ଦାନ୍ତେଓ୍ୱାଡା : ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସାରେ ପ୍ରାଣ ହରାଇଥିବା ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ବିଧାୟକଙ୍କ ମରଶରୀର ଗଡପାଲ ସ୍ଥିତ ବାସଭବନକୁ ଆସିବା ପରେ ଶହ ଶହ ଲୋକ ଭିଡ଼ ଜଣାଇ ବିଧାୟକଙ୍କୁ ଶେଷ ଦର୍ଶନ କରିଥିଲେ। ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ସ୍ୱର୍ଗତ ବିଧାୟକଙ୍କ ଅନ୍ତିମ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ। ନକ୍ସଲ ଆକ୍ରମଣ ନେଇ ତଦନ୍ତ ବ୍ୟାପକ କରିବାକୁ ଅପିଲ […]
ଶନିବାର ଠାରୁ ଆରମ୍ଭ ହେଉଛି ଆଇପିଏଲ ଧମାକା। ଏହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । କ୍ରିକେଟ ପ୍ରେମୀଙ୍କ ଏହି ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ଆଗେଇ ଆସିଛି ଦେଶର ପ୍ରମୁଖ ମୋବାଇଲ ଅପରେଟର କମ୍ପାନୀ ଜିଓ। ଆକର୍ଷଣୀୟ ୨୫୧ଟଙ୍କିଆ ଆଇପିଏଲ୍ ପ୍ୟାକ୍ ଘୋଷଣା କରିଛି। ୫୧ ଦିନର ଅବଧି ସହ ୧୦୨ଜିବିର ଡାଟା ଜିଓ ଗ୍ରାହକମାନେ ପାଇପାରିବେ। ଏହି ପ୍ଲାନ ମୁତାବକ, ସମସ୍ତ ମ୍ୟାଚ ୫୧ ଦିନ ପର୍ଯ୍ୟନ୍ତ ଲାଇଭ ଗ୍ରାହକମାନେ ଦେଖିପାରିବେ ବୋଲି […]
ଯୋଧପୁର: ବଲିଉଡ଼ ଭାଇଜାନ୍ ସଲମାନ ଖାନ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ସଲମାନଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ହଜାର ଟଙ୍କାର ଜୋରିମାନା ମଧ୍ୟ କରିଛନ୍ତି। ଯୋଧପୁରର ଏକ କୋର୍ଟ ଏହି ରାୟ ଦେଇଛନ୍ତି। ବର୍ତ୍ତମାନ କୋର୍ଟରୁ ସିଧାସଳଖ ସଲମାନ୍ ଯୋଧପୁର ସେଣ୍ଟ୍ରାଲ ଜେଲ୍ ଯିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କୋର୍ଟଙ୍କ ଏହି ରାୟ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। […]
ଯୋଧପୁର: ବଲିଉଡ଼ ଭାଇଜାନ୍ ସଲମାନ ଖାନ୍ଙ୍କୁ ଲାଗିଛି ଏକ ବଡ଼ ଝଟ୍କା। ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନ୍ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦୁଇ ଦଶନ୍ଧି ଧରି ଚାଲିଥିବା ଏହି ମାମଲାରେ ସଲମାନ ଏକୁଟିଆ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ସବୁ ଅଭିଯୁକ୍ତ ସୈଫ ଅଲୀ ଖାନ୍, ସୋନାଲି ବେନ୍ଦ୍ରେ, ନୀଲମ ଓ ତବୁ ଦୋଷମୁକ୍ତ ହୋଇଛନ୍ତି। ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ଏହି ରାୟ ଦେଇଛନ୍ତି। ସଲମାନ ଦୋଷୀ […]
ଛତିଶଗଡ଼ : ପ୍ରଥମ ପର୍ଯ୍ୟାୟ ମତଦାନକୁ ମାତ୍ର ଦିନଟିଏ ବାକି ଥିବା ବେଳେ ଛତିଶଗଡ଼ ଦାନ୍ତେଓ୍ୱାଡାରେ ଲାଲ ହିଂସା। ବିଜେପି ବିଧାୟକ ଭୀମା ମାଣ୍ଡଭିଙ୍କ ଗାଡ଼ିକୁ IED ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ମାଓବାଦୀ। ଏଥିରେ ବିଧାୟକ ମାଣ୍ଡଭିଙ୍କ ମୃତ୍ୟୁ ହୋଇଛି। ତାଙ୍କ ଡ୍ରାଇଭର ଓ ଗାଡ଼ିରେ ଥିବା ୩ ସୁରକ୍ଷାକର୍ମୀଙ୍କୁ ମିଶାଇ ମୋଟ ୫ ଜଣଙ୍କ ଜୀବନ ଯାଇଛି। ଦାନ୍ତେୱାଡ଼ାର କୁଆଗୁଡ଼ା ନିକଟରେ ଏହି ବିସ୍ଫୋରଣ ହୋଇଛି। କେମିତି, କେଉଁ ପରିସ୍ଥିତିରେ ଆକ୍ରମଣ ହେଲା ସେନେଇ ସ୍ପଷ୍ଟ […]
ହାଇଦ୍ରାବାଦ: ଦ୍ୱିତୀୟ ଶ୍ରେଣୀର ଛାତ୍ର ଗୋଟିଏ ଦିନ ପାଇଁ ପୋଲିସ କମିଶନର ହୋଇ ଏବେ ଚର୍ଚ୍ଚାରେ। ମାତ୍ର ଦିନକ ପାଇଁ ହାଇଦ୍ରାବାଦ ପୋଲିସ କମିଶନର ଭାବେ ଗତକାଲି ପୋଲିସ କମିଶନରଙ୍କ ଚୌକିରେ ବସିଥିଲେ ହାଇଦ୍ରାବାଦର ଛାତ୍ର ଡି.ଇଶାନ। ବୁଧବାର ସକାଳେ ଇଶାନ କମିଶନରଙ୍କ ଅଫିସ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଫ୍ରେଣ୍ଡ୍ଲି ପୋଲିସିଂ ଓ ଅଧିକ ସତର୍କତା ପାଇଁ ସିସିଟିଭି କ୍ୟାମେରା ଉପରେ ଗୁରୁତ୍ୱ ରହିବ […]
ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍ଡ଼ିଏ ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା। ଏପରିକି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବା ବେଳେ ଗୃହ କାର୍ଯ୍ୟ ସୁରୁଖୁରରେ କରିବାକୁ ଦେଲାନି କଂଗ୍ରେସ। ଫଳରେ ଜନସାଧାରଣଙ୍କ ଟଙ୍କାକୁ ସାଂସଦମାନେ ଦରମା ଆକାରରେ […]