• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

corona
ଭୁବନେଶ୍ୱରରୁ ଚିହ୍ନଟ ନୂଆ ୨୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଟି ଲୋକାଲ୍ କେସ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ଆଉ ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨ଟି ହୋମ୍ କ୍ୱାରେଣ୍ଟିନ୍‌, ୨୩ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  ତେବେ ଆଜି ଭୁବନେଶ୍ୱରରେ ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ମଧ୍ୟରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫, ସାମନ୍ତାରପୁର ଅଞ୍ଚଳରୁ ୨, ମଞ୍ଚେନାଥ ହାଇସ୍କୁଲ(ଚକେଇସିଆଣି) ନିକଟରୁ ୪, ହାଡ଼ବାଇ ବସ୍ତି (ଚକେଇସିଆଣି)ରୁ ୨, ପାସ୍‌ପୋର୍ଟ ଅଫିସ୍‌ […]

ofc
ଗଞ୍ଜାମ ପରେ ଯାଜପୁରରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍‌ ମନା

ଯାଜପୁର: ଗଞ୍ଜାମ ପରେ ଯାଜପୁର ଜିଲ୍ଲାରେ ସର୍ବସାଧାରଣଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି।  ୮ ତାରିଖ ମଧ୍ୟରାତ୍ର ଯାଏ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରିଛନ୍ତି ଯାଜପୁର ଜିଲ୍ଲାପାଳ। ୪୮ ଘଣ୍ଟା ମଧ୍ୟରେ ଯାଜପୁରରେ ୮୧ କରୋନା ପଜିଟିଭ ଚିହ୍ନଟ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।  ୮୧ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ସରକାରୀ ଅଫିସର ଥିବା ସୂଚନା ମିଳିଛି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହା ପୂର୍ବରୁ ଗଞ୍ଜାମରେ […]

  • Tuesday, 13 July 2021
anjana gangrape case
ଅଞ୍ଜନା ଗଣଦୁଷ୍କର୍ମ: ଗୋଟିଏ ଘଟଣା ବଦଳାଇ ଦେଇଥିଲା ସରକାର

ଭୁବନେଷ୍ୱର:୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଓରଫ ବିବେକାନନ୍ଦ ବିଶ୍ୱାଳକୁ ଗିରଫ କରାଯାଇଛି। କମିସନରେଟ ପୋଲିସ ମହାରାଷ୍ଟ୍ରର ପୁଣେରୁ ତାକୁ ଗିରଫ କରିଛି। ପୁଣି ଲୋକଙ୍କ ମନେପଡି ଯାଉଛି ଏହି ଲୋମହର୍ଷଣକାରୀ ଘଟଣା, ଯାହାକି ସେତେବେଳେ ଓଡ଼ିଶା ରାଜନୀତିର ମୋଡ଼ ବଦଳାଇ ଦେଇଥିଲା। ୧୯୯୯ ମସିହା ଜାନୁଆରୀ ମାସ ୯ ତାରିଖ ରାତିରେ କଟକ-ଭୁବନେଶ୍ୱର ଉପକଣ୍ଠ, ବାରଙ୍ଗ ନିକଟରେ ଘଟିଥିଲା ଏହି ଘଟଣା। ଅଞ୍ଜନା ମିଶ୍ରଙ୍କର […]

Pradipta Mohapatra
ଜୁଲାଇ ୧ରୁ ଭୁବନେଶ୍ୱର ସମେତ ଏହିସବୁ ଅଞ୍ଚଳରେ ହେବ ସେରୋଲୋଜିକାଲ୍‌ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଆସନ୍ତା ଜୁଲାଇ ୧ରୁ ଭୁବନେଶ୍ୱରରେ ସେରୋଲୋଜିକାଲ୍‌ ସର୍ଭେ ଆରମ୍ଭ ହେବ। ଭୁବନେଶ୍ୱର ସହର ସମେତ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଏହି ସର୍ଭେ ହେବ। ସେହିପରି କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ମଧ୍ୟ ସେରୋଲୋଜିକାଲ ସର୍ଭେ ହେବ। ଗତ ଶନିବାରଠୁ ପୁରୀରେ ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ […]

  • Tuesday, 13 July 2021
shutdown
ଛତ୍ରପୁର NAC ୭ ଦିନ ସଟ୍‌ଡାଉନ୍

ଛତ୍ରପୁର: ଆସନ୍ତାକାଲିଠୁ ୭ ଦିନ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର NAC ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କରୋନା ମୁକାବିଲା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୁନ୍‌ ୩୦ରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ବନ୍ଦ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି। ତେବେ ସଟ୍‌ଡାଉନ୍ ଘୋଷଣା ହେବା ପରେ ବଜାରରେ ହଠାତ୍‌ ଲୋକଙ୍କ […]

  • Tuesday, 13 July 2021
arrest-khabar
ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଭୁବନେଶ୍ୱର: ୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଏ ନେଇ ପ୍ରେସମିଟ୍‌ରେ  ସୂଚନା ଦେଇଛନ୍ତ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଠି ମନେପକାଇ ଦେବୁ,  ୧୯୯୯ ଜାନୁଆରୀ ୯ରେ ଘଟିଥିଲା ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ। ବାରଙ୍ଗ ଥାନା ଅଞ୍ଚଳରେ କାର୍ ଭିତରେ […]

Odisha budget
ଆଜି ବଜେଟ: ଆସିପାରେ କୃଷି ଓ ସ୍ୱାସ୍ଥ୍ୟ ସଂକ୍ରାନ୍ତ ନୂଆ ଯୋଜନା

ଭୁବନେଶ୍ୱର: ବିଧାନସଭାରେ ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ।  ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ରହିଛି ସମସ୍ତଙ୍କର ନଜର । ମହାମାରୀ କରୋନା ପରେ […]

corona
ରାଜ୍ୟରେ ୨୪ ଘଣ୍ଟାରେ କରୋନାରେ ଜଣେ ମୃତ, ୬୩ ଆକ୍ରାନ୍ତ

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଶୂନ ଥିବାବେଳେ ଗତ ୨୪ ଘଣ୍ଟାରେ ପୁଣି ଜଣଙ୍କର ମୃତ୍ୟୁ ଖବର ଆସିଛି। ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର । ୫୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ ଡାଇବେଟିସ୍‌ ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିଲେ। Regret to inform the demise of 50 years old male Covid positive patient of Mayurbhanj District who was […]

Sucide-Up
ସବୁ କଟକଣା ଫେଲ୍‌; ପୁଣି ବିଧାନସଭା ସମ୍ମୁଖରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସମ୍ମୁଖରେ ଆତ୍ମହୁତି ଉଦ୍ୟମ ପୋଲିସ ପ୍ରଶାସନର ନିଦ ହଜାଇ ଦେଇଥିବାବେଳେ ଏହାକୁ ରୋକିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ହେଲେ ଏହାକୁ ରୋକିପାରୁ ନାହିଁ। ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଚାଲିଥିବାବେଳେ ଏପରି ଉଦ୍ୟମକୁ ରୋକିବା ପାଇଁ ପୋଲିସ ପ୍ରଶାସନ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଗାଡ଼ିମୋଟର ଚଳାଚଳ ନେଇ କଟକଟା କରିଥିଲା। ତଥାପି ଆତ୍ମହୁତି ରୋକିବାରେ ବିଫଳ ହୋଇଛି। ଆଜି କିଛି ଘଣ୍ଟା ପୂର୍ବରୁ  ପୁଣି ବିଧାନସଭା ନିକଟରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ […]

  • Tuesday, 13 July 2021
doctor
ଗରିବଙ୍କ ପାଇଁ ଖୋଲିଛି କ୍ଲିନିକ୍‌; ଫି ମାତ୍ର ଗୋଟିଏ ଟଙ୍କା

ସମ୍ବଲପୁର(ସଂଜୟ କୁମାର ଜେନା): ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ଈଶ୍ୱରଙ୍କ ପରେ ଡାକ୍ତର ହିଁ ମୃତ୍ୟୁ ମୁହଁରୁ ଜୀବନ ଛଡ଼ାଇ ଆଣିପାରେ। ତେବେ ଶୋଷଣ ମନବୃତ୍ତି ପାଇଁ ଡାକ୍ତରୀ ପେଶାରେ ଆଜିକାଲି କଳାଛିଟା ଲାଗିଥିବାବେଳେ ସେ ହେଉଛନ୍ତି ଏହାର ବ୍ୟତିକ୍ରମ। ଗରିବ ରୋଗୀଙ୍କୁ  ସୁବିଧାରେ ଯୋଗାଇ ଦେଉଛନ୍ତି ସେବା। ଫିସ୍‌ ତାଙ୍କର ମାତ୍ର ୧ ଟଙ୍କା। ଏକଥା ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ।  ଏ ହେଉଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ। ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ […]

  • Tuesday, 13 July 2021
accident at jaleswar
୧୦ ଫୁଟ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ

NH-୬୦ର ବସ୍ତା ବାଇପାସ୍ ନିକଟରେ ଗୋରୁ ଗାଡ଼ି ଦୁର୍ଘଟଣା ବୋଲେରୋକୁ ଧକ୍କା ଦେଇ ଓଲଟି ପଡ଼ିଲା କଣ୍ଟେନର ଗୋରୁ ଗାଡ଼ି ଓଲଟି ୨୦ ଗୋରୁ, ୩ ବ୍ୟକ୍ତିଙ୍କ ମୃତ୍ୟୁ ଟ୍ରକରେ ଚାପି ହୋଇଥିବା ଗୋରୁଙ୍କୁ ଉଦ୍ଧାର କରାଯାଉଛି ଗୋରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକରେ ଏକ ଗୋରୁ ବୋଝେଇ ଟ୍ରକ ରାସ୍ତା କଡ଼କୁ ଓଲଟି ପଡ଼ଛି। ଟ୍ରକରେ ଯାଉଥିବା  ୩ ଜଣଙ୍କର […]

  • Tuesday, 13 July 2021
assembly odisha
ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ; ଗାଡ଼ି ଚଳାଚଳ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣରୁ ଆରମ୍ଭ ହେବ ଗୃହ। ୨୨ ତାରିଖରେ ଆଗତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଥରର ବଜେଟ୍ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇପାରେ । କୋଟିଆ ବିବାଦ ସହ ସୀମାବର୍ତ୍ତୀ ଗାଁରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ, ମଣ୍ଡି ଅବ୍ୟବସ୍ଥା, ଟୋକନ୍ ସମସ୍ୟା, ପରୀ ହତ୍ୟା, ମାହାଙ୍ଗା ଡବଲ ମର୍ଡର, ବିପଯର୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ଖଣି ଦୁର୍ନୀତି, DMFର ଅପବ୍ୟବହାର, […]

  • Tuesday, 13 July 2021
jeypore
ବଢୁଛି ଆନ୍ଧ୍ରର ଦାଦାଗିରି; ଓଡ଼ିଶାରୁ ଭୋଟ ସାଉଁଟିଲା, ସ୍କୁଲ ଖୋଲି ତେଲୁଗୁ ପଢାଇଲା

କୋରାପୁଟ/ଜୟପୁର: ଅନେକ ବାଦ ବିବାଦ ପରେ ଆନ୍ଧ୍ରର ଜବରଦଖଲ ମନୋବୃତ୍ତି ଜାରି ରହିଛି। ଓଡ଼ିଶା ସୀମାକୁ ନିଜ କବ୍‌ଜାକୁ ନେବା ନିଶାରେ ମାଡି ମାଡି ଆସୁଛି। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଏବେ ଜଣାପଡ଼ିଛି, ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍  ସଂଗ୍ରହ କରିଛନ୍ତି ଆନ୍ଧ୍ର ସରକାର। ପ୍ରାୟ ୭୦ଜଣ ଭୋଟର୍‌ ଗତ ଶୁକ୍ରବାର ଓଡିଶା ପାର ହୋଇ […]

soumya
ଦଳରେ ରହିଛି ବୋଲି ସବୁ ଘଟଣାକୁ ଠିକ୍‌ କହିବା ଅଭ୍ୟାସ ମୋର ନାହିଁ-ସୌମ୍ୟ

 ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ପ୍ରଶାସନିକ ସ୍ତରରେ ଅବହେଳା ହୋଇଛି। ନିମ୍ନସ୍ତରରେ ଏହାର ସମାଧାନ ହୋଇପାରିଥାନ୍ତା। ହେଲେ ସେପରି ହୋଇ ନାହିଁ ବୋଲି ଆଜି  ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ସରକାରୀ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ଓ ନିର୍ବାଚନ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି, ତଳ ସ୍ତରରେ ପ୍ରଶାସନିକ ଅଧିକାରୀ ପ୍ରସଙ୍ଗକୁ ଅବହେଳା କରିଛନ୍ତି। ବିଳମ୍ବରେ ହେଉ ପଛେ ଓଡ଼ିଶା ସରକାର କୋର୍ଟଙ୍କୁ ଯାଇଛନ୍ତି।  ଏବେ ଅଦାଲତଙ୍କ ନିଷ୍ପତ୍ତିକୁ […]

  • Tuesday, 13 July 2021
EXeissIXkAAzgHs
ଓଡ଼ିଶାରେ କରୋନା ନେଲା ଆଉ ୨ ମୁଣ୍ଡ

ଭୁବନେଶ୍ୱର: ଓଡ଼ିଶାରେ ଆଉ ୨ ମୁଣ୍ଡ ନେଲା କରୋନା। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ୨ ଜଣ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୮୬ଜଣ ଚିକିତ୍ସାଧୀନ ଥିବାବେଳେ ୪,୭୪୩ଜଣ ସୁସ୍ଥ ହୋଇଛନ୍ତି। […]

  • Tuesday, 13 July 2021
91421093_3110305529059371_5797060119829151744_n
ଓଡ଼ିଶାରେ ଆଉ ୨୪୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ଗଞ୍ଜାମରେ ସବୁଠାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୩୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ […]

  • Tuesday, 13 July 2021
coronavirus
ଓଡ଼ିଶାର ଏହି ଜିଲ୍ଲାରେ ବଢ଼ିଲା କ୍ୱାରେଣ୍ଟିନ୍‌ ଅବଧି

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କ୍ୱାରେଣ୍ଟିନ୍‌ ଅବଧି ୨୧ ଦିନକୁ ବୃଦ୍ଧି କରାଯାଇଛି। ୧୪ ଦିନିଆ କ୍ୱାରେଣ୍ଟିନ୍‌ ପରେ ପଜିଟିଭ ବାହାରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ନୂଆ ନିଷ୍ପତ୍ତି ଅନୁସାରେ, ଯେଉଁ ପ୍ରବାସୀମାନେ ଗଜପତି ଜିଲ୍ଲାକୁ ଫେରିବେ ସେମାନେ ୨୧ ଦିନ ଯାଏ TMCରେ ରହିବା ବାଧ୍ୟତାମୂଳକ।  TMCରେ ଥାଇ ଟେଷ୍ଟ ନେଗେଟିଭ ଆସିଲେ ବି ପୂରା ସମୟ ଅର୍ଥାତ୍‌ ୨୧ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଲକ୍ଷଣ ନ ଥିଲେ ୨୧ […]

  • Tuesday, 13 July 2021
corona
‘ଘରଠୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା କରନ୍ତୁ ନାହିଁ’

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଯେଉଁଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ତାକୁ ନେଇ ଏବେ ଚିନ୍ତା ବଢ଼ିଛି।  ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଘର ଠାରୁ ୧ କି.ମି.ରୁ ଅଧିକ ଦୂରକୁ ଯାତ୍ରା ନ କରିବାକୁ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ନିବେଦନ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଜିଲ୍ଲାପାଳ ଏହି ନିବେଦନ କରିଥିବା ଜଣାପଡ଼ିଛି। ଏଥିସହ ଜ୍ୱର, କାଶ, ଅଣନିଶ୍ୱାସୀ ଓ ଝାଡାବାନ୍ତି ଭଳି ଲକ୍ଷଣ ଦେଖାଦେଲେ ଏହାକୁ ନ ଲୁଚାଇ […]

  • Tuesday, 13 July 2021
aparajita saragi
ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ, ପାଠ ପଢ଼ି କଥା ହୁଅନ୍ତୁ ସରକାର-ଅପରାଜିତା

ଭୁବନେଶ୍ୱର: NMA ବାଇ ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣି ପ୍ରେସମିଟ୍ କରି ଗତକାଲିର ତଥ୍ୟକୁ ଦୋହରାଇଛନ୍ତି। ଏଥି ସହ ରାଜ୍ୟ ସରକାର ଓ BJDକୁ ଟାର୍ଗେଟ କରି  କହିଛନ୍ତି, ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ସରକାର।  ପାଠ ପଢ଼ି କଥା ହୁଅନ୍ତୁ।  ଏପରିକି ୪ଟି ପ୍ରାଇଭେଟ ପାର୍ଟିକୁ ମିଳିଥିବା NOC ପ୍ରେସମଟ୍‌ରେ  ଦେଖାଇଛନ୍ତି ସାଂସଦ।  ୨୦୧୪ର ଗ୍ୟାଜେଟ ଅନୁସାରେ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ NOC ଦେବା ପାଇଁ ପ୍ରାଧିକୃତ ଅଧିକାରୀ ଥିବା […]

  • Tuesday, 13 July 2021
pari
ନୟାଗଡ ନାବାଳିକା ହତ୍ୟା ମାମଲା: ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥଲା SIT

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ ନାବାଳିକା ହତ୍ୟା ମାମଲା ରେ ଦାଖଲ ହୋଇଛି ଚାର୍ଜସିଟ୍‌। ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ୩୮୨ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଚାର୍ଜସିଟ୍‌ରେ ଗିରଫ ନାବାଳକକୁ ହିଁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାକୁ ବିଚାର କରି ପୂର୍ବରୁ କୋର୍ଟ ଏସଆଇଟିକୁ ଚାର୍ଜସିଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍ଆଇଟି ଉକ୍ତ ମାମଲାର ଚାର୍ଜସିଟ୍ ଦାଖଲ କରିଛି। ସୂଚନାଥା ଥାଉ କି, […]

srimandira
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରସ୍ତାବ ଚୂଡ଼ାନ୍ତ: ଜୁନ୍ ପହିଲାରୁ ଆରମ୍ଭ ହେବ କାମ

ପୁରୀ: ଶ୍ରୀମନ୍ଦି ର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବ ଚୂଡ଼ାନ୍ତ ରୂପ ନେଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବକୁ ମୋହର ବାଜିଛି। ଗତକାଲି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି  ବୈଠକରେ ବସିଥିଲା। ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଥିବା ଜଣାଯାଇଛି। ଏହି ଚିଠା ପ୍ରସ୍ତାବ ଅନୁଯାୟୀ,୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ। ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ […]

fastag
ଆଜିଠୁ ଫାସଟ୍ୟାଗ : ନ ଥିଲେ ଗଣିବେ ଦୁଇଗୁଣା ଫି

ଭୁବନେଶ୍ୱର: ଓ୍ୱାନ ନ୍ୟାସନ ଓ୍ୱାନ୍ ଫାସଟ୍ୟାଗ। ଆଜି ମଧ୍ୟରାତ୍ରରୁ ସମସ୍ତ ଟୋଲ ଗେଟ୍‌ରେ ଲାଗୁ ହୋଇଛି ଏହି ନୂଆ ବ୍ୟବସ୍ଥା। ନିୟମ ଲାଗୁହେବା ପରେ ପ୍ରଥମରୁ ହିଁ ଅନେକ ସ୍ଥାନରେ ଫାଇନ୍ ଦେଇଛନ୍ତି ଗାଡ଼ି ଚାଳକ। ଫାସଟ୍ୟାଗ ନ ଲଗାଇଥିବାରୁ ଦେଇଛନ୍ତି ଦୁଇଗୁଣା ଟୋଲ୍ ଫି । ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ […]

  • Tuesday, 13 July 2021
OFS Suicide In Bhubaneswar
ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଏଫ୍ଏସ୍ ଅଧିକାରୀ

ଭୁବନେଶ୍ୱର: ଚାକିରିରେ ଯୋଗ ଦେବାର ଦିନକ ପୂର୍ବରୁ ଆତ୍ମହତ୍ୟା କଲେ ଓଡ଼ିଶା ଫାଇନାନ୍ସ ସର୍ଭିସ(OFS)ର ଜଣେ ଅଧିକାରୀ। ଗତକାଲି ସନ୍ଧ୍ୟାରେ ଓଏଫ୍ଏସ୍ ଅଧିକାରୀ ଅଭିଳାଶ ସ୍ୱରୂପ ମହାପାତ୍ର ଡୁମଡୁମା ଫେଜ୍ ୪ରେ ରହୁଥିବା ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଓଢ଼ଣୀରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସୂଚନା ଅନୁସାରେ, ଆଜି ସେ ଭୁବନେଶ୍ୱର ସ୍ଥିତ ଟ୍ରେଜେରି ଅଫିସ୍‌ରେ ଯୋଗ ଦେଇଥାନ୍ତେ। ହେଲେ ତା’ ପୂର୍ବରୁ ସେ ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା […]

hati
ହାତୀ ମଡ଼କକୁ ନେଇ ଘାରିଲା ଚିନ୍ତା: ଗ୍ରାଉଣ୍ଡଜିରୋରେ ପହଞ୍ଚିଲେ ତଦନ୍ତକାରୀ ଟିମ୍‌

ଭୁବନେଶ୍ୱର: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ କୁ ନେଇ ବନ ବିଭାଗକୁ ଘାରିଛି ଚିନ୍ତା । ଏହି ଅଭୟାରଣ୍ୟରେ ଗତ ୧୪ ଦିନ ମଧ୍ୟରେ ୬ଟି ମାଈ ହାତୀଙ୍କ ଜୀବନ ଯାଇଥିବାବେଳେ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପିସିସିଏଫ୍ ଶଶି ପଲ୍। ରାଜ୍ୟର ଦୁଇ ଜଣିଆ ପ୍ରତିନିଧି ଦଳ ସହ କର୍ଲାପାଟ ଯାଇ କିଭଳି ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଉଛି ଅନୁଧ୍ୟାନ କରିବା ସହ ତେନ୍ତୁଳିପଦର ଗାଁରୁ ଫେରିଛନ୍ତି। କାହିଁକି ହାତୀର ମୃତ୍ୟୁ […]

  • Tuesday, 13 July 2021
accident
ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ

ତେଲକୋଇ: ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ଘରକୁ ଯାଉଥିଲେ, ହେଲେ ବାଟରେ ଚାଲିଗଲା ପୁଅର ଜୀବନ। କେନ୍ଦୁଝର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଦୈତାରୀ ଥାନା ଅନ୍ତର୍ଗତ ବାଲିପର୍ବତ ଗେଟ୍ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ବିଶୋଇର ଗାଲୁ ମୁର୍ମୁ। ସୂଚନା ଅନୁସାରେ, ଗାଲୁ ଏକ ଲୁହା ଖଣିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ମା’ଙ୍କ ଶୁଦ୍ଧି କ୍ରିୟା ପାଇଁ ପତ୍ନୀଙ୍କ ସହ ସେ […]