ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୩,୮୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Corona Updates In Odisha: ଚିହ୍ନଟ ନୂଆ ୩,୮୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୭୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୫୮୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ଖୋର୍ଦ୍ଧାରୁ ୭୬୭ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୩, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳାହାଣ୍ଡି,କୋରାପୁଟ, ନୟାଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୫୫୬ ହୋଇଛି। ପଢ଼ନ୍ତୁ: ଦିନକରେ ୩,୮୬୧ ପଜିଟିଭ୍ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ
କଟକ: ଘୁଞ୍ଚିଲା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପାରିବାରିକ ହିଂସା ମାମଲାର ଶୁଣାଣି ତାରିଖ। ବର୍ଷା ପ୍ରିୟଦର୍ଶନୀ ଦାଖଲ କରିଥିବା ପିଟିନସର ଶୁଣାଣି ଅକ୍ଟୋବର ୧୨ରେ ହେବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରୋଟେକ୍ସନ ଅଫିସର ରିପୋର୍ଟ ଦାଖଲ କରି ନ ଥିବାରୁ ଶୁଣାଣି ଘୁଞ୍ଚିଥିବା ବର୍ଷାଙ୍କ ଓକିଲ କହିଛନ୍ତି। ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା। ଏହାସହ ବର୍ଷା ଅନୁଭବଙ୍କ ବିରୋଧରେ ଅନେକ […]
କଟକ: ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ଛାଡ଼ପତ୍ର ପିଟିସନ୍ ମାମଲାକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ଏ ନେଇ ସେ ସୁପ୍ରିମକୋର୍ଟରେ ଅପିଲ୍ କରିପାରନ୍ତି। ପରିଚାଳନା ସୁବିଧା ପାଇଁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା ନେଇ ବର୍ଷା ଦାଖଲ କରିଥିବା ପିଟିସନ୍ର ଶୁଣାଣି […]
ମାଲକାନଗିରି: ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ମୋବାଇଲ ସେବା। ହାନ୍ତାଳଗୁଡ଼ା, ପିପଲପଦର, ଯନ୍ତାପାଇ ଓ ଦାରଲାବେଡ଼ା ଅଞ୍ଚଳବାସୀଙ୍କୁ ମୋବାଇଲ ସେବା ଯୋଗାଇଛି ଘରୋଇ କମ୍ପାନୀ ଏୟାରଟେଲ। ଏଥିରେ ପ୍ରାୟ ୩୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ପୂର୍ବରୁ ମୋବାଇଲ ସେବା ପାଇଁ ଏହି ଅଞ୍ଚଳର ଲୋକଙ୍କୁ ଚିତ୍ରକୋଣ୍ଡା ଯିବାକୁ ପଡ଼ୁଥିଲା। ମାଓବାଦୀଙ୍କ ନାଲି ଆଖି ଭୟରେ ଏହି ଅଞ୍ଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁ ନ ଥିଲା। ତେବେ ପ୍ରଶାସନ ଓ ପୋଲିସ୍ର ସୁରକ୍ଷା […]
ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା ଦାବି କଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା। ମାନବିକତା ଦୃଷ୍ଟିରୁ ଅନୁଭବ ଇସ୍ତଫା ଦିଅନ୍ତୁ ଓ ନବୀନ ବାବୁ ତାଙ୍କୁ ଦଳରୁ ବହିଷ୍କାର କରନ୍ତୁ ବୋଲି ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଅନୁଭବ ମହାନ୍ତିଙ୍କ ନାଁରେ ପତ୍ନୀ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ମହିଳା […]
ଭୁବନେଶ୍ୱର: ଏଣିକି ଦିନ ସାଢ଼େ ୧୦ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ସରକାର। ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ। କଣ୍ଟେନମେଣ୍ଟ ଜୋନ୍ରେ ଥିବା ମଦ ଦୋକାନ ଗୁଡ଼ିକ ଛାଡ଼ି ଅନ୍ୟ ସବୁଠି ମଦ ଦୋକାନ ଖୋଲି ପାରିବ। ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ପୂର୍ବରୁ ସକାଳ ୭ରୁ ସଂଧ୍ୟା ୬ଟା ଯାଏ […]