• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗାଣ ବର୍ଷାରେ ଦିଲ୍ଲୀ ବେହାଲ । 

  • ଗତକାଲିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି ।

  • ପାଣିପାଗ ବିଭାଗର ସୂଚନା ଅନୁୟାୟୀ ଆଜିର ବର୍ଷା ୧୯ ବର୍ଷର ରେକର୍ଡ ଭାଙ୍ଗିଛି ।

ନୂଆଦିଲ୍ଲୀ: ଲଗାଣ ବର୍ଷାରେ ଦିଲ୍ଲୀ ବେହାଲ । ଗତକାଲିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ଫଳରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁୟାୟୀ ଆଜିର ବର୍ଷା ୧୯ ବର୍ଷର ରେକର୍ଡ ଭାଙ୍ଗିଛି । ସେପ୍ଟେମ୍ବର ମାସରେ କୌଣସି ଗୋଟିଏ ଦିନରେ ଏତେ ମାତ୍ରାର ବର୍ଷା ହେବାରେ ରେକର୍ଡ ହୋଇଛି ।

ନୂଆଦିଲ୍ଲୀ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ଗୋଟିଏ ଦିନରେ ୧୧୨.୧ ମିଲିମିଟର ବର୍ଷା ହୋଇଛି । ଏହାସହ ଆଗାମୀ ୨୪ ଘଣ୍ଟା ଯାଏ ସ୍ଥାନେ ସ୍ଥାନେ ମଧ୍ୟମରୁ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି । ବର୍ଷାକୁ ଲକ୍ଷ୍ୟ ରଖି ବାହାରକୁ ବାହାରିବା ପୂର୍ବରୁ ଟ୍ରାଫିକ ସୂଚନା ଜାଣିରଖିବାକୁ ଦିଲ୍ଲୀବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ପ୍ରବଳ ବର୍ଷା ଯୋଗୁଁ ଆଇଟିଓ, ଦିଲ୍ଲୀ ଆଇଆଇଟି ଭଳି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଥିଲା । ଓଭର ବ୍ରିଜଗୁଡ଼ିକରେ ଶହ ଶହ ସଂଖ୍ୟାର କାର୍ ଅଟକି ରହିଥିଲା । ଆଜାଦ୍ ମାର୍କେଟ, ପ୍ରତାପନଗର ଅଞ୍ଚଳରେ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନେକ ସ୍ଥାନରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ଦେଖିବାକୁ ମିଳିଥିଲା ।

ଲାଜପତ ନଗର ମେଟ୍‌ରୋ ଷ୍ଟେସନ, ଲାଲା ଲାଜପତ ରାଏ ମାର୍ଗ, ମୁଲଚାନ୍ଦ ବସ ଷ୍ଟାଣ୍ଡ, ଏମ୍‌ସ ପାଖ ଅରବିନ୍ଦ ମାର୍ଗ ଫ୍ଲାଏଓଭର ଆଦି ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ରାସ୍ତାର ଉଭୟ ଲେନ୍‌ରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା । ସବ୍‌ୱେରେ ପାଣି ଜମି ରହିବାରୁ ଗାଡ଼ି ଅଟକି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା ।

ପ୍ରବଳ ବର୍ଷା ଯୋଗୁଁ ମାଟି ଦୁର୍ବଳ ହୋଇ ପଡ଼ିବାରୁ କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ମଧ୍ୟ ଦେଖାଯାଇଛି । ଖେଲ୍ ଗାଁଓ, ଛତରପୁର, କଟଓ୍ୱାରିୟା ସରାଇ, କାଲକାଜି ଆଦି ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଛି । ଏହାଛଡ଼ା କେତେକ ଦକ୍ଷିଣ ଦିଲ୍ଲୀର ସୈନିକ ଫାର୍ମରେ କାନ୍ଥ ଭୁଶୁଡ଼ି ପଡ଼ିଥିବା ଦେଖାଯାଇଛି ।

ସେହିପରି ହରିଆଣାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଗତକାଲି ସକାଳୁ ଆଜି ପର୍ଯ୍ୟନ୍ତ ହରିଆଣାର ଫରିଦାବାଦ, ଗୁରୁଗ୍ରାମରେ ପ୍ରବଳ ବର୍ଷା ହୋଇଛି । ୨୪ ଘଣ୍ଟାରେ ୬୪.୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାସହ ଆଗାମୀ ୩ ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି ।