ପ୍ରଧାନମନ୍ତ୍ରୀ: ଆମ ପାଇଁ ସଂଗଠନ କେବଳ ନିର୍ବାଚନ ଜିତିବାର ଯନ୍ତ୍ର ନୁହେଁ, ବରଂ ଆମ ପାଇଁ ସଂଗଠନର ଅର୍ଥ ହେଉଛି ସେବା। ସଂଗଠନର ଅର୍ଥ ସମସ୍ତଙ୍କ ସହ ଏବଂ ସମସ୍ତଙ୍କ ସୁଖ ସମୃଦ୍ଧି। ବିଜେପି ପକ୍ଷରୁ ଆଜି ଦେଶବ୍ୟାପୀ ଆୟୋଜିତ ହେଉଥିବା ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମରେ ଦଳୀୟ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏଭିଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ସବୁ ରାଜ୍ୟର ବିଜେପି ନେତୃବୃନ୍ଦ ଓ କର୍ମକର୍ତ୍ତା […]
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ କରୋନା ଯୋଗୁ ଦେଶରେ ୩୭୯ ଜଣଙ୍କ ଜୀବନ ଯାଇଛି। ଏହାସହ ୨୦ ହଜାର ୯୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩କୁ ବୃଦ୍ଧି ପାଇଛି। ସେହିପରି ୬ ଲକ୍ଷ ୨୫ ହଜାର ୫୪୪କୁ ବୃଦ୍ଧି ପାଇଛି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା। ସବୁଠୁ ଅଧିକ ବିଗିଡ଼ିବାରେ ଲାଗିଛି ମହାରାଷ୍ଟ୍ରର […]
ନୂଆଦିଲ୍ଲୀ: ଘୁଞ୍ଚିଲା ଜେଇଇ ଏବଂ ନିଟ୍ ପରୀକ୍ଷା। ୨ଟି ଯାକ ପ୍ରବେଶିକା ପରୀକ୍ଷାକୁ ସେପ୍ଟେମ୍ବରକୁ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମେନ୍ ହେବାକୁ ଥିବା ବେଳେ ସେପ୍ଟେମ୍ବର ୨୭ରେ ହେବ ଜେଇଇ ଆଡଭାନ୍ସ। ସେପଟେ ନିଟ୍ ସେପ୍ଟେମ୍ବର ୧୩ରେ ହେବ ବୋଲି ନିଷ୍ପତ୍ତି ହୋଇଛି। ନିଟ୍ ଓ ଜେଇଇ ପରୀକ୍ଷା କେବେ ହେବ, ସେନେଇ ମାନବ ସମ୍ବଳ […]
ନୂଆଦିଲ୍ଲୀ : ହଂକଂର ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳ ତଥା ଏସ୍ଏଆର୍ ପାଇଁ ଚୀନ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିବା ପରେ ଆପତ୍ତି ଉଠାଇଛି ଭାରତ। ଜାତିସଂଘ ପାଖରେ ଏନେଇ ଆପତ୍ତି ଉଠାଇ ଭାରତ କହିଛି ଯେ ହଂକଂରେ ବହୁଳ ସଂଖ୍ୟାରେ ପ୍ରବାସୀ ଭାରତୀୟ ବସବାସ କରୁଛନ୍ତି। ଚୀନର ଏହି ପଦକ୍ଷେପ ପରେ ଏହା ବାଣିଜ୍ୟ କେନ୍ଦ୍ରର ସ୍ୱତନ୍ତ୍ରତା ଏବଂ ସ୍ୱାୟତ୍ତତାକୁ କ୍ଷତି ପହଞ୍ଚାଇବ। ଜାତିସଂଘରେ ଅବସ୍ଥାପିତ ଭାରତ ରାଷ୍ଟ୍ରଦୂତ ରାଜୀବ କେ.ଚନ୍ଦର ଏକ ସାମ୍ବାଦିକ ସମ୍ମିଳନୀରେ […]