• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Teacher
ପ୍ରଥମେ ନେଇଗଲେ, ପରେ ଚାକିରି ଫେରାଇଲେ ସରକାର

ସୁନ୍ଦରଗଡ଼: ଦୃଷ୍ଟିହୀନ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦେଲେ ସରକାର । ଚାକିରି ସମୟରେ ଦୃଷ୍ଟି ଶକ୍ତି ହରାଇଥିଲେ ସୁନ୍ଦରଗଡ଼ ଭେଡାବାହାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡା । ପରେ ତାଙ୍କୁ ଚାକିରି କରିବାରେ ଅକ୍ଷମ ଦର୍ଶାଇ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ଗଣଶିକ୍ଷା ମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା […]

  • Tuesday, 13 July 2021
Coronavirus
୨୧ ଜିଲ୍ଲାରୁ ଆଉ ୫୯୫ କରୋନା ଆକ୍ରାନ୍ତ‌ ଚିହ୍ନଟ, ଓଡ଼ିଶାରେ ୧୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଆଉ ୫୯୫ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୧ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୯୫ ଆକ୍ରାନ୍ତଙ୍କ ମଧ୍ୟରୁ ୩୯୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୦୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ […]

  • Tuesday, 13 July 2021
rourkela hospital
କାଲିଠୁ ବନ୍ଦ ରହିବ ରାଉରକେଲା ସରକାରୀ ଡାକ୍ତରଖାନା OPD

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶନିବାର ଓ ରବିବାରକୁ ସଟ୍‌ଡାଉନ୍‌ ଘୋଷଣା କରିଛି। ଆସନ୍ତାକାଲିଠୁ ରାଉରକେଲା ସରକାରୀ ଡାକ୍ତରଖାନାର OPD ବନ୍ଦ ରହିବ। ଜୁଲାଇ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ OPD ବନ୍ଦ ରହିବ। ଡାକ୍ତରଖାନାରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। […]

  • Tuesday, 13 July 2021
mo jibani mo upasana
ଜୀବନ ସଂଘର୍ଷର କାହାଣୀ କହିବ ‘ମୋ ଜୀବନ, ମୋ ଉପାସନା’

ଭୁବନେଶ୍ୱର: ‘ମୋ ଜୀବନ, ମୋ ଉପାସନା’ରେ ରହିଛି ଜୀବନ ସଂଘର୍ଷର କାହାଣୀ। ସେହି ସଂଘର୍ଷ ନିରନ୍ନ, ନିରକ୍ଷର, ନିଷ୍ପେଷିତ ଆଦିବାସୀଙ୍କର। ଏମାନଙ୍କ ଅଧିକାର ପାଇଁ ଲଢୁଥିବା ଜଣେ ଦୁର୍ଦ୍ଦର୍ଷ ଯୋଦ୍ଧାର। ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ‌୍‍ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ଓଡ଼ିଶାର ବର୍ଷିାୟାନ ଭୁଦାନ ଓ ସର୍ବୋଦୟ ନେତା, ବିଶିଷ୍ଟ ଶିକ୍ଷାବିତ‌୍‍ ତଥା କବି କୃଷ୍ଣ ସିଂହଙ୍କ ଦ୍ୱାରା ପ୍ରକାଶିତ ଆତ୍ମ ଜୀବନୀ  ‘ମୋ ଜୀବନ ମୋ ଉପାସନା’ ର ଦ୍ୱିତୀୟ ସଂକଳନ । ଏହି […]

  • Tuesday, 13 July 2021
corona
ଜଟଣୀ BSF କ୍ୟାମ୍ପ୍‌ରେ ପଶିଲା କରୋନା, ୨ ଯବାନ ସଂକ୍ରମିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ BSF କ୍ୟାମ୍ପ୍‌ରେ ୨ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି। କ୍ୟାମ୍ପରୁ ୨୪୫ ଜଣଙ୍କ ସ୍ୱାବ୍ ଟେଷ୍ଟ୍‌ ହୋଇଥିବା ବେଳେ ୨ ଜଣ ଯବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତ ଦୁଇ ଯବାନ କ୍ୱାରେଣ୍ଟିନ୍‌ରେ ଥିଲେ। ସ୍ୱାବ୍‌ ଟେଷ୍ଟ୍‌ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛଇ। ତେଣୁ କ୍ୟାମ୍ପ ସାନିଟାଇଜ ହେବା ଦରକାର ନାହିଁ ବୋଲି […]

  • Tuesday, 13 July 2021
heavy rainfall
ଆଜିଠୁ ଓଡ଼ିଶାରେ ବଢ଼ିପାରେ ବର୍ଷାର ପରିମାଣ, ୭ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଓଡ଼ିଶାରେ ଏବେ ମୌସୁମୀ ସ୍ୱାଭାବିକ ଥିବାବେଳେ ବର୍ଷାର ପରିମାଣ କମ୍ ରହିଛି। ଆଜିଠୁ ବର୍ଷାର ପରିମାଣ ବଢ଼ିପାରେ। ଏ ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ, ନୂଆପଡ଼ା ଓ ବରଗଡ଼। ଏସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆସନ୍ତାକାଲି ଓ ୧୪ ତାରିଖ ସାରା ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା […]

laxmanananda
ଦେଇଥିବା ସହାୟତା ରାଶି ଫେରାଇବାକୁ କହିଲେ ଏସ୍‌ପି: ଆତ୍ମାହୁତି ଧମକ ଦେଲେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ

ଫୁଲବାଣୀ: ପୁଣି ଚର୍ଚ୍ଚାକୁ ଆସିଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣା । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅଙ୍କୁ ଦିଆଯାଇଥିବା ଅନୁକମ୍ପା ରାଶି ଫେରାଇବାକୁ କନ୍ଧମାଳ ପୋଲିସ ନୋଟିସ୍ ଦେଇଛି । ୨୦୧୫ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅ ଲୋକନାଥଙ୍କୁ ଅନୁକଂପା ରାଶି ବାବଦରେ ୨ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା । ମାତ୍ର ଭୁଲରେ ଏହି ଚେକ୍ ଦିଆଯାଇଥିବା ଦର୍ଶାଇ ତୁରନ୍ତ ଟଙ୍କା ଫେରାଇବାକୁ ଲୋକନାଥଙ୍କୁ କନ୍ଧମାଳ ଏସ୍‌ପିଙ୍କ କାର୍ଯ୍ୟାଳୟରୁ ନୋଟିସ୍ ଯାଇଛି । ତେବେ […]

  • Tuesday, 13 July 2021
11am-corona
ରାଜ୍ୟକୁ ପୁଣି ଫେରିଲା କି କରୋନା ? ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦

ଭୁବନେଶ୍ୱର: ସାରା ଦେଶରେ କରୋନାର ଦ୍ୱିତୀୟ ଲହରକୁ ନେଇ ଚିନ୍ତା ବଢୁଥିବାବେଳେ ଆଜି ଓଡ଼ିଶାର ତାଲିକା ଏହି ଚିନ୍ତାକୁ ଆହୁରି ତେଜିଛି। ଗତ କିଛି ଦିନ ହେବ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିବାବେଳେ ଆଜି ରେକର୍ଡ ଭାଙ୍ଗିଛି। ଆଜି ରାଜ୍ୟରୁ ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେସ ୬୪ ଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଆଜି ୨୨ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୧୦ କରୋନା […]

  • Tuesday, 13 July 2021
corona 1
କଟକ ସହରରୁ ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ମଧ୍ୟରେ ୪ କରୋନା ଯୋଦ୍ଧା

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦ ଜଣଙ୍କ ମଧ୍ୟରୁ ୪ଜଣ ସରକାରୀ କ୍ୱାରେଣ୍ଟିନ୍‌ରୁ, ୫ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ଗୋଟିଏ ଲୋକାଲ କେସ୍ ରହିଛି। କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଛନ୍ତି। ୨୦୫ ଜଣ ଚିକିତ୍ସାଧୀନ ଅଛନ୍ତି ଓ ଥିବା ବେଳେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆହୁରି ମଧ୍ୟ ପଢ଼ନ୍ତୁ: ଭୁବନେଶ୍ୱରରୁ […]

  • Tuesday, 13 July 2021
odisha
ଅଜ୍ଞାତ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ

ସମ୍ବଲପୁର: ଅଜ୍ଞାତ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ ବ୍ୟବସାୟୀ। ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଶାସନ ଛକ ନିକଟରୁ ଗତକାଲି ଅପହୃତ ହୋଇଥିବା ଜଣେ ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଅଜ୍ଞାତ ସ୍ଥାନରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ଗତକାଲି ଅପରାହ୍ନ ୨ଟାରେ ସମ୍ବଲପୁର ଜିଲ୍ଲା ରେମେଡ୍‌ ଅଞ୍ଚଳର ଜଣେ ବ୍ୟବସାୟୀ କାର୍‌ରେ ଯାଉଥିବାବେଳେ ଶାସନ ଥାନା ଅନ୍ତର୍ଗତ ସମ୍ବଲପୁର-ଝାରସୁଗୁଡା ରାଜ୍ୟ ରାଜପଥ ଶାସନ ଛକ ନିକଟରେ କିଛି ଦୁର୍ବୃତ୍ତ […]

  • Tuesday, 13 July 2021
corona
ଭୁବନେଶ୍ୱରରୁ ଆଜି ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୬

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଜି ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୬ଟି କ୍ୱାରେଣ୍ଟିନ୍‌, ୧୨ଟି ଲୋକାଲ୍ କଣ୍ଟାକ୍ଟସ୍‌ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି।  ତେବେ ଆଜି ଭୁବନେଶ୍ୱରରେ ଆଉ ୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମିଶାଇ ଭୁବନେଶ୍ୱରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୧୪ଜଣ ସୁସ୍ଥ ହୋଇଥିବାବେଳେ ୩୧୭ଜଣ ଚିକିତ୍ସାଧୀନ ଅଛନ୍ତି। ୮ଜଣଙ୍କ ମୃତ୍ୟୁ ଘଟିଛି।

  • Tuesday, 13 July 2021
rasikia-habildar
ବଡ ଭାଇର ସମ୍ପର୍କ ଯୋଡି କଏଦୀଙ୍କ ପତ୍ନୀ ସହ ମିଠା ମିଠା କଥା ହେଉଥିଲେ, ଶେଷରେ...

ଭଦ୍ରକ:ଜେଲ୍‌ରେ ଥିବା ଜଣେ କଏଦୀଙ୍କଠାରୁ ତାଙ୍କ ପତ୍ନୀଙ୍କ ଫୋନ ନମ୍ବର ଆଣି କଥା ହେଲେ ରସିକିଆ ହାବିଲଦାର ।  ମିଠା ମିଠା କଥା ହେଲେ। ଭଉଣୀ ବୋଲି କହି ସମ୍ପର୍କ ଯୋଡିଲେ । ଆଉ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଲେ। ସ୍ୱାମୀଙ୍କୁ ମୁକୁଳାଇ ଦେବେ…ବନ୍ଧକ ସୁନାଗହଣା ଫେରାଇ ଆଣିବେ..ଏମିତି ଅନେକ କିଛି..। ହେଲେ ତାଙ୍କ କଥା ଟିକେ ବୁଝିବାକୁ ମହିଳାଙ୍କୁ କହି ହଠାତ ଦିନେ ପହଞ୍ଚିଗଲେ କଏଦୀଙ୍କ ଘରେ । ଆଉ ତା’ ପରେ ଖୋଲି ଗଲା […]

  • Tuesday, 13 July 2021
malkangiri
୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ଆସିବାକୁ ବାରଣ

ମାଲକାନିଗିରି: ୧୩ ଜିଲ୍ଲାବାସୀଙ୍କୁ ମାଲକାନଗିରି ଆସିବାକୁ ବାରଣ କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏହି ଜିଲ୍ଲାଗୁଡ଼ିକ ହେଲା- ଗଞ୍ଜାମ , କଟକ, ଭଦ୍ରକ, ଖୋର୍ଦ୍ଧା(ଭୁବନେଶ୍ୱର ମଧ୍ୟ), ଯାଜପୁର, ନୟାଗଡ଼, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ଵର, ଜଗତସିଂହପୁର ରହିଛି। ଅତି ଆବଶ୍ୟକ ପଡ଼ିଲେ ଏହି ଜିଲ୍ଲାରୁ ଯେଉଁମାନେ ମାଲକାନଗିରି ଆସିବେ, ସେମାନେ ୧୪ଦିନ ସରକାରୀ କ୍ୱାରେଣ୍ଟିନ୍‌‌ କିମ୍ବା ପେଡ୍‌ କ୍ୱାରେଣ୍ଟିନ୍‌ରେ ରହିବେ ବୋଲି ଚିଠିରେ […]

  • Tuesday, 13 July 2021
kankala
କାର୍ ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା: ମାସେ ଭିତରେ ରିପୋର୍ଟ ଦେବାକୁ କହିଲେ ମହିଳା କମିଶନ

ଭୁବନେଶ୍ୱର:  ଉପକଣ୍ଠ ଯାଆଁଳା ଫାଣ୍ଡି ପରିସରରେ କାର୍ ଭିତରୁ ମହିଳା କଙ୍କାଳ ମିଳିବା ଘଟଣା କମିଶନରେଟ୍ ପୋଲିସକୁ ରିପୋର୍ଟ ତଲବ କରିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ଘଟଣାର ତଦନ୍ତ କରି ମାସେ ଭିତରେ ରିପୋର୍ଟ ଦେବାକୁ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କଙ୍କାଳକୁ ଚିହ୍ନଟ କରିବା ପରେ ଏହାକୁ କଙ୍କାଳ ଚିହ୍ନଟ ଲାଗି ଡିଏନ୍ଏ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସେଥିପାଇଁ  ଶରୀରର ଦାନ୍ତ, ହାଡ଼ର କିଛି ଅଂଶ, ନଖ ଓ ଚୁଟି […]

  • Tuesday, 13 July 2021
comet
୨୩ ବର୍ଷ ପରେ କାଲି ମହାକାଶରେ ଦେଖିବାକୁ ମିଳିବ ଏହି ବିରଳ ଦୃଶ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତାକାଲି ଦୃଶ୍ୟମାନ ହେବ ଶତାବ୍ଦୀର ପ୍ରଥମ ଧୂମକେତୁ। ଏହା ଖାଲି ଆଖିରେ ଦୃଶ୍ୟମାନ ହେବ। କାଲି ସନ୍ଧ୍ୟା ସମୟରେ ପ୍ରାୟ ଅଧ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗ୍‌ବଳୟର ୨୦ ଡିଗ୍ରୀ ଉପରେ ଦେଖାଯିବ। ୩୦ ତାରିଖ ପର୍ଯ୍ୟନ୍ତ ସବୁ ଦିନ ଧୀରେ ଧୀରେ ଏହା ଉପର ‌ଆଡକୁ ଗତି କରି ମାସ ଶେଷରେ ଦିଗ୍‌ବଳୟର ପ୍ରାୟ ୪୦ ଡିଗ୍ରୀ ଉପରେ ପହଞ୍ଚିବ। ଦୀର୍ଘ ୨୩ ବର୍ଷ ପରେ ଏମିତି ଖାଲି ଆଖିରେ ଧୂମକେତୁ ଦେଖିବାର ସୁଯୋଗ […]

  • Tuesday, 13 July 2021
shutdown
କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଗୁଜବ, ସିଏମ୍‌ସି କହିଲା FAKE

କଟକ: କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଫେକ୍‌ ନ୍ୟୁଜ୍‌ ଭାଇରାଲ ହେଉଛି। ଏହି Forwarded ମେସେଜ୍ ଫେକ୍‌ ଓ ଏହା ଉପରେ ବିଶ୍ୱାସ ନ କରିବାକୁ କଟକ ମହାନଗର ନିଗମ(CMC) ପକ୍ଷରୁ ଟ୍ୱିଟ୍‌ କରାଯାଇ କୁହାଯାଇଛି। କଟକ ସହରରେ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ ଏବେ ସୁଦ୍ଧା କୌଣସି ଅଫିସିଆଲ୍‌ ଅର୍ଡର ଆସି ନ ଥିବା CMC ପକ୍ଷରୁ କୁହାଯାଇଛି। ‌ ସୂଚନାଥାଉ କି, କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି […]

  • Tuesday, 13 July 2021
shambabi award
କ୍ଷୀରୋଦ ସାହୁଙ୍କୁ ମିଳିଲା ଶମ୍ଭାବୀ-୨୦୨୧ ପୁରସ୍କାର

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ କ୍ଷୀରୋଦ ସାହୁଙ୍କୁ ଶମ୍ଭାବୀ ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି।  ଅନୁଗୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ସଚେତନତା ସୃଷ୍ଟି ଦିଗରେ କ୍ଷୀରୋଦ ସାହୁଙ୍କ ଉଲ୍କେଖନୀୟ ଅବଦାନ ରହିଛି । ସେହିପରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ନିବେଦିତା ଲେଙ୍କାଙ୍କୁ ଜୁରି କମେଣ୍ଡେସନ ସାର୍ଟିଫିକେଟ୍ ୨୦୨୧ ପ୍ରଦାନ କରାଯାଇଛି । ଯଶୋଦା ମା’ ଭାବେ ଜଣାଶୁଣା ନିବେଦିତା ଲେଙ୍କା ଶହେରୁ ଅଧିକ […]

  • Tuesday, 13 July 2021
corona 11
ଓଡ଼ିଶାରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ୫ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଗଞ୍ଜାମରୁ ୨ଜଣ, ପୁରୀରୁ ଜଣେ, କଟକରୁ ଜଣେ ଓ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ସେହିପରି କେନ୍ଦ୍ରାପଡ଼ାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କ ମୃତ୍ୟୁର କାରଣ ଭିନ୍ନ ବୋଲି ସରକାର ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ […]

  • Tuesday, 13 July 2021
coronavirus
ଓଡ଼ିଶାରେ ଆଉ ୫୭୦ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଉ ୫୭୦ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୯ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୭୦ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୮୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ […]

corona new strain
ନୂଆ ଷ୍ଟ୍ରେନ ସହ ପୁଣି ବଢୁଛି କରୋନା ସଂକ୍ରମଣ, ଜାଣନ୍ତୁ ଲକ୍ଷଣ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଛି କରୋନା। ଦେଶର ବିଭନ୍ନ ରାଜ୍ୟରେ କରୋନା ସଂକ୍ରମଣ ହାର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକା, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଥିବା କେନ୍ଦ୍ର ସରକାର କହିଛନ୍ତି। ଏହା ବ୍ୟତୀତ  ଦିଲ୍ଲୀ, ଗୁଜରାଟ ଓ ହରିଆଣାର ସ୍ଥିତି ମଧ୍ୟ ଭଲ ନାହିଁ। ଏହାକୁ ଦେଖି ଓଡ଼ିଶାରେ ମଧ୍ୟ ପୁଣି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ନୂଆ ଷ୍ଟ୍ରେନ […]

EbfoyOHWsAItSIJ
ଅନୁଗୁଳ ଆସିବା ପାଇଁ ଏହି ୨ ଜିଲ୍ଲାବାସୀଙ୍କୁ ମନା

ଅନୁଗୁଳ: ଗଞ୍ଜାମ ଓ ଯାଜପୁର ଜିଲ୍ଲାବାସୀଙ୍କୁ ଅନୁଗୁଳ ଆସିବା ମନା। ଯଦି ଏହି ୨ ଜିଲ୍ଲାରୁ କୌଣସି ବ୍ୟକ୍ତି ଜରୁରୀ କାମରେ ଅନୁଗୁଳ ଆସନ୍ତି, ତା’ହେଲେ ୧୪ ଦିନ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବାଧ୍ୟତାମୂଳକ ବୋଲି କୁହାଯାଇଛି।  ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।  ଓଡ଼ିଶାର ଗଞ୍ଜାମ ଜିଲ୍ଲା ଏବେ କରୋନା ହଟ୍‌ସ୍ପଟ୍‌ ହୋଇଛି। ଗଞ୍ଜାମରେ କରୋନା ସଂକ୍ରମିତ ଓ […]

  • Tuesday, 13 July 2021
facebook
‘ଡିଜିଟାଲ୍‌ ପ୍ଲାଟଫର୍ମରେ ଅଭିଯୋଗ କଲେ ୭୨ ଘଣ୍ଟା ମଧ୍ୟରେ ମିଳିବ ଉତ୍ତର’

ଭଦ୍ରକ: ମହାମାରୀ କରୋନା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସାଧାରଣ ଲୋକେ ସରକାରୀ କାର୍ଯ୍ୟାଳୟକୁ ନ ଆସି ଡିଜିଟାଲ୍‌ ପ୍ଲାଟଫର୍ମ ମାଧ୍ୟମରେ ଅଭିଯୋଗ କରି ପାରିବେ। ଅଭିଯୋଗ କରିବାର ୭୨ ଘଣ୍ଟା ମଧ୍ୟରେ ଉତ୍ତର ପାଇପାରିବେ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଇମେଲ , ଟ୍ୱିଟର୍‌‌ , ଫେସବୁକ ଆଇଡି ଓ ଟେଲିଫୋନ ନମ୍ବର ଜାରି କରାଯାଇଛି। କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି […]

  • Tuesday, 13 July 2021
quarantine
ହୋମ୍ ଆଇସୋଲେସନ୍ ନେଇ SOP ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ୱର: ହୋମ୍ ଆଇସୋଲେସନ୍ ନେଇ ଭୁବନେଶ୍ୱର ମହାନଗର ନିଗମ(BMC) ପକ୍ଷରୁ SOP ଜାରି ହୋଇଛି। ଲକ୍ଷଣ ବିହୀନ କିମ୍ବା ସ୍ୱଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଯେଉଁମାନେ ହୋମ୍ ଆଇସୋଲେସନ୍‌ରେ ରହିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି SOP ଜାରି କରାଯାଇଛି। SOPରେ କୁହାଯାଇଛି, ହୋମ୍ ଆଇସୋଲେସନରେ ରହିବାକୁ ଚାହୁଁଥିବା ବ୍ୟକ୍ତି ବସ୍ତି ବାସିନ୍ଦା ହୋଇ ନ ଥିବେ ଓ ଘରେ ଆଇସୋଲେସନ୍‌ ସୁବିଧା ଥିବା ନିହାତି ଜରୁରୀ। ସେଲ୍ଫ ଆଇସୋଲେସନରେ ରହିବା ନେଇ ଅଣ୍ଡରଟେକିଂ ମଧ୍ୟ […]

  • Tuesday, 13 July 2021
cuttack
ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ସହରକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନ୍

କଟକ: ଓଡ଼ିଶାର କୌଣସି ହଟ୍‌ସ୍ପଟ୍‌ ଜିଲ୍ଲାରୁ ଯଦି କେହି କଟକ ସହରକୁ ଆସିବେ, ତା’ହେଲେ ସେମାନେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ। ଏନେଇ କଟକ ମହାନଗର ନିଗମ(CMC ) କମିଶନର ସୂଚନା ଦେଇଛନ୍ତି। କଟକ ଜିଲ୍ଲାର ହଟ୍‌ସ୍ପଟ୍‌ ବ୍ଲକରୁ କଟକ ସହରକୁ ଆସିଲେ ବି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। କେବଳ ଜିଲ୍ଲା ନୁହେଁ, ଅନ୍ୟ ରାଜ୍ୟ ଓ ବିଦେଶରୁ ଫେରିଥିଲେ ବି ଏଣିକି ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ। ଯଦି କୌଣସି ବ୍ୟକ୍ତି ଏହି […]

  • Tuesday, 13 July 2021
OTV-Portal
ଆସିଲା ‘ଅତିଥି ଆପ୍’, ଆଉ ଖସି ପାରିବେନି ଅପରାଧୀ

ଭୁବନେଶ୍ୱର: ଅପରାଧୀମାନେ ଆସୁଛନ୍ତି। ହୋଟେଲ, ଲଜ, ଗେଷ୍ଟ ହାଉସ ଆଦିରେ ରହୁଛନ୍ତି। ଶେଷରେ ଅପରାଧ ଘଟାଇ  ଚମ୍ପଟ ମାରୁଛନ୍ତି। ଏମିତି ଘଟଣା ନିୟମିତ ଘଟୁଛି। ଏହାକୁ ନେଇ ଚିନ୍ତାରେ ପଡିଛି କମିଶନରେଟ ପୋଲିସ । ଏହାର ସମାଧାନ କରିବା ପାଇଁ ଏବେ ବାଟ ବାହାର କରୁଛି କମିଶନରେଟ ପୋଲିସ। ଏଥିପାଇଁ ଆସିଛି ଅତିଥି ଆପ୍‌।  ରାଜ୍ୟ ତଥା ରାଜ୍ୟ ବାହାରର ଅପରାଧୀଙ୍କୁ ଟ୍ରାକ୍ କରିବା ଲାଗି ଅନ୍‌ଲାଇନ ଜରିଆରେ ତଥ୍ୟ ସଂଗ୍ରହ କରିବ ଅତିଥି ଆପ୍। ଫଳରେ […]

  • Tuesday, 13 July 2021