ଭୁବନେଶ୍ୱର: ରହସ୍ୟ ଘେର ଭିତରେ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ। ଏହି ଘଟଣାରେ ପୋଲିସ୍ ତଦନ୍ତକୁ ଜୋରଦାର କରିଛି। ଆଦିତ୍ୟଙ୍କ ଆଉ ଜଣେ ବନ୍ଧୁ ଦୀପୁଙ୍କୁ ଆଜି GRP ଜେରା କରିଛି। ଆସନ୍ତାକାଲି ଆଦିତ୍ୟଙ୍କ ପତ୍ନୀଙ୍କୁ ଜେରା କରିପାରେ GRP। ଏହା ପୂର୍ବରୁ ପପୁ, ବିକାଶ, ପ୍ରୀତମଙ୍କୁ ଜେରା କରି ସାରିଛି GRP। ଏଥିସହ ସେ ରହୁଥିବା ଭଡ଼ା ଘରର ମାଲିକଙ୍କୁ ମଧ୍ୟ ଜେରା କରି ସାରିଛି ଜିଆରପି। କେବେଠୁ ଆଦିତ୍ୟ ଭଡ଼ାରେ ଥିଲେ […]
ସମ୍ବଲପୁର: ବୁର୍ଲା ଭୀମ୍ସାରରେ ଆଉ ୪ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବୁର୍ଲା ଭୀମ୍ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲିଠୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ […]
ପାରାଦୀପ: ହଠାତ୍ ରେଳ ଲାଇନ୍ ପାର୍ ହେଉଥିଲା ଟ୍ରକ୍, ଏହି ସମୟରେ ମାଡ଼ି ଆସିଲା ଟ୍ରେନ୍।ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ JSW ସାଇଟ୍ରେ କୋଇଲା ଟ୍ରକ୍ ଉପରେ ଏକ ଟ୍ରେନ୍ ମାଡ଼ି ଯାଇଛି। ଏଥିରେ ଟ୍ରକ୍ଟି ପୂରା ଚାପି ହୋଇ ଯାଇଥିବା ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ, ଏହି ଦୁର୍ଘଟଣାରୁ ଟ୍ରକ୍ର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଗନାଲ୍ ମ୍ୟାନ୍ ନ ଥାଇ ଟ୍ରେନ୍ ଟି ପଛକୁ ଫେରୁଥିଲା। ଏହି ସମୟରେ ରାସ୍ତା ଜାମ୍ ଥିବାରୁ ଟ୍ରକ୍ଟି ଅବାଟରେ ରେଳ […]
ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କମିଶନରେଟ୍ ପୁଲିସ୍ର ଜଣେ କାର୍ଯ୍ୟରତ କନଷ୍ଟେବଲ୍। ଏରିଅର ଟଙ୍କା କରାଇଦେବାକୁ କନଷ୍ଟେବଲ୍ ସୁରେଶ ଦାସ ଜଣେ ବ୍ୟକ୍ତିଙ୍କୁ ୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଇଥିଲେ। ସୁରେଶ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ହଠାତ୍ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଧରିଥିଲା। ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁରେଶ, ଆକାଉଣ୍ଟସ […]
କଟକ: ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜ୍ମା ଥେରାପି। କଟକ SCBରେ ୪ଜଣଙ୍କଠାରୁ ପ୍ଲାଜ୍ମା ସଂଗୃହୀତ ହୋଇଛି। ଏହାସହ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ପ୍ରଥମ ଥର ଲାଗି ଜଣେ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ପ୍ଲାଜ୍ମା ଥେରାପି ଶେଷ ହୋଇଛି। ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କୁ B ପଜିଟିଭ୍ ପ୍ଲାଜ୍ମା ଦିଆଯାଇଛି। ଯେଉଁମାନେ ଇଚ୍ଛା ପ୍ରକାଶ କରିଥିଲେ, ସେମାନଙ୍କଠାରୁ ପ୍ଲାଜ୍ମା ସଂଗୃହୀତ କରାଯାଇଥିଲା। ଆହୁରି ଅନେକ ବ୍ୟକ୍ତି ମଧ୍ୟ ପ୍ଲାଜ୍ମା ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି, […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୪୮ରେ ପହଞ୍ଚିଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୭୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ […]
ଭୁବନେଶ୍ୱର: ଅନ୍ଲାଇନ୍ କ୍ଲାସ୍ ଯୋଗୁ ସ୍କୁଲ୍ ଛାଡ଼ି ପାରନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ବିଶେଷ କରି ଯେଉଁମାନେ ଦୃଷ୍ଟି ଶକ୍ତି ହରାଇଛନ୍ତି ସେହି ଛାତ୍ରଛାତ୍ରୀମାନେ ସ୍କୁଲ ଛାଡ଼ି ପାରନ୍ତି। ଏଭଳି କିଛି ଆକଳନ କରିଛି ‘ସ୍ୱାଭିମାନ’, ଓଡ଼ିଶା ଷ୍ଟେଟ୍ ଡିଜାବିଲିଟି ନେଟୱର୍କ ଏବଂ ସେଣ୍ଟର ଫର୍ ଆଡଭୋକେସି ଆଣ୍ଡ୍ ରିସର୍ଚ୍ଚ (CFAR) ସଂସ୍ଥା। ଏହି ସଂସ୍ଥାମାନଙ୍କ ସହଯୋଗରେ ସର୍ଭେ କରି ‘ସ୍ବାଭିମାନ’ ଏଭଳି ତଥ୍ୟ ସାମ୍ନାକୁ ଆଣିଛି। ସଂସ୍ଥା ପକ୍ଷରୁ ହୋଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି। […]
ଭୁବନେଶ୍ୱର: ବଢ଼ିଲା ସ୍କୁଲ ଆଡମିଶନ୍ ତାରିଖ। ମହାମାରୀ କରୋନା ପାଇଁ ସ୍କୁଲ୍ରେ ଆଡମିଶନ ତାରିଖ ସମୟ ସୀମାକୁ ଓଡ଼ିଶା ସରକାର ବୃଦ୍ଧି କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଆଡମିଶନ୍ ତାରିଖ ଅଗଷ୍ଟ ୧୪ ଯାଏ ବୃଦ୍ଧି କରାଯାଇଛି। ପୂର୍ବରୁ ଜୁନ୍ ୮ ରୁ ଆଡ଼ମିଶନ ଆରମ୍ଭ କରି ଜୁଲାଇ ୧୫ ଭିତରେ ସାରିବାକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪ ଜଣଙ୍କ ମଧ୍ୟରୁ ୨ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ଜଣେ ହୋମ୍ କ୍ୱାରେଣ୍ଟିନ୍ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଛନ୍ତି। ୧୫୪ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୭ ଜଣଙ୍କ ମୃତ୍ୟୁ ଘଟିଛି।
ସମ୍ବଲପୁର: ବୁର୍ଲା ଭିମ୍ସାରରେ ୭ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହସ୍ପିଟାଲର ୩ ଜଣ ଡାକ୍ତର ଓ ୪ ଜଣ ନର୍ସ କରୋନା ସଂକ୍ରମିତ ହୋଇଛନ୍ତି। ହସ୍ପିଟାଲ୍ର ୭ କର୍ମଚାରୀ ପଜିଟିଭ୍ ଜଣାପଡ଼ିବା ପରେ ହସ୍ପିଟାଲ୍କୁ ସାନିଟାଇଜ୍ କରାଯାଇଥିବା ନିର୍ଦ୍ଦେଶକ ପ୍ରଫେସର ଡା. ଲଳିତ ମେହେର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍ସାର୍)ର ସମସ୍ତ […]
ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ): ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ । ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ କରିଛନ୍ତି ଚକିତ । ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି। ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା ତାଙ୍କର ସ୍ୱପ୍ନ। ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ। ସହାୟତା ମିଳିଲେ ସେ ନିଜର ଉଦ୍ଭାବନାକୁ ସଫଳ ରୂପ ଦେଇପାରନ୍ତେ। ଏମିତି ସଂଘର୍ଷ ଏବଂ ସଫଳତା ଭରା […]
ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଆଉ ଜଣେ ତାରକା ଆଖି ବୁଜିଲେ। ଓଡ଼ିଆ ଫିଲ୍ମ ଦୁନିଆର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ହୋଇଯାଇଛି। କଟକ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି ଏ ନେଇ ଆଦେନିଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଦେନି ଅନେକ ସୁପରହିଟ୍ ଗୀତ ଓଡ଼ିଆ ସଙ୍ଗୀତ ଦୁନିଆକୁ ଭେଟି ଦେଇଛନ୍ତି। ଅନୁତାପ ସହ ଅନେକ ଓଡ଼ିଆ ହିଟ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ସେ ଥିଲେ। ତାଙ୍କ […]
ବାସୁଦେବପୁର: କରୋନା କଟକଣାକୁ ଫୁ’ କରି ୫୦ ଲୋକଙ୍କ ବଦଳରେ ଏକାଠି ହେଲେ ୨୦୦ରୁ ଅଧିକ ଲୋକ। ପୋଲିସ୍ର ବିନା ଅନୁମତିରେ ଏକାସଙ୍ଗେ ବିବାହ ନିମନ୍ତେ ମନ୍ଦିରରେ ପହଞ୍ଚିଥିଲେ ୨୦ରୁ ଅଧିକ ଯୋଡ଼ି। ଖବର ପାଇ ପୋଲିସ୍, ତହସିଲଦାର ପହଞ୍ଚିବା ପରେ ବର କନିଆଙ୍କ ସମେତ ସେମାନଙ୍କର ସମ୍ପର୍କୀୟମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ଭଦ୍ରକ ଜିଲ୍ଲା ବାସୁଦେବପୁର ସହରର ବାଲିନଗର ଯାଦବ ପଡିଆର ରାଧାକୃଷ୍ଣ ମନ୍ଦିରରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ। ସୂଚନା ଅନୁଯାୟୀ, ବିବାହ […]
ଉଦଳା: ଜଣେ ମହିଳା ହୋଇ ବି ବୁଝି ପାରିଲେନି ଗର୍ଭବତୀଙ୍କ କଷ୍ଟ। ଖାକି ପୋଷାକ ତଳେ ହଜିଗଲା ମାନବିକତା। ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇଲେ। ଏହି ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍ପି। ଗତକାଲି ଶରତ ଥାନା OIC ରୀନା ବକ୍ସଲା ନିର୍ଦ୍ଦେଶ ଯୋଗୁ ଜଣେ ଜଣେ ଗର୍ଭବତୀଙ୍କ ୩ କିମି ଚାଲି ଚାଲି ଥାନାକୁ ଆସିବାକୁ ବାଧ୍ୟ ହୋଇଥିଲେ। ଅଭିଯୋଗ ପାଇବା ପରେ ମୟୂରଭଞ୍ଜ ଏସ୍ପି ଗତକାଲି ତାଙ୍କୁ […]
ପାରାଦୀପ: ରାଜ୍ୟରେ କରୋନା ସଂକ୍ରମଣ ଆଖିରୁ ନିଦ ହଜାଇ ଦେଇଛି। ଶିକ୍ଷାନୁଷ୍ଠାନରୁ ଅଧିକ ସଂଖ୍ୟକ ରୋଗୀ ଚିହ୍ନଟ ହେଉଥିବାବେଳେ କାଲି ଏକ ଜାହାଜରୁ ଚିହ୍ନଟ ହୋଇଛନ୍ତି ୧୪ କରୋନା ରୋଗୀ। ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜରୁ ୧୪ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଗତ ସନ୍ଧ୍ୟାରେ ପାରାଦୀପ ବନ୍ଦରରୁ ଭୁବନେଶ୍ୱର କୋଭିଡ ହସ୍ପିଟାଲକୁ ପଠାଯାଇଛି। ତେବେ ଏହା ବିଦେଶୀ ଜାହାଜ ନୁହେଁ ବୋଲି ଜଣାଯାଇଛି । କୋଷ୍ଟାଲ ସିପିଂରେ ଦେଶର ଅନ୍ୟାନ୍ୟ ବନ୍ଦର ଛୁଇଁ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩ ମୃତକଙ୍କ ମଧ୍ୟରୁ ୨ ଜଣ ଗଞ୍ଜାମର, ଜଣେ ଭୁବନେଶ୍ୱରର। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ […]
ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ବସନ୍ତ ଋତୁରେ ପଡୁଥିବା ଏହି ପର୍ବକୁ ଭାଷା, ବର୍ଣ୍ଣ, ପ୍ରାନ୍ତ, ଧର୍ମ ନିର୍ବିଶେଷରେ ସଭିଏଁ ପାଳନ କରିଥାନ୍ତି। ଏହି ପର୍ବରେ ଲେକୋ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି। ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ। ହୋଲି ପର୍ବକୁ ସବୁଠି ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ। ତେବେ କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି। […]
ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ […]
କଟକ: ଜାତୀୟ ପରୀକ୍ଷା ଏଜେନ୍ସି ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ 2021 ମାର୍ଚ୍ଚ ଅଧିବେଶନ ପାଇଁ ଫଳାଫଳ ଘୋଷଣା ହୋଇ ସାରିଛି | ଏଇ ପ୍ରବେଶିକା ପରୀକ୍ଷାରେ ମୋଟ 13 ଜଣ ପ୍ରାର୍ଥୀ ଶହେ (100) ସ୍କୋର କରିଛନ୍ତି। ଏଇ ପରୀକ୍ଷାରେ କଟକ ସହର ଶ୍ରୀବିହାର କଲୋନୀରେ ରହୁଥିବା ଦେବାଶିଷ ପଣ୍ଡା 99.959166 ପ୍ରତିଶତ ସ୍କୋର ସହ ଶୀର୍ଷରେ ରହି ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଭୁବନେଶ୍ୱରର ଓଡିଏମ୍ ପବ୍ଲିକ୍ ସ୍କୁଲର […]
କଲ୍ୟାଣସିଂହପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ନଦୀର ଏକ ଅସ୍ଥାୟୀ ପୋଲ ଧୋଇ ଯାଇଛି। ଏଥିଯୋଗୁ ୬ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇଛି। ଏହି ପୋଲ ଦେଇ କଲ୍ୟାଣସିଂହପୁର, ପୂଜାରିଗୁଡା, ସୁନାଖଣ୍ଡି, ପାରସାଲି, ପଲମା ଓ କନ୍ଧାକାତିପାଡୁ ପଞ୍ଚାୟତର ୨ ହଜାରରୁ ଅଧିକ ଲୋକ ପ୍ରତିଦିନ ଯିବାଆସିବା କରିଥାନ୍ତି। ପୋଲ ଧୋଇଯିବା ଦ୍ୱାରା ଲୋକମାନଙ୍କୁ ପ୍ରାୟ ୫୦ କି.ମି. ବୁଲି ବୁଲି ଯିବାକୁ ପଡୁଛି। ୨୦୦୭ରେ କଲ୍ୟାଣୀ ନଦୀରେ ବନ୍ୟା ଯୋଗୁ ସ୍ଥାୟୀ ପୋଲ ଭାସି […]
ସମ୍ୱଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ୧୯ ତାରିଖ ଯାଏ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ(ଭିମ୍ସାର୍)ର ସମସ୍ତ ବିଭାଗର ଓପିଡି ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ, ମେଡିକାଲରେ କେବଳ କାଜୁଆଲିଟି ଓ ଏମର୍ଜେନ୍ସି ବିଭାଗ ଖୋଲା ରହିବ। ରୁଟିନ୍ ସର୍ଜରୀ ବନ୍ଦ ରହିବ। ରେଫେରାଲ ରୋଗୀଙ୍କୁ ଅନୁମତି ମିଳିବ। ସେହିପରି ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟ୍)କୁ […]
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କୁମ୍ଭାରପଡ଼ା ନିକଟ ମହାନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କୁ ୨ଜଣ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଗତକାଲି ସନ୍ଧ୍ୟାରେ ସ୍ୱାମୀଙ୍କ ସହ ମହାନଦୀ ସେତୁକୁ ବୁଲିବାକୁ ଆସି ଥିବାବେଳେ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ମହିଳା ଜଣକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁଲିହାକାନୀ ଗାଁର ମୀରା ସେଠୀ ବୋଲି ଜଣାପଡ଼ିଛି। ମୀରା ନଦୀରେ ଭାସି ଭାସି ଯାଉଥିବା ବେଳେ ଲଙ୍କେଶ୍ୱର ଘାଟତଳ କୁମ୍ଭାରପଡ଼ାରୁ ୨ଜଣ ମତ୍ସ୍ୟଜୀବୀ ତାଙ୍କୁ […]
ଆଳି: ସ୍ୱାବ୍ ସଂଗ୍ରହ ବେଳେ କୋଭିଡ୍ ଯୋଦ୍ଧାଙ୍କୁ ବନ୍ଧୁକ ମୁନରେ ଧମକ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପାତ୍ରପୁର ଗାଁରେ ଏଭଳି କିଛି ଘଟଣା ଘଟିଛି। କେନ୍ଦ୍ରାପଡ଼ାରୁ ୯ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାବ୍ ସଂଗ୍ରହ ପାଇଁ ପାତ୍ରପୁର ଗାଁକୁ ଯାଇଥିବା ବେଳେ ପାତ୍ରପୁରରେ ଜଣେ ଯୁବକ ସେମାନଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ଏପରିକି ତୁମେମାନେ କିଏ ଏବଂ କାହିଁକି ଆସିଛ ? ବୋଲି ସମ୍ପୃକ୍ତ ଯୁବକ ଜଣକ ପଚାରିବା ସହ ଗାଳିଗୁଲଜ […]