• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

no-confidence motion
ହଟ୍ଟଗୋଳ ଯୋଗୁଁ ମୋଦି ସରକାର ବିରୋଧରେ ଆଜି ଆସି ପାରିଲାନି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବୀ ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା।  ସେହିପରି କାବେରୀ ଜଳ ବିବାଦ ପ୍ରସଙ୍ଗକୁ ନେଇ  AIADMK  ସଦସ୍ୟମାନେ ମଧ୍ୟ  ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା କରିଥିଲେ।  ଏହାକୁ ନେଇ ଗୃହକୁ  ଦିନ ୧୨ଟା ପଯର୍ୟନ୍ତ ମୁଲତବୀ ରଖିଥିଲେ […]

pm modi
ମୋଦି ସରକାର ପାଇଁ ଆଜି ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି। ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। […]

nidahas trophy final
ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ୍: ବାଂଲାଦେଶ ୪ ଓ୍ୱିକେଟରେ ପରାସ୍ତ

କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି।  ଭାରତ ଆଗରେ ୧୬୭ ରନର ଟାର୍ଗେଟ ଥିଲା। ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି।  ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ ୧୬୬ ରନ୍ କରିଥିଲା।   ବାଂଲାଦେଶ ପକ୍ଷରୁ ସବୀର ରହମାନ ସର୍ବାଧିକ ୭୭ ରନ୍  କରିଥିଲେ। […]

modi 9
ମୋଦି କହିଲେ ସାରା ଦେଶକୁ ଚମକାଇବ ଓଡ଼ିଶାର ଫଳାଫଳ

ନୂଆଦିଲ୍ଲୀ : ଓଡ଼ିଶାରେ ହେବ ତ୍ରିପୁରା ଭଳି ମ୍ୟାଜିକ୍। ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ କଥା ହେଲା ବେଳେ ପ୍ରଧାନମନ୍ତ୍ରୀ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପିକୁ ଦୁର୍ବଳ ମନେ କରାଯାଉଥିଲା। ଏଥର କିନ୍ତୁ ଫଳାଫଳ […]

ceasefire violation
ପାକିସ୍ତାନର ଗୁଳିମାଡ଼ରେ ଗୋଟିଏ ପରିବାରର ୫ ମୃତ

ଜାମ୍ମୁ: ପାକିସ୍ତାନୀ ସେନାଙ୍କ ଗୁଳିମାଡ଼ରେ ଗୋଟିଏ ପରିବାରର ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜାମ୍ମୁ ଓ କାଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ବାଲାକୋଟ୍ ସେକ୍ଟରରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଆଜି ବଡ଼ି ଭୋରରୁ ପାକିସ୍ତାନ ସେନାଙ୍କ ଦ୍ୱାରା ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ଓ ପରେ ବାଲାକୋଟ୍ ସେକ୍ଟରରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ, ପାକିସ୍ତାନୀ ସେନାର ଏଭଳି ଗୁଳିମାଡ଼ର ପାଲଟା ଜବାବ ଦେଇଛନ୍ତି ଭାରତୀୟ ସେନା।

nidahas trophy final
ନିଦହାସ୍ ଟ୍ରଫି: ଆଜି ଫାଇନାଲ୍ ମ୍ୟାଚ୍

କଲମ୍ବୋ: ନିଦହାସ୍‌ ଟି ଟ୍ୱେଣ୍ଟି ତ୍ରିରାଷ୍ଟୀୟ ସିରିଜର ଆଜି ଫାଇନାଲ ମ୍ୟାଚ୍‌। କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ରେକର୍ଡ ଦୃଷ୍ଟିରୁ ଟି ଟ୍ୱେଣ୍ଟିରେ ଭାରତ, ବାଂଲାଦେଶ ଠାରୁ ଗୋଟିଏ ବି ମ୍ୟାଚ ହାରିନି। ଉଭୟ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ ଜିତିଛି। ତେଣୁ ଏହି ବିଜୟ ଧାରାକୁ ବଜାୟ ରଖି ଟାଇଟଲ ହାତେଇବାକୁ ଉଦ୍ୟମ କରିବ ଭାରତର ଯୁବ ବାହିନୀ। ଉଭୟ ବ୍ୟାଟିଂ ଓ ବୋଲିଂ ଦୃଷ୍ଟିରୁ ଭାରତ […]

bath-2
ଏମିତି ଉପାୟରେ ସ୍ନାନ କରନ୍ତୁ ରୋଗ ପାଖ ମାଡ଼ିବନି ! ଜାଣନ୍ତୁ କେମିତି

କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଜଣକ ପାଖରେ ଯଦି ଦୁନିଆର ସବୁ ଜିନିଷ ଥାଏ, ହେଲେ ଉତ୍ତମ ସ୍ୱାସ୍ଥ୍ୟ ନଥାଏ, ତାହେଲେ ସେ କେବେ ବି ସୁଖି ହୋଇପାରିବ ନାହିଁ। ଏଣୁ ସୁସ୍ଥ ରହିବାକୁ ସମସ୍ତେ ପ୍ରୟାସ କରନ୍ତି। କିଏ ବ୍ୟାୟାମ କରେ ତ ଆଉ କିଏ ଜିମ୍ ଯାଏ। ଆଉ କିଛି ଲୋକ ନିଜ ଖାଦ୍ୟ ଓ ପାନୀୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ନିଜକୁ ଫିଟ୍‌ ରଖିବାକୁ ଏମିତି ଉପାୟ ଆପଣାଉଥିବା ବ୍ୟକ୍ତିଙ୍କ ପାଇଁ ଆମେ […]

railway
ରେଲୱେରେ ୮୯ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି। ଆରଆରବି […]