ଯୋଧପୁର:ବଲିଉଡ଼ ସୁପରଷ୍ଟାର ସଲମାନ୍ ଖାନ୍ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର। କୋର୍ଟଙ୍କ ନିଷ୍ପତ୍ତିକୁ ଚାହିଁ ରହିଛନ୍ତି ସମସ୍ତେ। ତେବେ ଜଣାପଡ଼ିଛ ଯେ ମଧ୍ୟାହ୍ନ ଭୋଜନ ପରେ ସଲମାନ୍ଙ୍କ ଜାମିନ ଆବେଦନ ଉପରେ ରାୟ ଆସିବ। ଯୋଧପୁର ସେସନ୍ସ କୋର୍ଟରେ ଏହି ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଛି। କୋର୍ଟଙ୍କ ନିଷ୍ପତ୍ତି ଅପରାହ୍ନରେ ଆସିପାରେ ବୋଲି ଜଣାପଡ଼ଛି। ଗତକାଲି ସଲମାନ୍ଙ୍କ ଜାମିନ ଆବେଦନର ଶୁଣାଣି ଥିବାବେଳେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇ ଆଜି ଧାର୍ଯ୍ୟ କରିଥିଲେ। […]
ଏକ ଜର୍ମାନ ବିମାନ କମ୍ପାନୀ ନିଷ୍ପତ୍ତି ନେଇଛି ଯେ ଯାତ୍ରୀମାନଙ୍କୁ ଲିଙ୍ଗମୁକ୍ତ ଉପାୟରେ ସମ୍ବୋଧିତ କରିବ। ସେଥିପାଇଁ ବର୍ତ୍ତମାନ ଜର୍ମାନୀର ଲୁଫଥାନ୍ସା ଏୟାର ସର୍ଭିସର ବିମାନରେ 'ଲେଡିଜ୍ ଆ।ଣ୍ଡ୍ ଜେଣ୍ଟଲିମ୍ୟାନ' ସମ୍ବୋଧନ ଶୁଣାଯିବ ନାହିଁ।
ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍ ପାଇଁ ଗ୍ରୁପ୍ ଘୋଷଣା ହୋଇସାରିଛି । ଉଭୟ ଗ୍ରୁପ୍ ଶକ୍ତିଶାଳୀ ରହିଥିବା ଦେଖାଯାଇଛି । ଏଥର ଟୁର୍ଣ୍ଣାମେଣ୍ଟ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ନୂଆଦିଲ୍ଲୀ :୧୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ। ଇଭିଏମରେ ସିଲ୍ ହୋଇଛି ୧୨୩୯ ପ୍ରାର୍ଥୀଙ୍କ ଭାଗ୍ୟ। କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ତ୍ରିପୁରାରେ ସର୍ବାଧିକ ୮୧.୮% ମତଦାନ ହୋଇଛି। ସେହିଭଳି ପଶ୍ଚିମବଙ୍ଗରେ ୮୧ ଓ ମଣିପୁରରେ ୭୮.୨ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ରେ ସାମାନ୍ୟ ହିଂସାକୁ ଛାଡ଼ିଦେଲେ ଅନ୍ୟ ସ୍ଥାନରେ ପ୍ରାୟତଃ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପ୍ରକ୍ରିୟା ଶେଷ […]
ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ। ରାଜ୍ୟର ୨୫ ଟି ଲୋକସଭା ଆସନ ପାଇଁ ମୋଟ ୩୧୯ ଜଣ ପ୍ରାଥୀ ମୈଦାନରେ ରହିଥିବା ବେଳେ ୧୭୫ଟି ବିଧାନସଭା ଆସନ ପାଇଁ ମୋଟ ୨ହଜାର ୧୧୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି। ବିଶାଖାପାଟନମରେ ରହୁଥିବା ବହୁ ପ୍ରବାସୀ ଓଡ଼ିଆ ଭୋଟର ମତଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୩ ଜିଲାର ୩.୯ କୋଟି ଭୋଟରଙ୍କ ପାଇଁ ୪୬ ହଜାର ୧୨୦ଟି ପୁଲିଂ […]