ମୁମ୍ବାଇ: ଆଇପିଏଲ ସିଜିନ୍ ଇଲେଭେନ୍ର ଉଦ୍ଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଚମତ୍କାର ପ୍ରଦର୍ଶନ।ମୁମ୍ବାଇ ୱାଙ୍ଖଡେ ଷ୍ଟାଡ଼ିୟମ୍ରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ୧ ଓ୍ବିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। । ଚେନ୍ନାଇ ବିଜୟର ମୁଖ୍ୟ ଭୂମିକା ନେଇଥିଲେ ଡ୍ୱେନ ବ୍ରାଭୋ। ସେ ଧୂଆଁଧାର ୬୮ ରନ୍ କରିଥିଲେ। ଟସ୍ ଜିତି ଚେନ୍ନାଇ ମୁମ୍ୱାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ବ୍ୟାଟିଂ କରିବାକୁ ପଡ଼ିଆକୁ ପ୍ରଥମେ ଆସିଥିଲେ ଅଧିନାୟକ […]
Actor #SalmanKhan reaches Jodhpur Airport. #BlackBuckPoachingCase pic.twitter.com/RgsRFwrdfc — ANI (@ANI) 7 April 2018
ଯୋଧପୁର : ଅଭିନେତା ସଲମାନ ଖାନ୍ ଜେଲ୍ରୁ ଖଲାସ୍ ହେଲେ। ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ହତ୍ୟା ମାମଲାରେ ଆଜି ଅପରାହ୍ନ ୩ଟା ବେଳେ ତାଙ୍କୁ ଜାମିନ ମିଳିଥିଲା। ଯୋଧପୁର ସେସନ୍ସ କୋର୍ଟରେ ଆଜି ଜାମିନ ଆବେଦନ ଶୁଣାଣି କରି ସନ୍ଧ୍ୟାରେ ସଲମାନ୍ ଜେଲ୍ରୁ ମୁକୁଳିବେ ବୋଲି କୋର୍ଟ କହିଥିଲେ। ତେବେ ସମସ୍ତ ପ୍ରକାର କାଗଜପତ୍ର କୋର୍ଟରେ ହାଜର କରାଯିବା ପରେ ସଲମାନ୍ ସନ୍ଧ୍ୟା ୫ଟା ୩୦ରେ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍ରୁ ମୁକୁଳିଛନ୍ତି। ଏ ନେଇ ଏଏନ୍ଆଇ […]
ନୂଆଦିଲ୍ଲୀ : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ମହାଠକେଇ ମାମଲାର ସିବିଆଇର ଖୋଳତାଡ ଜାରି ରହିଛି। କେଉଁ ଉପାୟରେ, କିଭଳି ଠକେଇ କଲେ ନିରବ ମୋଦି ଓ ମେହୁଲ ଚୋକସି, ସେନେଇ ସିବିଆଇ ଅନୁସନ୍ଧାନ ଜାରି ରଖିଛି। ଠକେଇ ସମୟରେ ଆରବିଆଇର ପଲିସି କଣ ଥିଲା, ସେନେଇ ଆରବିଆଇର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ.ଆର ଖାନଙ୍କୁ ସିବିଆଇ ପଚରାଉଚରା କରିଛି। ଅଭିଯୁକ୍ତ ନିରବ ମୋଦିଙ୍କୁ ଯେଉଁ ସମୟରେ ଏଲଓୟୁ ଜାରି ହୋଇଥିଲା, ସେତେବେଳେ ଆରବିଆଇର ପଲିସି କଣ ଥିଲା, […]
ଯୋଧପୁର: ୨ ରାତି ଜେଲ୍ରେ କାଟିବା ପରେ ମୁକୁଳିବେ ବଲିଉଡ଼୍ ଭାଇଜାନ୍ ସଲମାନ୍ ଖାନ୍। କାରଣ ସଲମାନ୍ଙ୍କୁ ଯୋଧପୁର ସେସନ୍ସ କୋର୍ଟ ଜାମିନ୍ ପ୍ରଦାନ କରିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ସେ ଜେଲ୍ରୁ ବାହାରିବେ ବୋଲି କୁହାଯାଉଛି। ସଲମାନ୍ଙ୍କ ଜେଲ୍ରୁ ବାହାରିବା ଖବର ନେଇ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। କାରଣ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବଲିଉଡ଼ ସୁପରଷ୍ଟାର ସଲମାନ୍ଙ୍କ ଜାମିନ ଶୁଣାଣିର ରାୟ ଉପରେ ସମସ୍ତଙ୍କ ନଜର ଥିଲା। ଯୋଧପୁର ସେସନ୍ସ କୋର୍ଟରେ […]