ଭୁବନେଶ୍ୱର: ସବୁ କ୍ରିକେଟରଙ୍କ ସ୍ୱପ୍ନ ଥାଏ ବିଶ୍ୱକପ ଦଳରେ ଖେଳିବ, ଜିତିବ। ମୁଁ ଭାଗ୍ୟବାନ ଯେ, ଦୁଇ ଦୁଇଟି ବିଶ୍ୱକପ ବିଜୟୀ ଟିମ୍ରେ ମୁଁ ଥିଲି। ମାତ୍ର ପଦାର୍ପଣ ବିଶ୍ୱକପ ମ୍ୟାଚରେ ମୁଁ ଶୂନରେ ଆଉଟ ହୋଇଥିଲି।’ ଆଜି OTVର ବାର୍ଷିକ ସମ୍ମିଳନୀ ଫୋରସାଇଟ୍-୨୦୨୧ରେ ଯୋଗଦେଇ ନିଜର ଏମିତି ଅନୁଭୂତି ବାଣ୍ଟିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପ୍ନର ତଥା ଇଷ୍ଟ ଦିଏଲ୍ଲୀର ସାଂସଦ ଗୌତମ ଗମ୍ଭୀର। ସେ କହିଥିଲେ, ମୋ ଜୀବନ ଉତ୍ଥାନ ପତନ ଦେଇ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର କେଶପୁର ଗାଁର ତାପସ ମହାନ୍ତିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୮ ଲକ୍ଷ ଟଙ୍କା ଦାବି କରିବା ଘଟଣା ଉପରୁ ଉଠିଛି ପରଦା। ଏଥିସହ ଅପହୃତ ତାପସଙ୍କୁ ଉଦ୍ଧାର କରିଛି ପୋଲିସ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା କୁଲଟାଲି ଥାନା ଅଞ୍ଚଳରୁ ତାପସଙ୍କୁ ଉଦ୍ଧାର କରାଯାଇ ସୋର ଅଣାଯାଇଛି । ସୂଚନାଥାଉ କି, ଚାକିରି ଯୋଗାଇ ଦେବା ନାମରେ ବନ୍ଧୁକ ମୁନରେ ତାପସଙ୍କୁ ପଣବନ୍ଦୀ କରି ନେଇଥିଲେ ଦୁର୍ବୃତ୍ତ। ସେତିକି ନୁହେଁ, […]
ଯାଜପୁର: ଗୋଟିଏ ପରିବାରର ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ସ୍ୱାମୀ ଓ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ମୀର୍ଜାପୁର ଗାଁରେ ଗତ ରାତିରେ ଏହି ବୀଭତ୍ସ କାଣ୍ଡ ଘଟିଛି। ମୃତ ମହିଳାଙ୍କ ନାଁ ତରୁଲତା ବିଶ୍ୱାଳ ଓ ସେ ଜଣେ ଶିକ୍ଷୟିତ୍ରୀ ଥିଲେ। ତାଙ୍କ ସ୍ୱାମୀ ଇଞ୍ଜିନିୟର ଥିବା ବେଳେ […]
ବାରିପଦା: ୪ ଦିନ ହେଲା ଜଳୁଛି ଶିମିଳିପାଳ। ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ନିଆଁ ଲିଭା କାମରେ ହଜାରେରୁ ଅଧିକ ଲୋକ ଲାଗିଛନ୍ତି ସେମାନଙ୍କ ମଧ୍ୟରୁ ୮୫୦ଜଣ ବନ ବିଭାଗ କର୍ମଚାରୀ ଅଛନ୍ତି । ଅଭୟାରଣ୍ୟର ଚନ୍ଦନଚତୁରୀ, ଡିଗଡିଗା, ଡୁକରା, ପୋଡ଼ାଡିହା, ଠାକୁରମୁଣ୍ଡା ଏବଂ ବରେଇପାଣି ଭଳି ୭ଟି ରେଞ୍ଜରେ ନିଆଁ ଲାଗିଯାଇଛି। ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧିନରେ ଥିବା ଜଙ୍ଗଲ ଜଳୁଛି। ପତ୍ରଝଡା ଋତୁରେ […]
କଟକ: କଟକ ଚୌଦ୍ୱାର ଜେଲ୍ର ଜଣେ ୱାର୍ଡର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଚୌଦ୍ୱାର ଜେଲ୍ ଅଧୀକ୍ଷକ ଶୁଭକାନ୍ତ ମିଶ୍ର ଏହି ସୂଚନା ଦେଇଛନ୍ତି। ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଡ୍ୟୁଟି କରିଥିଲେ। ଜଣେ କଏଦୀଙ୍କ ଚିକିତ୍ସା ଚାଲିଥିବା ବେଳେ ୪ ଜଣ ୱାର୍ଡର ଡ୍ୟୁଟି କରିଥିଲେ। ଡ୍ୟୁଟି କରିଥିବା ୪ ୱାର୍ଡରଙ୍କ ମଧ୍ୟରୁ ଜଣଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଛି। ଏହି ଘଟଣା ପରେ ଜେଲ୍ ଓ ବାରାକ୍ ଷ୍ଟାଫ୍ଙ୍କ ସ୍ୱାବ୍ ଟେଷ୍ଟ […]
ଭୁବନେଶ୍ୱର: କରୋନା ଟିକାକରଣରେ କେହି ଯଦି ଜାଲିଆତି କରିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ କଡ଼ା ଚିଠି ଲେଖିଛନ୍ତି। ସବୁ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ୍ ଉଲ୍ଲେଖ କରିଛନ୍ତି ଯେ, ଟିକା ନେବା ପାଇଁ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଆସିବେ ତାହେଲେ ସେ ଦଣ୍ଡିତ ହେବେ। କେବଳ […]
ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀର୍ଘ ଦିନରୁ ସେ ଡାଇବେଟିସ୍ ଓ ଶ୍ୱାସ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଶନିବାର ଦିନ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପର୍କୀୟ କହିଛନ୍ତି। ରାଧାରାଣୀଙ୍କ ଅସୁସ୍ଥତା ଖବର ପାଇ ସମର୍ଥକ ଓ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ […]
ଭୁବନେଶ୍ୱର: ଭୁବନେଶ୍ୱର ଇଏସ୍ଆଇ ହସ୍ପିଟାଲ୍ କଲୋନୀରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଇଏସ୍ଆଇ ହସ୍ପିଟାଲ ଅଧିକ୍ଷକ ସୂଚନା ଦେଇଛନ୍ତି। ତେବେ ସେ କାହାଦ୍ୱାରା ସଂକ୍ରମିତ ହୋଇଛନ୍ତି, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ କିଛି ଦିନ ତଳେ ଆକ୍ରାନ୍ତ ଜଣକ ଥଣ୍ଡା ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ପରୀକ୍ଷା ପାଇଁ ତାଙ୍କ ସ୍ୱାବ ପଠାଯାଇଥିଲା। ଗତକାଲି ରିପୋର୍ଟ ଆସିବା ପରେ ସେ କରୋନା […]
ବାରିପଦା: ତିନି ଦିନ ହେଲା ଜଳୁଛି ଶିମିଳିପାଳ। ମୟୂରଭଞ୍ଜ ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ଯାହାଫଳରେ ଜଙ୍ଗଲରେ ବହୁ ଔଷଧୀୟ ଗଛ ପୋଡ଼ି ଯାଉଛି। ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ ଭୟଭୀତ ହୋଇପଡିଛନ୍ତି । ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଜଳୁଛି । ପତ୍ର ଝଡା ଋତୁରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ […]
ବାଲେଶ୍ୱର: ବନ୍ଧୁକ ମୁନରେ ଯୁବକଙ୍କୁ ପଣବନ୍ଦୀ କଲେ ଦୁର୍ବୃତ୍ତ। ସେତିକି ନୁହେଁ, ୮ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ଭିଡିଓ ପରିବାର ଲୋକଙ୍କୁ ପଠାଇଛନ୍ତି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଭିଡିଓ ପାଇବା ପରେ ଏବେ ଚିନ୍ତାରେ ପଡ଼ିଛନ୍ତି ପରିବାର ଲୋକେ। ବାଲେଶ୍ୱର ଜିଲ୍ଲା ସୋର ଥାନା କେଶପୁର ଗାଁର ତାପସ ମହାନ୍ତିଙ୍କୁ କିଛି ଦୁର୍ବୃତ୍ତ ପଣବନ୍ଦୀ କରି ରଖି ୮ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଏନେଇ ଏକ […]
ଭୁବନେଶ୍ୱର: OPSCର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି। ପୋଲିସ ବିଭାଗରେ ୩୩ ବର୍ଷ ଧରି କାମ କରିବା ପରେ ଗତକାଲି ସେ ପୋଲିସ ସେବାରୁ ଅବ୍ୟାହତି ନେଇଥିଲେ। ୧୯୮୮ ବ୍ୟାଚ୍ର IPS ସତ୍ୟଜିତ କାଲି ପୋଲିସ ସେବାରୁ ଅବସର ନେଇଥିଲେ । ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୋଲିସ ବିଭାଗରେ ସତ୍ୟଜିତ୍ ମହାନ୍ତି ଲମ୍ବା ସମୟ ଧରି ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ […]
କଟକ: କଟକ ସହରରେ ଆଉ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୬ ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୨୮ଜଣ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ସରକାରୀ କ୍ୱାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୩୮ଜଣଙ୍କ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଲିଙ୍କ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ଅର୍ଥାତ୍ କଟକ ମହାନଗର ନିଗମ ଅଧୀନରେ ଆସୁଥିବା ଅଞ୍ଚଳରୁ ଏଯାବତ୍ ୧୯୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୬ଜଣ ଚିକିତ୍ସାଧୀନ ଥିବାବେଳେ ୨୨ଜଣ ସୁସ୍ଥ […]
ଭୁବନେଶ୍ୱର: ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି ଟିକାକରଣ କାର୍ଯ୍ୟକ୍ରମ । ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ । ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷର କମ୍ ବୟସର ଲୋକେ ଯେଉଁମାନେ କି ବହୁବିଧ ରୋଗରେ ପୀଡ଼ିତ, ସେମାନେ ଡାକ୍ତରୀ ସାର୍ଟିଫିକେଟ ଦେଖାଇବେ। ଉଭୟ ସରକାରୀ ଓ ପ୍ରାଇଭେଟ ହସ୍ପିଟାଲରେ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି […]
ପୁରୀ: ଆଜି ବାହାରିବ ନୀଳାଚଳ ଅବଢ଼ା। ଗତକାଲି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସରିବା ପରେ ଆଜି ନୀଳାଚଳ ଅବଢ଼ା ବାହାରିବ। ତେବେ ଭକ୍ତ କେମିତି ଅବଢ଼ା ପାଇବେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସୁଆର ମହାସୁଆର ନିଯୋଗ ପକ୍ଷରୁ କୁହାଯାଇଛି। ଶ୍ରୀଜିଉ ଆଡ଼ପ ମଣ୍ଡପରେ ଥିବା ବେଳେ ଯେମିତି ଆଡ଼ପ ଅବଢ଼ା ପାଇଁ ବସ୍ ଷ୍ଟାଣ୍ଡ୍ ପାଖରେ ବ୍ୟବସ୍ଥା କରାଯାଇଥିଲା, ନୀଳାଚଳ ଅବଢ଼ା ପାଇଁ ମଧ୍ୟ ସେଭଳି ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳଙ୍କ ସହ କଥା ହୋଇଥିବା ନେଇ […]
ଭୁବନେଶ୍ୱର: ଭୁବନେଶ୍ୱରୁ ଆଜି ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯ଟି କ୍ୱାରେଣ୍ଟିନ୍, ୮ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। କଳ୍ପନା ଛକ ସ୍ଥିତ ସରକାରୀ ଅଫିସର ୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ତେବେ ଆଜି ଭୁବନେଶ୍ୱରରେ ଆଉ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩ରେ ପହଞ୍ଚିଛି। ସେମାନଙ୍କ […]
ଭୁବନେଶ୍ୱର: ଆଜିଠୁ ହେବ ସକାଳୁଆ ସ୍କୁଲ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ସକାଳ ୭ରୁ ଦିନ ଗୋଟାଏ ଯାଏଁ ସ୍କୁଲ ଖୋଲିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଥାଉ କି, ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ନବମ ଓ ଏକାଦଶ ଶ୍ରେଣୀ ପାଇଁ ପାଠପଢା ହେବ। ସେହିପରି ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ହେବ। ସ୍କୁଲ ଗୁଡିକରେ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ସହରକୁ ଆଜିଠୁ ସପ୍ତାହେ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ବଡ଼ବିଲ୍ରୁ ଆଜି ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୧ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ଜିଲ୍ଲାପାଳ କହିଛନ୍ତି। ସଟ୍ଡାଉନ୍ରେ ମାର୍କେଟ କମ୍ପ୍ଲେକ୍ସ ବନ୍ଦ ରହିବ। କିନ୍ତୁ ଅତ୍ୟାବଶ୍ୟକ ସେବା ଚାଲୁ ରହିବ। ସୂଚନାଥାଉ କି, କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି […]
ବୁର୍ଲା: ବୁର୍ଲା ଭିସୁଟ୍ (Veer Surendra Sai University of Technology) ରେ ଆଜି ହେବାକୁ ଥିବା ଅଫଲାଇନ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କରୋନା ସଂକ୍ରମଣ ପାଇଁ ଅଫ୍ ଲାଇନ ପରୀକ୍ଷାକୁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନେଇ ନୋଟିସ ଜାରି କରିଛନ୍ତି ଭିସୁଟ୍ କୁଳପତି। ଅଚାନକ୍ ସଂକ୍ରମଣ ବୃଦ୍ଧି ପରେ, ବିଶ୍ୱବିଦ୍ୟାଳୟକୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଏଥିସହ ଭିସୁଟ୍ ଅଞ୍ଚଳକୁ ସଟଡାଉନ ଘୋଷଣା […]
ରାଉରକେଲା: ଜୁଲାଇ ଆରମ୍ଭରୁ ମହାମାରୀ କରୋନା ଭୟଙ୍କର ରୂପ ନେଲାଣି। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଏପରି ସ୍ଥିତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲାରେ କଟକଣା ଜାରି କରାଯାଇଛି। ପୂର୍ବରୁ ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ଏବେ ରାଉରକେଲାକୁ ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେଣ୍ଟିନ୍ରେ ରହିବାକୁ ପଡ଼ିବ। ଏ ନେଇ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏହି […]
ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଥିଲେ ମଧ୍ୟ ରାଜ୍ୟରେ କରୋନା ଗ୍ରାଫ ଉପରମୁହଁ ହେବାରେ ଲାଗିଛି। ଗତକାଲି ରାଜ୍ୟରୁ ୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୮୬ ଜଣ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୫ ରହିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା […]
ପୁରୀ: କୋଭିଡ କଟକଣା ଭିତରେ ଏବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି। ‘ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ସେବାୟତଙ୍କୁ ଧନ୍ୟବାଦ। ସେବାୟତଙ୍କ ଉତ୍ସର୍ଗୀକୃତ ସେବା ଦ୍ୱାରା ରଥଯାତ୍ରା ସଫଳ ହେଲା। ଏଥିସହ କୋଭିଡ୍ ନିୟମ ମାନି ଘରେ ରହି […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୨ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ୨ ଜଣ ଇଞ୍ଜିନିୟର ବୋଲି ଜଣାପଡ଼ିଛି। ସେହିପରି ଜଣେ ଡ୍ରାଇଭର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ବିଏମ୍ସିର ୨ଜଣ ଷ୍ଟାଫ୍ ଓ ଜଣେ ଡ୍ରାଇଭର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମ୍ସି ଇଞ୍ଜିନିୟରିଂ ବିଭାଗ ସିଲ୍ କରି ଦିଆଯାଇଛି। ଏଥିସହ ବିଭାଗର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଏମ୍ସି କମିଶନର […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ୨ ମୃତକ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ସେହିପରି କରୋନାରେ ଆକ୍ରାନ୍ତ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଯଦିଓ ମହିଳା ଜଣକ କରୋନାରେ ଆକ୍ରାନ୍ତ ହୋଇଥିଲେ ତେବେ କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟି ନ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ […]
ଭୁବନେଶ୍ୱର: ରାଜ୍ୟରେ ଆଉ ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଓ କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୫୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା […]
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧର ଶିର୍ଲା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୪ ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତ ୪ ଜଣ କ୍ୟାଡର ମାଓବାଦୀ BGN ଡିଭିଜନ୍ର ସଦସ୍ୟ ବୋଲି କୁହାଯାଉଛି। ନିହତ ମାଓବାଦୀଙ୍କ ଉପରେ ସରକାର ପୁରସ୍କାର ଘୋଷଣା କରିଥିଲେ। ଗୁଇନ୍ଦା ସୂଚନା ଆଧାରରେ ଆଜି ଭୋରରୁ ଡିଭିଏଫ୍ ଓ ଏସ୍ଓଜି ଯବାନ ମାଓବାଦୀଙ୍କ କ୍ୟାମ୍ପ ଉପରେ ମିଳିତ ଭାବେ ଚଢ଼ଉ କରିଥିଲେ। ଏହି […]