ଗଜପତି: ଦିନକୁ ଦିନ ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଗଞ୍ଜାମରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ତେଣୁ ପଡ଼ୋଶୀ ଗଞ୍ଜାମ ଓ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାକୁ ଯିବାକୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ବାରଣ କରିଛନ୍ତି। ଏଥିସହ ଗଞ୍ଜାମ, ଶ୍ରୀକାକୁଲମରୁ କେହି ଗଜପତି ଜିଲ୍ଲାକୁ ମଧ୍ୟ ଆସିପାରିବେନି। ଏମିତିକି ଗଞ୍ଜାମରେ ଚାକିରି କରୁଥିବା ଗଜପତି ଲୋକଙ୍କୁ ଯିବାକୁ […]
ନବରଙ୍ଗପୁର: ସମ୍ପର୍କୀୟ ଝିଆରୀକୁ ହତ୍ୟା କଲା ସମ୍ପର୍କୀୟ ଦାଦା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ପୁଲିସ୍ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ(୨୭) କୁ ଅଟକ ରଖି ପଚରାଉଚରା କରୁଛି। ମୃତ ଯୁବତୀ ଜଣକ ଯୁକ୍ତ ୩ରେ ଅଧ୍ୟୟନ କରୁଥିଲେ। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବତୀ ଓ ଭୀଷ୍ମ ପରସ୍ପରକୁ ଭଲ […]
କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୬ରୁ ୧୩ ସରକାରୀ କ୍ୱାରେଣ୍ଟିନ୍, ଜଣେ ପେଡ୍ କ୍ୱାରେଣ୍ଟିନ୍ ଓ ୨ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରୁ ଏଯାବତ୍ ୨୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେମାନଙ୍କ ମଧ୍ୟରୁ ୩୨ଜଣ ସୁସ୍ଥ ହୋଇଥିବାବେଳେ ୧୯୫ ଜଣ ଚିକିତ୍ସାଧୀନ ଅଛନ୍ତି। ୨ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଓଡ଼ିଶାରେ ଆଜି ସର୍ବାଧିକ ୭୫୫ […]
ଭୁବନେଶ୍ୱର: ଆଜି ଦିନକ ପାଇଁ ଓଡ଼ିଶା ବିଧାନସଭା ସଟ୍ଡାଉନ୍ ଘୋଷଣା ହୋଇଛି। ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ସଟ୍ଡାଉନ୍ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଶନିବାର ଓ ରବିବାର ସଟ୍ଡାଉନ୍ ଥିବାରୁ କେବଳ ଆଜି ଦିନକ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି। ସୋମବାର ସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବାଚସ୍ପତି କହିଛନ୍ତି। ଅଧିବେଶନ ଚାଲୁ ନ ଥିଲେ ମଧ୍ୟ ବିଧାନସଭାର […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଏହାସହ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୪ରେ ପହଞ୍ଚିଛି। ସେହିପରି ସୁନ୍ଦରଗଡ଼ ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ […]
ଭୁବନେଶ୍ୱର: ରାଜ୍ୟରେ ଆଉ 755 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୪୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]
ରାଉରକେଲା: କରୋନା ସଂକ୍ରମଣକୁ ରୋକିବା ଲାଗି ରାଉରକେଲା ସହରକୁ ସପ୍ତାହରେ ୨ ଦିନ ଅର୍ଥାତ୍ ଶନିବାର ଏବଂ ରବିବାର ସଟ୍ଡାଉନ୍ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଘୋଷଣା କରିଛନ୍ତି। ଏହା ଆସନ୍ତାକାଲିଠୁ ଆରମ୍ଭ ହୋଇ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ରାଉରକେଲା ସହର ସହ କଲୁଙ୍ଗା ଶିଳ୍ପାଞ୍ଚଳରେ ମଧ୍ୟ ସଟ୍ଡାଉନ୍ କଟକଣା ଲାଗୁ ହେବ। ସଟ୍ଡାଉନ୍ ବେଳେ ଔଷଧ ଦୋକାନ, ମେଡିକାଲ ସେବା ଆଦି ଜାରି ରହିବ। ଗ୍ରୋସରୀ ଏବଂ କ୍ଷୀର କାଉଣ୍ଟର ସକାଳ […]
କଟକ: କଟକରେ କମିଶନରେଟ୍ ପୁଲିସ୍ର ଜଣେ କନଷ୍ଟେବଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ମଙ୍ଗଳାବାଗ ଫାଣ୍ଡିର ଜଣେ କନଷ୍ଟେବଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ସୂଚନା ଦେଇଛନ୍ତି। କନଷ୍ଟେବଲ ଜଣକ କୋରନା ପଜିଟିଭ୍ ଚିହ୍ନଟ ପରେ ଚିନ୍ତା ବଢ଼ିଛି। ଆଜି ୫୮ ଜଣ ପୁଲିସ୍ କର୍ମଚାରୀଙ୍କର ସ୍ୱାବ୍ ଟେଷ୍ଟ କରାଯିବ। ଏ ନେଇ ଡିସିପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେହିପରି SCBରୁ ମଧ୍ୟ ଆଉ ୫ ପଜିଟିଭ ଚିହ୍ନଟ […]
ବଲାଙ୍ଗିର: ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ଗତକାଲି ହୃଦ୍ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିଛନ୍ତି। ଶାରଳା ପୁରସ୍କାର ବିଜେତା ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ସେ ଛାଡ଼ି ଯାଇଥିବା ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏବେ ନୂଆ ମୋଡ଼ ନେଇଛି। ଏହି ଘଟଣାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ ଆଦିତ୍ୟଙ୍କ ବନ୍ଧୁ ପପୁ ଏହି ମାମଲାରେ ଭିନ୍ନ ଦିଗକୁ ଇସାରା କରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା। ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି GRP। ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ପୋଲିସ୍ ଏହି ମାମଲା ରୁଜୁ ହୋଇଛି। ଆଦିତ୍ୟଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ଟି କ୍ୱାରେଣ୍ଟିନ୍, ୧୮ଟି ଲୋକାଲ୍ କଣ୍ଟାକ୍ଟସ୍ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ତେବେ ଆଜି ଭୁବନେଶ୍ୱରରେ ଆଉ ୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦୨ଜଣ ସୁସ୍ଥ ହୋଇଥିବାବେଳେ ୨୪୭ଜଣ ଚିକିତ୍ସାଧୀନ ଅଛନ୍ତି। ୭ଜଣଙ୍କ ମୃତ୍ୟୁ ଘଟିଛି।
ଭୁବନେଶ୍ୱର: ଗତକାଲି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ୨୪ ଘଣ୍ଟାରେ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। କ୍ୱାରେଣ୍ଟିନରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୭ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଏ ସମସ୍ତ ଆକ୍ରାନ୍ତ ୧୭ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୩ଟି ଜିଲ୍ଲାରୁ କେହି ରୋଗୀ ଚିହ୍ନଟ ହୋଇ ନାହାନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। […]
ଭୁବନେଶ୍ୱର: ଆସନ୍ତାକାଲିଠୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ ରହିବ। ଏ ନେଇ ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି ସୂଚନା ଦେଇଛନ୍ତି। କର୍ମଚାରୀଙ୍କ ଅଭାବ ଦେଖାଦେବା ଯୋଗୁ ଓପିଡି ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ଭୁବନେଶ୍ୱର ଏମ୍ସର କିଛି କର୍ମଚାରୀଙ୍କ କରୋନା ପଜିଟିଭ ଆସିଥିବାରୁ ହସ୍ପିଟାଲ୍ରେ କର୍ମଚାରୀଙ୍କ ଅଭାବ ଦେଖା ଦେଇଛି। ସେହିପରି ଆଉ କିଛି କର୍ମଚାରୀ କଣ୍ଟେନମେଣ୍ଟ ଜୋନ୍ରୁ ଆସୁ ଥିବାରୁ ସେମାନଙ୍କୁ ହସ୍ପିଟାଲ୍ ଆସିବାକୁ ବାରଣ କରାଯାଇଥିବା ଜଣାପଡ଼ିଛି। ଯଦିଓ ହସ୍ପିଟାଲ୍ର ଓପିଡି […]
ରାଉରକେଲା: ରାଉରକେଲାରେ ପ୍ରଦୂଷଣ ମାତ୍ରା କମିଛି। ଫଳରେ ରାଉରକେଲା ପାଇଁ ଜାରି କରାଯାଇଥିବା କଟକଣାକୁ କୋହଳ କରାଯାଇଛି। କଟକଣା କୋହଳ କରିବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛି। ପ୍ରଦୂଷଣ ଯୋଗୁ ସ୍କୁଲ କଲେଜ ବନ୍ଦ କରାଯିବା ପରି ସ୍ଥିତି ସୃଷ୍ଟି ହୋଇଥିଲା। ଏହି ଆଶଙ୍କା ଏବେ ଟଳି ଯାଇଛି। ଷ୍ଟିଲ୍ସିଟି ରାଉରକେଲାର ପରିବେଶ ପ୍ରଦୂଷଣ ସାଂଘାତିକ ଭାବେ ବଢିଯାଇଛି। ଫଳରେ ଗତ ୩ ଦିନ ହେଲା ସହରବାସୀଙ୍କ ଜୀବନଯାତ୍ରା ବିଗିଡ଼ି ଯାଇଛି। ଏଠାରେ ଲୋକଙ୍କୁ […]
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୪ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରୁ ୩ଜଣ, ଭଦ୍ରକରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି। ସେହିପରି କେନ୍ଦୁଝର ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର […]
ଭୁବନେଶ୍ୱର: ରାଜ୍ୟରେ ଆଉ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୬୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା […]
ଭୁବନେଶ୍ୱର: ମୋଟିଭେସ୍ନାଲ୍ ସ୍ପିକର ତଥା ସ୍ୱେଚ୍ଛାସେବୀ ଆଦିତ୍ୟ ଦାସଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ। ଶକ୍ତ ଆଘାତ ଯୋଗୁ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଜିଆରପି ପୋଷ୍ଟମର୍ଟମ ରିପୋର୍ଟ ପାଇବା ପରେ ତଦନ୍ତ ଆଗକୁ ବଢ଼ାଇଛି। ଅନ୍ୟପକ୍ଷରେ, ଆଦିତ୍ୟଙ୍କ ସଂଗଠନର କିଛି ସଦସ୍ୟଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି GRP ତଦନ୍ତ ଆରମ୍ଭ କରିଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀରେ ଡୋନେସନ୍ ବାବଦରେ ମିଳିଥିବା ଅର୍ଥ ଖର୍ଚ୍ଚର […]
ବ୍ରହ୍ମପୁର: ଆଜିଠୁ ଗଞ୍ଜାମ ଜିଲ୍ଲାର କୌଣସି ରେଲ୍ୱେ ଷ୍ଟେସନ୍ରେ ଅଟକିବନି ପାସେଞ୍ଜର ଟ୍ରେନ୍। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି କଟକଣା ଜାରି ରହିବ। ଗଞ୍ଜାମ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତଟ ରେଲ୍ୱେ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ୱର-ବ୍ରହ୍ମପୁର ସ୍ପେଶାଲ ଟ୍ରେନ୍କୁ ବାତିଲ୍ କରି ଦିଆଯାଇଛି। ସେହିପରି ଭୁବନେଶ୍ୱର-ମୁମ୍ବାଇ ସ୍ପେଶାଲ୍ ଟ୍ରେନ୍ ବାଲୁଗାଁ, ଛତ୍ରପୁର ଓ ବ୍ରହ୍ମପୁର ଷ୍ଟେସନ୍ରେ ଅଟକିବ […]
ଭୁବନେଶ୍ୱର: ଆଜି ଶିବରାତ୍ରୀ। ମହାଦେବଙ୍କ ପାଇଁ ମହା ଆରାଧନା। ରାଜ୍ୟର ଶୈବ ପୀଠରେ ଚାଲିଛି ଭୋଲା ବାବାଙ୍କ ପୂଜାର୍ଚ୍ଚନା। ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ, ପୁରୀର ଲୋକନାଥ, ଭଦ୍ରକର ବାବା ଆଖଣ୍ଡଳମଣି, କଟକର ଧବଳେଶ୍ୱର ପୀଠ ସମେତ ରାଜ୍ୟର ବିଭିନ୍ନ ଶିବ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି। କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି। ବାବା ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟା ସୁଦ୍ଧା ମହାଦୀପ ଉଠିବା ପାଇଁ ନୀତି ନିର୍ଘଣ୍ଟ […]
ବ୍ରହ୍ମପୁର: ଗଞ୍ଜାମରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ। କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୁ ଜୁଲାଇ ୧୩ ଯାଏ ଗଞ୍ଜାମ ଜିଲ୍ଲା ସହରାଞ୍ଚଳରେ ସଟ୍ଡାଉନ୍ ଘୋଷଣା ହୋଇଛି। ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ମ୍ୟୁନିସିପାଲଟି, ଜିଲ୍ଲାର ସମସ୍ତ NAC, ଜିଲ୍ଲାର ୫ଟି ବ୍ଲକ୍ ହେଡ୍କ୍ୱାର୍ଟର- ଧରାକୋଟ, ସାନଖେମୁଣ୍ଡି, ଶେରଗ଼ଡ, ପାତ୍ରପୁର ଓ ଜଗନ୍ନାଥ ପ୍ରସାଦକୁ ସମ୍ପୂର୍ଣ୍ଣ ଭାବେ ସଟ୍ଡାଉନ୍ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ […]
କଟକ: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। କରୋନା ସ୍ଥିତିକୁ ନେଇ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍ଡାଉନ୍ ଘୋଷଣା କରିଛି ସିଏମ୍ସି। ଏହି ନିଷ୍ପତ୍ତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ରେଜିଷ୍ଟ୍ରାର ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟକୁ ବନ୍ଦ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୂର୍ବରୁ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ କଟକ ସହରକୁ ସଟ୍ଡାଉନ୍ ଘୋଷଣା କରିଥିବା ବେଳେ ହାଇକୋର୍ଟ ମଧ୍ୟ ବନ୍ଦ କରିବାକୁ ହାଇକୋର୍ଟ […]
ନୂଆଦିଲ୍ଲୀ: ଏନ୍ଡିଏ ଟପ୍ପର ହେଲେ ଓଡ଼ିଆ ଛାତ୍ର ରୋନିତ୍ । ନ୍ୟାସନାଲ୍ ଡିଫେନ୍ସ ଏକାଡେମୀ ପ୍ରବେଶିକା ପରୀକ୍ଷାରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି ଭଦ୍ରକ ଜଗନ୍ନାଥପୁର ବଛଡ଼ା ଗାଁର ରୋନିତ ରଞ୍ଜନ ନାୟକ। ଗୋଆସ୍ଥିତ ନାଭାଲ ପବ୍ଲିକ୍ ସ୍କୁଲର ପ୍ରାଥମିକ ଶିକ୍ଷା ଓ କେନ୍ଦ୍ରୀୟ ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ ରୋନିତ କ୍ୟାରିୟର ପାଇଁ କୋହ୍ଲାପୁୁରସ୍ଥିତ ଆର୍ମଡ୍ ଫୋର୍ସେସ୍ ପ୍ରାପାରେଟୋରୀ ଇନ୍ଷ୍ଟିଚ୍ୟୁଟ୍ରେ ପ୍ରଶିକ୍ଷଣ ନେଉଥିଲେ । ରୋନିତଙ୍କ ବାପା ରଶ୍ମିରଞ୍ଜନ ନାୟକ ଗୋଆସ୍ଥିତ ନୌସେନା ବିମାନ […]
କଟକ: କଟକ SCB ମେଡିକାଲ୍ରୁ ପୁଣି ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। SCB ଆଇସୋଲେସନ ଓ୍ୱାର୍ଡରୁ ୩ ଜଣ ଚିହ୍ନଟ ହୋଇଥିବାବେଳେ ରାପିଡ୍ ଟେଷ୍ଟ ମାଧ୍ୟମରେ ଅନ୍ୟ ବିଭାଗରୁ ଅନ୍ୟ ୩ ଜଣ ଚିହ୍ନଟ ହୋଇଛନ୍ତି। ଶିଶୁଭବନରୁ ମଧ୍ୟ ଜଣେ ଶିଶୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ସିଏମ୍ସି ଅଞ୍ଚଳରୁ ମଧ୍ୟ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୪ ଆକ୍ରାନ୍ତଙ୍କ ମଧ୍ୟରେ ୨ଜଣ ସରକାରୀ କ୍ୱାରେଣ୍ଟିନ୍ରୁ, ଜଣେ ହୋମ୍ କ୍ୱାରେଣ୍ଟିନ୍ ଓ ଆଉ […]
ଭୁବନେଶ୍ୱର: ପ୍ରକାଶ ପାଇଛି ଓଡ଼ିଶା ଜୁଡ଼ିସିଆଲ ସର୍ଭିସର ଚୂଡ଼ାନ୍ତ ରେଜଲ୍ଟ। ଏଥିରେ ମୋଟ ୪୭ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନେ ସିଭିଲ ଜଜ୍ ଭାବେ ନିଯୁକ୍ତି ପାଇବେ॥ କୃତକାର୍ଯ୍ୟ ହୋଇଥିବା ୪୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ ଜଣ ମହିଳା ଅଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଇର୍ସିତା କେସରୱାନି ଏଥର ଓଜେଏସ୍ ଟପ୍ପର ହୋଇଛନ୍ତି । ତାଙ୍କ ପରେ ସମ୍ବେଦନା ସନ୍ଦୀପ ଦ୍ୱିତୀୟ ସ୍ଥାନ ପାଇଥିବା ବେଳେ କୃଷ୍ଣା ମିଶ୍ରଙ୍କୁ ତୃତୀୟ ସ୍ଥାନ ମିଳିଛି। ନିଜର […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଗହଣା ଦୋକାନ। କରୋନା ସଂକ୍ରମଣ ରୋକିବାକୁ ବ୍ରହ୍ମପୁର ଜୁଏଲାରୀ ଆସୋସିଏସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଗତମାସ ୧୩ ତାରିଖରୁ ୩୦ତାରିଖ ପର୍ଯ୍ୟନ୍ତ ଅଣଅତ୍ୟାବଶ୍ୟକ ଦୋକାନ ବନ୍ଦ ଥିବା ବେଳେ ଚଳିତ ମାସ ୧ତାରିଖରୁ ଏସବୁ ଦୋକାନ ଖୋଲା ଯାଇଥିଲା। ହେଲେ ଜିଲ୍ଲାରେ ଯେଉଁଭଳି ଭାବରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଏହାକୁ ଦୃଷ୍ଟିରେ ରଖି ଗହଣା […]