• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

accident
ନାଳ ଭିତରକୁ ପଶିଗଲା ବାଇକ୍, ଶଳା ଭିଣୋଇ ମୃତ

ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠରେ ଥିବା ପାଗନଈ ନିକଟରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଶଳା,ଭିଣୋଇଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ହେଲେ ଚିତରଞ୍ଜନ ବୋରା ଓ ତାଙ୍କ ଶଳା ସୁଦର୍ଶନ ହେମ୍ବ୍ରମ। ଗତକାଲି ବିଳମ୍ୱିତ ରାତିରେ ସୋନାପୁରରୁ ଏକ ବାଇକ୍‌ ଯୋଗେ ଉଭୟ ଶଳାଭିଣୋଇ ଘରକୁ ଫେରୁଥିଲେ। ପାଗନଈ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଶି ଯାଇଥିଲା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଘଟଣା ସମ୍ପର୍କରେ […]

  • Tuesday, 20 July 2021
accident
କାର୍ ଧକ୍କାରେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ

କୋଣାର୍କ(ସଞ୍ଜୟ ପତି): ପିପିଲି-କୋଣାର୍କ ରାସ୍ତାର ବେଗୁନିଆ ଠାରେ କାର୍‌ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟେଳିଆ ଗାଁର ରବୀନ୍ଦ୍ର ଭୋଇ। ରବୀନ୍ଦ୍ର ପେଟଳିଆରୁ ବେଗୁନିଆ ଆସୁଥିବା ବେଳେ କୋଣାର୍କ ଯାଉଥିବା ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

  • Tuesday, 20 July 2021
accident
ଟାଟା ମ୍ୟାଜିକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ,୩ ଆହତ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଟିକରପଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଗୋଲକ ମହାନ୍ତି। ତାଙ୍କ ଘର ଟିକରପଙ୍ଗାରେ। ଗୁରୁତର ଆହତଙ୍କୁ ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏକ ଟାଟା ମ୍ୟାଜିକ୍‌ ଗାଡ଼ି ଜାତୀୟ ରାଜପଥ ୫ (କ)ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଟିକରପଙ୍ଗା ନିକଟରେ ଏକ ୧୦ ଚକିଆ […]

  • Tuesday, 20 July 2021
thunder
ଆଜି ଓ କାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏଭଳି ପାଗ ଲାଗି ରହିବ। ତେବେ ଗତକାଲି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଉପରେ ପାରଦ ରହିପାରେ […]

  • Tuesday, 20 July 2021
maoist killed
ଏନ୍‌କାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ପୁଲିସ୍‌କୁ ଏକ ବଡ଼ ସଫଳତା ମିଳିଛି। କୋଲେପାଲ ଜଙ୍ଗଲରେ ପୁଲିସ୍‌ ଏନ୍‌କାଉଣ୍ଟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଏଥିସହ ପୁଲିସ୍‌ ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ୍‌ କରି ବଡ଼ଧରଣର ହିଂସାକାଣ୍ଡ ଘଟାଇବାକୁ ଷଡଯନ୍ତ୍ର କରୁଥିଲେ। ଏନେଇ ପୁଲିସ୍‌ ଖବର ପାଇ ଚଢ଼ଉ କରିଥିଲା। ପୁଲିସ୍‌ ଓ ମାଓବାଦୀଙ୍କ ମଧ୍ୟରେ ପ୍ରାୟ ୧୫ ମିନିଟ୍‌ […]

  • Tuesday, 20 July 2021
money
ବିଭିନ୍ନ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ବେଳେ ବିପୁଳ ଟଙ୍କା ଜବତ ହେବାରେ ଲାଗିଛି। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବଜାର ଛକରୁ ପୁଲିସ୍‌ ଏକ କାରରୁ ୩୪ ଲକ୍ଷ ୨୪ ହଜାର ଟଙ୍କା ଜବତ କରିଛି। ପଶ୍ଚିମବଙ୍ଗ ରେଜିଷ୍ଟ୍ରେସନ୍ ଥିବା ଗାଡିଟି କେନ୍ଦୁଝରରୁ କୋଲକାତା ଯାଉଥିବା ସୂଚନା ମିଳିଛି। ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବର୍ଥଲା ଛକରେ ଏକ ଗାଡ଼ିରୁ ୮ ଲକ୍ଷ ଟଙ୍କା  ଜବତ ହୋଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ […]

  • Tuesday, 20 July 2021
amit
ଉମରକୋଟ ଆସିବେ ଅମିତ ଶାହ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଆସୁଛନ୍ତି। ଦଳୀୟ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ପାଇଁ ସେ ପ୍ରଚାର କରିବେ। ଦିନ ସାଢ଼େ ଗୋଟାଏରେ ବିଜୁ ପଟ୍ଟନାୟକ ଷ୍ଟାଡିଅମରେ ସେ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହି ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୁଲିସ୍‌ ଫୋର୍ସ ଓ ୧୦୦ ଜଣ ପୁଲିସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

  • Tuesday, 20 July 2021
vice
ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ରହି ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଉପରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ରେଲ ଭବନ ଅଡିଟୋରିୟମ୍‌ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

  • Tuesday, 20 July 2021
puri
ପୁରୀ ଡାକ୍ତରଖାନାରେ ଝଡ଼ାଫୁଙ୍କା

ପୁରୀ(ମଧୁସୂଦନ ମିଶ୍ର): ପୁରୀ ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନାର ବେଡ୍‌ରୁ ନାବାଳିକାକୁ ତଳକୁ ଆଣି ଗୁଣିଆ ଦ୍ୱାରା ଝଡ଼ାଫୁଙ୍ଖା କରାଯାଇଛି। ଗୁଣିଆ ବେଲପତ୍ର, ମନ୍ଦାରଫୁଲ ଦ୍ୱାରା ଝଡ଼ାଫୁଙ୍ଖା କରିବା ପରେ କାଟପାଣି ଦେଇ ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏହା ହୋଇଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ଚେଷ୍ଟା କରି ନଥିଲେ। ସତ୍ୟବାଦୀର କୈଳାଶ ବେହେରାଙ୍କ ନାବାଳିକା ଝିଅ କିଛି ଦିନ ଧରି ଅଜଣା […]

  • Tuesday, 20 July 2021
Representational Image
ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଢେଙ୍କାନାଳ: ଦୁଇ ଭଉଣୀ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିଲେ ନାହିଁ। ମାଉସୀ ଘର ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଅନୁଗୁଳ ଜିଲ୍ଲା ବାଘୁଆବିରି ଗାଁର ଗୋପୀ ବିରୁଆଙ୍କ ଦୁଇ ଝିଅ ଲକ୍ଷ୍ମୀ(୧୦) ଓ ରାଧା (୫) ମଠକରଡ଼ା ପଞ୍ଚାୟତ କରଡ଼ାପାଳ ଗାଁର ମାଉସୀ ଘରକୁ ଯାଇଥିଲେ। ଦୁଇ ଭଉଣୀ ଶୌଚ […]

  • Tuesday, 20 July 2021
gangadhar-up
ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଗାଇଲେ ସ୍ୱଭାବ କବିଙ୍କ କାଳଜୟୀ ଗୀତ

ବରଗଡ଼ : ଅାଜି ହେଉଛି  ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହି ଅବସରରେ ବରଗଡ଼ ଜିଲ୍ଲାର ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଏକା ସମୟରେ କବିଙ୍କ କାଳଜୟୀ ଗୀତ ଗାଇଛନ୍ତି। ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା। ଏଥିରେ ସବୁ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗଙ୍ଗାଧର ମେହେର ଓ ତାଙ୍କ କାବ୍ୟ କବିତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଛି।

  • Tuesday, 20 July 2021
jharsuguda
ଆଜିଠୁ ଝାରସୁଗୁଡ଼ାରୁ ୩ଟି ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେବ। ଘରୋଇ ସଂସ୍ଥା ସ୍ପାଇସ ଜେଟ୍‌ ଏହି ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ୧୮୯ ସିଟ୍‌ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିବ। ସେହିପରି କୋଲକତା ଓ ହାଇଦ୍ରାବାଦକୁ ଯିବା ପାଇଁ କ୍ୟୁ-୪୦୦ ମଡେଲ ୭୮ ସିଟ୍‌ ବିଶିଷ୍ଟ ବିମାନ ଉଡ଼ିବ। ଏଥିପାଇଁ ଅନଲାଇନରେ ଟିକେଟ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି। ପ୍ରଥମେ […]

  • Tuesday, 20 July 2021
bird
କଟକରେ ବାର୍ଡ ଫ୍ଲୁ: ବତକ ପ୍ରଜନନ କେନ୍ଦ୍ରରେ ମରାଗଲା ବତକ

କଟକ: ବାର୍ଡ ଫ୍ଲୁ ଆଶଙ୍କାରେ ପ୍ରଶାସନ କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡା ମାରିଛି। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି। ବତକ ଓ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହରେ ଭୋପାଳକୁ ନମୁନା ପଠାଯାଇଥିଲା। ଶୁକ୍ରବାର ରିପୋର୍ଟ ଆସିବା ପରେ ସେହି ରାତିରେ ଶହ ଶହ କୁକୁଡ଼ା ଓ ବତକ ମରାଯାଇଥିଲା। କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ପରେ […]

  • Tuesday, 20 July 2021
rain-water-up
ମେଡିକାଲ ଭିତରେ ପାଣି

ଅନୁଗୁଳ  : ମେଡିକାଲ ଭିତରେ ପାଣି । ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଅାଣ୍ଠୁଏ ପାଣି ଜମି ରହିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଓ୍ୱାର୍ଡ, କ୍ୟାବିନ ଓ କ୍ୟାମ୍ପସରେ ଲହଡ଼ ଭାଙ୍ଗୁଛି ପାଣି । ବର୍ଷା ଓ ଡ୍ରେନ୍‌ ପାଣି ହସ୍ପିଟାଲରେ ପଶିଯିବାରୁ ପଚା ଗନ୍ଧ ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ରୋଗୀଙ୍କୁ ଘାରିଛି ସଂକ୍ରମଣ ଭୟ। ପାଲଲହଡ଼ାରେ ଡ୍ରେନ୍‌ ସୁବିଧା ଭଲ ନଥିବାରୁ ପ୍ରତି ବର୍ଷ […]

  • Tuesday, 20 July 2021
bjd-join
ବିଜେଡିରେ ଯୋଗ ଦେଲେ ବରଗଡ଼ର ୯ ଜିଲ୍ଲା ପରିଷଦ ସଭ୍ୟ

ପଦମପୁର(ସୋମେଶ ଚନ୍ଦ୍ର ମହାନ୍ତି): ବିଜେପି ଛାଡ଼ିଥିବା ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟ ଓ ଜିଲ୍ଲା ଉପସଭାପତି ବିଜେଡିରେ ମିଶିଛନ୍ତି। ଗତକାଲି ବରଗଡ଼ ଜିଲ୍ଲା ବିଜେଡି ସଭାପତିଙ୍କ ଉପସ୍ଥିତିରେ ସମସ୍ତେ ବିଜେଡିରେ ମିଶିଛନ୍ତି। ଗତ ଗୁରୁବାର ବରଗଡ଼ ଜିଲ୍ଲାର ୯ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଜିଲ୍ଲା ବିଜେପି ଉପସଭାପତି ପ୍ରଶାନ୍ତ କୁମାର ମାଝୀ ଦଳରୁ ଇସ୍ତଫା ଦେଇଥିଲେ। ଦଳୀୟ କାର୍ଯ୍ୟରେ ସେମାନେ ଅସନ୍ତୁଷ୍ଟ ଥିବା ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ। ବରଗଡ଼ ଜିଲ୍ଲା ପରିଷଦ ବିଜେପି […]

  • Tuesday, 20 July 2021
cm----
ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ କୁନି କୁନି ପିଲା

ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୁନି କୁନି ପିଲାମାନେ ଅାଜି ରାଖୀ ବାନ୍ଧିଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ମଧ୍ୟ କୁନିକୁନି ପିଲାମାନେ ରାଖୀ ବାନ୍ଧିଥିଲେ।

  • Tuesday, 20 July 2021
bjd
ବିଜେଡି ଛାଡ଼ିଲେ ସାଂସଦ ଅର୍ଜୁନ ଚରଣ ସେଠୀ

ଭୁବନେଶ୍ୱର: ଭଦ୍ରକ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ସେ ଦଳରୁ ଇସ୍ତଫା ଦେବା ସହ ବିଷୋଦଗାର କରିଛନ୍ତି। ଭଦ୍ରକ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ୍‌ ଦିଆ ନଯିବା ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ପୁଅ ଅଭିମନ୍ୟୁଙ୍କୁ ଟିକେଟ୍ ଦେବାକୁ ଦାବି କରିଥିଲେ। ହେଲେ ଏନେଇ ଦଳର ହାଇକମାଣ୍ଡଙ୍କଠାରୁ କୌଣସି ପ୍ରତିଶ୍ରୁତି ନମିଳିବାରୁ ସେ କ୍ଷୁବ୍ଧ ହୋଇଛନ୍ତି। ଯୋଗ୍ୟତା ନଥିବା […]

  • Tuesday, 20 July 2021
kjr
ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଦୋଳଯାତ୍ରା ଦେଖି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ, ଯାତ୍ରା ଦେଖି ଯାଇଥିବା ୩ ଜଣ ଯୁବତୀ ପରିସ୍ରା କରିବାକୁ ବାହାରକୁ ଆସିବା ବେଳେ ତାଙ୍କୁ ୫ ଜଣ ଯୁବକ  ଧରିବାକୁ ଚେଷ୍ଟା କରିଥିଲେ। ହେଲେ ୨ ଜଣ ଯୁବତୀ ସେମାନଙ୍କ କବଳରୁ ଖସି ପଳାଇ ଆସିଥିଲେ। ଜଣେ ଯୁବତୀଙ୍କୁ ପାଖରେ ଥିବା ଏକ ସ୍କୁଲ ପଛ ପାଖକୁ […]

  • Tuesday, 20 July 2021
denguprayer
ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା

ଜଗତସିଂହପୁର  : ଜଗତସିଂହପୁର ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ସ୍ଥିତି ଅତି ସଙ୍ଗିନ୍। କନାଗୁଳି ଗ୍ରାମରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସାରା ଜିଲ୍ଲାରେ ଅାକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲାଣି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯିବା ସହ ରକ୍ତନମୁନା ସଂଗ୍ରହ ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସେପଟେ ଗ୍ରାମବାସୀ ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ […]

  • Tuesday, 20 July 2021
accident
ବାଇକକୁ ଧକ୍କା ଦେଲା ଟ୍ରକ୍‌, ୨ ମୃତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତା ଶିଉଳି ନିକଟରେ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଟ୍ରକ୍‌ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନନଗର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ପ୍ରଶାନ୍ତ ସ୍ୱାଇଁ ଓ ବର୍ତି ଗାଁର ନାରାୟଣ ଖୁଣ୍ଟିଆ। ମାର୍ବଲ କାମ କରିବାକୁ ବାଇକରେ କମରପଦା ଯାଉଥିଲେ। ତେବେ ଶିଉଳି ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ […]

  • Tuesday, 20 July 2021
loot
ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ପାଖରେ ଥିବା ବିଧାତା ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି। ଦୁଇଟି ବାଇକରେ ଆସିଥିବା ୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରେ ୩ ଜଣ ବନ୍ଧୁକ ଧରି ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ପେଟ୍ରୋଲ ପମ୍ପ୍ ମ୍ୟାନେଜର ଆହତ ହୋଇଛନ୍ତି।  ଲୁଟେରାମାନେ ସ୍ଥାନୀୟ […]

  • Tuesday, 20 July 2021
mahakalapara-up
ମହାକାଳପଡ଼ା ଥାନା IIC ନିଲମ୍ବିତ

କେନ୍ଦ୍ରାପଡା : ମହାକାଳପଡ଼ା ଥାନା IIC ନିଲମ୍ବିତ। ମହାକାଳପଡ଼ା ଥାନା IIC ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ସସ୍‌ପେଣ୍ଡ କରିଛନ୍ତି ଡିଜିପି। ମହାକାଳପଡା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଅବିନାଶ ପାଇଟଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୋବାଇଲ ଚୋରି ଅଭିଯୋଗରେ ଗତକାଲି ଅବିନାଶକୁ ଗିରଫ କରାଯାଇଥିଲା। ପୁଲିସର ସୂଚନା ଅନୁସାରେ ରାତିରେ ଶୌଚ ହେବା ବାହାନାରେ ସେ ଥାନାରୁ ଦୌଡ଼ି ପଳାଇ ଥିଲା। ବହୁ ଖୋଜାଖୋଜି ପରେ ବି କୌଣସି […]

  • Tuesday, 20 July 2021
cuttack
ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ହେବ ନିର୍ବାଚନ

କଟକ(ଗୌତମ ପଣ୍ଡା): ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍‌ରେ ଏକାସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୱାନ୍ ବାର ୱାନ୍ ଭୋଟ୍ ନୀତି ଲାଗୁ କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ। ଏହି ନିୟମ ଅନୁସାରେ ଜଣେ ଆଇନଜୀବୀ ଏକାଧିକ ବାରରେ ସଦସ୍ୟ ଥିଲେ ବି ଗୋଟିଏ ବାରରେ ଭୋଟ୍ ଦେଇପାରିବ। ଏହା ସମସ୍ତ ଆଇନଜୀବୀଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି।

  • Tuesday, 20 July 2021
puri
ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ପୁରୀ ଜିଲ୍ଲା କଂଗ୍ରେସର ବିରୋଧ

ପୁରୀ(ମଧୁସୂଦନ ମିଶ୍ର): ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅରୋପ୍ରସାଦ ମିଶ୍ରଙ୍କ ନାମ ଘୋଷଣା ହେବା ପରେ ପୁରୀ ଜିଲ୍ଲା କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି। ଗତକାଲି ଜିଲ୍ଲା କଂଗ୍ରେସ ଭବନଠାରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଙ୍କ ସହ ଅନ୍ୟ ନେତା ଅରୋପ୍ରସାଦଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି। ତାଙ୍କ ପ୍ରାର୍ଥିତ୍ୱକୁ ବଦଳାଇବାକୁ ପିସିସି ସଭାପତିଙ୍କ ନିକଟକୁ ଚିଠି ଲେଖାଯାଇଛି। ପୁରୀ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଦେଶ କଂଗ୍ରେସ ମୁଖପାତ୍ର […]

  • Tuesday, 20 July 2021
bjp
ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର: ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ବିଶ୍ୱନାଥ ବେହେରା ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। କାର୍ଯ୍ୟରତ ପୁଲିସ୍ ଅଧିକାରୀ ଓ ତାଙ୍କ ସହ ଦୁର୍ବବ୍ୟହାର ସହ ଗାଳିଗୁଲଜ କରିଥିବା ଅଭିଯୋଗରେ ସେ ଏତଲା ଦେଇଛନ୍ତି। ଏହି ଘଟଣାକୁ ନେଇ ପୀତାମ୍ବର ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ମୁଖ୍ୟମନ୍ତ୍ରୀ ଓ […]

  • Tuesday, 20 July 2021