ମୁମ୍ବାଇ: ବଲିଉଡ୍ ଷ୍ଟାର୍ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଚାରିଆଡ଼ୁ ସିବିଆଇ ତଦନ୍ତର ଦାବି ଉଠୁଛି। ନେତାଙ୍କ ଠାରୁ ଅଭିନେତା କିମ୍ବା ସାଧାରଣ ଜନତା ସମସ୍ତେ ସିବିଆଇ ତଦନ୍ତ ଦାବି କରୁଛନ୍ତି। ଏବେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ରିୟା। ଏ ସମ୍ପର୍କରେ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି। ଆପଣଙ୍କୁ(ଅମିତ […]
ଶ୍ରୀନଗର: ଅପହରଣ ହୋଇଥିବା ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ମେହରାଜ୍-ଉଦ୍-ଦିନ୍ ମଲ୍ଲାଙ୍କୁ ଉଦ୍ଧାର ହୋଇଛନ୍ତି। ପୁଲିସ୍ ଅଧିକାରୀଙ୍କ କହିବାନୁଯାଇ ସୁରକ୍ଷା କର୍ମୀ ଓ ଜାମ୍ମୁ ଓ କାଶ୍ମୀର ପୁଲିସର ମିଳିତ ଅପରେସନ୍ରେ ମଲ୍ଲାଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ, ମେହରାଜ୍ ବୁଧବାର ସକାଳେ କେଉଁ ଆଡ଼େ ଯାଉଥିବା ବେଳେ ବାରମୁଲ୍ଲା ଜିଲ୍ଲା ରାଫିଆବାଦର ମାରାଜିଗୁଣ୍ଡ ଅଞ୍ଚଳରେ ଦୁର୍ବୃତ୍ତମାନେ ଆସି ତାଙ୍କୁ କାର୍ରେ ଅପହରଣ କରି ନେଇଥିଲେ। ଏହାପରେ ସୁରକ୍ଷା କର୍ମୀ ଓ ଜାମ୍ମୁ-କାଶ୍ମୀର ପୁଲିସର ମିଳିତ […]
ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଏ। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା ରହିଛି।
ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍ ଭାରତରେ। ଦିଲ୍ଲୀ ଆଇଆଇଟି ଛାତ୍ରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି କରୋନା କିଟ୍- କରୋ ସିଓର୍। ମାତ୍ର ୬୫୦ ଟଙ୍କାରେ ଏହି କିଟ୍ ଦ୍ୱାରା କରୋନା ପରୀକ୍ଷା ହୋଇପାରିବ ବୋଲି ଦାବି ହୋଇଛି। ଏ ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ। RT-PCR ଭାବେ ଏହି ଟେଷ୍ଟ କିଟ୍ ଦ୍ୱାରା ପରୀକ୍ଷା କରାଯାଇପାରିବ। ତେବେ ବର୍ତ୍ତମାନ ଏହାର ପରୀକ୍ଷଣ […]
ଗାନ୍ଧିନଗର: ମୋତେ କେହି ଡରାଇ ପାରିବେ ନାହିଁ। ମୁଁ କାହା ବାପାକୁ ଡରିନି। ଏହା କହିଛନ୍ତି ସୁନିତା ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିଥିବା ମନ୍ତ୍ରୀଙ୍କ ପୁଅଙ୍କୁ ଆଇନ୍ର ପାଠ ପଢ଼ାଇ ଚର୍ଚ୍ଚାରେ ଅଛନ୍ତି ଗୁଜରାଟ ପୋଲିସର ଲୋକ ରକ୍ଷକ ଅଧିକାରୀ ସୁନୀତା ଯାଦବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାର ମାତ୍ର ୧୦ ପ୍ରତିଶତ ସାମ୍ନାକୁ ଆସିଛି। ଆହୁରି ୯୦ ପ୍ରତିଶତ ଆସିବା ବାକି ଅଛି। ଘଟଣା ସମ୍ପର୍କରେ ସୁନୀତା କହିଛନ୍ତି ଯେ ସେଦିନ ତାଙ୍କ […]
ଜୟପୁର: ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ କଂଗ୍ରେସ ମୁଖ୍ୟ ପଦରୁ ବିଦା ହେବା ପରେ କଣ ହେବ ସଚିନ୍ ପାଇଲଟ୍ଙ୍କ ପରବର୍ତ୍ତୀ ପଦକ୍ଷେପ? ଏହି କଳ୍ପନାଜଳ୍ପନା ଭିତରେ ଆଜି ପାଇଲଟ ସ୍ପଷ୍ଟ କରିଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ଯଦିଓ ଆଜି ସାମ୍ବାଦିକ ସମ୍ମିଳନୀରେ ଏନେଇ ଅଧିକ ଖୁଲାସା କରିବାର ଥିଲା, କିନ୍ତୁ ଶେଷ ମୂହୁର୍ତ୍ତରେ ତାହା ବାତିଲ ହୋଇଥିଲା। ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ନୋଟିସ […]
ନୂଆଦିଲ୍ଲୀ: ଦେଶରେ ୯ ଲକ୍ଷ ପାର ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୮ ହଜାର ୪୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ସଂଖ୍ୟା ମିଶାଇ ଆଜି ସୁଦ୍ଧା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୯ ଲକ୍ଷ ୬ ହଜାର ୭୫୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଆଉ ୫୫୩ ଜଣଙ୍କ ମୃତ୍ୟୁ ପରେ ଭାରତରେ କରୋନା ମୃତ୍ୟୁସଂଖ୍ୟା ୨୩ ହଜାର ୭୨୭କୁ ବୃଦ୍ଧି ହୋଇଛି। ସେପଟେ ୯ ଲକ୍ଷରୁ […]
ଗାନ୍ଧିନଗର: ଆଇପିଏସ ଅଫିସର ହେବାକୁ ଚାହୁଁଛନ୍ତି ଗୁଜରାଟର ଚର୍ଚ୍ଚିତ ମହିଳା କନଷ୍ଟେବଳ ସୁନୀତ ଯାଦବ। କର୍ଫ୍ୟୁ ନିୟମ ଭାଙ୍ଗିବା ଅଭିଯୋଗରେ ଗୁଜରାଟ ସ୍ୱାସ୍ଥ୍ୟମନ୍ତ୍ରୀ କୁମାର କନନୀଙ୍କ ପୁଅକୁ ଅଟକାଇ ଚର୍ଚ୍ଚାରେ ଥିବା ଏହି ମହିଳା କନେଷ୍ଟବଳ ନିଜକୁ ଆଇପିଏସ ପଦରେ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ଏପରିକି ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ସେ ଚାକିରିରୁ ଇସ୍ତଫା ଦେବା ନେଇ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ସୁରତ ପୋଲିସ କମିଶନରଙ୍କୁ […]
ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି ଦେଶର ଅନାନ୍ୟ ରାଜ୍ୟରେ ବି ସେହି ଟ୍ରେଣ୍ଡ ଦେଖାଯାଉଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ଯେ ମହାମାରୀ ବେଳେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ତେବେ ମହାମାରୀ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ହିସାବ ଦିଆଯାଇଥାଏ ବୋଲି କହିଛନ୍ତି ଡିଏମ୍ଇଟି।