• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

accident
ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ

ସୋର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝା଼ଡ଼ି ଛକ ନିକଟରେ ଏକ ପ୍ରବାସୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ଜଣ ଆହତ ହୋଇଛନ୍ତି। ବସ୍‌ଟି ପଣ୍ଡିଚେରୀରୁ ପ୍ରବାସୀଙ୍କୁ ନେଇ ବିହାରର ପାଟନା ଯାଉଥିବାବେଳେ ଜାମୁଝା଼ଡ଼ି ଛକ ନିକଟରେ ବସ୍‌ଟି ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

  • Tuesday, 13 July 2021
office
ଗଞ୍ଜାମରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍‌ ମନା

ଗଞ୍ଜାମ: ଗଞ୍ଜାମରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍‌ ମନା। ଗଞ୍ଜାମ ଜିଲ୍ଲାରେ ଥିବା ସବୁ ସରକାରୀ ଅଫିସ୍‌କୁ ସର୍ବସାଧାରଣଙ୍କ ଯିବା ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜିଲ୍ଲାର ଜଣେ ବରିଷ୍ଠ ସରକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ୧୦ ଦିନ ଯାଏ ଜିଲ୍ଲାରେ ଥିବା କୌଣସି ସରକାରୀ ଅଫିସ୍‌କୁ ସର୍ବସାଧାରଣ ଯାଇ ପାରିବେନାହିଁ। କରେନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି […]

  • Tuesday, 13 July 2021
rainfall
ଆସନ୍ତା ୫ଦିନ ଯାଏ ବର୍ଷା !

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗର ଯାଏ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ […]

corona
ଭୁବନେଶ୍ୱରରୁ ଆଉ ୨, କଟକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୨ ଓ କଟକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ୱରରେ ଆଉ ୫ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମର ସୂଚନା ଅନୁସାରେ, ଭୁବନେଶ୍ୱରରୁ ଚିହ୍ନଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ କ୍ୱାରେଣ୍ଟିନ୍ ଓ ଆଉ ଗୋଟିଏ‌ ଲୋକାଲ କେସ୍ ରହିଛି। କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ବ୍ୟକ୍ତିଙ୍କ ଘର ଜୟଦେବ ବିହାର ଓ ତାଙ୍କ ବୟସ ୩୯ ବର୍ଷ। ଲୋକାଲ କେସ୍ ଚିହ୍ନଟ […]

  • Tuesday, 13 July 2021
congress
ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ଭୁବନେଶ୍ୱର: ନବନିଯୁକ୍ତ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ନେଇ ଭୁବନେଶ୍ୱର କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ନୂତନ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ ଫାଟକରେ ତାଲା ପକାଇ ଥିବାବେଳେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନରେ ପଶିଥିଲେ। ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ […]

  • Tuesday, 13 July 2021
corona ..
କଟକରେ କରୋନା ନେଲା ୨ ମୁଣ୍ଡ

କଟକ: ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ କଟକ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଥିବାବେଳେ କଟକରେ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ଉଭୟ ପୁରୁଷ ଏବଂ ସେମାନଙ୍କର ବୟସ ଯଥାକ୍ରମେ ୭୧ ଓ ୫୩ ବର୍ଷ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ରାଜ୍ୟରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ […]

  • Tuesday, 13 July 2021
bijay mohanty & deepa sahu
ବିଜୟ ମହାନ୍ତି ଓ ଦୀପାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଆ ସିନେ କଳାକାର ସଂଘ

ଭୁବନେଶ୍ୱର: ଚିକିତ୍ସାଧୀନ ଥିବା ଓଲିଉଡ୍‌ ଅଭିନେତା ବିଜୟ ମହାନ୍ତି ଓ ଅଭିନେତ୍ରୀ ଦୀପା ସାହୁଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଆ ସିନେ କଳାକାର ସଂଘ। ସଂଘର ସଦସ୍ୟ ମାନେ ଉଭୟଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି। ଏଥିସହ ସଂଘ ପକ୍ଷରୁ ବିଜୟ ମହାନ୍ତିଙ୍କୁ ୧ ଲକ୍ଷ ଓ ଦୀପା ସାହୁଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କୁ ସାହାଯ୍ୟ କରିବା ରାଜ୍ୟ ସରକାରଙ୍କୁ ମଧ୍ୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। […]

  • Tuesday, 13 July 2021
91421093_3110305529059371_5797060119829151744_n
୧୮ ଜିଲ୍ଲାରୁ ଆଉ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୬୭  ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]

  • Tuesday, 13 July 2021
covid19
ଗୋଟିଏ ପରିବାରରୁ ବାହାରିଲେ ୬ କରୋନା ପଜିଟିଭ୍‌

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ଅନ୍ତର୍ଗତ ବିଲାଟ ଗାଁର ଗୋଟିଏ ପରିବାରର ୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହା ପୂର୍ବରୁ ଏହି ପରିବାରର ୨ ଜଣଙ୍କର କରୋନା ପଜିଟିଭ ଆସିଥିଲା। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ଏହି ପରିବାରର ଆଉ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣା ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଉକ୍ତ ପରିବାରର ଜଣେ ବ୍ୟକ୍ତି ତାମିଲନାଡୁରୁ ଫେରି […]

  • Tuesday, 13 July 2021
corona 1
ଶ୍ରୀମନ୍ଦିର ସେବାୟତଙ୍କୁ କରୋନା

ପୁରୀ: ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧,୧୪୩ଜଣ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ତେବେ ଜଣଙ୍କୁ ଛାଡ଼ି ବାକି ୧,୧୪୨ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ସମ୍ପୃକ୍ତ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବାପରେ ରଥଯାତ୍ରା ପୂର୍ବରୁ ତାଙ୍କୁ ତୁରନ୍ତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ସୂଚନାଥାଉ କି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସେବାୟତଙ୍କ କରୋନା ଟେଷ୍ଟ ହୋଇଥିଲା। ଅନ୍ୟପକ୍ଷରେ, ସମ୍ପୃକ୍ତ […]

accident
ଶ୍ରମିକଙ୍କୁ ନେଇ ଯାଉଥିଲା ଭ୍ୟାନ; ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ହେମଗିରି ଥାନା କନିକା ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୧୬ ଜଣ ଆହତ ହୋଇଛନ୍ତି। ଗାଡିଟି ଦ୍ରୁତ ଗତିରେ ଯାଉଥିବାବେଳେ ଏକ ବାର୍‌ହାକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ପିକଅପ୍‌ ଭ୍ୟାନ୍‌ଟି ୧୬ ଜଣ ଶ୍ରମିକଙ୍କୁ ନେଇ ଯାଉଥିଲା। ଭ୍ୟାନଟି ଯାଉଥିବାବେଳେ ଏକ ବାର୍‌ହା ରାସ୍ତା ଉପରକୁ ଚାଲି ଆସିଲା। ଫଳରେ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ବାର୍‌ହାକୁ ଧକ୍କା ଦବେ ସହ […]

  • Tuesday, 13 July 2021
rainfall
ଆସନ୍ତା ୨୪ ଘଣ୍ଟାରେ ବର୍ଷା ! ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହାସହ ମୌସୁମୀ ସକ୍ରିୟ ହେବା ପରେ ଏବେ ଉତ୍ତର ପଞ୍ଜାବଠୁ ପଶ୍ଚିମ ବଙ୍ଗୋପସାଗରରେ ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷାସହ ଉପକୂଳ ଅଞ୍ଚଳରେ କିଛି ସ୍ଥାନରେ […]

Rath yatra 2020
ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ପୁରୀ: ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ଘରକୁ ଯିବେ। ବଡଦାଣ୍ଡରେ ଆଜି ଗଡିବ ତିନିରଥ।ତେବେ ପୂର୍ବ ବର୍ଷ ଭଳି ଏଥର ଗହଳି ଚହଳି ନାହିଁ। କରୋନା କଟକଣା ପାଇଁ ଭକ୍ତଙ୍କ ଭିଡ଼ ବି ନାହିଁ। ସୁପ୍ରିମକୋର୍ଟଙ୍କ କିଛି ସର୍ତ୍ତାବଳୀ ମଧ୍ୟରେ ଆଜି ପୁରୀରେ ରଥଯାତ୍ରା ହେଉଛି। ବହୁ କଳ୍ପନା ଜଳ୍ପନା ମଧ୍ୟରେ ଶେଷରେ ନିର୍ଦ୍ଦିଷ୍ଟ ସର୍ତ୍ତ ରଖି କେବଳ […]

corona
୧୦୦ ତଳକୁ ଖସିଲା ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନୂଆ କରୋନା ଚିହ୍ନଟଙ୍କ ସଂଖ୍ୟା ହ୍ରାସ ପାଉଛି। ରାଜ୍ୟରେ ୧୦୦ ତଳକୁ ଖସିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଚିହ୍ନଟ ୭୦ ଜଣଙ୍କ ମଧ୍ୟରୁ ୪୨ ଜଣ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ  ୪୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୨୮ଟି ହେଉଛି ଲୋକାଲ୍ […]

  • Tuesday, 13 July 2021
accident
ଟ୍ରକ୍‌କୁ ସାମ୍ନାପଟୁ ଧକ୍କା ଦେଲା କଣ୍ଟେନର, ୩ ଡ୍ରାଇଭରଙ୍କ ମୃତ୍ୟୁ

ସୋର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାୟକ ବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସିମେଣ୍ଟ ବୋଝେଇ ଟ୍ରକ୍‌କୁ ସାମ୍ନାପଟୁ ଏକ କଣ୍ଟେନର ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶଙ୍କର୍ଷଣ ମଣ୍ଡଳ, ମନମୋହନ ସିଂ ଓ ଠାକୁର ସିଂ। ଶଙ୍କର୍ଷଣଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାବଳପୁର ଅଞ୍ଚଳରେ। ମନମୋହନ ସିଂଙ୍କ ଘର ଭଦ୍ରକ ଓ ଠାକୁର ସିଂଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ଫେରାରେ। ଆଜି ସକାଳେ […]

  • Tuesday, 13 July 2021
BeFunky-collage (2)
ରଥଯାତ୍ରା ବନ୍ଦ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଘର ଉପରକୁ ଅଣ୍ଡା ମାଡ଼

ଭୁବନେଶ୍ୱର: ରଥଯାତ୍ରା ବନ୍ଦ ନେଇ ଆବେଦନ କରିଥିବା ଆବେଦନକାରୀଙ୍କ ଘର ଉପରକୁ ଅଣ୍ଡା ମାଡ଼ ହୋଇଛି। ରଥଯାତ୍ରା କରିବାକୁ ଅନୁମତି ନ ଦେବାକୁ ଅପିଲ୍ କରିଥିବା ଆବେଦନକାରୀ ଓକିଲ ସୁଶାନ୍ତ ପାଢୀଙ୍କ ଭୁବନେଶ୍ୱର ସ୍ଥିତ ଭଡା ଘର ଉପରକୁ ଏହି ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବମିଖାଲ ସାଈ ବିହାର ସ୍ଥିତ ସୁଶାନ୍ତଙ୍କ ଘର ଉପରକୁ କିଛି ଲୋକ ଅଣ୍ଡାମାଡ଼ କରିବା ସହ ତାଙ୍କର ଗାଡ଼ି ବି ଭାଙ୍ଗି ଦେଇଛନ୍ତି। ଏ ନେଇ ସୁଶାନ୍ତ ଅଭିଯୋଗ […]

puri
ରାତି ପାହିଲେ ରଥଯାତ୍ରା: ବଡ଼ଦାଣ୍ଡରୁ ହଟୁଛନ୍ତି ଉଠା ଦୋକାନୀ

ପୁରୀ: ରାତି ପାହିଲେ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହାର ପୁନଃ ବିଚାର କରି ଏଥିରେ ଆଂଶିକ ପରିବର୍ତ୍ତନ କରିବା ଲାଗି ଗୋଟିଏ ପରେ ଗୋଟିଏ ପିଟିସନ୍‌ ଦାୟର ହୋଇଛି। ଆଜି ରଥଯାଚ୍ରା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ଏହି ମାମଲା ୩ ଜଣିଆ ଖଣ୍ଡପୀଠକୁ ଯାଇଛି। ଗୋଟିଏପଟେ ମାମଲାର ଶୁଣାଣି ପାଇଁ ମୁଖ୍ୟ ବିଚାରପତି […]

rd-student
ଝିଅର ମୃତ୍ୟୁକୁ ନେଇ ସନ୍ଦିଗ୍ଧ ଯୁବକଙ୍କ ନାଁ କହିଲେ ଝରାଫୁଲଙ୍କ ବାପା

ଭୁବନେଶ୍ୱର: ଭୁବନେଶ୍ୱର ରମା ଦେବୀ କଲେଜ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟରୁ ଗୋଟିଏ ପରେ ଗୋଟିଏ ପରଦା ହଟୁଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା। ପୋଲିସ ଘଟଣାର ଛାନଭିନ କରିବା ପରେ ଗତକାଲି ସିସିଟିଭି ଫୁଟେଜରୁ ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ଦେଖିବାକୁ ପାଇଥିଲେ। ଆଜି ଦୁଇ ଯୁବକଙ୍କୁ ଚିହ୍ନଟ କରିଥିଲା ପୋଲିସ। ଯାଜପୁର ଏସ୍‌ପି […]

  • Tuesday, 13 July 2021
EYSYtydU8AAyYy_
ରାଜ୍ୟରେ ଆଉ ୧୪୩ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୩ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୪୩  ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬, […]

  • Tuesday, 13 July 2021
corona
୧୧ ଜିଲ୍ଲାରୁ ଆଜି ଚିହ୍ନଟ ହୋଇ ନାହାନ୍ତି ନୂଆ କରୋନା ରୋଗୀ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ  ରାଜ୍ୟରେ ୧୧୩ ଜଣ  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରର ହୋଇଥିବାବେଳେ  ୪୬ ଜଣ ଲୋକାଲ୍ କେସ୍‌। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରନ୍ତମାନେ ୧୯ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଆକ୍ରାନ୍ତ ସମ୍ବଲପୁରରୁ ଚିହ୍ନଟ ହୋଇଛନ୍ତି।  ସମ୍ବଲପୁରରୁ ୧୮ ଜଣ ଚିହ୍ନଟ ହୋଇଥିବା ୨ୟ ସ୍ଥାନରେ ରହିଛି ସୁନ୍ଦରଗଡ଼। […]

  • Tuesday, 13 July 2021
corona Super Spreader In Jharsuguda
ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର ! କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ବର୍ଥ ଡେ’ ପାର୍ଟି ସେଲିବ୍ରେସନ୍‌

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ସୁପର ସ୍ପ୍ରେଡର !  ଗୁରୁଗ୍ରାମରୁ ଆସିଥିବା ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ବ୍ରଜରାଜନଗରର ଓପିଏମ କଲୋନୀରେ ୧୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।  ମହିଳା ଜଣଙ୍କ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ କୋଭିଡ୍ ନିୟମ ନ ମାନି ପୁଅର ବର୍ଥ ଡେ’ ପାର୍ଟି ଆୟୋଜନ କରିବା ସହ ପଡୋଶୀ ମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିଥିଲେ। ସବୁଠାରୁ ବଡ଼ କଥା, ଜନ୍ମଦିନ ପାଳନ କରାଯାଇଥିବା ଅଞ୍ଚଳ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ ଘୋଷଣା ହୋଇଛି। ଏସବୁ ପରେ […]

rd-student
ରମାଦେବୀ ଛାତ୍ରୀ ମୃତ୍ୟୁ ରହସ୍ୟ: ଚିହ୍ନଟ ହେଲେ ଦୁଇ ଅଭିଯୁକ୍ତ

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଉଦ୍ଧାର ଘଟଣାର ନୂଆ ତଥ୍ୟ ସାମ୍ନାକୁ ଆସିଛି। ନିଖୋଜ ଛାତ୍ରୀଙ୍କ ମୃତ ଦେହ ରହସ୍ୟଜନକ ଭାବେ ରାସ୍ତାକଡ଼ରୁ ମୃତଦେହ ମିଳିବା ପରେ ଏହା ଏକ ହତ୍ୟା ଘଟଣା ବୋଲି ଅଭିଯୋଗ ହୋଇଥିଲା।  ଏହି ଘଟଣାର ସିସିଟିଭି ଫୁଟେଜରୁ  ୨ ଜଣ ସ୍କୁଟି‌ରେ ମୃତଦେହକୁ ନେଉଥିବାର ଦୃଶ୍ୟ ରହିଛି। ତେବେ କିଏ ଏହି ଦୁଇ ସନ୍ଦିଗ୍ଧ ଯୁବକ ସେ ନେଇ ପୋଲିସ ତନାଘନା ଚଳାଇଥିଲା। ଶେଷରେ ଆଜି ଦୁଇ ଯୁବକଙ୍କୁ ଚିହ୍ନଟ […]

odisha
ମା’ ଆଖିରେ ଲୁହ, ୩ ମାସ ହେଲା ମିଳୁନି ପୁଅର ପତ୍ତା

ଖଲ୍ଲିକୋଟ: କୁଏତରେ କାମ କରିବାକୁ ଯାଇ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଯାଇଛନ୍ତି। ୩ ମାସ ହେଲା ସମ୍ପୃକ୍ତ ଯୁବକଙ୍କ କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକ ଏବେ ଚିନ୍ତାରେ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍‌ ଅନ୍ତର୍ଗତ ଫାରକାପଲ୍ଲୀ ଗାଁର ଟୁନା ନାୟକ ମାର୍ଚ୍ଚ ୨ ତାରିଖରୁ ନିଖୋଜ ହୋଇଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। କୁଏତର ଏକ ଘରୋଇ କମ୍ପାନୀରେ ସେ ଦର୍ଜି(ଟେଲର୍)‌ ଭାବେ କାମ କରୁଥିଲେ। ଶେଷ ଥର ପାଇଁ ମାର୍ଚ୍ଚ ୨ […]

  • Tuesday, 13 July 2021
mp
‘ପୂର୍ବତନ ବିଧାୟକ ହୋଇ ଜାଣି ପାରିଲି, ସାଂସଦ ହୋଇ ଜାଣି ପାରିଲେନି ?’

କଟକ: କଟକ ଖାନ୍‌ନଗରରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍ ବିବାଦ ଦିନକୁ ଦିନ ଘନଉଛି। ଏହି ବସ୍‌ ଟର୍ମିନାଲ ନେଇ ସାଂସଦ ଭର୍ତ୍ତୃହରି ମହତାବ୍‌ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି ଜାଣି ନଥିବା ମନ୍ତବ୍ୟ ଉପରେ ଦେବାଶିଷ କହିଛନ୍ତି ‘ଜଣେ ସରକାରୀ ଦଳ ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ ‘ ସେ କହିଛନ୍ତି,  ‘ପୂର୍ବତନ ବିଧାୟକ […]

  • Tuesday, 13 July 2021
Ko---sudhikriya
ବଞ୍ଚି ଥାଉ ଥାଉ ପୁଅର ଶୁଦ୍ଧିକ୍ରିୟା କଲେ ବାପା-ମା’

ବ୍ରହ୍ମପୁର: ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଆମ ଧର୍ମର ଏକ ପରମ୍ପରା। ଆପଣାର ଲୋକଙ୍କୁ ହରାଇବାର ଦୁଃଖ ଯେତେ ଗଭୀର ହେଉ ନା କାହିଁକି, ଶୁଦ୍ଧିକ୍ରିୟା ଆମକୁ କରିବାକୁ ପଡ଼ିବ। ହେଲେ ବଞ୍ଚିଥିବା ମଣିଷର ଶୁଦ୍ଧିକ୍ରିୟା ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବଞ୍ଚି ଥାଉ ଥାଉ ଶିଶୁର ଶୁଦ୍ଧିକ୍ରିୟା କରିବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ। କଷ୍ଟ ହେଲେ ମଧ୍ୟ ଗ୍ରାମବାସୀଙ୍କ ଚାପରେ ବାପା-ମା‘ ଏପରି କରିବାକୁ ବାଧ୍ୟ ହୋଇଛନ୍ତି।  ଏମିତି ଏକ ଅଭାବନୀୟ ଘଟଣା […]

  • Tuesday, 13 July 2021