Advertisment

ଓଡ଼ିଶାକୁ କେବେ ଆସିବ କରୋନାର ତୃତୀୟ ଲହର?

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି ଦେଶର ଅନାନ୍ୟ ରାଜ୍ୟରେ ବି ସେହି ଟ୍ରେଣ୍ଡ ଦେଖାଯାଉଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ଯେ ମହାମାରୀ ବେଳେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ତେବେ ମହାମାରୀ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ହିସାବ ଦିଆଯାଇଥାଏ ବୋଲି କହିଛନ୍ତି ଡିଏମ୍ଇଟି।

author-image
Sarbeswar
ଅଦ୍ୟତନ ହୋଇଛି
ଓଡ଼ିଶାକୁ କେବେ ଆସିବ କରୋନାର ତୃତୀୟ ଲହର?

coronavirus-cuutack

ଭୁବନେଶ୍ୱର: କୋଭିଡ୍ ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ। କେବେ ଆସିବ? କଣ ରହିବ ତାହାର ପ୍ରଭାବ? ସେ ନେଇ ବିଭିନ୍ନ ଆକଳନ ହେଉଛି ବୋଲି କହିଛନ୍ତି ଡିଏମଇଟି । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଯେଉଁ ଟ୍ରେଣ୍ଡ ରହିଛି ଦେଶର ଅନାନ୍ୟ ରାଜ୍ୟରେ ବି ସେହି ଟ୍ରେଣ୍ଡ ଦେଖାଯାଉଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ଯେ ମହାମାରୀ ବେଳେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ତେବେ ମହାମାରୀ ଶେଷ ହେବା ପରେ ମୃତ୍ୟୁ ସଂଖ୍ୟା ହିସାବ ଦିଆଯାଇଥାଏ ବୋଲି କହିଛନ୍ତି ଡିଏମ୍ଇଟି। ସେପଟେ ରାଜ୍ୟରେ ସଂକ୍ରମଣ କମିଥିଲେ ବି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଏପଟେ, ଗତ କିଛି ଦିନ ଧରି ରାଜ୍ୟରେ ପାଖାପାଖି ୨ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଏବେ ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୩୭ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୯୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୬୮୮ ରହିଛି।

Advertisment

ସେହିପରି ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୧୦, କେନ୍ଦୁଝରରୁ ୪, ଯାଜପୁରରୁ ୨, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୭୪ରେ ପହଞ୍ଚିଛି। ତେବେ ମୋଟ୍‌ ଉପରେ ଏବେ ବି ସଂକ୍ରମଣକୁ ନେଇ ଚିନ୍ତା ଛାଡ଼ିନାହିଁ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୯,୧୮୫ରେ ପହଞ୍ଚିଛି। ତେବେ ଆକ୍ଟିଭ୍‌ କେସ୍‌ ୧୮,୩୮୧ ଥିବାବେଳେ ୯,୪୫,୧୭୭ ଜଣ ସୁସ୍ଥ ହୋଇଛନ୍ତି।

Odisha Coronavirus COVID19
Advertisment
Advertisment