• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

vlcsnap-error975
ଖାକିରେ କଳଙ୍କ; ପୁଲିସ ବିରୋଧରେ ଦବଙ୍ଗଗିରି ଅଭିଯୋଗ ଆଣିଲେ ବ୍ୟବସାୟୀ

ବରଗଡ଼: ଖାକି ବର୍ଦିରେ ଲାଗିଛି କଳଙ୍କ। ବରଗଡ଼ର ଜଣେ ବ୍ୟବସାୟୀ ନନ୍ଦଲାଲ ପ୍ରସାଦ ପୁଲିସ ବିରୋଧରେ ଦବଙ୍ଗଗିରି ଅଭିଯୋଗ ଆଣିଛନ୍ତି। ପିସିଆର୍ ଭ୍ୟାନ୍‌ର ୪ କର୍ମଚାରୀ ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦଙ୍କଠୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,ପାଇକମାଳରୁ ବସ୍ ଯୋଗେ ସମ୍ବଲପୁର ଯାଉଥିଲେ ନନ୍ଦଲାଲ୍ । ତେବେ ଏହି ସମୟରେ ଭଟଲି ଛକରେ ବସ୍ ଭିତରେ ପଶି ପିସିଆର୍‌ ଭ୍ୟାନ୍‌ର କିଛି କର୍ମଚାରୀ ତାଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଏହାପରେ […]

  • Tuesday, 20 July 2021
body
କାନ୍ଥ ଭୁଶୁଡ଼ି ଜଣେ ମୃତ

ରାଉରକେଲା: ରାଉରକେଲା ଛେଣ୍ଡ୍‌ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅରବିନ୍ଦ ଗୌଡ଼ ନାମକ ଜଣେ ଯୁବକ ଛେଣ୍ଡ୍‌ କଲୋନୀର ଏକ ବସ୍ତି ଦେଇ ଯାଉଥିବା ବେଳେ ହଠାତ୍‌ ତାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ, ଡାକ୍ତରୀ ସେବାରେ ଅବହେଳା ଯୋଗୁ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା […]

  • Tuesday, 20 July 2021
acharya bihar
କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ଏକ ପ୍ରାଇଭେଟ୍‌ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ। ନିଆଁ ଲାଗି କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ପୂରା ଛାର୍‌ଖାର୍‌ ହୋଇଯାଇଛି। ଆଜି ସକାଳେ ଏହି ଅଘଟଣ ଘଟିଛି। କୋଚିଂ ସେଣ୍ଟରରୁ ଧୂଆଁ ବାହାରୁଥିବା ନେଇ ଦେଖିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା।  ପରେ ଘଟଣାସ୍ଥଳରେ ଦମକଳ ବାହିନୀର ୨ଟି ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। […]

  • Tuesday, 20 July 2021
bjd
ଶଶି ଓ ଦେବାଶିଷଙ୍କୁ ମିଳିଲାନି ଟିକେଟ୍‌

ଭୁବନେଶ୍ୱର: ଏଥର ବିଜେଡି ୩ ଜଣ ନେତାଙ୍କୁ ଟିକେଟ୍‌ ଦେଇନାହିଁ। ସେମାନେ ହେଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ରାଇରଙ୍ଗପୁର ବିଧାୟକ ସାଇବା ସୁଶୀଳ ହାଁସଦା। ଶଶିଭୂଷଣ ବେହେରାଙ୍କ ନିର୍ବାଚନମଣ୍ଡଳୀ ଜୟଦେବ ପାଇଁ  ଅରବିନ୍ଦ ଢାଲିଙ୍କୁ ବିଜେଡି ପ୍ରାର୍ଥୀ କରିଥିବା ବେଳେ ବରୀ ପାଇଁ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କ ବଦଳରେ ସୁନନ୍ଦା ଦାସଙ୍କୁ ଦଳ ଟିକେଟ୍ ଦେଇଛି। ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ ହାଁସଦାଙ୍କର ମଧ୍ୟ ଟିକେଟ୍‌ କଟିଛି। ମୋରଡ଼ା […]

  • Tuesday, 20 July 2021
maoist poster
ପୁଲିସ୍‌ ଓ ସିଆରପିଏଫ୍‌ ବିରୋଧରେ ମାଓବାଦୀ ପୋଷ୍ଟର

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୂର୍ଷୀଖୁମା ଓ ରାଜୁଲୁଗୁଡ଼ା ଗାଁରେ ମାଓବାଦୀ ପୋଷ୍ଟର୍‌ ଦେଖିବାକୁ ମିଳିଛି। ବି.ଡି.ଏନ୍‌ ଡିଭିଜନାଲ କମିଟି ଓ ସିପିଆଇ ମାଓବାଦୀଙ୍କ ନାଁରେ ଏହି ପୋଷ୍ଟର ଲଗାଯାଇଛି। ପୋଷ୍ଟର ରାଜୁଲୁଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ଓ ଏକ ଗଛରେ ଲଗାଯାଇଥିବା ଦେଖିବାକୁ ମିଳିଛି। ସେହିପରି ଭୂର୍ଷୀଖୁମା ଗାଁ ଛକରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ପୁଲିସ୍‌ ଓ ସିଆର୍‌ପିଏଫ୍‌ଙ୍କୁ ବିରୋଧ କରାଯାଇଛି। ଏଥିସହ ଏଥିରେ ଉଲ୍ଲେଖ ରହିଛି, “ମାଓବାଦୀମାନେ ଆଦିବାସୀ, ଗରିବ ଲୋକଙ୍କ ମୁକ୍ତି […]

  • Tuesday, 20 July 2021
amara
ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ

ଯାଜପୁର(ଗୁଲାମ ଗସ୍): ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରାଯାଇଛି। ଦଳ ତାଙ୍କୁ ବଡ଼ଚଣା ଟିକେଟ୍‌ ଦେବା ପରେ ବିଜେଡିର ଶତାଧିକ ଅସନ୍ତୁଷ୍ଟ ଛାମୁଆ ନେତା ଓ କର୍ମୀ ଏକାଠି ହୋଇଥିଲେ। ଚଳିତ ନିର୍ବାଚନରେ ଅମରଙ୍କୁ ଖୋଲାଖୋଲି ବିରୋଧ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅମରଙ୍କୁ ପ୍ରାର୍ଥୀ ନକରିବା ଲାଗି  ଏମାନେ ଦଳର ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏବେ ବିବାଦୀୟ […]

  • Tuesday, 20 July 2021
former sarapancha
ପୂର୍ବତନ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ସମ୍ବଲପୁର: ପୂର୍ବତନ ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ସମ୍ବଲପୁର ଜିଲ୍ଲା ନାକଟୀଦେଉଳ ଥାନା ସାଲେଭଟା ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ଗତକାଲି ସାଲେଭଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ପର୍ଶୁରାମ ପ୍ରଧାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୪ରୁ ଉର୍ଦ୍ଧ୍ୱ ଲୋକ ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି। ତାଳସାବୁରୀ ନିକଟରେ ତାଙ୍କୁ ଆକ୍ରମଣ ହୋଇଥିଲା। ପର୍ଶୁରାମଙ୍କୁ ଗୁରୁତର ଅବସ୍ଥାରେ ନାକଟୀଦେଉଳ ମେଡ଼ିକାଲ୍‌ ଏବଂ ପରେ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର […]

  • Tuesday, 20 July 2021
bls
ବିଜେଡି ଛାଡ଼ିଲେ ଦୀପକ ମଲ୍ଲିକ ଓ ଯଯାତି ଦାସ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାର ଦୁଇ ଟାଣୁଆ ନେତା ବିଜେଡି ଛାଡ଼ିଛନ୍ତି। ରେମୁଣାର ଦୀପକ ମଲ୍ଲିକ ଓ ରାଜ୍ୟ ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଯଯାତି ଦାସ ବିଜେଡିରୁ ଇସ୍ତଫା ଦେଇଛନ୍ତି। ୨୦ ବର୍ଷ ଧରି ଦଳରେ ଥିବା ଯଯାତି ବିଜେଡି ଛାଡ଼ିଛନ୍ତି। ବିଜୁ ଜନତା ଦଳ ନୀତି ଆଦର୍ଶରୁ ଦୂରେଇ ଯାଇଥିବା ସେ କହିଛନ୍ତି। ବିଜୁ ଜନତାଦଳ ଚିଟଫଣ୍ଡ୍ ଓ ଜମି ମାଫିଆଙ୍କ ଦଳରେ ପରିଣତ ହୋଇଛି। ସାଂସଦ […]

  • Tuesday, 20 July 2021
bls
ବସ୍ତାରେ ବିଜେଡି ପ୍ରାର୍ଥୀ ନିତ୍ୟାନନ୍ଦ ସାହୁଙ୍କୁ ବିରୋଧ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀରେ ବିଜେଡିରୁ ନିତ୍ୟାନନ୍ଦ ସାହୁଙ୍କୁ ଟିକେଟ୍‌ ମିଳିବା ପରେ ଆଶାୟୀ ପ୍ରାର୍ଥୀ ରବୀନ୍ଦ୍ର ଅଣ୍ଡିଆଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍‌ ଘୋଷଣାକୁ ନେଇ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ରଙ୍କ ସମର୍ଥକ ବାଲିଆପାଳ ପାରୁଳିଆ ଛକ ନିକଟରେ ସାଂସଦ ରବୀନ୍ଦ୍ର କୁମାର ଜେନା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏଥିସହ ସାଂସଦ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ନାରାବାଜି କରିଛନ୍ତି।

  • Tuesday, 20 July 2021
bjp
ଭବାନୀପାଟଣାରେ ମୋଦି ଓ ଭୁବନେଶ୍ୱରରେ ମାୟାବତୀ କରିବେ ପ୍ରଚାର

ଭୁବନେଶ୍ୱର: ଆଜି ରାଜ୍ୟରେ ଷ୍ଟାର ପ୍ରଚାରକଙ୍କ ଭିଡ଼ ଜମିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଏସ୍‌ପି ସୁପ୍ରିମୋ ମାୟାବତୀ ଓଡ଼ିଶାରେ ନିର୍ବାଚନୀ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଆଜି ଦିନ ୧୧ଟା ବେଳେ ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଉଦ୍‌ବୋଧନ ଦେବେ। ମୋଦିଙ୍କ ଛଡ଼ା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ପାରାଦୀପ ଓ ତିର୍ତ୍ତୋଲରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ରାଜକୁମାର […]

  • Tuesday, 20 July 2021
Jaundice
ସମ୍ବଲପୁରରେ ବ୍ୟାପିଲା ଜଣ୍ଡିସ୍‌

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ୩୦ ଜଣ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସମ୍ବଲପୁର ଚନ୍ଦନ ନଗର ଅଞ୍ଚଳର ଜଣେ ମହିଳାଙ୍କ ଜଣ୍ଡିସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଦୂଷିତ ପାଣି ଯୋଗୁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ପାଣି ପିଇ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ ପରେ ବୁର୍ଲାକୁ ପାଇପ ପାଣି ଯୋଗାଣ ବନ୍ଦ ରହିଛି। ଲୋକଙ୍କୁ ସଚେତନ […]

  • Tuesday, 20 July 2021
naveen
‘ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ’

ଭୁବନେଶ୍ୱର: ଓଡ଼ିଶାରେ ତ୍ରିପୁରା ଭଳି ରେଜଲ୍ଟ ହେବା ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,“ ଆପଣମାନେ ଦେଖିବେ, ଆମେ ବହୁତ ଭଲ କରିବୁ।” ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଓଡ଼ିଶାରେ ତ୍ରିପୁରା ଭଳି ମ୍ୟାଜିକ୍ ହେବ।  ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ।  ମେ ଭି ଚୌକିଦାର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ବେଳେ  ମୋଦି ଏହା କହିଥିଲେ।

  • Tuesday, 20 July 2021
congress
କଂଗ୍ରେସ ଭବନରେ ଟଣାଓଟରା ଘଟଣା: ତଦନ୍ତ କମିଟି ଗଠନ କଲେ ପିସିସି ସଭାପତି

ଭୁବନେଶ୍ୱର: ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟଣା ଓଟରା କରିବା ଘଟଣାର ତଦନ୍ତ କରାଯିବ। ଗତକାଲିଠାରୁ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଥିବା ସୁମିତ୍ରା ଜେନାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରିଛନ୍ତି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ସୁମିତ୍ରା କହିଛନ୍ତି,“ ପିସିସି ସଭାପତି ଏକ ତଦନ୍ତ କମିଟି ଗଠନ କରିବାକୁ କହିଛନ୍ତି।  ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି ପ୍ରତିଶ୍ରୁତି ଦେଇଛନ୍ତି। ଦଳର ନେତା ଅନନ୍ତ ସେଠୀ, ଚିରଞ୍ଜୀବ ବିଶ୍ୱାଳ, […]

  • Tuesday, 20 July 2021
bhadrak
ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା: ଭଦ୍ରକରୁ ଲଢ଼ିବେ ଅଭିମନ୍ୟୁ

ଭୁବନେଶ୍ୱର: ଆଜି ବିଜେପି ୧୧ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ମୟୂରଭଞ୍ଜ  ଲୋକସଭା ଆସନ ପାଇଁ ବିଶ୍ୱେଶ୍ୱର ଟୁଡୁ ପ୍ରାର୍ଥୀ ହୋଇଥିବା ବେଳେ ଭଦ୍ରକ ପାଇଁ ଅଭିମନ୍ୟୁ ସେଠୀ ଓ ଯାଜପୁର ପାଇଁ ଅମୀୟ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ ତାରିଖରେ ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।  

  • Tuesday, 20 July 2021
bijaya
୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର:  ଆଜି ବିଜେପି ଆଉ ୧୧ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆନନ୍ଦପୁରରୁ ଆଲୋକ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ରାଇରଙ୍ଗପୁରରୁ ନବଚରଣ ମାଝୀ, ମୋରଡ଼ାରୁ କୃଷ୍ଣଚନ୍ଦ୍ର ମହାପାତ୍ର ଓ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ନୀଳଗିରିର ବିଧାୟକ ସୁକାନ୍ତ ନାୟକଙ୍କୁ ସେହି ଆସନରୁ ହିଁ ଦଳ ପ୍ରାର୍ଥୀ କରିଛି। ସେହିପରି  ଆଠମଲ୍ଲିକରୁ ଭାଗିରଥୀ ପ୍ରଧାନ, ବାଙ୍କୀରୁ ଶୁଭ୍ରାଂଶୁ ଶେଖର ପାଢ଼ୀ, ଆଠଗଡ଼ରୁ ବ୍ରଜେନ୍ଦ୍ର ରାୟଙ୍କୁ ବିଜେପି ପ୍ରାର୍ଥୀ କରିଛି। ସବୁଠାରୁ ବଡ଼ […]

  • Tuesday, 20 July 2021
tito-up ---
ସାଲେପୁର JMFC କୋର୍ଟରେ ଟିଟୋ ହାଜର

କଟକ : ଗ୍ୟାଙ୍ଗଷ୍ଟାର ଟିଟୋକୁ ଅାଜି ସାଲେପୁର JMFC ରେ ହାଜର କରାଯାଇଛି। ଜଗତପୁର ପୁଲିସ ଗତ ୨୫ ତାରିଖରୁ ଟିଟୋକୁ ରିମାଣ୍ଡରେ ନେଇଥିଲା। ଗତ ଏପ୍ରିଲ ୨୮ତାରିଖରେ ସନ୍ଦିଗ୍ଧ ଅାତଙ୍କବାଦୀ ଅବଦୁର ରେହମାନର ଭାଇ ତାହେର ଅଲ୍ଲୀକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଟିଟୋକୁ ପୁଲିସ ରିମାଣ୍ଡରେ ନେଇଥିଲା। ଏହି ମାମଲାରେ ତାକୁ ଘନ ଘନ ଜେରା କରିଛି ପୁଲିସ। ଏଥିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି। ଏହି ମାମଲାରେ ଅାଗରୁ ୬ ଜଣଙ୍କୁ ଗିରଫ […]

  • Tuesday, 20 July 2021
modi
ଆସନ୍ତା ୬ରେ ପୁଣି ଓଡ଼ିଶା ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଆସିବେ। ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଆସନ୍ତା ୨ ତାରିଖରେ ମୋଦି କଳାହାଣ୍ଡି ଗସ୍ତରେ ଆସିବା ନେଇ ଚୂଡ଼ାନ୍ତ ହୋଇଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖରେ ମୋଦି ଦିନିକିଆ ଜୟପୁର ଗସ୍ତରେ ଆସିଥିଲେ। ଚିଟ୍‌ଫଣ୍ଡ ଦୁର୍ନୀତି, […]

  • Tuesday, 20 July 2021
BJP
ବିଜୁ ଯୁବ ବାହିନୀ ଅର୍ଥକୁ ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ

ଭୁବନେଶ୍ୱର: ବିଜୁ ଯୁବ ବାହିନୀ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ବିଜ୍ଞାପନରେ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ଭାରତୀୟ ଜନତା ପାର୍ଟି ଏହି ଅଭିଯୋଗ କରିଛି। ବିଧାୟକ ଅମର ଶତପଥୀ ଶ୍ରେଷ୍ଠ ବିଧାୟକ ସମ୍ମାନ ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ସେହିଭଳି ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମାଙ୍କ ସମ୍ପର୍କରେ ମଧ୍ୟ ବ୍ରହ୍ମଗିରି ବିଜୁ ଯୁବ ବାହିନୀ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ପ୍ରକୃତରେ ବିଜୁ ଯୁବ ବାହିନୀର ଅର୍ଥକୁ ବିଜ୍ଞାପନରେ […]

  • Tuesday, 20 July 2021
road-block
ପ୍ରଶାନ୍ତ ମୁଦୁଲିଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରି ରାସ୍ତାରୋକ କଲେ ଅମରେନ୍ଦ୍ରଙ୍କ ସମର୍ଥକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତ ମୁଦୁଲିଙ୍କୁ ବିଜେଡି ଟିକେଟ୍‌ ଦେବା ପରେ ବିରୋଧ ଜାରି ରହିଛି। ଆଶାୟୀ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କ ସମର୍ଥକମାନେ ଜଗତସିଂହପୁର ଥାନା ଛକ ଓ ନାଉଗାଁ ବଜାରରେ ରାସ୍ତାରୋକ କରିଛନ୍ତି। ଏଥିସହ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ନାରାବାଜି ମଧ୍ୟ କରିଛନ୍ତି। ଅମରେନ୍ଦ୍ରଙ୍କ ସମର୍ଥକ ଗତକାଲି ଜିଲ୍ଲା ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କଲେଜ ଛକ ନିକଟରେ ଟାୟାର ଜାଳି […]

  • Tuesday, 20 July 2021
raghu
ବିଜେଡିରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର: ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟତା ସହ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। ଗତକାଲି ରଘୁନାଥ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ତେବେ ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ। ସେ ବସ୍ତାରୁ ବିଜେଡି ଟିକେଟ୍‌ ପାଇଁ ଆଶାୟୀ ଥିବା କୁହାଯାଉଥିଲା। ବାଲେଶ୍ୱର ଜିଲ୍ଲା […]

  • Tuesday, 20 July 2021
body
ପୁଅର ଠେଙ୍ଗା ମାଡ଼ରେ ବାପା ମୃତ

ଯାଜପୁର: ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି। ଯାଜପୁର କମାରସାହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ସୂଚନା ମୁତାବକ,ଆଜି ସକାଳେ ଝଗଡ଼ା ବଢ଼ିବାରୁ ରାଧେଶ୍ୟାମ ବେହେରା ଏବଂ ତାଙ୍କ ସାନ ପୁଅ ପ୍ରମୋଦ ବେହେରା ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ତେବେ ପ୍ରମୋଦର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ ହୋଇଥିବାବେଳେ ବାପର ଠେଙ୍ଗା ମାଡ଼ରେ ଆହତ ହୋଇଛି ପ୍ରମୋଦ। ଉଭୟଙ୍କୁ ମେଡିକାଲ ନିଆଯାଇଥିବାବେଳେ ବାପା […]

  • Tuesday, 20 July 2021
pipili
ରୋଗୀ ମୃତ୍ୟୁରୁ ମେଡିକାଲରେ ଉତ୍ତେଜନା

ପୁରୀ: ଜଣେ ରୋଗୀର ମୃତ୍ୟୁ ହେବାରୁ ପୁରୀ ଜିଲ୍ଲା ପିପିଲି ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ମୃତ ବ୍ୟକ୍ତି ଜଣଙ୍କ ଗୋପ ବ୍ଲକ୍‌ ନାଗପୁର ଅଞ୍ଚଳର ଗଜେନ୍ଦ୍ର ମୁଦୁଲୀ। ସୂଚନା ଅନୁସାରେ ଗଜେନ୍ଦ୍ର ମୁଦୁଲୀ ପିପିଲି କୁଳଶିଖରପାଟଣା ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୁର ଘରେ ରହୁଥିଲେ। ସେ ପୂର୍ବରୁ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଗତକାଲି ରାତିରେ ତାଙ୍କୁ ପିପିଲି ଡାକ୍ତରଖାନା ଅଣାଯାଇଥିବା ବେଳେ ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି। ତେବେ ରାତି […]

  • Tuesday, 20 July 2021
dead-body
ଅଜଣା ଗାଡ଼ି ଧକ୍କାରେ ଶ୍ରମିକ ମୃତ

ଚାନ୍ଦବାଲି(ବାସୁଦେବ ଦାସ):  ଭଦ୍ରକ ଜିଲ୍ଲା ଧାମରା ପୋର୍ଟ କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବଳଭଦ୍ରପ୍ରସାଦ ଗାଁର କାର୍ତ୍ତିକ ଭୂୟାଁ। ଗତକାଲି କାର୍ତ୍ତିକ ନାଇଟ୍‌ ଡ୍ୟୁଟି ଯାଉଥିବା ବେଳେ କମ୍ପାନୀ ଗେଟ୍‌ ଠାରୁ  କିଛି ଦୂରରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ କାର୍ତ୍ତିକଙ୍କ ମୃତ୍ୟୁ ଘଟିଥିଲା। ଧାମରା ପୁଲିସ୍‌ ଆମ୍ବୁଲାନ୍ସ ଯୋଗେ ମୃତଦେହ ନେଉଥିବା ବେଳେ ବଳଭଦ୍ର ପ୍ରସାଦ ଛକରେ […]

  • Tuesday, 20 July 2021
Dutee Chand
ଦେଶ ପାଇଁ ଗୌରବ ଆଣିଲେ ଦୂତୀ; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ଦେଢ଼ କୋଟି

ଭୁବନେଶ୍ୱର: ଚଳିତ ଏସିଆନ୍ ଗେମ୍ସରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିବା ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ରାଶି ଘୋଷଣା କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ଦେଢ଼ କୋଟି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ଆଜି ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଦୀର୍ଘ ୨୦ ବର୍ଷ ପରେ ୧୦୦ ମିଟର ଦୌଡ଼ରେ ଦେଶ ପାଇଁ ଗୌରବ ଆଣିଛନ୍ତି ଦୂତୀ। ତା’ପୂର୍ବରୁ ୧୯୯୮ ଏସିଆନ୍ ଗେମ୍ସରେ ଓଡ଼ିଆ ଆଥ୍‌ଲେଟ୍ ରଚିତା ପଣ୍ଡା ମିସ୍ତ୍ରୀ […]

  • Tuesday, 20 July 2021
kjr
ତୀରମାଡ଼ରେ ଯୁବକ ଆହତ

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଡୁଡୁଗାଁରେ ତୀରମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ନାଁ ମୁନା ବେହେରା। ମୁନାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତୀରମାଡ଼ର କାରଣ ଜଣା ପଡ଼ି ନଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021