ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଜାରି ରହିଛି। ଗତକାଲି ବାଲେଶ୍ୱର ସହରରେ ରାତିରୁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଜି ସକାଳେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆକାଶ ମେଘାଚ୍ଛନ୍ନ ରହିଛି। ବର୍ଷାପରେ କିଛିଦିନ ଧରି ଲାଗି ରହିଥିବା ତାତିରୁ ଆଶ୍ୱସ୍ତି ମିଳିଛି। ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି ଓ ତିହିଡ଼ି, ଯାଜପୁର ଜିଲ୍ଲାର ଯାଜପୁର ଓ ବିଞ୍ଝାରପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର ଓ ରାଜକନିକାରେ ଘଡ଼ଘଡ଼ି ସହ […]
ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମତଦାନ ହାର ବୃଦ୍ଧି ସହ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ YOUR VOTE YOUR VOICE ସହିତ VOTE FOR BETTER INDIA ଭଳି ସଂଦେଶ ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଛପୁଲିଆ ପାଣ୍ଟାଲୁନ୍ ଶୋ’ରୁମ୍ ସାମ୍ନାରେ ଜଣେ ଆଇନଜୀବୀଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ବିବେକାନନ୍ଦ ମହାନ୍ତି। ବିବେକାନନ୍ଦ ବାଇକ ଯୋଗେ ଯାଉଥିବା ବେଳେ ସୁବାସ ମହାପାତ୍ର ଏବଂ ଯତୀନ ନାୟକ ନାମକ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ଯୋଜନା ମୁତାବକ ପୁରୁଣା ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବିବେକାନନ୍ଦଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଭଦ୍ରକ ଟାଉନ୍ ଥାନାରେ […]
ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର। ତେବେ ଶେଷ ଦୁଇ ଦିନରେ ଲୋକଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳ ଜୋରସୋର୍ ଉଦ୍ୟମ କରୁଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ବିଜେପି ସାଂସଦ ରୂପା ଗାଙ୍ଗୁଲି ଆଜି ଓଡ଼ିଶାରେ ପ୍ରଚାର କରିବେ। କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ସକାଳ ୧୧ଟା ୩୦ରେ କୋରାପୁଟ ଜିଲ୍ଲା କୋଟପାଡରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ଏହାପରେ ଗଞ୍ଜାମର ଛତ୍ରପୁର, ଖଲିକୋଟର ବିକ୍ରମପୁର ଗ୍ରାମପଞ୍ଚାୟତରେ ଆୟୋଜିତ ସମାବେଶରେ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବ୍ୟାଙ୍କ୍ ବନ୍ଦ ହେବା ଖବର ନେଇ ଗତ କିଛିଦିନ ହେଲା ସୋଶାଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୁଟିଦିନ ଓ ବ୍ୟାଙ୍କ୍ କର୍ମଚାରୀଙ୍କ ଧାରଣା ଯୋଗୁଁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହ ତଥା ୬ ଦିନ କାଳ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍ ବନ୍ଦ ରହିବ ବୋଲି ସୋଶାଲ୍ ମିଡିଆରେ ଚର୍ଚ୍ଚା ଚାଲିଛି। ଏପରିକି ଏସମ୍ପର୍କିତ ଖବରକୁ ନେଇ ସୋଶାଲ୍ ମିଡିଆରେ ଏକ ମେସେଜ୍ ମଧ୍ୟ ଘୁରି ବୁଲୁଛି। ଖାଲି ସେତିକି ନୁହେଁ ବ୍ୟାଙ୍କ୍ ବନ୍ଦ […]
ଭୁବନେଶ୍ୱର: ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ’। ଆଜି ନିଜ ପ୍ରଶଂସକଙ୍କୁ ଏଭଳି କହିଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍। ପପୁଙ୍କ ମୃତ୍ୟୁ ଖବରକୁ ନେଇ ସୋଶାଲ୍ ମିଡିଆରେ ଗୁଜବ ପ୍ରଚାର ହେବାପରେ ସେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହା ଏକ ଗୁଜବ ବୋଲି ସେ କହିଛନ୍ତି। ପପୁଙ୍କ ସମ୍ପର୍କରେ ଗୁଜବ ପ୍ରଚାର ହେବାପରେ ସେ ସୋଶାଲ୍ ମିଡିଆରେ ଏକ ଭିଡିଓ ଅପ୍ଲୋଡ୍ କରିଛନ୍ତି। ‘ମୁଁ ସୁସ୍ଥ ଅଛି, ଚେକ୍ ଅପ୍ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ାର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା ଗତକାଲି ବିଜେଡିରେ ନିଜ ସମର୍ଥକଙ୍କ ସହ ସାମିଲ ହୋଇଛନ୍ତି। ନବୀନ ନିବାସ ଯାଇ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସେହିଭଳି ପାରାଦୀପ କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ଜେନା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଟିକେଟ୍ ରେସ୍ରୁ ବାଦ ପଡ଼ିଲା ପରେ ସେମାନେ ନିଜ ନିଜ ଦଳ ଛାଡ଼ି ଗତକାଲି ବିଜେଡିରେ ସାମିଲ ହୋଇଛନ୍ତି। କେନ୍ଦ୍ରାପଡ଼ା […]
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖାର ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେଉଛି। ଏହା ୧୮ ତାରିଖ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ୨୩ରୁ ଆରମ୍ଭ ହୋଇ ମେ’ ୨ତାରିଖ ଯାଏ ଚାଲିବ। ଅନଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ପାଖାପାଖି ୯ ହଜାର ଅଧ୍ୟାପକ ଓ ଅଧ୍ୟାପିକା ଖାତା ଦେଖିବେ। ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ଏଥର ୫୮ଟି ମାନୁଆଲ ଓ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମେ’ […]
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରେ ଉଦ୍ଘାଟନ ହେବ ଝାରସୁଗୁଡ଼ା ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରର ଉଦ୍ଘାଟନ କରିବେ। ବିମାନବନ୍ଦରର ସମୀକ୍ଷା କରିବା ପରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ଆଜି ସକାଳେ କେନ୍ଦ୍ରମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ । ଝାରସୁଗୁଡା ବିମାନବନ୍ଦରକୁ 4-C Category ଲାଇସେନ୍ସ ମିଳି ସାରିଥିବା ବେଳେ ଏଠାରୁ Airbus-320 ଓ Boeing 747 ବିମାନ ସେବା ଉପଲ୍ଲବ୍ଧ ହେବ। ଦେଶର ବିଭିନ୍ନ ସହରକୁ […]
ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ପୂର୍ବତନ ମହିଳା କର୍ପୋରେଟର ହଟହଟା ହୋଇଛନ୍ତି। ବିଜେଡିର ୫ ପୂର୍ବତନ ମହିଳା କର୍ପୋରେଟର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡ଼ଙ୍ଗୀ ବିଏମ୍ସି କମିଶନର ଥିବା ବେଳେ ଏକାଧିକ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ମାଗିଥିବା ଦୁର୍ନୀତିର ତଥ୍ୟ ପ୍ରମାଣ କିମ୍ବା ଠୋସ୍ ପ୍ରଶ୍ନର ଉତ୍ତର ସେମାନେ ଦେଇପାରି ନଥିଲେ। ଫଳରେ ସାମ୍ବାଦିକ ସମ୍ମିଳନୀରେ […]
ଭୁବନେଶ୍ୱର: ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଇନ୍ଚାର୍ଜ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଡିଜିପି ଆର.ପି ଶର୍ମା ଛୁଟିରେ ଯାଇଥିବାରୁ ବି.କେ. ଶର୍ମାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ପତ୍ନୀଙ୍କ ବିୟୋଗ ଯୋଗୁ ଆର.ପି ଶର୍ମା ଛୁଟିରେ ଅଛନ୍ତି। ତେଣୁ ଡିଜିପି ଇନ୍ଚାର୍ଜ ପାଇଁ ଡିଜି ପାହ୍ୟାର ୩ ଜଣଙ୍କ ନାଁ ନୂଆଦିଲ୍ଲୀକୁ ପଠାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲିକା ମଧ୍ୟରୁ ବି.କେ. ଶର୍ମା ଡିଜିପି ଇନ୍ଚାର୍ଜ ଦାୟିତ୍ୱ ପାଇଁ ଭାରତୀୟ ନିର୍ବାଚନ […]
ଜଳେଶ୍ୱର(ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲା ରୂପସାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ ମଦ ଦୋକାନ ବିବାଦକୁ ନେଇ ରୂପସାରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖଣ୍ଡାରେ ଆକ୍ରମଣ କରାଯିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଜୟପୁର: ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଟାପଜରି ନିକଟରେ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ପୁରୀ ଜିଲ୍ଲା କାକଟପୁରର ଚୈତନ୍ୟ ପ୍ରସାଦ ମହାନ୍ତି ତାଙ୍କ ପତ୍ନୀ। ସେମାନଙ୍କ ପୁଅକୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୫ ଜଣ […]
କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ହାତରେ ରହିଛି ମାତ୍ର ୬ଦିନ। ଆଉ ଭୋଟରଙ୍କୁ ମନାଇବା ପାଇଁ ଜୋରସୋରରେ ଚାଲିଛି ପ୍ରଚାର। ସାଧାରଣତଃ ନିର୍ବାଚନ ସମୟ ଆସିଲେ ପ୍ରାର୍ଥୀ ଗାଁ ଗାଁ ବୁଲି ଭୋଟରଙ୍କ ଘରକୁ ଯାଇ ମନାଇଥାନ୍ତି। ଏମିତିକି ଗାଁ ଗାଁରେ ସଭା ସମିତି କରି ମନାଇବାକୁ ପ୍ରୟାସ କରିଥାନ୍ତି। ତେବେ କୋରାପୁଟ ନିର୍ବାଚନ଼ମଣ୍ଡଳୀରେ ନେତାମାନେ ଆପଣାଇଛନ୍ତି ଏକ ଭିନ୍ନ ପନ୍ଥା। ସ୍ଥାନୀୟ ଅଞ୍ଚଳରେ ହେଉଥିବା ସାପ୍ତାହିକ ହାଟ ଏବେ ପ୍ରାର୍ଥୀଙ୍କ ନଜରରେ […]
ଭୁବନେଶ୍ୱର: ଆଜି ରାଜ୍ୟ ବିଜେପି ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ପ୍ରକାଶ କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ‘ସଂକଳ୍ପ ପତ୍ର’ ପ୍ରକାଶ କରିଛନ୍ତି। ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଗଠିତ କମିଟି ତୃଣମୂଳସ୍ତରରୁ ଲୋକଙ୍କ ମତାମତ ସଂଗ୍ରହ କରି ଇସ୍ତାହାର ପ୍ରସ୍ତୁତ କରିଛନ୍ତି। ନୂଆ ଓଡ଼ିଶା ଗଠନ ଲାଗି ୯ ସଂକଳ୍ପ ସମ୍ବନ୍ଧିତ ‘ସଂକଳ୍ପ ପତ୍ର’ ଉନ୍ମୋଚିତ ହୋଇଛି। ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଶାରେ ପ୍ରଥମ […]
ଭୁବନେଶ୍ୱର: ଗଞ୍ଜାମକୁ ନିର୍ବାଚନ ପ୍ରଚାରରେ ଆସି ନବୀନ ଆଣିଥିବା ଆରୋପର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ତିତ୍ଲି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓଡ଼ିଶାରେ ପ୍ରାକୃତିକ ବିପତ୍ତି ବେଳେ ଜାତୀୟ ଦଳର କୌଣସି ନେତା ଆସୁନଥିବା ଅଭିଯୋଗ ମିଛ। ଏଭଳି ମନ୍ତବ୍ୟ କେବଳ ନିର୍ବାଚନବେଳେ ମାଇଲେଜ୍ ନେବାକୁ କୁହାଯାଉଛି। ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି, ସରକାରରେ ଥାଆନ୍ତୁ କି ବିରୋଧୀଦଳ, ବିଜେପି କେନ୍ଦ୍ରୀୟ ନେତାମାନେ ସବୁବେଳେ ପ୍ରାକୃତିକ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଅସୁରବନ୍ଧ ଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗାଁର ୧୨ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଭୁବନ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
ପିପିଲି(ଦୂତୀ କୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ରାଢୁଅ ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ। ଏକ ସ୍କର୍ପିଓ ଗାଡ଼ିରୁ ଟଙ୍କା ଜବତ କରିଛି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍। କଣାସ ଜଙ୍ଘା ଅଞ୍ଚଳର ଠିକାଦାର ବିଭୂତି ସ୍ୱାଇଁଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ତେବେ ଠିକାଦାର ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୁଲିସ ସନ୍ଦେହରେ ଠିକାଦାରଙ୍କୁ ଅଟକ ରଖିଛି।
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ ପବନ ହଂସ ଲିମିଟେଡର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଥିବା ଉଷା ପାଢୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରଥମ ମହିଳା ଭାବେ ଉଷା ପାଢ଼ୀଙ୍କୁ ପବନ ହଂସ ଲିମିଟେଡର ସିଏମଡି ଦାୟିତ୍ୱ ଦିଆଯାଇଛି। ପବନ ହଂସ ହେଉଛି ଭାରତର ସବୁଠାରୁ ବଡ଼ ହେଲିକପ୍ଟର ସେବା ଯୋଗାଉଥିବା କମ୍ପାନୀ। ଉଚ୍ଚକୋଟିର […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଆସିବାବେଳେ ଖାରି ପାଖରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁହିଁଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ଓ ତାଙ୍କ ସହଯୋଗୀମାନେ ଏକ ସ୍କର୍ପିଓରେ ଭୁବନେଶ୍ୱର ଆସୁଥିଲେ। ତେବେ […]
ଭୁବନେଶ୍ୱର: ବଜ୍ରପାତ ଓ ବର୍ଷା ନେଇ ୮ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ଗଜପତି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସକାଳ ୮ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: ଓଡ଼ିଶା ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏକ ହସପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ନିମୋନିଆରେ ପୀଡ଼ିତ ଥିଲେ। ଗତ ଦୁଇ ତାରିଖରେ ଭୁବନେଶ୍ୱରର ଏକ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏଆର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ବଦଳରେ ଦିନକୁ ଦିନ ବିଗଡ଼ିବାରେ ଲାଗିଥିଲା।
ଭୁବନେଶ୍ୱର : ପୁଲିସ ପାଶବିକତାର ନଗ୍ନ ରୂପ। ମହାକାଳପଡ଼ା ମୋବାଇଲ ଚୋରୀ ଅଭିଯୁକ୍ତର ମଳଦ୍ୱାରରେ ରୁଲବାଡି ପୁରାଇ ଦେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଅବିନାଶଙ୍କ ବାପା-ମାଅା ପୁଲିସ ନାଁରେ ଏହି ସଂଗୀନ ଅଭିଯୋଗ ଅାଣିଛନ୍ତି। ଯାହା ପୁଲିସର କ୍ରୁରତାକୁ ବୟାନ କରୁଛି। ମୋବାଇଲ ଚୋରି ଅଭିଯୋଗକୁ ନେଇ ମହାକାଳପଡ଼ା ପୁଲିସ ଗତ ୨୫ ତାରିଖରେ ମାର୍ଶାଘାଇ ବାଲଣା ଗାଁର ଅବିନାଶ ପାଇଟାଳଙ୍କୁ ଉଠାଇ ଅାଣିଥିଲା। ତେବେ ତା ପରଦିନ ଅବିନାଶଙ୍କ ମୃତଦେହ […]
ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ରବିନାରାୟଣ ପାଣି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ନବୀନ ନିବାସ ଯାଇ ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା କହିଛନ୍ତି। ୨୦୦୯ରୁ ୨୦୧୪ ଯାଏ ସେ ପାଲଲହଡ଼ାରୁ ବିଜେଡି ବିଧାୟକ ଥିଲେ। ସେ ବିଧାନସଭାରେ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ପୂର୍ବରୁ ସେ ୧୯୮୯ରୁ ୯୧ ଯାଏ ଜନତା ଦଳରୁ ଦେବଗଡ଼ର ବିଧାୟକ […]
ଭୁବନେଶ୍ୱର: ଆଜି କଂଗ୍ରେସ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ସ୍ଥାନରେ ନିର୍ବାଚନ ଲଢ଼ିବେ। ଘସିପୁରା ସହ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବେ। ଭଦ୍ରକରୁ ଯୁବନେତା ନଳିନୀକାନ୍ତ ମହାନ୍ତିଙ୍କୁ ଟିକେଟ୍ ମିଳିଥିବା ବେଳେ ବଡ଼ଚଣାରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର। ସାଲେପୁରରୁ ରବୀନ୍ଦ୍ର ନାଥ କର,ମହାକାଳପଡ଼ାରୁ ବିଭ୍ରାଂଶୁ ଶେଖର ଲେଙ୍କାଙ୍କୁ ଟିକେଟ୍ ମିଳିଛି। ସେହିପରି ବାଲିକୁଦା […]