/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627297015.jpg)
Karan Kundra and Raj Kundra
ମୁମ୍ବାଇ : ବଲିଉଡ ଧଡକନ ଗାର୍ଲ ଶିଳ୍ପା ଶେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କ ପୋର୍ଣ୍ଣୋଗ୍ରାଫୀ ମାମଲାରେ ଗିରଫ ପରେ ଅଭିନେତା କରଣ କୁନ୍ଦ୍ରା ଏକ ସାଙ୍ଘାତିକ ଅସୁବିଧାରେ ପଡିଯାଇଥିବା ଦେଖାଯାଏ। ଏହାର କାରଣ ହେଉଛି ତାଙ୍କର ବି ଟାଇଟଲ କୁନ୍ଦ୍ରା ରହିଛି। ଲୋକେ ନା କେବଳ ତାଙ୍କୁ ରାଜ କୁନ୍ଦ୍ରା ବୋଲି ଭାବି ନେଇଛନ୍ତି ବରଂ ଏବେ ରାଜ କୁନ୍ଦ୍ରାଙ୍କ ନାମରେ ଚାଲିଥିବା ପୋର୍ଣ୍ଣୋଗ୍ରାଫୀ ମାମଲାକୁ ନେଇ ତାଙ୍କ ଫଟୋକୁ ମଧ୍ୟ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଏକ ନ୍ୟୁଜ୍ ପୋର୍ଟାଲରେ ସାକ୍ଷାତକାର ଦେବାବେଳେ କରଣ କହିଛନ୍ତି ଯେ ସେ ଗୋଟିଏ ଦିନ ସକାଳେ ଉଠି ସେ ଦେଖିଲେ ଯେ ଅନେକ ଲୋକଙ୍କୁ ଲାଗୁଛି ରାଜ କୁନ୍ଦ୍ରା ବଦଳରେ ସେ ଏହି ପୋର୍ଣ୍ଣୋଗ୍ରାଫୀ ବିବାଦରେ ଫସି ଯାଇଛନ୍ତି। ସୋସିଆଲ୍ ମିଡିଆରେ ଉପଭୋକ୍ତାମାନେ ଟ୍ୱିଟ୍ କରି ତାଙ୍କୁ ମଧ୍ୟ ଟ୍ୟାଗ୍ କରୁଛନ୍ତି।
Also Read
ଅଭିନେତା କରଣ କୁନ୍ଦ୍ରା କହିଛନ୍ତି ଯେ ପ୍ରଥମରୁ କିଛି ଲୋକଙ୍କୁ ଲାଗିଲା ଯେ ଅଶ୍ଳୀଳ ଭିଡିଓ ତିଆରି କରିବା ନେଇ ତାଙ୍କୁ ଗିରଫ କରାଯାଇଛି। ସେ ମଧ୍ୟ କହିଛନ୍ତି ଯେ ଏପରିକି କିଛି ଲୋକ ମଧ୍ୟ ଏନେଇ ତାଙ୍କୁ ଗାଳି ଗୁଲଜ କରିଛନ୍ତି। ଏସବୁ ଅସୁବିଧାର ସମ୍ମୁଖିନ ହୋଇ ସେ ବିବ୍ରତ ହୋଇପଡିଲେ। ସେ ସମସ୍ତଙ୍କୁ ଉତ୍ତର ଦେଇ କହିଲେ ଯେ ସେ ରାଜ କୁନ୍ଦ୍ରା ନୁହନ୍ତି ବରଂ କରଣ କୁନ୍ଦ୍ରା। କରଣ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସହ ଏଭଳି ଦ୍ୱନ୍ଦ୍ୱ ପ୍ରଥମ ଥର ପାଇଁ ହୋଇନି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଅନେକ ଶିଳ୍ପା ସେଟ୍ଟୀଙ୍କ ପତି ବୋଲି ଭାବିଛନ୍ତି। ସେତେବେଳେ ଏହାକୁ ଅଭିନେତା କରଣ ହାଲୁକା ଭାବେ ଗ୍ରହଣ କରି ନେଇଥିଲେ।
ପ୍ରକାଶଥାଉ କି ଅଶ୍ଳୀଳ ସିନେମା ନିର୍ମାଣ କରି ସେଗୁଡିକୁ କିଛି ଆପ୍ ଦ୍ୱାରା ପ୍ରସାରିତ କରିବା ମାମଲାରେ ମୁମ୍ବାଇ ପୋଲିସ୍ର କ୍ରାଇମ୍ ବ୍ରାଞ୍ଚ୍ ଜୁଲାଇ ୧୯ ରାତିରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହାପରେ ସେ ଜୁଲାଇ ୨୩ ପର୍ଯ୍ୟନ୍ତ ପୋଲିସ୍ ରିମାଣ୍ଡରେ ଥିଲେ। ତେବେ ମୁମ୍ବାଇ ଅଦାଲତ ଶୁକ୍ରବାର ଶୁଣାଣିରେ ରାଜ କୁନ୍ଦ୍ରାଙ୍କ ପୋଲିସ୍ ରିମାଣ୍ଡ ଅବଧିକୁ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)