• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବାରିପଦା: ତିନି ଦିନ ହେଲା ଜଳୁଛି ଶିମିଳିପାଳ।  ମୟୂରଭଞ୍ଜ ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ଯାହାଫଳରେ ଜଙ୍ଗଲରେ ବହୁ ଔଷଧୀୟ ଗଛ ପୋଡ଼ି ଯାଉଛି। ନିଆଁ ଅନବରତ ଜଳୁଥିବାରୁ ସ୍ଥାନୀୟ ଲୋକେ ଓ ଜଙ୍ଗଲ ଜନ୍ତୁ ଭୟଭୀତ ହୋଇପଡିଛନ୍ତି ।

ଶିମିଳିପାଳ ଅଭୟାରଣ୍ୟର ପ୍ରାୟ ସମସ୍ତ ରେଞ୍ଜ ଅଧୀନରେ ଥିବା ଜଙ୍ଗଲ ଜଳୁଛି । ପତ୍ର ଝଡା ଋତୁରେ ଲୋକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ ନିଆଁ ଏବେ ଗୋଟିଏ ପାହାଡରୁ ଡେଇଁ ଅନ୍ୟ ପାହାଡ଼ ଚଢୁଛି । ବିଶେଷ କରି ଅଭୟାରଣ୍ୟର ଦକ୍ଷିଣ ଭାଗରେ ଥିବା ପୋଡ଼ାଡିହା ରେଞ୍ଜ ଅନ୍ତର୍ଗତ ଆନନ୍ଦପୁର, ଖଣ୍ଡାଚିରା ଓ ବାଲିନାଲ ପାହାଡ଼ରେ ତିନି ଦିନ ହେଲା ନିଆଁ ଲାଗିଛି। ସେହିପରି ଉତ୍ତରପଟେ ଥିବା ଠାକୁରମୁଣ୍ଡା ରେଞ୍ଜର ମିଟୁଆଣି, କେନ୍ଦୁମୁଣ୍ଡି ଜଙ୍ଗଲ ମଧ୍ୟ ଜଳୁଛି ନିଆଁର ପ୍ରକୋପ ଧିରେ ଧିରେ ବଢୁଥିବାରୁ ଜଙ୍ଗଲରେ ଥିବା ବଡ଼ବଡ଼ ଗଛ ଜଳିଯିବା ଆଶଙ୍କା ରହିଛି ।

ସେପଟେ ନିଆଁକୁ ଆୟତ୍ତ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ନିର୍ଦ୍ଦେଶ ଦେଇଛନ୍ତି । ଘଟଣା ସମ୍ପର୍କରେ ତାଙ୍କୁ ଅତିଶ୍ରୀଘ୍ର ଜଣାଇବାକୁ କହିଛନ୍ତି ଜାଭଜେକର। ଗଲା କିଛି ଦିନ ଧରି ଶିମିଳପାଳ ଜଙ୍ଗଲରେ ନିଆ ଲାଗିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ବେଗ ପ୍ରକାଶ କରିବା ସହ ନିଆଁ ଲିଭା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ନିବେଦନ କରିଥିଲେ। ଶିିମିଳିପାଳ ଦେଶର ଏକ ପ୍ରମୁଖ ଜୈବମଣ୍ଡଳ ହୋଇଥିବାରୁ ତାର ସୁରକ୍ଷା ପାଇଁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶିମିଳିପାଳରେ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଏହା ଏସିଆ ମହାଦେଶ ପାଇଁ ଭଲ ସଂକେତ ନୁହେଁ ବୋଲି ସେ ଟ୍ୱିଟ୍ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦଷ୍ଟି ଆକର୍ଷଣ କରିଛନ୍ତି।

ସପ୍ତାହେ ଧରି ନିଆଁ ଲାଗିଥିଲେ ବି ଜାତୀୟ ଗଣମାଧ୍ୟମ ଏନେଇ ଖବର ପ୍ରସାରଣ ନକରିବା ଦୁଃଖଦାୟକ ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଏହାସହ ସେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଘଟଣା ସମ୍ପର୍କରେ ଜାତୀୟ ସ୍ତରର ଗଣମାଧ୍ୟମ ଖବର ପ୍ରକାଶ ପାଇଁ ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଏମ୍.ଭଞ୍ଜଦେଓ ପ୍ରଥମେ ଟ୍ୱିଟ୍ କରିଥିଲେ।

https://youtu.be/ySQa4KCr5XU

Major-fire-breaks-out-in-similipal-forest
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories