• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଉଁଠୁ ଆସୁଛି ନୋଟ ? କିଏ ତିଆରି କରୁଛି ତଥା କେଉଁଠି ଛପା ହେଉଛି ? ଆପଣମାନେ ଜାଣିନ୍ତି କି, ନେଣଦେଣ ପାଇଁ ଆମେ ବ୍ୟବହାର କରୁଥିବା ନୋଟ ଗୁଡିକ କେଉଁଠୁ ଆସିଥାଏ । ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି, ସେମାନେ ନିଜର ନୋଟ ଅନ୍ୟ ଦେଶରେ ଛପାଇ ଥାଆନ୍ତି । ଅଧିକାଂଶ ଛୋଟ ଛୋଟ ଦେଶର ନୋଟ ଛପାଇବା ପାଇଁ ଅନ୍ୟ ଦେଶକୁ ଦେଇଥାନ୍ତି । ଉତ୍କୃଷ୍ଟ ଧରଣର ଟେକ୍ନୋଲଜି ନଥିବାରୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼େ । ଫଳରେ ସେମାନେ ନୋଟ ଛପେଇବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିଥାନ୍ତି ।

ଆଜିକାଲି ନୋଟ ଛପାଇବା ଏକ ବଡ ବ୍ୟବସାୟ ପାଲଟିଗଲାଣି । ନୋଟ ଛପାଇବା ପାଇଁ ଅଧିକାଂଶ ଦେଶ ନିଜ ସରକାରୀ ପ୍ରିଣ୍ଟର ମେସିନର ବ୍ୟବହାର କରନ୍ତି । ଏହାସହ ସେଥିରେ ବ୍ୟବହୃତ କାଗଜ ଓ ଇଙ୍କ୍ ପାଇଁ ନିଜ ଦେଶର ବିଭିନ୍ନ ଅଞ୍ଚଳ ଉପରେ ନିର୍ଭର କରିବାକୁ ପଡ଼େ ।

ନୋଟ୍ ଛପାଇବାରେ ଅଗ୍ରଣୀ କମ୍ପାନୀ

ଲଣ୍ଡନର ଡି ଲା ରୁ କମ୍ପାନୀ ନୋଟ ଟଙ୍କା ଛପାଇବାରେ ସବଠୁ ଆଗରେ ରହିଛି । ଏହି କମ୍ପାନୀ ଦୁନିଆର ୬୯ଟି ଦେଶକୁ ନୋଟ ଛପାଇବା ଟେକନିକ୍ ଶିଖାଇଥାଏ । ୧୮୬୧ ମସିହାରେ ସ୍ଥାପନ ହୋଇଥିବା ଏହି କମ୍ପାନୀ ନୋଟ ଛପାଇବା ସହ ଟାକ୍ସ ଷ୍ଟାମ୍ପ, ଡ୍ରାଇଭିଂ ଲାଇସେନ୍ସ ଓ ଖାଦ୍ୟ ସାମଗ୍ରୀର ଭାଉଚର ମଧ୍ୟ ଛପାଇଥାଏ ।

ଅନେକ ସ୍ଥାନରେ ୟୁରୋପୀୟ ୟୁନିଅନର ନୋଟ୍ ଛପାହୁଏ

ୟୁରୋପୀୟ ସଂଘର ନୋଟ ଗୁଡିକ ନ୍ୟାସନାଲ ବ୍ୟାଙ୍କ ଓ ପ୍ରମାଣିତ ତଥା ସୁରକ୍ଷିତ ପ୍ରିଣ୍ଟର ଦ୍ୱାରା ଛପା ଯାଇଥାଏ । ଏଥିମଧ୍ୟରୁ ହାଲୋଣ୍ଡ ରଏଲ ୧୦ଟି ଦେଶ ପାଇଁ, ଫ୍ରାନସର ଏଫ୍‌ସି ଓବର୍ଥର ୮ଟି ଦେଶ ପାଇଁ, ୟୁକେର ଡି ଲା ରୁ ୪ଟି ଦେଶ ପାଇଁ, ଜର୍ମାନୀର ଗଇସେକେଣ୍ଡ ଡେବରିଏଣ୍ଟ ୭ଟି ଦେଶ ପାଇଁ ନୋଟ ଛାପନ୍ତି ।

ଆମେରିକା ନୋଟ ଛପାଇବା ପାଇଁ ବ୍ୟୁରୋ ଅଫ୍ ଏନଗ୍ରେଭିଂ ଏବଂ ପ୍ରିଣ୍ଟିଂ ଉପରେ ନିର୍ଭର କରିଥାଏ । କିନ୍ତୁ ନୋଟ ପାଇଁ ଆବଶ୍ୟକ ପଡୁଥିବା କାଗଜକୁ କ୍ରେନ କରେନ୍ସି କମ୍ପାନୀ ପ୍ରସ୍ତୁତ କରେ । ବ୍ୟୁରୋର ତତ୍ତ୍ୱାବଧାନରେ ୱାସିଙ୍ଗଟନ ଡିସି ଓ ଫୋର୍ଟ ୱର୍ଥଟେକ୍ସାସରରେ ନୋଟ ଛପା ଯାଇଥାଏ । ବ୍ୟୁରୋ ଫେଡରଲ ସରକାରଙ୍କ ଅଧିନରେ କାର୍ଯ୍ୟ କରିଥାଏ । ନୋଟ ଛପାଇବା ପଦ୍ଧତି ଓ ଟେକ୍ନିକର ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଥିଲେ ମଧ୍ୟ ଏହା ବ୍ୟୁରୋର ନିୟନ୍ତ୍ରଣରେ ରହିଥାଏ । ଆମେରିକାର ପ୍ରଥମ ନୋଟ ୧୮୮୬୧ ମସିହାରେ ଛପାଯାଇଥିଲା ।

ସେହିପରି ବ୍ରିଟେନରେ ବେଙ୍କନୋଟ୍ ଡି ଲ ରୁ କମ୍ପାନୀ ନୋଟ୍ ଛପାଇବା କାମ କରିଥାଏ । ଯାହା ଉପରେ ସରକାରଙ୍କ ନିୟନ୍ତ୍ରଣ ଥାଏ । ସେହିପରି ଭାରତରେ ଟଙ୍କା ଛପାଇବା କାମ ସମ୍ପୂର୍ଣ୍ଣ ରୂପେ Security Printing and Minting Corporation of India ଉପରେ ନିର୍ଭର କରେ । ଚୀନରେ ବିଶ୍ୱର ସର୍ବବୃହତ୍ତ୍ ନୋଟ୍ ପ୍ରିଣ୍ଟିଂ ସଂସ୍ଥା ରହିଛି । ବ୍ୟାଙ୍କ୍ ନୋଟ୍ ପ୍ରିଣ୍ଟିଂ ଏବଂ ମିଟିଙ୍ଗ୍ କର୍ପୋରେସନ୍ ଦ୍ୱାରା ଏଠାରେ ନୋଟ୍ ଛପାଯାଏ । ଏଥିରେ ୧୮ ହଜାର କର୍ମଚାରୀ କାମ କରୁଥିବାବେଳେ ୧୦ଟି ସ୍ଥାନରେ ଏହାର ଉତ୍ପାଦନ କରାଯାଇଥାଏ । ନିଜ ଦେଶ ସହ ବାଂଲାଦେଶ, ବ୍ରାଜିଲ, ମାଲେସିଆ, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲ୍ୟାଣ୍ଡ ପାଇଁ ମଧ୍ୟ ନୋଟ୍ ଛପାଇବା କାମ କରିଥାଏ ଚୀନ୍ ।

କେବଳ ଛୋଟ ଦେଶମାନେ ହିଁ ଘରୋଇ କମ୍ପାନୀଗୁଡ଼ିକୁ ନିଜ ଦେଶର ମୁଦ୍ରା ଛାପିବାକୁ ଅନୁମତି ଦେଇଥାନ୍ତି ବୋଲି ସମସ୍ତଙ୍କ ମନରେ ଧାରଣ ଥାଏ, କିନ୍ତୁ ଏପରି ନୁହେଁ । କାନାଡା ମଧ୍ୟ ନିଜ ଦେଶର ଡଲାର ଛାପିବା ଦାୟିତ୍ୱ କାନାଡିୟନ ବ୍ୟାଙ୍କ ନୋଟ୍ କମ୍ପାନୀକୁ ଦେଇଛି । ଯାହା ସମ୍ପୂର୍ଣ ଭାବରେ ଏକ ବେସରକାରୀ କମ୍ପାନୀ ଅଟେ । ୧୯୩୫ ମସିହାରୁ ବ୍ୟାଙ୍କ ଅଫ୍ କାନାଡାକୁ ନୋଟ୍ ଦେଶ ପାଇଁ ନୋଟ୍ ଛପାଇବା କାମ କରୁଛି ।