• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

IPL
ଉଦଘାଟନୀ ଉତ୍ସବରେ ଯୋଗଦେବେ ବହୁ ବଲିଉଡ଼ କଳାକାର

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ୍‌ର ମହାସମର। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ଏହା ୧୧ ତମ ସଂସ୍କରଣ।  ଉଦ୍‌ଘାଟନୀ ଉତ୍ସବରେ ରଙ୍ଗାରଙ୍ଗ  କାର୍ଯ୍ୟକ୍ରମ ସାଙ୍ଗକୁ ବହୁ ବଲିଉଡ କଳାକାର ଯୋଗ ଦେବେ। ଆଜି ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ସନ୍ଧ୍ୟା ୫ଟାରେ ଆରମ୍ଭ ହେବ। ଉଦ୍‌ଘାଟନୀ ସମାରୋହ କାର୍ଯ୍ୟକ୍ରମ ୯୦ ମିନିଟ ଧରି ଚାଲିବ।  ଏହା ପରେ ଆରମ୍ଭ ହେବ ଚଳିତ ବର୍ଷର ପ୍ରଥମ ମ୍ୟାଚ୍‌। ଉଦ୍‌ଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ଜଲ୍‌ୱା ଦେଖାଇବାକୁ ସାମିଲ […]

air
୧୧୦ଟି ଲଢୁଆ ବିମାନ କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ଭଳି ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ତିକ୍ତ ହେବାରେ ଲାଗିଥିବା ବେଳେ ଭାରତ ଧୀରେ ଧୀରେ ନିଜର ବାୟୁସେନାର ଶକ୍ତି ବଢ଼ାଇବାରେ ଲାଗିଛି। ବାୟୁ ସେନାକୁ ଆହୁରି ମଜବୁତ୍‌ କରିବା ପାଇଁ ଏବେ ଆମେରିକାଠାରୁ ୧୧୦ଟି ଲଢ଼ୁଆ ବିମାନ କିଣିବାକୁ ଯାଉଛି ଭାରତ। ଏଥିପାଇଁ ବଜେଟ୍‌ ରହିଛି ପ୍ରାୟ ୧.୨୫ ଲକ୍ଷ କୋଟି ଟଙ୍କା। ଏଥିପାଇଁ ଶୁକ୍ରବାର ବାୟୁ ସେନା ପକ୍ଷରୁ ପ୍ରାରମ୍ଭିକ ଟେଣ୍ଡର ସୂଚନା ଜାରି କରାଯାଇଛି। ମେକ୍‌ ଇନ୍‌ […]

salman -1
ଶନିବାରକୁ ଘୁଞ୍ଚିଲା ସଲମାନଙ୍କ ଜାମିନ୍ ଆବେଦନ ଶୁଣାଣି

ଯୋଧପୁର : ଦବଙ୍ଗ ଖାନ୍ ଜେଲ୍‌କୁ ଯିବା ପରେ ପୁରା ବଲିଉଡ୍‌ରେ ହଲଚଲ। ସଲମାନଙ୍କ ପ୍ରଶଂସକମାନେ ଯେତିକି ମର୍ମାହତ, ତାଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ମଧ୍ୟ ସେତିକି ଛାନିଆ। କାରଣ ସଲମାନଙ୍କ ମୁଣ୍ଡରେ ଏବେ ରହିଛି ପ୍ରାୟ ୬ ଶହ କୋଟି ଟଙ୍କାର ବାଜି। ସଲମାନଙ୍କ  ଅଭିନୀତ ‘ରେସ୍ ଥ୍ରୀ’ର ସୁଟିଂ ପ୍ରାୟ ସରିଯାଇଥିବା କୁହାଯାଉଛି। ଏହା ବ୍ୟତୀତ ‘କିକ୍-ଟୁ’, ‘ଦବଙ୍ଗ ଥ୍ରୀ’, ‘ନୋ ଏଣ୍ଟ୍ରି ମେ ଏଣ୍ଟ୍ରି’ ଓ ‘ଭାରତ’ […]

salt-1
ସାବଧାନ ! ଅଧିକ ଲୁଣ ଖାଉଛନ୍ତି କି ? ଆୟୁଷ ହାନି ହୋଇପାରେ...

ବିନା ଲୁଣରେ ଖାଦ୍ୟ ରୁଚିକର ହୋଇନଥାଏ। ଏହା ଖାଦ୍ୟକୁ ସୁସ୍ୱାଦୁ କରିଥାଏ। ଏଣୁ ଆମର ଦୈନିନ୍ଦିନ ଜୀବନରେ ଲୁଣର ଆବଶ୍ୟକତା ନିହାତି ରହିଛି । ହେଲେ  ଆପଣ ଜାଣନ୍ତି ଏହି ଦରକାରୀ ଜିନିଷ ବେଳେବେଳେ ଆମର କ୍ଷତି ମଧ୍ୟ କରିଥାଏ। ସତର୍କତାର ସହ ଏହାକୁ ବ୍ୟବହାର ନକଲେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ- ଆମେରିକାର ଏକ ସର୍ବେକ୍ଷଣରୁ ଜଣାପଡିଛି ଯେଉଁ ଲୋକମାନେ ପ୍ରତିଦିନ ଦରକାରରୁ ଅଧିକ ଲୁଣ ଖାଇଥାନ୍ତି, ତାଙ୍କର ଆୟୁଷ କମିଯାଏ। […]

bjp-0
ବିଜେପିକୁ ଭୋଟ୍ ଦେବାକୁ ୯ଶହ କଳାକାରଙ୍କ ଅପିଲ୍

ନୂଆଦିଲ୍ଲୀ :  ବିଜେପିକୁ ଭୋଟ୍ ଦେବାକୁ କଳାକାରଙ୍କ ଅପିଲ୍। ଜଣେ କି ଦୁଇଜଣ ନୁହେଁ, ଦେଶର ୯ ଶହ କଳାକାର ବିଜେପି ଏବଂ ଏହାର ସହଯୋଗୀ ଦଳଙ୍କୁ ଭୋଟ୍ ଦେଇ ଜିତାଇବାକୁ ନିବେଦନ କରିଛନ୍ତି। ଦେଶକୁ ମଜବୁର ନୁହେଁ, ମଜଭୁତ ସରକାର ଦରକାର ବୋଲି କହିଛନ୍ତି ଦେଶର ପ୍ରତିଷ୍ଠିତ ପ୍ରାୟ ୯ ଶହ କଳାକାର। ଏମାନଙ୍କ ମଧ୍ୟରେ ଅଛନ୍ତି ପଣ୍ଡିତ ଯଶରାଜ, ଶଙ୍କର ମହାଦେବନ, ଅନୁରାଧା ପୋଡ଼ୱାଲ ପ୍ରମୁଖ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଦେଶ ସୁଶାସନ […]

chunu
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ। ୫୩ କେଜି ମହିଳା ଭାରୋତ୍ତଳନ ବର୍ଗରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି ସଞ୍ଜିତା ଚାନୁ। ମଣିପୁରର ଏହି ୨୪ ବର୍ଷୀୟ ଭାରତ୍ତୋଳିକା ପପୁଆ ନିଉ ଗୁଏନାରର ଲୋଆ ଡିକାଙ୍କୁ ଫାଇନାଲ ରାଉଣ୍ଡରେ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ଭାରୋତ୍ତୋଳନରେ ଆଉ ଏକ ପଦକ ଆସିଛି ଭାରତର ଖାତାକୁ। ପୁରୁଷ ୬୯ କିଲୋଗ୍ରାମ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି […]

dead body found
ପେନ୍‌ସନ୍‌ ପାଇଁ ପୁଅ ଆଣୁଥିଲା ମୃତ ମା’ର ଟିପଚିହ୍ନ

କୋଲକାତା: କ’ଣ ଟଙ୍କା ଆଗରେ ସଂପର୍କର ମୂଲ୍ୟ କିଛି ନଥାଏ, ତାହା ବି ପୁଣି ମା-ପୁଅ ଭଳି ପବିତ୍ର ସଂପର୍କରେ। ତେବେ ଏମିତି ଏପରି ଏକ ଘଟଣା କୋଲକାତାରେ ଘଟିଛି, ଯାହାକି ଏହି କଥାକୁ ପୂରା ସତ୍ୟ ପ୍ରମାଣିତ କରୁଛି। କୋଲକାତାର ଜଣେ ୪୬ ବର୍ଷୀୟ ବ୍ୟକ୍ତି ଦୀର୍ଘ ତିନି ବର୍ଷ ଧରି ନିଜ ମା’ଙ୍କ ମୃତଦେହକୁ ଫ୍ରିଜ୍‌ରରେ ଲୁଚାଇ ରଖିଥିବା ଘଟଣା ସାମ୍‌ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି। ଏନେଇ ପୋଲିସ୍‌କୁ ଖବର ମିଳିବା […]

salman
ଜେଲ୍‌ରେ ଆଉ ଏକ ରାତି ବିତାଇବେ ସଲମାନ୍‌

ମୁମ୍ବାଇ: ଜେଲରେ ରହିବେ ବଲିଉଡ଼ ଭାଇଜାନ୍‌ ସଲମାନ ଖାନ୍‌। ଆଜି ସଲମାନଙ୍କ ଜାମିନ ଶୁଣାଣି ଥିବାବେଳେ ଏହା କାଲିକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ତାଙ୍କୁ ଜେଲ୍‌ ଭିତରେ ଆଉ ଏକ ରାତି ବିତାଇବାକୁ ପଡ଼ିବ। ଯୋଧପୁର ସେସନ୍ସ କୋର୍ଟରେ ସଲମାନଙ୍କ ଜାମିନକୁ ଘୁଞ୍ଚାଇ ଦିଆଯାଇଛି। ଫଳରେ ସଲମାନଙ୍କୁ ପୁଣି ଥରେ ଏକ ବଡ଼ ଝଟ୍‌କା ଲାଗିଛି। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନଙ୍କୁ ଯୋଧପୁରର ଏକ କୋର୍ଟ ଗତକାଲି ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟ […]

arun jaitley
ଅରୁଣ ଜେଟଲି ଅସୁସ୍ଥ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଅସୁସ୍ଥ। କିଡ଼୍‌ନୀ ଜନିତ ସମସ୍ୟା ଓ ଇନଫେକ୍ସନ କାରଣରୁ ସେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥତା ଯୋଗୁଁ ସେ ଏବେ ଘରେ ରହି ତାଙ୍କ କାର୍ଯ୍ୟ ପରିଚାଳନା କରୁଥିବା ନିଜେ ଜେଟଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ତାଙ୍କର କ’ଣ ଚିକିତ୍ସା କରାଯିବ ତାହା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିବେ ବୋଲି ଜେଟଲି କହିଛନ୍ତି। ଜେଟଲିଙ୍କୁ ଏବେ ଦିଲ୍ଲୀ ଏମ୍ସର ଡାକ୍ତରମାନେ ଚିକିତ୍ସା କରୁଛନ୍ତି। I am […]

salman
ଜେଲରେ ରାତି ବିତାଇଲେ ସଲମାନ୍‌

ଯୋଧପୁର: ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଜେଲରେ ଥିବା ସଲମାନ ଖାନଙ୍କ ଆଜି ଜାମିନ ଆବେଦନର ଶୁଣାଣି ହେବ।  ଗତକାଲି ଦୋଷୀ ସାବ୍ୟସ୍ତ ହେବା ପରେ ସଲମାନଙ୍କୁ ସିଧା ଯୋଧପୁର ସେଣ୍ଟ୍ରାଲ ଜେଲ୍ ପଠାଯାଇଥିଲା। ସେଠାରେ ତାଙ୍କୁ ୨ନଂ କୋଠରୀରେ ରଖାଯାଇଥିବା ବେଳେ କଏଦୀ ନଂ. ମିଳିଛି ୧୦୬। ଆଜି ତାଙ୍କୁ କଏଦୀ ପୋଷାକ ଦିଆଯିବ। ଗତକାଲି ମେଡିକାଲ୍ ଟେଷ୍ଟରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି। ଡିନରରେ ସଲମାନଙ୍କୁ  ରୁଟି, ଚଣାଡାଲି ଓ […]

image
ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ

ଇସ୍‌ଲାମାବାଦ୍‌ : ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ହୁଅନ୍ତୁ ବୋଲି ଆଶା ରଖିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ। ଚଳିତ ସାଧାରଣ ନିର୍ବାଚନରେ ବିଜେପି ନିର୍ବାଚନ ଜିଣି କ୍ଷମତା ଦଖଲ କଲେ ଭାରତ -ପାକିସ୍ତାନ ମଧ୍ୟରେ ସମ୍ପର୍କ ସୁଧାର ହେବ। ଦ୍ୱିତୀୟ ଥର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।ନୂଆଦିଲ୍ଲୀ-ଇସଲାମାବାଦ ମଧ୍ୟରେ କୁଟନୈତିକ ସମ୍ପର୍କ ପୂର୍ବାପେକ୍ଷା ସୁଧାର ଆସିବ।  ପ୍ରଥମ ପର୍ଯ୍ୟାୟ […]