବେଳକୁ ସମୁଦ୍ର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳ ଓ ତଳିଆ ଅଞ୍ଚଳ ସମୁଦ୍ରଗର୍ଭରେ ଲୀନ ହୋଇଯିବ। ରିପୋର୍ଟ ଅନୁସାରେ, ଗୁଜରାଟର କାଣ୍ଡଲାରେ ୧.୮୭ ଫୁଟ, ଓଖାରେ ୧.୯୬ ଫୁଟ, ବହୁନଗରରେ ୨.୭୦ ଫୁଟ, ମୁମ୍ବାଇରେ ୧.୯୦ ଫୁଟ, ମୋରମୁଗାଓରେ ୨.୦୬ ଫୁଟ, ମାଙ୍ଗାଲୋରରେ ୧.୮୭ ଫୁଟ, କୋଚିନରେ ୨.୩୨ ଫୁଟ, ପାରଦୀପରେ ୧.୯୩ ଫୁଟ, ଖିଦିରପୁରରେ ୦.୪୯ ଫୁଟ, ବିଶାଖାପଟନମରେ ୧.୭୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ ଓ ତୁତିକରନରେ ୧.୯ ଫୁଟ ଉଚ୍ଚରେ ସମୁଦ୍ର ଜଳ ଚାଲିବ।

ବିଶ୍ୱ ତାପାୟନ ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବାକୁ ଥିବା ବେଳେ ନିୟମିତ ଭାବେ ହିମାଳୟରେ ଥିବା ବରଫ ପାହାଡ଼ ମଧ୍ୟ ତରଳିବ। ଏହାଦ୍ୱାରା କୋଟିକୋଟି ଲୋକ ପ୍ରଭାବିତ ହେବେ। ଆଇପିସିସି ତା’ ରିପୋର୍ଟରେ କହିଛି ଯେ ପୃଥିବୀର ହାରାହାରି ତାପମାତ୍ରା ୧.୫ ଡିଗ୍ରି ସେଲ୍‌ସିୟସ ବଢ଼ିବ। ଏଥିପାଇଁ ଗ୍ରୀଷ୍ମ ପ୍ରଭାବ ଦେଖାଯିବ। ଅଧିକ ଦିନ ଗରମ ଓ କମ୍‌ ଦିନ ଶୀତ ଅନୁଭୂତ ହେବ। 

Climate Changes Climate Warning
Advertisment
Advertisment