• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

representational image
ଡ୍ୟୁଟି ବେଳେ ନର୍ସଙ୍କୁ ଛୁରୀ ଭୁସି ହତ୍ୟା

ନିଆଳି: ଡ୍ୟୁଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରୀ ଭୁସି ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳିରୁ ଏହି ଅଭିଯୋଗ ଆସିଛି। ସମ୍ପୃକ୍ତ ନର୍ସ ଜଣକ ଜଣେ ଗର୍ଭବତୀ ମହିଳାଙ୍କୁ ଟିକା ଦେଉଥିବା ବେଳେ ନର୍ସଙ୍କ ସ୍ୱାମୀ ନର୍ସଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ସମ୍ପୃକ୍ତ ନର୍ସ ଜଣକ ଆଜି କଟକ ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ଗର୍ଭବତୀ ମହିଳାଙ୍କୁ ଟିକା ଦେବାକୁ ଯାଇଥିଲେ। ଟିକା ଦାନ କାର୍ଯ୍ୟ […]

  • Tuesday, 13 July 2021
corona
ସପ୍ତାହରେ ଓଡ଼ିଶାରେ କରୋନା ନେଲାଣି ୨୩ ମୁଣ୍ଡ

ଭୁବନେଶ୍ୱର: ଜୁଲାଇ ଆରମ୍ଭରୁ ମହାମାରୀ କରୋନା ଏହାର ଭୟଙ୍କର ରୂପ ଦେଖାଇଛି। ଚଳିତ ମାସରେ ଅର୍ଥାତ୍‌ ସପ୍ତାହରେ ଓଡ଼ିଶାରେ ୨୩ ମୁଣ୍ଡ ନେଲାଣି କରୋନା। ଗତ ୨ ତାରିଖରେ ଗଞ୍ଜାମ ଏବଂ ଅନୁଗୁଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ୩ ତାରିଖରେ କେବଳ ଗଞ୍ଜାମ ଜିଲ୍ଲାର ୨ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିଲେ। ଏହାପରେ ୪ ତାରିଖରେ ରେକର୍ଡ ଭାଙ୍ଗି ରାଜ୍ୟରେ ମହାମାରୀ କରୋନାରେ ୫ ଜଣ ପ୍ରାଣ ହରାଇଥିଲେ। ଏହା ପଛକୁ ଜୁଲାଇ ୬ରେ […]

  • Tuesday, 13 July 2021
rto office
ଭୁବନେଶ୍ୱର RTO-୨ ବନ୍ଦ

ଭୁବନେଶ୍ୱର: ଆସନ୍ତା ସୋମବାର ପର୍ଯ୍ୟନ୍ତ ବନ୍ଦ ରହିବ ଭୁବନେଶ୍ୱର RTO-୨। କରୋନା ସଂକ୍ରମଣ ଆଶଙ୍କାରେ RTO-୨କୁ ବନ୍ଦ କରାଯାଇଥିବା ନେଇ ସୂଚନା ମିଳିଛି। ଗତକାଲି RTO-୧ରେ ୪ଜଣ କରୋନା ପଜିଟିଭ କେସ୍ ବାହାରିବା ପରେ RTO-୨କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। RTO-୧ ସହ କୌଣସି ବ୍ୟକ୍ତିଙ୍କର RTO-୨ରେ ଲିଙ୍କ ଥିବ ସେଇ ଆଶଙ୍କାରେ RTO-୨କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଥାଉ କି, ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ […]

  • Tuesday, 13 July 2021
pujariguda hospital
ସବୁଜିମାରେ ହସୁଛି ଡାକ୍ତରଖାନା ପରିସର; ଅଧା କଷ୍ଟ ଭୁଲି ଯାଉଛନ୍ତି ରୋଗୀ

ଉମରକୋଟ: ମେଡିକାଲରେ ସୃଷ୍ଟି ହେଉଛି ପାର୍କର ଭ୍ରମ। ଫୁଲ ବଗିଚା ସାଙ୍ଗକୁ ରହିଛି ଓପନ ଜିମ୍ ଓ ପିଲାଙ୍କ ଖେଳକୁଦ ସାମଗ୍ର॥ ମେଡିକାଲ ହତା ଭିତରେ ପଶୁ ପଶୁ ଏସବୁ ଦେଖି ସତେ ଯେପରି ଅଧା ରୋଗ ଭଲ ହୋଇଯିବ ! ମନ ହାଲ୍‌କା ହୋଇଯିବ। ଏମିତି ଡାକ୍ତରଖାନା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟରେ। ଉମରକୋଟର ପୂଜାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ବଗିଚାରେ ହସୁଛି ରଙ୍ଗ ବେରଙ୍ଗର ଫୁଲ । ଗୋଲାପ, ସେବତି, ଜିନିଆ ଭଳି […]

  • Tuesday, 13 July 2021
aditya das death
ଗୁମର ଖୋଲିବ ଆଦିତ୍ୟଙ୍କ ଡାଏରୀ ! ଲେଖା ହୋଇଥିଲା ଏମିତି କଥା...

ଭୁବନେଶ୍ୱର: “ମୋ ଭାଇ କେବେବି ଆତ୍ମହତ୍ୟା କରି ନ ଥିବ। ଏଇଟା ପୂରା ଭୁଲ୍‌। କାହିଁକି ନା ସେ ଆତ୍ମହତ୍ୟା‌ କରିବା ପିଲା ନୁହେଁ’ ଏଭଳି କିଛି କହିଛନ୍ତି ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଜଣେ ସମ୍ପର୍କୀୟ ଭାଇ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ତାଙ୍କର ଜଣେ ସମ୍ପର୍କୀୟ ଅଭିଯୋଗ ଆଣି କହିଛନ୍ତି, “ମଦ ବିରୋଧୀ ଅଭିଯାନ ଆରମ୍ଭ କରିବା ପରେ ମୋ ଭାଇ(ଆଦିତ୍ୟ) ଡିପ୍ରେସନ୍‌ରେ ଥିଲେ। କାହିଁକି ନା ଏହି ଅଭିଯାନ ଆରମ୍ଭ ହେବା […]

Image for representation
ମହିଳା ଦିବସର ଦିନକ ପୂର୍ବରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଯାଜପୁର: ସାରା ବିଶ୍ୱ ଗତକାଲି ପାଳନ କରିଛି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କ ମହାନତାକୁ ନେଇ ଅନେକ ବାର୍ତ୍ତା ସୋଶାଲ ମିଡିଆଠାରୁ ଆରମ୍ଭ କରି ସଭା, ସମିତିରେ ଶୁଣିବାକୁ ମିଳିଥିଲା।  ହେଲେ ଏହାର ଗୋଟିଏ ଦିନ ପରେ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ସାରା ବିଶ୍ୱ ନାରୀ ସମ୍ମାନ ଉଦ୍ଦେଶ୍ୟରେ ମହିଳା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ଯୁକ୍ତଦୁଇ ପଢୁଥିବା ଛାତ୍ରୀ  ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏପରି ଅଭିଯୋଗ ଅସିଛି ଯାଜପୁର […]

  • Tuesday, 13 July 2021
corona
ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହେଲେ ୯୫

ରାଉରକେଲା: ରାଉରକେଲାରେ ସୁପର ସ୍ପ୍ରେଡର ! ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ରାଉରକେଲା ସେକ୍ଟର-୧୬ ଅଞ୍ଚଳର ଜଣେ କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସି ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟସ୍‌ ଟ୍ରେସିଂରୁ ଗତକାଲି ୪୯ ଜଣ ଏବଂ ଆଜି ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳ(ସେକ୍ଟର-୧୬)ରେ ସଂକ୍ରମଣ ନ ବ୍ୟାପିବା […]

mkcg hospital
MKCG ଓ ମାଲକାନଗିରି ‌ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର OPD ବନ୍ଦ

ବ୍ରହ୍ମପୁର/ମାଲକାନଗିରି: ସାଧାରଣ ରୋଗୀଙ୍କୁ ବ୍ରହ୍ମପୁର MKCG ହସ୍ପିଟାଲ୍‌ର ରୁଟିନ୍ OPD‌ ମନା। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ରୁଟିନ୍ OPD‌ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ମେଡିକାଲର ମୁଖ୍ୟ ପ୍ରବେଶ ପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ। ମେଡିକାଲ […]

  • Tuesday, 13 July 2021
akas-margaru
ମାଲକାନଗିରିରେ ଜଳୁଛି ଜଙ୍ଗଲ; ୧୦ଟି ପାହାଡ଼କୁ ବ୍ୟାପିଲାଣି ନିଆଁ

ଭୁବନେଶ୍ୱର: ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ। ଏହାର ସର୍ବଗ୍ରାସୀ ରୂପ ଦେଖିଲେ ଛାତି ଥରି ଯାଉଛି।  ଶିମିଳାିପାଳ ସମେତ ରାଜ୍ୟର ଅନେକ ଜଙ୍ଗଲ ଏବେ ନିଆଁ ଲାଗି ଜଳୁଛି।  ଏବେ ମାଲକାନଗିରି ଜିଲ୍ଲାର ଅନେକ ଜଙ୍ଗଲ ବି ଜଳୁଛି । ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ବ୍ୟାପିବାରେ ଲାଗିଛି । ୧୨ ଦିନରୁ ଅଧିକ ହେବ ଜଳୁଛି ଶିମିଳିପାଳ। ନିଆଁକୁ ଆୟତ୍ତ କରିପାରୁନି ଅଗ୍ନଶମ ବିଭାଗ। ପୋଡ଼ାଢିଆ ରେଞ୍ଜର ଠାକୁରାଣୀଗଡି, […]

corona
ଓଡ଼ିଶାରେ ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଖୋର୍ଦ୍ଧା, ରାୟଗଡ଼ା ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି। ଆଜିର ସଂଖ୍ୟାକୁ […]

jee
ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ; ଗୌତମ ଦାସ ରାଜ୍ୟ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ । ଇଞ୍ଜିନିୟରିଂରେ ବ୍ୟାଚେଲର ଓ ବିଟେକ୍ ଲାଗି ଗତ ଫେବ୍ରୁଆରୀ ୨୪ରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ଜେଇଇ ମେନ୍ ପରୀକ୍ଷାର ଫଳ ପ୍ରକାଶ କରିଛି ଏନଟିଏ।  ଉଭୟ ଶ୍ରେଣୀର କେବଳ ପେପର ଓ୍ୱାନ ଲାଗି ସାରା ଦେଶରୁ ମୋଟ ୬ ଲକ୍ଷ ୫୨ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ପରୀକ୍ଷାରେ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶନ ନମ୍ବର ରଖିଛନ୍ତି। ଓଡ଼ିଶାର ଗୌତମ ଦାସ ସର୍ବାଧିକ […]

  • Tuesday, 13 July 2021
corona
ଓଡ଼ିଶାରେ ଆଉ ୫୨୭ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରୁ ଚିହ୍ନଟ ହେଲେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୫୨୭ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୬ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୮୯ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]

  • Tuesday, 13 July 2021
twin city new cp
ଟ୍ୱିନ୍ ସିଟିର ନୂଆ ସିପି ଦାୟିତ୍ୱରେ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । କ୍ରାଇମବ୍ରାଞ୍ଚର ଏଡିଜି ଥିବା ୧୯୯୫ ବ୍ୟାଚ୍‌ର ଏହି ଆଇପିଏସ ଅଫିସରଙ୍କୁ ରାଜ୍ୟ ସରକାର ଗତକାଲି କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି। ଦାୟିତ୍ୱ ନେବା ପରେ ନୂଆ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ସରକାର ଏତେ ବଡ଼ ବିଶ୍ୱାସ ରଖି ଦାୟିତ୍ୱ ଦେଇଛନ୍ତି। ଦାୟିତ୍ୱ ସଂପାଦନ ପାଇଁ ଆପ୍ରାଣ ଉଦ୍ୟମ କରିବି। ଟ୍ୱିନ୍ […]

  • Tuesday, 13 July 2021
aditya das
ରହସ୍ୟ ଘେରରେ ମୋଟିଭେସ୍‌ନାଲ୍‌ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ, ଥାନାରେ ହେଲା ଅଭିଯୋଗ

ଭୁବନେଶ୍ୱର: ରହସ୍ୟ ଘେରରେ ମୋଟିଭେସ୍‌ନାଲ୍‌ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। କାହିଁକି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ତାକୁ ନେଇ ସସ୍‌ପେନ୍ସ ଲାଗି ରହି ଥିବାବେଳେ ରେଲ୍‌ୱେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଆଦିତ୍ୟଙ୍କ ମୃତ୍ୟୁ ଘଟଣାକୁ ନେଇ ‘ଭଦ୍ରକ ସୋସିଆଲ୍ ସର୍ଭିସ୍‌’‌ ସ୍ୱେଚ୍ଛାସେବୀ ସଂଗଠନ ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏହାସହ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଉଚ୍ଚ ସ୍ତରୀୟ ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ […]

EbamH7hWoAAYrt5
ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍‌

ଗଞ୍ଜାମ: ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର। ଏହାସହ କାହାକୁ ଭୁବନେଶ୍ୱର ଯିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ଟ୍ୱିଟ୍‌ କରି ଗଞ୍ଜାମ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ସୂଚନାଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]

  • Tuesday, 13 July 2021
purandeswari
ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ-ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ମହିଳା ସମାବେଶରେ ପ୍ରଭାରୀ ପୁରନ୍ଦେଶ୍ୱରୀ ଯୋଗ ଦେଇ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ସେ କହିଛନ୍ତି, ବିଜେଡି ମହିଳାଙ୍କୁ କେବଳ ଭୋଟ ଦୃଷ୍ଟିକୋଣରୁ ଦେଖୁଛି। ହେଲେ ବିଜେପି ମହିଳାଙ୍କୁ ଭୋଟ ନୁହେଁ, ସମ୍ମାନ ଦୃଷ୍ଟିରେ ଦେଖେ। ମହିଳାଙ୍କୁ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ଉଦ୍ୟମ କରି ଆସିଛନ୍ତି।   ସୂଚନାଥାଉ କି, ଆଜି ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ, ମା’ ମାନେ ଜନ୍ମରୁ ନେତା। ନେତୃତ୍ୱ […]

  • Tuesday, 13 July 2021
cloudy
ଆସନ୍ତା ୨ ଦିନ ଯାଏ ଓଡ଼ିଶାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୨୪ ଘଣ୍ଟା ଯାଏ ରାଜଧାନୀ ଭୁବନେଶ୍ୱର ଏବଂ କଟକ ସହରର ଆକାଶ ମେଘାଚ୍ଛନ୍ନ ରହିବ। ଟ୍ୱିନ୍‌ ସିଟିରେ ସ୍ୱଳ୍ପ ଧରଣର ବର୍ଷା ହେବ ବୋଲି ମଧ୍ୟ ଆଞ୍ଚଳିକ ପଣିପାଗ କେନ୍ଦ୍ର ଆକଳନ […]

  • Tuesday, 13 July 2021
rto office
ବନ୍ଦ ହେଲା ଭୁବନେଶ୍ୱର RTO-୧

ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଚାର୍ଯ୍ୟ ବିହାର ସ୍ଥିତ RTO-୧କୁ ବିଏମ୍‌ସି ପକ୍ଷରୁ ବନ୍ଦ କରାଯାଇଛି। ଏଥିସହ ସଂକ୍ରମିତମାନଙ୍କ ସଂସ୍ପର୍ଶରେ ଆସିଥିବା RTO-୧ର ସମସ୍ତ କର୍ମଚାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ପରେ ଭୁବନେଶ୍ୱର ସ୍ଥିତ ICICI ବ୍ୟାଙ୍କର ଦୁଇଟି ଶାଖାକୁ ମଧ୍ୟ ବିଏମ୍‌ସି ପକ୍ଷରୁ ବନ୍ଦ କରି […]

  • Tuesday, 13 July 2021
coronavirus
ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୭ କରୋନା ଆକ୍ରାନ୍ତ, ସୁସ୍ଥ ହେଲେ ୪

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ଟି କ୍ୱାରେଣ୍ଟିନ୍‌, ୧୦ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏହାସହ ୨ଜଣ କୋଭିଡ୍‌ ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  ତେବେ ଆଜି ଭୁବନେଶ୍ୱରରେ ଆଉ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ […]

  • Tuesday, 13 July 2021
corona
କଟକ ସହରରୁ ବାହାରିଲେ ଆଉ ୩ କରୋନା ପଜିଟିଭ

କଟକ: କଟକ ସହରରୁ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଗୋଟିଏ ପେଡ୍‌ କ୍ୱାରେଣ୍ଟିନ୍‌, ଗୋଟିଏ ହୋମ୍‌ କ୍ୱାରେଣ୍ଟିନ୍‌ ଓ ଗୋଟିଏ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛି। ଚିହ୍ନଟ ୩ ନୂଆ ପଜିଟିଭ୍‌କୁ ମିଶାଇ କଟକ ସହରରେ ଏଯାବତ୍‌ ୧୯୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨ଜଣ ସୁସ୍ଥ ହୋଇଥିବାବେଳେ ୧୬୯ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
marriage
ଶାଶୂଘର ଯିବାବେଳେ କାନ୍ଦି କାନ୍ଦି ଚାଲିଗଲା ନବବଧୂର ଜୀବନ

ବିନିକା: ଗତକାଲି ହସଖୁସିରେ ଉଛୁଳି ପଡ଼ୁଥିଲା ଘର। ଘରେ ବନ୍ଧୁ ବାନ୍ଧବ, ଭୋଜିଭାତରେ କମ୍ପୁଥିଲା। ଧୁମ୍‌ଧାମରେ ସରିଲା ବାହାଘର। ପଡ଼ିଗଲା ହାତଗଣ୍ଠି। ଆଖିରେ ଆଖିଏ ସ୍ୱପ୍ନ ନେଇ ଝିଅ ବାହାରିଲା ଶାଶୂଘର। ଝିଅକୁ ବିଦା କରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ବାପା-ମା’। ତଥାପି ଦୁଃଖକୁ ମନରେ ଚାପି ଝିଅର ନୂଆ ସଂସାର ପାଇଁ ଠାକୁରଙ୍କ ପାଖେ ମଙ୍ଗଳ ମନାସୁ ଥିଲେ।  କିନ୍ତୁ ବାପା-ମା’ଙ୍କ ବିଚ୍ଛେଦ ସହି ପାରିଲାନି ଝିଅ। କାନ୍ଦ କାନ୍ଦି ସବୁଦିନ ପାଇଁ ଦୁନିଆ ଛାଡ଼ି […]

  • Tuesday, 13 July 2021
dharmendra pradhan
ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦିଆଯାଉ-ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜ୍ୟ ସରକାର ସାମାଜିକ ତଥା  ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ପଛୁଆ ବର୍ଗର ଲୋକଙ୍କର ଏକ ସର୍ଭେ ଆରମ୍ଭ କରିବାକୁ ଯାଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ଧର୍ମେନ୍ଦ୍ର  କହିଛନ୍ତି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଉଭୟ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଏବଂ ସାମାଜିକ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ (ଏସ୍ ଇବିସି)ଙ୍କୁ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ହେଲେ ତାଙ୍କ […]

  • Tuesday, 13 July 2021
corona testing
ବାଲେଶ୍ୱରର ଜଣେ ବିଧାୟକଙ୍କୁ କରୋନା !

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ ରାଜ୍ୟର ଜଣେ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିଥିବା ନେଇ ସଂପୃକ୍ତ ବିଧାୟକ ଜଣକ କହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦୁଇ ଦିନ ତଳେ ସମ୍ପୃକ୍ତ ବିଧାୟକଙ୍କ ସ୍ୱାବ୍‌ ଟେଷ୍ଟ୍‌ କରାଯାଇଥିଲା। ଆଜି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ଥିବା ନେଇ ଜଣାପଡ଼ିଥିଲା। ବିଧାୟକଙ୍କ କରୋନା ପଜିଟିଭ୍‌ ଆସିବା […]

  • Tuesday, 13 July 2021
coronavirus
ଯାଜପୁରରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ଜଣଙ୍କ ମୁଣ୍ଡ ନେଲା କରୋନା। ମୃତକ ୨ ଜଣଙ୍କ ମଧ୍ୟରୁ ଜଣେ ଗଞ୍ଜାମର ୭୭ ବର୍ଷୀୟ ବୃଦ୍ଧ ଓ ଅନ୍ୟ ଜଣେ ଯାଜପୁର ଜିଲ୍ଲାର ୬୪ ବର୍ଷୀୟ ବୃଦ୍ଧ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୧କୁ ବୃଦ୍ଧି ପାଇଥିବା ବେଳେ ଯାଜପୁରରେ ପ୍ରଥମ ମୁଣ୍ଡ ନେଇଛି କରୋନା। ଏ ଯାବତ୍‌ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି।   ଅନ୍ୟପକ୍ଷରେ ଓଡ଼ିଶାରେ ଆଉ ୪୫୬ ଜଣ କରୋନା ଆକ୍ରାନ୍ତ‌ […]

  • Tuesday, 13 July 2021
cuttack
କରୋନା ସଂକ୍ରମିତ ଚିହ୍ନଟ ପରେ କଟକ ଶିଶୁଭବନ ଆଉଟଡୋର ବନ୍ଦ

କଟକ: କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କଟକ ଶିଶୁଭବନ ଆଉଟଡୋରକୁ ବନ୍ଦ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଆଉଟଡୋର ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶିଶୁଭବନରେ ଜରୁରୀକାଳୀନ ସେବା ଜାରି ରହିବ। ଏ ନେଇ ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ ସୂଚନା ଦେଇଛନ୍ତି।  ସୂଚନାଥାଉ କି, ଗତକାଲି କଟକ ସହରରୁ ଆଉ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ କଟକ ଶିଶୁ ଭବନରୁ ଜଣେ ଶିଶୁ ଥିବାବେଳେ SCB ମେଡିକାଲରୁ […]

  • Tuesday, 13 July 2021