ଭୁବନେଶ୍ୱର: ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚ ଶିକ୍ଷା ସଚିବଙ୍କ ତାଗିଦ୍। ବିଳମ୍ବରେ ଅଫିସ ଆସିଲେ ସରକାରୀ ଗାଡ଼ି ପ୍ରତ୍ୟାହାର ହେବ। ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ତାଙ୍କ ବିଭାଗର ଅଧିକାରୀଙ୍କୁ ଆଜି ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଗାଡ଼ି ଯୋଗାଇ ଦିଆଯିବା ସତ୍ତ୍ୱେ ଅଧିକାରୀମାନେ ବିଳମ୍ବରେ ଆସୁଥିବାରୁ ତାଗିଦ୍ କରିଛନ୍ତି ସଚିବ। ଅଗଷ୍ଟ ପହିଲାରୁ ଯଦି ଅଧିକାରୀମାନେ ବିଳମ୍ବରେ ଆସନ୍ତି, ତେବେ ସେମାନଙ୍କ ନିକଟରୁ ଗାଡ଼ି ପ୍ରତ୍ୟହାର କରି ନିଆଯିବ ବୋଲି ଆଜି ବିଧିବଦ୍ଧ ନୋଟିସ୍ […]
ରାଉରକେଲା: ରାଉରକେଲାସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ୩ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି ଏହି ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ଏହି ସଂକ୍ରମିତ ଛାତ୍ରମାନଙ୍କୁ ସ୍ୱତନ୍ତ୍ର ଭାବେ ଆଇସୋଲେସନ୍ରେ ରଖା ଯାଇଛି। NIT କ୍ୟାମ୍ପସରେ ଯେଭଳି ସଂକ୍ରମଣ ଆହୁରି ନ ବ୍ୟାପିବ ସେ ନେଇ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଗତ ୩ ଦିନ ହେଲା କୋରନା ପଜିଟିଭଙ୍କ ସଂଖ୍ୟା ୨୦ ଉପରେ ରହିଥିବାବେଳେ […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୬ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ୨ଜଣ ହୋମ୍ କ୍ୱାରେଣ୍ଟିନ୍ରୁ ଓ ୮ଟି ଲୋକାଲ କେସ୍ ରହିଛି। କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୪ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୨୮ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ଏବେବି ରହସ୍ୟ ଘେର ଭିତରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଆଦିତ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ଆଦିତ୍ୟଙ୍କ ମୃତ୍ୟୁ ପରେ ଜବତ ହୋଇଥିବା ସୁଇସାଇଡ୍ ନୋଟ୍କୁ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏଥିସହ ପୂର୍ବ ହାତଲେଖା, ଚେକ୍ ଦସ୍ତଖତ ମଧ୍ୟ ଫୋରେନସିକ୍ ଲ୍ୟାବ୍କୁ ପଠାଯାଇଛି। ଏସବୁ ଯାଞ୍ଚ କରିବା ପାଇଁ ରାଜ୍ୟ ଫୋରେନସିକ୍ ଲ୍ୟାବ୍କୁ ଜିଆର୍ପି ପଠାଇଛି। ମୃତ୍ୟୁର ୪ […]
ଭୁବନେଶ୍ୱର: କରୋନାରେ ଭୁବନେଶ୍ୱର ସପ୍ତମ ବାଟାଲିୟନର ଜଣେ ସିପାହୀଙ୍କ ମୃତ୍ୟୁ ହୋଇଛି। ସିପାହୀ ଜଣକ ଶନିବାର ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିଦିନ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା କମିଶନରେଟ ପୋଲିସ୍ ସୂତ୍ରରୁ ସୂଚନା ମିଳିଛି।
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ପ୍ରତିଦିନ ନୂଆ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଦୀର୍ଘମାସ ପରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଥିଲାବେଳେ ଆଜି ୨୦୦ ଟପିଛି। ଗତ କାଲି ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ରୋଗଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୧୪ ଛୁଇଁଛି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହୋଇ ଯେମିତି ମାଡି ଚାଲିଛି କରୋନା। ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ-୧ ଭାଇସ୍ ପ୍ରିନ୍ସିପାଲ ଉପେନ୍ଦ୍ର ସିଂ। ଏହି ଘଟଣା ଜଣାପଡ଼ିବା ପରେ ଚିନ୍ତା ବଢିଯାଇଛି। ସ୍କୁଲ ଭାଇସ୍ ପ୍ରିନ୍ସିପାଲଙ୍କ କହିବା ଅନୁଯାୟୀ, ପୂର୍ବରୁ ଛାତ୍ରଙ୍କ ବାପା ପଜିଟିଭ ଚିହ୍ନଟ ହୋଇଥିଲେ। ଛାତ୍ର ଜଣକ ଗତ ଶନିବାର ଗୋଟିଏ ଦିନ ପରୀକ୍ଷା ଦେବାକୁ ସ୍କୁଲ ଆସିଥିଲେ। […]
ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ମାଟ୍ରିକ ଖାତା ଦେଖା ଶେଷ ହୋଇଛି। ଏବେ ଟାବୁଲେସନ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ୨ ରେଜଲ୍ଟକୁ ନେଇ ମନ୍ତ୍ରୀ କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି। ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ତେଣୁ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ […]
ନବରଙ୍ଗପୁର: ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ କୋଭିଡ୍ ସଂକ୍ରମଣକୁ ଦେଖି ଆଜିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ନାଇଟ୍ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ମଧ୍ୟ ଲଗାଯାଇଛି। ଏଗୁଡ଼ିକ ହେଲା ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଜରୁରୀ ନଥିବା ସେମିନାର, ୱାର୍କସପ୍, କନ୍ଫରେନ୍ସ ବାତିଲ କରାଯିବ। ଗହଳି ହେଉଥିବା ଧାର୍ମିକ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି। ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ […]
କଟକ: ଆଜିଠୁ କଟକ ସହରରୁ ସଟ୍ଡାଉନ୍ କଟକଣା ହଟିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍ଡାଉନ୍ କଟକଣାକୁ ହଟାଇବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଗତକାଲି ଘୋଷଣା କରାଯାଇଥିଲା। ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି। ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ ଦେକାନ ବଜାର ଖୋଲା ରହିବ। ସନ୍ଧ୍ୟା ୭ଟାରୁ […]
ବାରିପଦା: ମୟୂରଭଞ୍ଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା। ବେଲଗଡ଼ିଆ ରାଜପ୍ରସାଦରେ ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ରାଜମାତା ଗତକାଲି ଦିନରେ ସୁସ୍ଥ ଥିଲେ। ସକାଳ ଜଳଖିଆ ସହ ଦିନରେ ଭୋଜନ ମଧ୍ୟ କରିଥିଲେ। ରାତ୍ରୀ ଭୋଜନ ପରେ ଶୋଇବାକୁ ଯାଇଥିଲେ। ଏହାପରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କ […]
ଭୁବନେଶ୍ୱର: ଅନେକ ମିଠା ମିଠା ସ୍ୱପ୍ନ ଦେଖାଇ ଜୀବନସାଥୀ ଭାବେ ତାଙ୍କୁ ଗ୍ରହଣ କରିଥିଲେ। ଏକାଠି ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇଥିଲେ। ସ୍ୱାମୀଙ୍କ ସହ ଘର ସଂସାର ଗଢିବା ଆଶାରେ ସେ ବି ବାପଘରୁ ପାଦ କାଢିଥିଲେ। ହେଲେ ଜାଣିପାରି ନ ଥିଲେ, ସେ ପ୍ରେମିକ ନୁହେଁ, ଏକ ପାପୀକୁ ପ୍ରେମ କରୁଛନ୍ତି ବୋଲି। ସ୍ୱାମୀ-ସ୍ତ୍ରୀ ପବିତ୍ର ସମ୍ପର୍କରେ ସେ ଏକ କଳଙ୍କ ବୋଲି । ଏମିତି ଜଣେ ପାପୀ କବଳରୁ ମହିଳାଙ୍କୁ ଉଦ୍ଧାର କରିଛି […]
କଟକ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରରେ ଲାଗୁ ହୋଇଥିବା ସଟ୍ଡାଉନ୍ ଆସନ୍ତାକାଲିଠୁ ହଟିବ। ଏ ନେଇ କଟକ ମହାନଗର ନିଗମ(CMC) ପକ୍ଷରୁ ଟ୍ୱିଟ୍ କରାଯାଇ କୁହାଯାଇଛି। ସ୍ଥିତିର ସମୀକ୍ଷା କରାଯାଇ ସଟ୍ଡାଉନ୍ ହଟିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି। କାଲିଠୁ ସକାଳ ୫ଟାରୁ ସନ୍ଧ୍ୟା ୬ ଯାଏ […]
ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଆଜି ସର୍ବାଧିକ […]
ନବରଙ୍ଗପୁର: ନବରଙ୍ଗପୁର ପଲିଟେକନିକ୍ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍(TMCs)ରୁ ଜଣେ ବିଏସ୍ଏଫ୍ ଯବାନ ଫେରାର ହୋଇ ଯାଇଛନ୍ତି। ଫେରାର ଯବାନଙ୍କ ଘର ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବୋଲି ସୂଚନା ମିଳିଛି। ଗତ ୨୪ ତାରିଖରେ ଯବାନ ଜଣକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ୩୦ ତାରିଖରେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କୁ ଟିଏମ୍ସିରେ ରଖାଯାଇଥିଲା। ଏହାପରେ ଯବାନ ଜଣଙ୍କ ୧୦ ତାରିଖରୁ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ୍ରୁ ଫେରାର ଥିବା ସୂଚନା […]
ଫୁଲବାଣୀ: ଯୋଡ଼ାମୁଣ୍ଡରୁ ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯିବା ପରେ କାଳିଆର ମୃତ୍ୟୁ ଘଟିଥିଲା। ଏବେ ଜଗାକୁ ନେଇ ବାପା-ମା’ ଅଧିକ ତତ୍ପର ହୋଇଛନ୍ତି। ଫୁଲବାଣୀ ମେଡିକାଲରେ ପୁଅର ଚିକିତ୍ସା କରାଉଛନ୍ତି। କାରଣ ଗତକାଲି କଟକ SCBରୁ ଡିସ୍ଚାର୍ଜ ହେବା ପରେ ଏବେ ଫୁଲବାଣୀ ମେଡିକାଲରେ ଜଗାର ଚିକିତ୍ସା ଚାଲିଛି। କନ୍ଧମାଳ ଫିରିଙ୍ଗିଆ ମିଲୁପଡ଼ାର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗାକୁ ଗତକାଲି ୧୦୮ ଆମ୍ବୁଲାନ୍ସରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଫୁଲବାଣୀ ନେଇଥିଲେ । ଜଗାର […]
ଯାଜପୁର: ଯାଜପୁର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କଏଦୀ ଜଣକ ଅଣ ଓଡିଆ ହୋଇଥିବାବେଳେ ପତ୍ନୀକୁ ହତ୍ୟା ଅଭିଯୋଗରେ ବିଂଝାରପୁର ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଏଦୀଙ୍କ ସ୍ୱାବ୍ ସଂଗ୍ରହ ହୋଇଥିବାବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ଆକ୍ରାନ୍ତ ଜଣଙ୍କୁ କୋଭିଡ଼ କେୟାରକୁ ପଠାଯାଇଛି। ଏହି ଘଟଣା ପରେ ବିଂଝାରପୁର ଥାନାର ୨୨ ଜଣ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି। ଅତି ଜରୁରୀ କାମ […]
ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NACକୁ ସମ୍ପୂର୍ଣ୍ଣ ଭାବେ ଲକ୍ଡାଉନ୍ କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ ନେଇ ଘୋଷଣା ହୋଇଛି। ଆଜି ଜିଲ୍ଲାରୁ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଚିହ୍ନଟ ନୂଆ ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ମ୍ୟୁନିସିପାଲିଟିରୁ ୨୦ ଜଣ ବାଲିମେଳା NACରୁ ୧୫ ଏବଂ ଖଇରପୁଟ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆହୁରି ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଆଉ […]
ଭୁବନେଶ୍ୱର: ମହାଙ୍ଗା ଡବଲ ମର୍ଡରକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ ବିଜେପି ଆରମ୍ଭ କରିଛି ସଦଭାବନା ଯାତ୍ରା । ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ବିଧାନସଭା ଅଭିମୁଖେ ସଦଭାବନା ଯାତ୍ରା କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଦାବିରେ ବିଧାନସଭା ଘେରାଉ ଉଦ୍ୟମ କରିଛି ବିଜେପି। ଶହ ଶହ ସଂଖ୍ୟାରେ ବିଜେପି କର୍ମୀ ଏକାଠି ହୋଇ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବିଧାନସଭା […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ସମସ୍ତ ୩ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ […]
ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ମଧ୍ୟ ଉପରମୁହାଁ ହୋଇଛି। ଦୀର୍ଘ ଦିନ ଧରି କରୋନା ଗ୍ରାଫ ୧୦୦ ତଳେ ଥିବାବେଳେ ଗତକାଲି ୧୧୦ ଛୁଇଁଥିଲା। ଆଜି ଏହା ୧୨୦କୁ ଛୁଇଁଛି। ପ୍ରତିଦିନ ବଢୁଥିବା ଏଇ କରୋନା ସଂମିତଙ୍କ ସଂଖ୍ୟା ପୁଣି ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୨ଟି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୧ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୪୯ ଲୋକାଲ କେସ ରହିଛି । ଷ୍ଟେଟ ପୁଲ୍ରୁ […]