• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

indigo
ଭୁବନେଶ୍ୱର ଓ ଅନ୍ୟ ସହରରୁ ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ

ଭୁବନେଶ୍ୱର/ମୁମ୍ବାଇ: ଇଣ୍ଡିଗୋର ୪୭ଟି ବିମାନର ଉଡାଣ ବାତିଲ କରି ଦିଆଯାଇଛି। ଏଥିଯୋଗୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ବେଙ୍ଗାଲୁରୁ, ପାଟନା, ଶ୍ରୀନଗର, ଅମ୍ରିତସର ଓ ଗୌହାଟି ସହରରୁ ଇଣ୍ଡିଗୋ ବିମାନର ଉଡାଣ ବାତିଲ ହୋଇଛି। ଗତକାଲି ଇଣ୍ଡିଗୋର ଏକ ବିମାନ ବୈଷୟିକ ତୃଟି ଯୋଗୁ ୪୦ମିନିଟ୍‌ ପରେ ପୁଣି ଫେରି ଆସିଥିଲା। ଏହି ବିମାନଟି ଅହମଦାବାଦରୁ ଲକ୍ଷ୍ନୌ ଯାଉଥିଲା। ଏହି ଘଟଣାକୁ ଗୁରୁତର ସହ ନେଇଛି […]

exam
ଇସ୍ରୋରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ବିଭିନ୍ନ ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଇଚ୍ଛୁକ ପ୍ରାର୍ଥୀ ଇସ୍ରୋର ଅଫିସିଆଲ ୱେବସାଇଟ୍ www.sac.gov.in. କୁ ଯାଇ ଆବେଦନ କରିପାରିବେ। ଅନଲାଇନ୍ ରେଜିଷ୍ଟ୍ରେସନ୍ ମାର୍ଚ୍ଚ ୧୨ରେ ଆରମ୍ଭ ହୋଇଥିବାବେଳେ ଆବେଦନର ଶେଷ ତାରିଖ ଏପ୍ରିଲ ୨। ୮୦ ରୁ ଅଧିକ ଖାଲି ପଡ଼ିଥିବା Technicians, Engineers/Scientists, Cooks and Attendants ପଦବୀ ଲାଗି ଦରଖାସ୍ତ ଗ୍ରହଣ କରାଯାଉଛି।

mao
୮ ସିଆର୍‌ପିଏଫ୍‌ ଯବାନ ସହିଦ

ଛତିଶଗଡ଼ : ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ବର୍ବର କାଣ୍ଡ। ଆକ୍ରମଣରେ ୮ ଜଣ CRPF ଯବାନ ସହିଦ। ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀଙ୍କ ଏକ IED  ବିସ୍ଫୋରଣରେ ଏହି ଯବାନମାନେ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୬ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି।  ମାଓବାଦୀମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିବା ଜଣାପଡିଛି। ସହିଦ ଯବାନ ସିଆରପିଏଫ୍ ୨୧୨ ବାଟାଲିୟନର। ଯବାନମାନେ ପାଟ୍ରୋଲିଂ […]

katrina kaif
ବଲିଉଡ଼ର ଏହିସବୁ ଅଭିନେତ୍ରୀ ବି ହୋଇଥିଲେ ଅସଦାଚରଣର ଶିକାର

ବଲିଉଡ଼ ସେଲିବ୍ରେଟିମାନଙ୍କ ଭବ୍ୟ ଜୀବନଯାପନ ଶୈଳୀ ଆମ୍ଭମାନଙ୍କୁ ବେଶ୍ ଆକର୍ଷିତ କରିଥାଏ। ଏପରିକି ଆମ୍ଭେମାନେ ମଧ୍ୟ ସେମାନଙ୍କ ଲାଇଫଷ୍ଟାଇଲକୁ ଫଲୋ କରିଥାଉ। ଆମ୍ଭମାନଙ୍କ ମନ ମଧ୍ୟରେ ଥାଏ କି  ସେମାନଙ୍କ ଲାଇଫଷ୍ଟାଇଲ ଜଣେ ସାଧାରଣ ଲୋକ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବା ସହ ଅତି ଉଚ୍ଚକୋଟୀର ମଧ୍ୟ ହୋଇଥାଏ। ମାତ୍ର ଆମ୍ଭେମାନେ କେବେବି ଭାବିନଥାଉ କି ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ କି କି ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଜଣେ ଫିଲ୍ଲ ଷ୍ଟାରଙ୍କ ଜୀବନ କେବଳ […]

amitabh
ଅମିତାଭ ବଚ୍ଚନ ଅସୁସ୍ଥ

ମୁମ୍ବାଇ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଅସୁସ୍ଥ। ଯୋଧପୁରରେ ଏକ ଫିଲ୍ମ ସୁଟିଂ ବେଳେ ବିଗ ବି ଅସୁସ୍ଥ ହୋଇଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଯୋଧପୁରରେ ଅମିତାଭ ତାଙ୍କ ଆଗାମୀ ଫିଲ୍ମ ‘Thugs Of Hindostan ’ ସୁଟିଂ ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଫଳରେ ସୁଟିଂ ଅଧାରୁ ଫେରି ଆସିଥିଲେ ଅମିତାଭ । ମୁମ୍ବାଇରୁ ଏକ ଟିମ୍ ଡାକ୍ତର ଯୋଧପୁରରେ ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। ପ୍ରକୃତରେ ତାଙ୍କ ଅସୁସ୍ଥତାର କାରଣ […]

arvind kejriwal
ଅରବିନ୍ଦ କେଜରିୱାଲଙ୍କୁ ଆଉ ଏକ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଏକ ଝଟକା। ବର୍ତ୍ତମାନ କେଜରିୱାଲଙ୍କୁ ଝଟକା ଲାଗିଛି  ପରାମର୍ଶଦାତାଙ୍କ ଇସ୍ତଫାକୁ ନେଇ। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭିକେ ଜୈନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି। ବ୍ୟକ୍ତିଗତ କାରଣ ଯୋଗୁ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି। ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଜୈନଙ୍କୁ ପଚରାଉଚୁରା କରିବାର କିଛିଦିନ ପରେ ସେ ଏହି ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସେ ତାଙ୍କର ଇସ୍ତଫା […]

nidahas trophy
ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ। ନିଦାହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତ ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ ଏବଂ ମନୀଶ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି।  ଏହାସହ ଭାରତର ଫାଇନାଲ ଖେଳିବା ଆଶା ଉଜ୍ଜିବୀତ ହୋଇଛି। କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା […]

bahuba;li
ବାହୁବଳୀ ପରେ କଟ୍ଟପା ରହିବେ ମ୍ୟାଡାମ୍ ତୁଷାଦରେ

୨୦୧୫ ଓ ୨୦୧୭ରେ ଦୁଇଟି ଭାଗରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାହୁବଳୀ’ ସାରା ଦେଶରେ ଅଭୁତପୂର୍ବ ସଫଳତା ହାସଲ କରିଥିଲା। ବକ୍ସ ଅଫିସରେ ସବୁ ରେକର୍ଡ ଭାଙ୍ଗି ଇତିହାସ ରଚିଥିଲା ବ୍ଲକ୍‌ବଷ୍ଟର ଫିଲ୍ମ ‘ବାହୁବଳୀ’। ସବୁ ସ୍ତରର ଦର୍ଶକ ଏହି ଫିଲ୍ମକୁ ଆପଣେଇଥିଲେ। ଏହାର ଚିତ୍ର, ଚରିତ୍ର , ଡାଏଲଗ୍ ସବୁ ହୋଇ ଉଠିଥିଲା ଜୀବନ୍ତ। ‘ବାହୁବଳୀ’ ଫିଲ୍ମର ଦୁଇ ଚରିତ୍ର ବାହୁବଳୀ ଓ କଟ୍ଟପା ଖୁବ୍ ଲୋକପ୍ରିୟ ହୋଇଥିଲେ। ପ୍ରକାଶିତ ସୂଚନା ଅନୁସାରେ, ‘ବାହୁବଳୀ’ର ଲୋକପ୍ରିୟ […]

wash
ରୋଷେଇ ବେଳେ ଧୋଇବା ମନା

ଆମର ଦୈନନ୍ଦିନ ଜୀବନରେ ରୋଷେଇ ଏକ ମୁଖ୍ୟ କାର୍ଯ୍ୟ । ସାଧାରଣତଃ ରୋଷେଇ ପାଇଁ ଭଲ ପନିପରିବାର ଆବଶ୍ୟକତା ହୋଇଥାଏ। ଏହାକୁ ଠିକ୍ ଭାବରେ ବ୍ୟବହାର ନକଲେ ଖାଦ୍ୟ ସୁସ୍ୱାଦୁ ହୋଇନଥାଏ। ଏବଂ ସ୍ୱାସ୍ଥ୍ୟପକ୍ଷେ ହାନିକାରକ ହୋଇଥାଏ। ଏଣୁ ରୋଷେଇ କରିବା ପୂର୍ବରୁ ଆମେ ପନିପରିବାକୁ ବେଶ ଭଲ ଭାବରେ ଧୋଇଥାଉ । କାରଣ ବଜାରରୁ କିଣିକି ଆଣିବା ବେଳେ ଏଥିରେ ବହୁତ ଧୂଳି ଲାଗିଥାଏ। ଆଉ ମଧ୍ୟ ଏଥିରେ ବ୍ୟାକ୍ଟେରିଆ ଲାଗିଥା’ନ୍ତି। ହେଲେ ଏପରି କିଛି […]

plane crash
ଅବତରଣ ବେଳେ ଖସି ପଡ଼ିଲା ବିମାନ, ଥିଲେ ୬୭ଜଣ ଯାତ୍ରୀ

କାଠମାଣ୍ଡୁ: ନେପାଳ ରାଜଧାନୀ କାଠମାଣ୍ଡୁରେ ବାଂଲାଦେଶୀ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନଟି କାଠମାଣ୍ଡୁ ଏୟାରପୋର୍ଟରେ ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନରେ ୬୭ଜଣ ଯାତ୍ରୀ ଓ ୪ ଜଣ crew ମେମ୍ବର୍ସ ଥିବାର ସୂଚନା ମିଳିଛି। ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ବିମାନ ୟୁଏସ୍-ବାଂଲା ଏୟାରଲାଇନ୍ସର ଥିଲା ବୋଲି କୁହାଯାଉଛି। ସୂଚନା ଅନୁସାରେ, ଏହି ଘଟଣା ପରେ ଏୟାରପୋର୍ଟକୁ ବନ୍ଦ କରାଯିବା ସହ ଅନ୍ୟ ବିମାନ ଉଡ଼ାଣର ଗତିପଥକୁ ପରିବର୍ତ୍ତନ କରାଯାଇଛି। ଘଟଣାସ୍ଥଳରୁ ଧୂଆଁ ବାହାରୁଥିବା ନେଇ ଟେଲିଭିଜନ୍ […]

farmers agitation
ଦାବି ଉପସ୍ଥାପନ ପାଇଁ ୨୦୦ କି.ମି. ପାଦରେ ଚାଲିଲେ ଚାଷୀ

ମୁମ୍ବାଇ: ସମସ୍ତଙ୍କୁ ଅନ୍ନ ଯୋଗାଉଥିବା ଅନ୍ନଦାତା ପୁଣି ଥରେ ରାଜରାସ୍ତାରେ। ବିଭିନ୍ନ ଦାବିକୁ ନେଇ ମହାରାଷ୍ଟ୍ରର ୫୦ ହଜାରରୁ ଅଧିକ ଚାଷୀ ପାଖାପାଖି ୨୦୦ କି.ମି. ପାଦରେ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଛନ୍ତି। ମହାରାଷ୍ଟ୍ର ସରକାର ଗତ ବର୍ଷ ଚାଷୀ ଋଣ ଛାଡ଼ ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବରେ ଲାଗୁ କରିବା ସହ ବିନା ସର୍ତ୍ତରେ ସବୁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ରାଜରାସ୍ତାକୁ ଓହ୍ଲାଇ ଥିବା ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। […]

virat ---
ଆଇପିଏଲ୍‌-୧୨ : ବିରାଟ୍‌ ବାହିନୀ ୭୦ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ: ଆଇପିଏଲ୍‌ ୧୨ର ଉଦ୍‌ଘାଟନୀ ମ୍ୟାଚ୍‌ରେ ମାତ୍ର ୭୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି ବିରାଟ୍‌ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ଜିତି ୨୦୧୮ ଆଇପିଏଲ୍‌ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ୍‌ (ସିଏସ୍‌କେ) ବିରାଟ୍‌ କୋହଲିଙ୍କ ଆରସିବିକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା। ତେବେ ସିଏସ୍‌କେର ଦୁଇ ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ଇମ୍ରାନ୍‌ ତାହିର ଆରସିବିର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଆଇପିଏଲ୍‌ ୧୨ର ପ୍ରଥମ ୱିକେଟ୍‌ ହରଭଜନ ସିଂହ ନେଇଥିଲେ। ସେ […]

Rohit
ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ: ଶ୍ରୀଲଙ୍କାକୁ ଭେଟିବ ଭାରତ

ନୂଆଦିଲ୍ଲୀ:  ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭାରତ।  ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା ଏହାର ବଦଲା ନେବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ମଇଦାନକୁ ଓହ୍ଲାଇବେ। ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଛି ବଡ ଝଟକା।  ଶ୍ରୀଲଙ୍କା କ୍ୟାପଟେନ ଦୀନେଶ ଚଣ୍ଡିମଲ ପରବର୍ତ୍ତୀ ୨ ମ୍ୟାଚ ପାଇଁ ନିଲମ୍ବିତ ହୋଇଛନ୍ତି। ବାଂଲାଦେଶ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ୍ ଯୋଗୁଁ ଚଣ୍ଡିମଲକୁ ନିଲମ୍ବିତ କରିଛି ଆଇସିସି। […]

fisherman
ମାଛ ବେଉସା ଛାଡି ପାଲଟିଛନ୍ତି ଦିନ ମଜୁରିଆ

ଭୁବନେଶ୍ୱର: ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ଏବେ ସଙ୍କଟରେ।  କାରଣ ସାମୁଦ୍ରିକ ମତ୍ସ୍ୟସଂପଦ ଏବେ ଦୃତଗତିରେ ହ୍ରାସ ପାଇବାରେ ଲାଗିଛି।  ଅବସ୍ଥା ଏପରି ଯେ ସମୁଦ୍ରର ୧୦ କିଲୋମିଟର ଯାଏଁ ପର୍ଯ୍ୟାପ୍ତ ମାଛ ହେଉନାହାନ୍ତି  ଯାହାକୁ ନେଇ ଚିନ୍ତାରେ ୮୧ଟି ଗାଁର ୨୧ ହଜାର ମତ୍ସ୍ୟଜୀବୀ। ପରିବାରର  ମାଛ ବେଉସା ଛାଡ଼ି ଦିନ ମଜୁରିଆ କାମ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି। ଅସ୍ୱାଭାବିକ ଭାବେ ହ୍ରାସ ପାଉଛି ସାମୁଦ୍ରିକ ମତ୍ସ୍ୟ। ପୂର୍ବରୁ ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଦେଖିବାକୁ […]

bjp declaire
ଆଉ ୪୭ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ : ଆଉ ୪୭ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏହି ତୃତୀୟ ଦଫା ପ୍ରାର୍ଥୀ ତାଲିକାରେ ୬ଟି ରାଜ୍ୟ ଗୋଆ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକର ଲୋକସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ତେବେ କିଛି ହେଭିୱେଟ୍‌ଙ୍କ କଥା ଦେଖିଲେ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏଥର ବିଜେପି ମଧ୍ୟପ୍ରଦେଶର ମୋରେନାରୁ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଏକ ଉତ୍ତର ଗୋଆରୁ, […]

bjp bjp
ପ୍ରାର୍ଥୀ ତାଲିକା ଘୋଷଣାରେ ବିଜେପି ଆଗୁଆ

ନୂଆଦିଲ୍ଲୀ : ସବୁଠାରୁ ପଛରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ଏ କ୍ଷେତ୍ରରେ ଏବେ ବେଶ୍ ଆଗରେ ରହିଛି ବିଜେପି। ଦଳ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୧୫ଟି ଓ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ଟିକେଟ୍ ଘୋଷଣାରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ୍। ଦୁଇଟି ଦଫାରେ ଦଳ ୮ ଲୋକସଭା ଆସନ ଓ ୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ […]