• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

nabarangpur
ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର(ନବଘନ ବିଷୋୟୀ): ନବରଙ୍ଗପୁର ଜିଲ୍ଲା ଉମରକୋଟ ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାଇଘର ବ୍ଳକ ରାହାସପାରା ଗାଁର ଦେବ ମାଝୀ। ୪ ମାସ ତଳେ ସେ ଏକ ହତ୍ୟାକାଣ୍ଡ ଅଭିଯୋଗରେ ଜେଲରେ ଥିଲେ। ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ ଖରାପ ହେବାରୁ ପ୍ରଥମେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ […]

  • Tuesday, 20 July 2021
congress
ବଲାଙ୍ଗିରରେ ନରସିଂହ ମିଶ୍ରଙ୍କ ନିର୍ବାଚନ ପ୍ରଚାର ଆରମ୍ଭ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ବିଧାନସଭା ପାଇଁ କଂଗ୍ରେସ ପ୍ରାର୍ଥିୀ ନରସିଂହ ମିଶ୍ର ପ୍ରାର୍ଥିପତ୍ର ଦାଖଲ କରିବା ପରେ ପ୍ରଚାର ଆରମ୍ଭ କରିଛନ୍ତି। ଜନମତକୁ ନିଜ ସପକ୍ଷକୁ ଆଣିବା ପାଇଁ ନରସିଂହ ଫୁଲ୍ ଦମ୍‌ରେ ଲାଗି ପଡ଼ିଛନ୍ତି। ଗତକାଲି ଅପରାହ୍ନରେ ନାମାଙ୍କନପତ୍ର ଦାଖଲ ପରେ ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ଦଳ କ୍ଷମତାକୁ ଆସିଲେ କ’ଣ କରିବ, ସେନେଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହାପରେ ରାତି ୮ଟାରେ ବାପ, ପୁଅ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିଲେ। ଏଥର […]

  • Tuesday, 20 July 2021
ctc
ବିଜେଡିରେ ଟିକେଟ୍‌ କଳି: ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର: ନବୀନ ନିବାସରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜେଡିର ପ୍ରାର୍ଥୀ ଚୟନ କସରତ ଲାଗି ରହିଥିବାବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କ ସମର୍ଥକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଆଗରେ ଟିକେଟକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଠେଲାପେଲା ହୋଇଛନ୍ତି। ପ୍ରମୋଦଙ୍କ ବିରୋଧୀ ଗୋଷ୍ଠୀ ରାସ୍ତାରେ ବସି ରହିଛନ୍ତି। ଫଳରେ ନବୀନ ନିବାସ ସାମ୍ନାରେ ଉତ୍ତେଜନା ପ୍ରକାଶ ପାଇଛି।

  • Tuesday, 20 July 2021
mao
ମାଓ କ୍ୟାମ୍ପ୍‌ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳର କଂସର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। କଂସର ସଂରକ୍ଷିତ ଜଙ୍ଗଲରେ ଥିବା ପଥରଗୁମ୍ପା ନିକଟରୁ ୪୩ଟି ଡେଟୋନେଟର, ୫ କେଜିରୁ ଅଧିକ ଜିଲୋଟିନ୍‌ ଷ୍ଟିକ, ୫୦ ମିଟର ବିଦ୍ୟୁତ ତାର, ବିସ୍ଫୋରକରେ ବ୍ୟବହୃତ ହେଉଥିବା ୟୁରିଆ ସାର, ବ୍ୟାଟେରୀ ଏବଂ ରେଡିଓ ଜବତ […]

  • Tuesday, 20 July 2021
encounter
ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ଜଣ ନକ୍ସଲ ନିହତ ହୋଇଛନ୍ତି। ଛତିଶଗଡ଼ ସୁକ୍‌ମା ଜିଲ୍ଲା ବିମାପୁରମ୍‌ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନ୍‌କାଉଣ୍ଟର ହୋଇଥିଲା। ଘଟଣାସ୍ଥଳରୁ ଗୋଟିଏ ଇନ୍‌ସାସ୍, ୨ଟି ଥ୍ରି ନଟ୍ ଥ୍ରି ରାଇଫଲ୍ ଜବତ ହୋଇଛି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି।

  • Tuesday, 20 July 2021
death
ଦମ୍ପତିଙ୍କୁ ଦଳିଦେଲେ ହାତୀପଲ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦମ୍ପତିଙ୍କୁ ଦଳିଦେଲେ ହାତୀପଲ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଟେଣୀ କାଜୁ ଜଙ୍ଗଲ ପାଖରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଚାଉଳିଆ ଗାଁର ଡମ୍ୱରୁ ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ। ଗତକାଲି ରାତିରେ ସେମାନେ ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ଯାତ୍ରା ଦେଖି ସାରି ଭୋରରେ ନିଜ ଗାଁ ଚାଉଳିଆକୁ ଫେରିବା ବେଳେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ସୁକାନ୍ତିଙ୍କର […]

  • Tuesday, 20 July 2021
asthi kalash yatra
ବାଜପେୟୀଙ୍କ ଚିତାଭସ୍ମ ଶୋଭାଯାତ୍ରାକୁ ଅଣ୍ଡାମାଡ଼ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସ ବା ଚିତାଭସ୍ମ ଶୋଭଯାତ୍ରା ବେଳେ ଅଣ୍ଡାମାଡ଼ ଘଟଣାରେ ପୁଲିସ୍‌ ଜଣକୁ ଗିରଫ କରିଛି । ତାଙ୍କ ନାଁ ଦୀପକ ମହାପାତ୍ର। ଗିରଫ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୨୩ ତାରିଖ ଦିନ ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବାବେଳେ ଚନ୍ଦନପୁରଠାରେ ବିଜେଡି ଯୁବ ବାହୀନୀର ଜଣେ କର୍ମୀ ଶୋଭାଯାତ୍ରାକୁ ଅଣ୍ଡାମାଡ଼ କରିଥିବା ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ […]

  • Tuesday, 20 July 2021
congress
ରାଜ୍ୟ କଂଗ୍ରେସର ଷ୍ଟାର୍ କ୍ୟାମ୍ପେନର ତାଲିକାରେ ନାହାନ୍ତି ଜଣେ ହେଲେ ବି ମହିଳା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ପାଇଁ ଓଡ଼ିଶାରେ କେହି ମହିଳା ଷ୍ଟାର୍ କ୍ୟାମ୍ପେନର ନାହାନ୍ତି। ରାଜ୍ୟ କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ଷ୍ଟାର୍ କ୍ୟାମ୍ପେନର ତାଲିକାରୁ ଏହା ସ୍ପଷ୍ଟ ହୋଇଛି। ୪୦ ଜଣିଆ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶିବାନନ୍ଦ ରାୟ, ପ୍ରସାଦ ହରିଚନ୍ଦନଙ୍କ ସମେତ ୧୭ଜଣ ଓଡ଼ିଆ ନେତାଙ୍କ ନାଁ ରହିଛି। ଅନ୍ୟପକ୍ଷରେ ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମହମ୍ମଦ ଆଝାରୁଦ୍ଦିନ, ନବଜ୍ୟୋତ ସିଂ ସିଦ୍ଧୁ, ଜ୍ୟେତିରାଦିତ୍ୟ ସିନ୍ଧିଆ, ରାଜେଶ ପାଇଲଟ୍, […]

  • Tuesday, 20 July 2021
representational image
ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ

ନୟାଗଡ଼: ଖାକି ପୋଷାକରେ ଦାଗ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ। ନୟାଗଡ଼ ଜିଲ୍ଲାରେ ଏପରି କଳଙ୍କିତ ଘଟଣା ଘଟିଛି। ସୂଚନା ଅନୁସାରେ, ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ଏହାର ସୁଯୋଗ ନେଇ ଏଏସ୍‌ଆଇ ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କରେ […]

  • Tuesday, 20 July 2021
accident
ହାଇୱାକୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍

ଝାରସୁଗୁଡ଼ା:  ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଏକ ହାଇୱାକୁ ଧକ୍କା ଦେବା ଫଳରେ ଟ୍ରେନ୍‌ର ଗୋଟିଏ ବଗି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହାଇୱାଟିର ବ୍ରେକ୍‌ ଡାଉନ୍‌ ହୋଇଯିବାରୁ ରେଳ ଧାରଣାରେ ଫସି ଯାଇଥିଲା। ଏତିକିବେଳେ ଏକ ମାଲ୍‌ବାହୀ ଟ୍ରେନ୍‌ ଆସି ଏହାକୁ ଧକ୍କା ଦେଇଥିଲା। ଜଗୁଆଳି ବିହୀନ ରେଳ କ୍ରସିଂ ପାଇଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଏହି […]

  • Tuesday, 20 July 2021
rakhi
ରାକ୍ଷୀ ପୂର୍ଣ୍ଣିମା ପାଇଁ ରାକ୍ଷୀ ବଜାରରେ ଭିଡ଼

ଭୁବନେଶ୍ୱର: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ପବିତ୍ର ବନ୍ଧନର ଏହି ପର୍ବ ପାଇଁ ରାକ୍ଷୀ ବଜାର ସରଗରମ। ବଜାରରେ ବିକ୍ରି ହେଉଛି ବିଭିନ୍ନ ଡିଜାଇନ୍‌ର ରାକ୍ଷୀ। ଭାଇ-ଭଉଣୀଙ୍କ ସ୍ନେହ, ଭଲପାଇବା ଓ ସମ୍ପର୍କର ପର୍ବ ହେଉଛି ରାକ୍ଷୀ ପୂର୍ଣ୍ଣିମା। ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର […]

  • Tuesday, 20 July 2021
venkaiah naidu
ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି । ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ଆସି ସକାଳ ୮ଟା ୮ ମିନିଟ୍‌ରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ସ୍ୱାଗତ କରିଥିଲେ। ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ ରାଜଭବନ […]

  • Tuesday, 20 July 2021
maa
ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜିଠୁ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ଯାତ୍ରା ଆରମ୍ଭ ହେଉଛି। ଆଜି ମଧ୍ୟରାତ୍ରରେ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀ ବାପ ଘରକୁ ଆସିବେ। ଏଥତ୍ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରମ୍ପରା ଅନୁଯାୟୀ ବାପଘର ଲୋକ ପ୍ରଥମେ ଯାଇ ମା’ଙ୍କୁ ସମୟ ଜଣାଇବେ। ଏହାପରେ ବାପଘର ମଧ୍ୟ ରାତ୍ରରେ ମା’ଙ୍କ ଘଟ ଓ ଫୁଲ ଧରି ଆସିବେ। ତେଣୁ ପରମ୍ପରା ଅନୁଯାୟୀ ବାପା ଅର୍ଥାତ ଦେଶୀ ବେହେରା ମନ୍ଦିରକୁ ଦିନ […]

  • Tuesday, 20 July 2021
BJP
ସବୁ ଜିଲ୍ଲାର ପ୍ରମୁଖ ନଦୀରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବ

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରାଜ୍ୟର ସବୁ ଜିଲ୍ଲାରେ ଥିବା ପ୍ରମୁଖ ନଦୀଗୁଡିକରେ ବିସର୍ଜନ କରାଯିବ। ଏହି ଉଦ୍ଦେଶ୍ୟରେ ବିଜେପିର ସମସ୍ତ ଜିଲ୍ଲା ସଭାପତିମାନଙ୍କୁ ଗତକାଲି ବାଜପେୟୀଙ୍କ ଚିତାଭସ୍ମ କଳସ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବୁଢା ବଳଙ୍ଗ, ସୁବର୍ଣରେଖା ଓ ଅଙ୍ଗ ନଦୀ ଆଦି […]

  • Tuesday, 20 July 2021
money
ଇନୋଭା ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ଜବତ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଏକ ଇନୋଭା ଗାଡ଼ିରୁ ୨ ଲକ୍ଷ ୫୦ ହଜାର ଟଙ୍କା ପୁଲିସ୍‌  ଜବତ କରିଛି। ଗାଡ଼ିଟି ସମ୍ବଲପୁରରୁ ଛତିଶଗଡ଼ର ଚମ୍ପାକୁ ଯାଉଥିବା ଜଣାପଡ଼ିଛି। ଗାଡ଼ିର ମାଲିକ ଛତିଶଗଡ଼ ଚମ୍ପାର ବ୍ୟବସାୟୀ ଅରବିନ୍ଦ ଅଗ୍ରଓ୍ୱାଲ। ଅରବିନ୍ଦଙ୍କୁ ବଡମାଲ ଥାନାରେ ଅଟକ ରଖି ପୁଲିସ୍‌ ପଚରାଉଚରା ଜାରି ରଖିଛି। ଟଙ୍କା କେଉଁଠୁ ଆସିଲା ସେନେଇ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି। ସାଧାରଣ ର୍ନିବାଚନକୁ ଦୃଷ୍ଟିରେ ରଖି […]

  • Tuesday, 20 July 2021
bjp
ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ବିଜେଡି ନେତା ଓ କର୍ମୀ

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ଓ ବିଜେଡି ନେତା ଶୁଭ୍ରାଂସୁ ଦାଶ ନିଜ ସମର୍ଥନଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ବଲାଙ୍ଗିର ବିଜେପି ଲୋକସଭା ପ୍ରାର୍ଥୀ ସଙ୍ଗୀତା ସିଂହଦେଓ, ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଏବଂ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ଅଶୋକ ଦୋରାଙ୍କ ଉପସ୍ଥିତିରେ ବିଜେଡି ନେତା ଓ କର୍ମୀ ସାମିଲ ହୋଇଛନ୍ତି। ଏହି ଅବସରରେ ଘଣ୍ଟାସୁନି ମନ୍ଦିର […]

  • Tuesday, 20 July 2021
loot
ସୁନା ଭର୍ତ୍ତି ବ୍ୟାଗ ଲୁଟି ନେଲେ ଲୁଟେରା

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ବଡ ଧରଣର ଲୁଟ୍ ହୋଇଛି। ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟର ଏକ ଜୁଏଲାରୀ ଦୋକାନ ଆଗରୁ ୨୫ ଲକ୍ଷ ଟଙ୍କାର ସୁନା ଲୁଟି ନେଲେ ଲୁଟେରା। ଗତକାଲି ରାତିରେ ସୁନା ଭର୍ତ୍ତି ବ୍ୟାଗକୁ ତଳେ ରଖି ଗହଣା ଦୋକାନୀ ତାଲା ପକାଉଥିବା ବେଳେ ଲୁଟେରା ଲୁଟି ନେଲେ । ଏନେଇ ନୟାପଲ୍ଲୀ ଥାନାରେ ଦୋକାନୀ ଏତଲା ଦେବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିବା […]

  • Tuesday, 20 July 2021
Congress-flag-l-pti-1
ଆଜି ଆସିପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ଆସିପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା। ଗତକାଲି ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ଓଡ଼ିଶାର ବାକି ଥିବା ଆସନର ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ଥିଲେ। ଗତକାଲି ଅନ୍ୟ କିଛି ରାଜ୍ୟର ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ପୂର୍ବରୁ ଓଡ଼ିଶାର ୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ୩ଟିରେ ଅନ୍ୟ ଦଳ ସହ ବୁଝାମଣା ହୋଇଛି।

  • Tuesday, 20 July 2021
201451384835288734_20
ଆଜି ଜୟପୁର ଆସିବେ ମୋଦି

ଜୟପୁର(ଟି.ଗୌରୀ ଶଙ୍କର): ଆଜି ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ କୋରାପୁଟ ଜିଲ୍ଲାରୁ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସାଧାରଣ ଲୋକେ ବେଶ୍ ଉତ୍ସାହୀତ ଅଛନ୍ତି। ସକାଳ ସାଢେ ୯ଟାରେ ମୋଦି ଜୟପୁର ସଦର ଥାନା ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସେ ସାଧାରଣ ସଭାରେ ଯୋଗ ଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ବିଜେପି ସଭାପତି […]

  • Tuesday, 20 July 2021
congress
ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେଡି ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ନଳିନୀଙ୍କ ପ୍ରାର୍ଥିତ୍ୱକୁ ନେଇ  କଂଗ୍ରେସ ପ୍ରଶ୍ନ ଉଠାଇଛି। ନଳିନୀଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକଂପା ପ୍ରମାଣିତ କରିଛି ବୋଲି ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନଳିଳୀ ପୂର୍ତ୍ତ ସଚିବ ଥିବା ବେଳେ ପ୍ରଶାସନର କମ୍, ବିଜେଡି ପାଇଁ ଅଧିକ କାମ […]

  • Tuesday, 20 July 2021
naxal
ନିର୍ବାଚନକୁ ବିରୋଧ କରି ମାଓବାଦୀ ଲଗାଇଲେ ପୋଷ୍ଟର ଓ ବ୍ୟାନର

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଜୋଡ଼ିଙ୍ଗା ନିକଟ ରାସ୍ତା କଡ଼ରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟରରେ ସାଧାରଣ ନିର୍ବାଚନକୁ ବିରୋଧ କରାଯାଇଛି। ଏହାସହ ଜଳ, ଜଙ୍ଗଲ ଓ ଜମିକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବାକୁ ଆହ୍ୱାନ ଦିଆଯାଇଛି। ନିର୍ବାଚନ ପାଖେଇ ଆସୁଥିବାବେଳେ, ମାଓବାଦୀ ପୋଷ୍ଟର ଲଗାଇ ନିଜର ଉପସ୍ଥିତି ଜାହିର କରିବା ପୁଲିସ୍‌ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଘଟଣାର […]

  • Tuesday, 20 July 2021
jaleswar
ପିଲାଚୋରି ଅଭିଯୋଗରେ ଜଣଙ୍କୁ ନିସ୍ତୁକ ଛେଚିଲେ ଲୋକେ

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଣ୍ଡୁରିମରା ଗାଁରେ ପିଲାଚୋରି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିଥିଲା। ଅଭିଯୋଗ ଅନୁସାରେ, କ୍ଷେତ ପାଖରେ ଖେଳୁଥିବା ବେଳେ ଜଣେ ଶିଶୁ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ଶିଶୁଟିକୁ ଜଣେ ଅଜଣା ଯୁବକ ସହ ଦେଖିବାକୁ ମିଳିଥିଲା। ଏହାପରେ ପିଲାଚୋରି ଅଭିଯୋଗରେ ସ୍ଥାନୀୟ ଲୋକମାନେ ଯୁବକଙ୍କୁ […]

  • Tuesday, 20 July 2021
acci
ଗଛକୁ ପିଟିଲା ଯାତ୍ରୀବାହୀ ବସ୍

ନୟାଗଡ଼  : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ରାମଚନ୍ଦ୍ରପୁରରେ ଗଛକୁ ପିଟିଲା ଯାତ୍ରୀବାହୀ ବସ। ୧୨ ଅାହତ ୧୨ ଜଣ ଅାହତଙ୍କୁ ପ୍ରଥମେ ଖଣ୍ଡପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ୫ ଜଣଙ୍କୁ ନୟାଗଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଗାଡ଼ିଟି ଗଣିଅାରୁ କୋସିକା ଦେଇ ନୟାଗଡ଼ ଅାସିବା ବେଳେ ରାମଚନ୍ଦ୍ରପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଡ୍ରାଇଭର ମଦ ପିଇ ଗାଡ଼ି ଚଲାଉଥିବା ନେଇ ଅାହତ ଯାତ୍ରୀ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ଡ୍ରାଇଭର ଫେରାର […]

  • Tuesday, 20 July 2021
bjp
ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଜେପି ଆଗରେ

ଭୁବନେଶ୍ୱର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ସରିଛି। ବାକି ୨ ପର୍ଯ୍ୟାୟ ପାଇଁ ଅଧିକାଂଶ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ। ତେବେ ପ୍ରାର୍ଥୀ ଘୋଷଣାରେ ବିଜେଡି ଓ କଂଗ୍ରେସ୍‌କୁ ପଛରେ ପକାଇ ଦେଇଛି ବିଜେପି। ବିଜେପି ରାଜ୍ୟର ମୋଟ ୧୭ ଲୋକସଭା ଓ ୧୩୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ବାକି ରହିଛି ୪ ଲୋକସଭା ଓ ୧୫ […]

  • Tuesday, 20 July 2021
murder
ସିକ୍ୟୁରିଟି ଗାର୍ଡଙ୍କ ତଣ୍ଟି କାଟି ଦେଲେ

ଭୁବନେଶ୍ୱର: ଭୁବନେଶ୍ୱରର ପାହାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ତାଙ୍କ ନାଁ ଗଦାଧର ସ୍ୱାଇଁ। ସେ ଏକ ମାର୍ବଲ ଦୋକାନରେ କାମ କରୁଥିଲେ। ଆଜି ସକାଳେ ଦୋକାନକୁ ଲାଗି ଥିବା ଏକ ଘରେ ତାଙ୍କ ମୃତଦେହକୁ ଠାବ କରାଯାଇଥିଲା। ସୂଚନା ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିଛି ପୁଲିସ୍‌। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା […]

  • Tuesday, 20 July 2021