ସମ୍ବଲପୁର: ବୁର୍ଲା ଭିସୁଟ୍ (Veer Surendra Sai University of Technology)ର ୨୫ ଛାତ୍ର କରୋନା ଆକ୍ରାନ୍ତ ହୋଇଛନ୍ତି । କାଲି ୨୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉପଜିଲ୍ଲାପାଳ, ପିଡି ଡିଆରଡିଏ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି। କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଉ କେହି ଛାତ୍ର ଯେପରି ସଂକ୍ରମିତ ନ ହୁଅନ୍ତି […]
ଯାଜପୁର (ଅଭୟ ପତି): ସେ ଜଣେ ଦିନ ମଜୁରିଆ । ମଜୁରୀ ଲାଗିବା ତାଙ୍କ ପେଷା। ହେଲେ ଏବେ ତାଙ୍କର ଭାଗ୍ୟଚକ୍ର ବଦଳି ଯାଇଛି। ସତେ ଯେମିତି ତାଙ୍କ ମୁଣ୍ଡରେ ହାତୀ ସୁନା କଳସି ଢାଳି ଦେଲା। ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ର୍ନିବାଚନ ମଣ୍ଡଳୀ କୋରେଇର ସେ ବ୍ଲକର ଅଧ୍ୟକ୍ଷା। ଲୋକଙ୍କ ସମସ୍ୟା ବୁଝୁବୁଝୁ ନିଜପାଇଁ ସମୟ ପାଉ ନାହାନ୍ତି। ନାଁ ବଦଳିଛି, ପେଷା ବି ବଦଳିଛି। ହେଲେ ଜୀବନଶୈଳୀ ବଦଳିନି। ଆର୍ଥିକ ସ୍ଥିତି ମଧ୍ୟ […]
ନୂଆପଡ଼ା: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର୍.ଆଇ.। ବାଲିଘାଟ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ନୂଆପଡା ଜିଲ୍ଲା ଖଡିଆଳ ତହସିଲ ତୁକୁଲାର ଆର୍.ଆଇ. ଦୀନମଣି ରାଉତରାୟ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବାଲିଘାଟ କରାଇ ଦେବା ପାଇଁ ଆର୍.ଆଇ. ଦୀନମଣି ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଦୀନମଣିଙ୍କ ସରକାରୀ ଅଫିସ୍ ଓ […]
ପାରାଦୀପ(ରମାକାନ୍ତ ନାୟକ): ଠକେଇର ନୂଆ ତରିକା। ସାଇବର୍ ଠକଙ୍କ ଟାର୍ଗେଟରେ ଏବେ ଫସିଛନ୍ତି ସାଧାରଣ ଲୋକ। ଋ଼ଣ ଦେବା ବାହାନାରେ ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ଲକ୍ଷାଧିକ ଟଙ୍କାର ଟ୍ରାନ୍ଜାକ୍ସନ୍। ଏଭଳି କିଛି ଅଭିଯୋଗ ଆସିଛି ପାରାଦୀପ ଷଣ୍ଢକୁଦ ଅଞ୍ଚଳରୁ। ଏହି ଘଟଣାରେ ସ୍ଥାନୀୟ ବିଶ୍ୱଜିତ ଜେନା ନାମକ ଜଣେ ରଙ୍ଗ ମିସ୍ତ୍ରୀଙ୍କୁ କୋଲକାତା ଜିଆରପି ଉଠାଇ ନେଇ ପଚରାଉଚରା କରୁଛି। ବିଶ୍ୱଜିତଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କା ସନ୍ଦେହଜନକ ଟ୍ରାନ୍ଜାକ୍ସନ୍ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାର […]
କଟକ: ଆସନ୍ତାକାଲିଠୁ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଜାରି କରାଯାଇଛି। କଟକ ସହର ସଟ୍ଡାଉନ୍କୁ ଦୃଷ୍ଟିରେ ରଖି ହାଇକୋର୍ଟ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଯେଉଁସବୁ ଶୁଣାଣି ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିଲା ତାହା ହେବନାହିଁ। ୬ ତାରିଖରେ ହେବାକୁ ଥିବା ବେଞ୍ଚ୍ ଶୁଣାଣି ଆସନ୍ତା ୯ ତାରିଖରେ […]
ପୁରୀ: ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୁରୀ ଜିଲ୍ଲାର ପ୍ରବେଶ ପଥ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ କହିଛନ୍ତି। […]
ଭୁବନେଶ୍ୱର: ନେଡ଼ି ଗୋଡ଼ କହୁଣିକୁ ବୋହିବା ପରେ ପଶିଛି ଚେତା। କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବା ପରେ ତତ୍ପରତା ଦେଖିଇଛନ୍ତି ଓଡ଼ିଶା ସରକାର। କୋଟିଆକୁ ମେଡିକାଲ ଟିମ୍ ପଠାଇଛନ୍ତି। କୋଟିଆରେ ରାଜ୍ୟର ମେଡିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛି। ପଞ୍ଚାୟତର ବିଭିନ୍ନ ଗାଁକୁ ସ୍ୱାସ୍ଥ୍ୟଟିମ୍ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଛିା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମେତ ଫାର୍ମାସିଷ୍ଟକୁ ନେଇ ଗଠିତ ୩ଟି ମୋବାଇଲ୍ ଟିମ୍ ଗାଁ ଗାଁକୁ ଯାଇଛନ୍ତି। ଲୋକଙ୍କ ସହ ସିଧାସଳଖ କଥା […]
ଭୁବନେଶ୍ୱର: ‘ନ୍ୟାୟ ପାଇଁ ବାର ଦୁଆର ବୁଲିଲୁଣି। ତଥାପି ନ୍ୟାୟ ମିଳୁନି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେଲେ ସିନା ଅଟକାଇ ଦେବେ। ଏଥର ଘର ଭିତରେ ଆତ୍ମାହୁତି ଦେବୁ’ ବୋଲି କୋହଭରା କଣ୍ଠରେ କହିଛନ୍ତି ସୁଲୋଚନା ଦାଶ। ପୁଅ ହତ୍ୟାକାରୀଙ୍କ ଚିହ୍ନଟ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ସୁଲୋଚନା ଗତ ବିଧାନସଭା ଅଧିବେଶନ ସମୟରେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମଧ୍ୟ ଅଭିଯୋଗ […]
ଭୁବନେଶ୍ୱର: ‘ଈଶ୍ଵରଙ୍କ ସୃଷ୍ଟିରେ ସମସ୍ତେ ସକ୍ଷମ। ଅକ୍ଷମ, ଭିନ୍ନକ୍ଷମ ବା ଅସହାୟ କେହି ବି ନୁହନ୍ତି। ସମସ୍ତେ ତାଙ୍କର ସନ୍ତାନ। ପରସ୍ପର ପ୍ରତି ମାନସିକ, ଶାରିରୀକ ଓ ଆର୍ଥିକ ସହଯୋଗର ହାତ ବଢାଇଲେ ସୁସ୍ଥ ସମାଜଟିଏ ଗଢିଉଠିବ। ଏଥିପାଇଁ ସମସ୍ତେ ପ୍ରୟାସ କରିବା ନିତାନ୍ତ ଆବଶ୍ୟକ।’ ଦିବ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାଇବା ସହ ତାଙ୍କ ଉଦ୍ଦେଶ୍ୟରେ ଏପରି ମର୍ମସ୍ପର୍ଶୀ କଥା କହି ସେମାନଙ୍କ ମନୋବଳ ବଢାଇଥିଲେ ଏସେଲ୍ ଲେଡିଜ୍ କ୍ଲବ୍ ସମ୍ପାଦିକା ନୀରା ସିଂ। ନୟଗଡ଼ ଜିଲ୍ଲା […]
ବିନିକା: ଆତ୍ମାହୁତି ଉଦ୍ୟମ ଅଭିଯୋଗ ଯେମିତି ରାଜ୍ୟ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଛି। ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମକୁ ରୋକିବା ଲାଗି ପୋଲିସ ପ୍ରଶାସନ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନରେ ବି ନ୍ୟାୟ ଦାବିରେ ଲୋକେ ଏପରି ଉଦ୍ୟମ କରୁଛନ୍ତି। ଯାହାକୁ ରୋକିବା ପାଇଁ କାଠିକର ପାଠ ହୋଇପଡ଼ିଛି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭିତରେ ଜଣେ ଯୁବ ଠିକାଦାର କୌଣସି ଘଟଣାକୁ ନେଇ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଠିକାଦାର ଜଣକ […]
ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ACFOଙ୍କ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ସୌମ୍ୟ ରଞ୍ଜନଙ୍କ ବାପା। ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କଲେ।
ଭୁବନେଶ୍ୱର: ମହାମାରୀ କରୋନା ପାଇଁ ଚଳିତ ବର୍ଷ ବନ୍ଦ ରହିବ ବୋଲବମ୍ ଯାତ୍ରା। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଭିଡ଼କୁ ଦୃଷ୍ଟିରେ ରଖି ତଥା ମନ୍ଦିର ବନ୍ଦ ଥିବାରୁ ବୋଲବମ୍ ଯାତ୍ରା ବନ୍ଦ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କୌଣସି ଭକ୍ତଙ୍କୁ ବୋଲବମ୍ ଯାତ୍ରାରେ ନ ଯିବାକୁ ସରକାର ତାଗିଦ୍ କରିଛନ୍ତି। ରାଜ୍ୟରେ ଯେଉଁଭଳି ଭାବରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ […]
କଟକ: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ୪ ଦିନ ସଟ୍ଡାଉନ ଘୋଷଣା କରାଯାଇଛି। ଆଜିଠୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ କଟକ ସହରକୁ ସଟ୍ଡାଉନ୍ କରାଯିବ ବୋଲି କଟକ ମହାନଗର ନିଗମ(ସିଏମ୍ସି) ଘୋଷଣା କରିଛି। ସଟ୍ଡାଉନ୍ ଘୋଷଣାକୁ଼ ତତ୍କାଳ ଲାଗୁ ନେଇ ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ସଟ୍ଡାଉନ୍ ବେଳେ କୌଣସି ଅଣ ଅତ୍ୟାବଶ୍ୟକ ପରିବହନକୁ ଅନୁମତି ମିଳିବନି। ସେହିପରି ସମସ୍ତ […]
କଟକ: କଟକ ଜିଲ୍ଲାରେ ଆଉ ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ କଟକ ସହରର। ଅର୍ଥାତ୍ ଏହି ୧୧ ଆକ୍ରାନ୍ତ କଟକ ମହାନଗର ନିଗମ(ସିଏମ୍ସି) ଅଞ୍ଚଳର। ସିଏମ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨୨ ଜଣ ସୁସ୍ଥ ହୋଇଥିବାବେଳେ ୯୨ ଜଣ ଚିକିତ୍ସାଧୀନ ଅଛନ୍ତି। ୨ ଜଣଙ୍କର ମୃତ୍ୟୁ […]
କଟକର:ଆଜି ଭାରତ ବନ୍ଦ। ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ ସମେତ ଯାନବାହନ ଚଳାଚଳ ବନ୍ଦ ରହିଛି। ଜିଏସ୍ଟି ଏବଂ E-WAY ବିଲ୍ ଭଳି ଏକାଧିକ ପ୍ରସଙ୍ଗ ବିରୋଧରେ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଟକ ନଗର ବ୍ୟବସାୟୀ ମହାସଂଘ। କେବଳ କଟକ ନୁହେଁ, ଦେଶର ପ୍ରାୟ ୪୦ ହଜାର ଟ୍ରେଡ୍ ଆସୋସିଏସନ୍ ବି ସମର୍ଥନ ଜଣାଇଛି। ଏହି ବନ୍ଦ ଡାକରା ପ୍ରଭାବରେ ଆଜି ପ୍ରାୟ ୨୦ […]
କଟକ: କଟକ ମହାନଗର ନିଗମ ରାଣୀହାଟ ମାଳିସାହିକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି। ଏହି ଅଞ୍ଚଳରୁ କିଛି କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ CMC ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କଣ୍ଟେନ୍ମେଣ୍ଟ୍ ଜୋନ୍ରେ ଗାଡ଼ି ଚଳାଚଳ ମନା କରାଯାଇଥିବା ବେଳେ ଘରୁ କେହି ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କଟକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଳାଗିଛି। ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ […]
ସମ୍ବଲପୁର: ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)ର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଆକ୍ରାନ୍ତ ଜଣେ ଅଧ୍ୟାପିକାଙ୍କ ସଂସ୍ପର୍ଶରେ ଆସି ଏହି ୪ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ସୂଚନାଥାଉ କି, ସମ୍ପୃକ୍ତ ଅଧ୍ୟାପିକାଙ୍କ ସ୍ୱାମୀଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଧ୍ୟାପିକାଙ୍କ ନମୁନା ବି ପଜିଟିଭ ଆସିଥିଲା। ଅଧ୍ୟାପିକାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ […]
ଭୁବନେଶ୍ୱର: ମହଙ୍ଗା ପଡ଼ିଲା ସଟ୍ଡାଉନ୍ କଟକଣାକୁ ଫୁ କରି ଖଟି କରିବା। ସଟ୍ଡାଉନ୍ ବେଳେ ଭୁବନେଶ୍ୱର ଜୟଦେବ ଭବନ ସ୍ଥିତ ଓମ୍ଫେଡ୍ ପାର୍ଲର ସାମ୍ନାରେ ଖଟି କରୁଥିବା କିଛି ଲୋକଙ୍କ ନିକଟରୁ ପୁଲିସ୍ ଜରିମାନା ଆଦାୟ କରିଛି। ସଟ୍ଡାଉନ୍ ସମୟରେ ବିନା କାରଣରେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ସତ୍ତ୍ୱେ କିଛି ଲୋକ ଆଜି ଏଠାରେ ଖଟି କରୁଥିବା ବେଳେ ଖବର ପାଇ କ୍ୟାପିଟାଲ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସଟ୍ଡାଉନ୍ କଟକଣାକୁ ନ ମାନି […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ। ଏହି ଜିଲ୍ଲାରେ ଯେପରି କରୋନା ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ତାହା ପ୍ରଶାସନର ନିଦ ହଜାଇ ଦେଇଛି। ଏପରି ପରିସ୍ଥିତିରେ ବ୍ରହ୍ମପୁରରେ ଜଣେ ହୋଟେଲ ମାଲିକଙ୍କ ପୁଅ ବାହା ଘରରେ କୋଭିିଡ୍-୧୯ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ ହୋଇଛି। ବିବାହ ଶୋଭାଯାତ୍ରାରେ କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଭାବରେ ଉଲ୍ଲଂଘନ କରାଯାଇଛି। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। […]
ବାରିପଦା: ମା’ କୋଳରୁ ପୁଣି ଶିଶୁକନ୍ୟା ଚୋରି ! ନବଜାତ ଶିଶୁକୁ ଦେଖିବାକୁ ଆସି ପ୍ରଥମେ ସମ୍ପର୍କ ଯୋଡ଼ିଲେ। ତା’ ପରେ ଗେଲ କରବାକୁ ଆସିଲେ। ଆଉ ଶେଷରେ ସାମାନ୍ୟ ଅନ୍ୟମନସ୍କତାରେ ଶିଶୁକନ୍ୟାକୁ ଚୋରି କରି ନେଇଗଲେ। ଏମିତି ଘଟଣା ଘଟିଛି ବାରିପଦା ପିଆରଏମ ମେଡିକାଲ କଲେଜ ପ୍ରସୂତି ବିଭାଗରେ। ବାରିପଦ ମେଡିକାଲ କଲେଜ ପ୍ରସୂତି ବିଭାଗରେ ଜଣେ ମହିଳା ୪ ଦିନ ତଳେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ସନ୍ତାନ ଜନ୍ମ ପରେ ପରେ ଦୁଇଜଣ ମହିଳା […]
ବାଲେଶ୍ୱର: ଜୁନ୍ ୧ରୁ ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକଙ୍କ କୌଣସି ପତ୍ତା ମିଳୁନାହିଁ। ତାଙ୍କୁ ଫୋନ୍ କଲେ ମଧ୍ୟ ସେ ଫୋନ୍ ଉଠାଉ ନାହାନ୍ତି। ଏପରିକି ଅନେକ ସମୟରେ ତାଙ୍କର ଫୋନ୍ ସ୍ୱିଚ୍ ଅଫ୍ ଆସୁଛି। ଏ ନେଇ ବାଲେଶ୍ୱର ଏସ୍ପି ସୂଚନା ଦେଇଛନ୍ତି। ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ […]
ସମ୍ବଲପୁର: ଆସନ୍ତା ୧୧ ତାରିଖ ଯାଏ ବନ୍ଦ ରହିବ ବୁର୍ଲା ସ୍ଥିତ Veer Surendra Sai University of Technology(VSSUT)। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ବିଶ୍ୱବିଦ୍ୟାଳୟ ବନ୍ଦ ନେଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ହେଡ୍କ୍ୱାର୍ଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦିଆଯାଇଛି। ତେବେ ହେଡ୍କ୍ୱାର୍ଟର୍ସ ବାହାରେ ଯେଉଁ କର୍ମଚାରୀ […]
ବାଙ୍କୀ: କଟକ ଜିଲ୍ଲା ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଯୁବକ ଜଣକ ମହାନଦୀକୁ ଡେଇଁ ପଡ଼ିଥିଲେ। ନିଖୋଜ ଯୁବକ ଜଣକ ସୁଣ୍ଠିପାଳ ଗାଁର ବନମାଳୀ ରାଉତ(୨୫)। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯୁବକ ଜଣକ ଘରକୁ ଫେରିଥିଲେ। ଏହାପରେ ଘରେ ଖାଇ ପିଇ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ ବାଇକ୍ ଧରି ସେ ମହାନଦୀ ବ୍ରିଜ୍କୁ ଆସିଥିଲେ। ବ୍ରିଜ୍ ଉପରେ […]
ଭୁବନେଶ୍ୱର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ଗୋଟିଏ ଟ୍ରପ୍ ଲାଇନ ସମୁଦ୍ର ପତନ ଠାରୁ ୩.୧ କି.ମି. ଉପରେ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨ ଯାଏ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜୁନ୍ ୩୦ରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା-ବଲାଙ୍ଗିର, ଦେବଗଡ, ସୋନପୁର, […]
ଭୁବନେଶ୍ୱର: ତୈଳଦର ୨ ଦିନ ସ୍ଥିର ରହିବା ପରେ ଆଜି ପୁଣି ବଢିଛି। ତୈଳ କମ୍ପାନୀ ମଙ୍ଗଳବାର ପେଟ୍ରୋଲ ଦର ଲିଟର ପିଛା ୩୫ ପଇସା ବୃଦ୍ଧି କରିଥିବାବେଳେ ଡିଜେଲ ୩୮ ପଇସା ବୃଦ୍ଧି କରିଛନ୍ତି। ଗୋଟିଏ ପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ବି ଡିଜେଲ, ପେଟ୍ରୋଲ ଉପରେ ଟିକସ ହ୍ରାସ କରୁ ନାହାନ୍ତି। ଦେଶର ସବୁ ସହରରେ ସହରରେ ପେଟ୍ରୋଲ ଦର ଲିଟର ପିଛା ୯୦ ଟଙ୍କା ଉପରେ […]