• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

koraput-6
ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା

କୋରାପୁଟ : କୋରାପୁଟ କୋଟପାଡ଼ ଥାନା ସାମ୍ନାରେ NH ଅବରୋଧ କଲେ ଲୋକେ । ଏକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବାକୁ ନେଇ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗତକାଲି କୋଟପାଡ଼ ଥାନା ଢମଣାହାଣ୍ଡି ନିକଟରେ ଏକ ଦୁର୍ଘଟଣା ଘଟିଥିଲା। କାର୍ ଧକ୍କାରେ ବାଇକ୍‌ରେ ଯାଉଥିବା ୩ଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଗୁରୁତର ୩ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହେବା ପରେ ଉତ୍ତେଜନା ଦେଖାଦେଇଛି।

  • Tuesday, 20 July 2021
jharpada
ଝାରପଡ଼ା ଜେଲ୍‌ରୁ ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଚଢ଼ଉ କରି ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି କମିଶନରେଟ୍ ପୁଲିସ। ଜେଲ୍ ଭିତରକୁ ମାଦକ ଦ୍ରବ୍ୟ ପଶୁଥିବା ସୂଚନା ମିଳିବା ପରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଜେଲ୍‌ର ବିଭିନ୍ନ ଓ୍ୱାର୍ଡରୁ ମାଦକ ଦ୍ରବ୍ୟ, ସିଗାରେଟ୍, ଗୁଟଖା, ସିମ୍ କାର୍ଡ ଓ ଗ୍ଲୋବସ ମିଳିଛି। ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ, ଏତେ ପରିମାଣର ମାଦକ ଦ୍ରବ୍ୟ ମିଳିବା […]

  • Tuesday, 20 July 2021
noti
ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୪  ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ।  […]

  • Tuesday, 20 July 2021
mahanadi4
ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ନେଇ ବୈଠକ

ସମ୍ବଲପୁର: ଅନ୍ତଃରାଜ୍ୟ ବନ୍ୟା ପରିଚାଳନା ତଥ୍ୟ ଅାଦାନ ପ୍ରଦାନ ନେଇ ଅାଜି ବୁର୍ଲାରେ ଏକ ବୈଠକ ବସିବ। ଓଡିଶା ଓ ଛତିଶଗଡ଼ର ଜଳ ସମ୍ପଦ ବିଭାଗର ଅଧିକାରୀ ସ୍ତରୀୟ ଏହି ବୈଠକରେ ମହାନଦୀ ଜଳ ପରିଚାଳନା ନେଇ ଅାଲୋଚନା ହେବ। ବିଶେଷକରି ହୀରାକୁଦ ଡ଼୍ୟାମର ଉତ୍ତର ମୁଣ୍ଡ ଛତିଶଗଡ ଅଂଚଳରେ ବର୍ଷା ପରିମାଣ, ଜଳ ନିଷ୍କାସନ, ସେଠାକାର ଡ୍ୟାମ୍‌ ଓ ବ୍ୟାରେଜରେ ଜଳ ପତ୍ତନ ନେଇ ତଥ୍ୟ ଅାଦାନ ପ୍ରଦାନ କରାଯିବ। ବୈଠକରେ ହୀରାକୁଦ ଡ୍ୟାମର ମୁଖ୍ୟ […]

  • Tuesday, 20 July 2021
money
୯ ଲକ୍ଷରୁ ଅଧିକ ଟଙ୍କା ଜବତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦୁଇଟି ପୃଥକ୍‌ ଘଟଣାରେ ୯ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି।  ଆମ୍ବାଗନ ଛକରୁ ଗୋଟିଏ କାର୍‌ରୁ ୬ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି କୁଆରମୁଣ୍ଡା-ବୀରମିତ୍ରପୁର ରାସ୍ତାରେ ଏକ କାର୍‌ରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ୩ ଜଣିଆ ଟିମ୍ ଏହି ଟଙ୍କା ଜବତ କରିଛି। ଏହିସବୁ ଟଙ୍କା କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା ସେ ନେଇ ତଦନ୍ତ ଚାଲିଛି।

  • Tuesday, 20 July 2021
baragarh--1
ଭାଇ ଭଉଣୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ : ରାତିରେ ଭାଇଭଉଣୀ ଗୋଟିଏ ଘରେ ଶୋଇଥିଲେ। ହେଲେ ସକାଳୁ ଶବ ହୋଇ ବାହାରିଲେ। ବରଗଡ଼ ଅତାବିରା ଥାନା ସିଂହପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା।  ଅାଜି ସକାଳୁ ଗାଁର ଦାଶରଥି ମେହେରଙ୍କ ଘର ଭିତରୁ ମିଳିଛି ତାଙ୍କ ପୁଅ ବିକାଶ ଓ  ଝିଅ ମିନତୀଙ୍କ ମୃତଦେହ। ବିକାଶଙ୍କ ବୟସ ୨୩ ବର୍ଷ ହୋଇଥିବା ବେଳେ ମିନତୀଙ୍କ ବୟସ ୨୦ ବର୍ଷ। ଗତକାଲି ରାତିରେ ନିଜ ଘରେ ରାତ୍ରି ଭୋଜନ ପରେ ଉଭୟେ ଶୋଇବାକୁ […]

  • Tuesday, 20 July 2021
Bikram Keshari Arukh
ବିଧାନ ପରିଷଦ ଗଠନ ପ୍ରସ୍ତାଵ କ୍ୟାବିନେଟ୍‌ରେ ମଞ୍ଜୁର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଵୈଠକରେ ମୋଟ ୮ଟି ଏଜେଣ୍ଡାକୁ ଅନୁମୋଦନ ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାଵକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଆସନ୍ତା ବିଧାନସଭା ମୌସୁମୀ ଅଧିବେଶନରେ ଏ ନେଇ ସଂକଳ୍ପ ପ୍ରସ୍ତାବ ଆସିବ। ଏଥିରେ ମୋଟ ୪୯ ସଦସ୍ୟ ରହିବେ। ସେମାନଙ୍କୁ ବିଧାୟକଙ୍କ […]

  • Tuesday, 20 July 2021
bls
ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଗତ ସୋମବାର ଘରେ ପଞ୍ଚୁଦୋଳ ଉତ୍ସବ ଚାଲିଥିବା ବେଳେ ନାବାଳିକାଙ୍କୁ ଘରୁ ଉଠାଇନେଇ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଦୁଇ ଦିନ ପରେ ପୀଡ଼ିତାଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ଶିଳ୍ପାଞ୍ଚଳ ଥାନା ପୁଲିସ୍‌ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।  

  • Tuesday, 20 July 2021
representational image
ହୋଟେଲ୍‌ ରୁମ୍‌ରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର; ପୁରୁଷ ବନ୍ଧୁ ଫେରାର

ଭୁବନେଶ୍ୱର: ରାଜଧାନୀର ଏକ ହୋଟେଲ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ମଞ୍ଚେଶ୍ୱର ସ୍ଥିତ ଏକ ହୋଟେଲ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ପୁରୁଷ ବନ୍ଧୁ ଫେରାର ଅଛନ୍ତି। ସୂଚନା ଅନୁସାରେ, ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ୨ ଦିନ ଧରି ହୋଟେଲ୍‌ରେ ରହି ଆସୁଥିଲେ।  ଯୁବକ ଜଣକ ଫେକ୍‌ ଆଧାର କାର୍ଡରେ ଆଦିତ୍ୟ ନାଁରେ ହୋଟେଲ୍‌ରେ ରୁମ୍‌ ବୁକ୍‌ କରି ରହୁଥିଲେ। ହେଲେ ଆଜି ସକାଳେ ହୋଟେଲ୍‌ […]

  • Tuesday, 20 July 2021
train accident
ପିଲା ଖେଳ ହେଲା କାଳ; ଟ୍ରେନ୍‌ରେ କଟିଗଲେ ମହିଳା ଓ ଶିଶୁ

ଝାରସୁଗୁଡା: ୫ ବର୍ଷର ଛୁଆଟି। ନା ସେ ଜାଣିଥିଲା ମୃତ୍ୟୁ, ନା ସେ ଜାଣିଥିଲା ଜନ୍ମ। ସେ ଖାଲି ଜାଣିଥିଲା ଖେଳ ଆଉ ଖେଳ। ସେ ଖେଳୁ ଖେଳୁ ହଠାତ୍‌ ରେଳ ଟ୍ରାକ୍ ଉପରକୁ ପଳାଇଥିଲା। ଆଉ ତାଙ୍କ ପାଖରେ ଥିବା ମହିଳାଙ୍କ ବୁଦ୍ଧି ବାଟ ହଜିଯାଇଥିଲା । ସେ ଛୁଆଟିକୁ ବଂଚାଇବାକୁ ବି ରେଳଟ୍ରାକ୍‌ ଉପରକୁ ଚାଲିଯାଇଥିଲେ। କିନ୍ତୁ ଟ୍ରାକ୍‌ରୁ ଫେରିବା ପୂର୍ବରୁ ହାୱଡ଼ା-ଅହମ୍ମଦାବାଦ୍ ଏକ୍ସପ୍ରେସ୍ ଧକ୍କାରେ ଦୁଇ ଜଣଯାକ କଟିଯାଇଥିଲେ। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଲୱେ ଷ୍ଟେସନ୍‌ […]

  • Tuesday, 20 July 2021
bijya
ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର

ଭୁବନେଶ୍ୱର: ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ଆଜି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କୁ ଭେଟିବା ପରେ ବିଜୟ ଏନେଇ ନିଷ୍ପତ୍ତି ନେଇଛନ୍ତି। ଦୁଇ ନେତା ବିଜୟଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାପରେ ବିଜୟ ଦଳକୁ ଫେରିବା ଲାଗି ନିଷ୍ପତ୍ତି ନେଇଥିଲେ। ବିଜୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୁରୁଣା କଥାକୁ ଭୁଲି ନୂଆ ସଂକଳ୍ପ ସହ କାର୍ଯ୍ୟ କରିବି। ଏହାସହ ପ୍ରଧାନମନ୍ତ୍ରୀ […]

  • Tuesday, 20 July 2021
dengue
ଜଗତସିଂହପୁରରେ ଡେଙ୍ଗୁ ଆତଙ୍କ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ କନାଗୁଳି ଗାଁରେ ଡେଙ୍ଗୁ ଆତଙ୍କ।  ଗାଁର ପ୍ରାୟ ୪୦ରୁ ଅଧିକ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ରକ୍ତ ନମୁନା ପରୀକ୍ଷାରେ ଡେଙ୍ଗୁ ହେବା ନେଇ ସ୍ପଷ୍ଠ ହେବା ପରେ ସେମାନଙ୍କୁ ପାରାଦୀପ ଏବଂ କଟକ ଏସ୍‌ସିବିରେ  ଭର୍ତ୍ତି କରାଯାଇଛି।  ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଗାଁରେ ଭୟର ବାତାବରଣ ଖେଳିଯାଇଛି। ପ୍ରତେକ ଦିନ ୪ରୁ ୫ଜଣ ରୋଗୀଙ୍କୁ କଟକ କିମ୍ବା ପାରାଦୀପ ନିଆଯାଉଛି। ସେପଟେ ଗାଁରେ […]

  • Tuesday, 20 July 2021
kjr
ଘଷିପୁରାରେ ରାଜନୈତିକ ହିଂସା: ନେତାଙ୍କ ଦୁଇ ହାତ କାଟି ହତ୍ୟା କଲେ ଦୁର୍ବୃତ୍ତ

ଆନନ୍ଦପୁର(ମୁନା ସିଂ): ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଘରୁ ଡାକି ନେଇ ଜଣେ ନେତାଙ୍କ ଦୁଇ ହାତ କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ହେଲେ ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ସ୍ୱାଧୀନ ପ୍ରାର୍ଥୀ ତଥା ଆନନ୍ଦପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ଯାହାକୁ ନେଇ ବର୍ତ୍ତମାନ ଘଷିପୁରା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି। ଏହି ଘଟଣାରେ […]

  • Tuesday, 20 July 2021
bjp
ବିଜେପୁରରେ ନବୀନଙ୍କୁ ମୁକାବିଲା କରିବେ ବିଜେପିର ସନତ

ଭୁବନେଶ୍ୱର: ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଦେଇଛି। ସନତ ଗଡ଼ତିଆଙ୍କୁ ବିଜେପୁର ପାଇଁ ବିଜେପି ଟିକେଟ୍‌ ଦେଇଛି। ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନ। ଦ୍ୱିତୀୟ ପର୍ଯ୍ୟାୟର ଏହି ଗୋଟିଏ ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି। ବିଜେପୁର ଆସନରୁ ବିଜେଡି ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ପ୍ରାର୍ଥୀ ହୋଇଥିବାରୁ ଏହି ଆସନ […]

  • Tuesday, 20 July 2021
supreme-court
ନବୀନ ପଟ୍ଟନାୟକଙ୍କ ନାଁରେ କୋଇଲା ଖଣି ଆବଣ୍ଟନ ମାମଲା: ତଦନ୍ତ ସାରିବାକୁ ସୁପ୍ରିମକୋର୍ଟରେ ଆବେଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଥିବା କୋଇଲା ଖଣି ଆବଣ୍ଟନ ମାମଲାର ଶୁଣାଣି ତୁରନ୍ତ ଶେଷ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ମାମଲାର ତଦନ୍ତ କରୁଥିବା ସିବିଆଇକୁ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ ହୋଇଛି। ୨୬ ମାର୍ଚ୍ଚ  ୨୦୧୪ରେ ଏହି ମାମଲା ପଞ୍ଜିକୃତ ହୋଇଥିଲା। M/S ସେଣ୍ଟ୍ରାଲ କୋଲିଆରିଜ୍ କୋ. ଲିମିଟେଡକୁ ୧୯୯୮ରେ କୋଲ ବ୍ଲକ୍ ଆବଣ୍ଟନ କରାଯାଇଥିଲା। ପଞ୍ଜିକୃତ ହେବା ଆଗରୁ କମ୍ପାନୀକୁ ମହାରାଷ୍ଟ୍ରର ତକ୍‌ଲି-ଜେନା-ବେଲୋରା କୋଲ ଫିଲ୍ଡ ପ୍ରଦାନ କରାଯାଇଥିଲା। […]

  • Tuesday, 20 July 2021
congress
ପଦମପୁର କଂଗ୍ରେସରେ ଫାଟ

ପଦମପୁର(ସୋମେଶ ମହାନ୍ତି): ବରଗଡ଼ ଜିଲ୍ଲା ପଦମପୁର ନିର୍ବାଚନମଣ୍ଡଳୀରେ କଂଗ୍ରେସରେ ଫାଟ ଦେଖିବାକୁ ମିଳିଛି। କଂଗ୍ରେସର ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ବିରୋଧ କରିଛନ୍ତି ଦଳର ଟାଣୁଆ ନେତା ତଥା ବରଗଡ଼ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ଗଜରାଜ ସିଂ ପୁଟା। ଗଜରାଜଙ୍କୁ ଟିକେଟ୍ ଦିଆଯାଇ ନଥିବାରୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହାଛଡ଼ା ଭବିଷ୍ୟତରେ ସେ ଅନ୍ୟ ଦଳକୁ ଯିବେ ନା ସ୍ୱାଧୀନ ଭାବରେ ପ୍ରାର୍ଥିପତ୍ର ଦାଖଲ କରିବେ, ସେ ସମ୍ପର୍କରେ ସମର୍ଥକଙ୍କ ସହ ଆଲୋଚନା କରିବା […]

  • Tuesday, 20 July 2021
kalahandi
ପ୍ରାର୍ଥିପତ୍ର ଦାଖଲ କଲେ ବସନ୍ତ, ଭକ୍ତ ଓ ପୁଷ୍ପେନ୍ଦ୍ର

ଭବାନୀପାଟଣା(ରାଜକୁମାର ସିଂହଦେଓ): କଳାହାଣ୍ଡି ଲୋକସଭା ଆସନ ପାଇଁ  ୩ ଦଳର ପ୍ରାର୍ଥୀ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଜେପିରୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କଂଗ୍ରେସରୁ ଭକ୍ତ ଚରଣ ଦାସ ଓ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଭବାନୀପାଟଣା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜ ନିଜ କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି।

  • Tuesday, 20 July 2021
water2
ପାଣି ପାଇଁ ତାତିଲେ ଛାତ୍ରଛାତ୍ରୀ

ଯାଜପୁର  : ପାଣି ପାଇଁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ପ୍ରଥମାଖଣ୍ଡ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ।  ଅଭିଯୋଗ ମୁତାବକ, ଗଲା ୬ ମାସ ଧରି ସ୍କୁଲ କ୍ୟାମ୍ପସରେ ଥିବା ନଳକୂଅରୁ ଗୋଳିଅା ପାଣି ବାହାରୁଥିବା ଅଭିଯୋଗ ହୋଇଅାସୁଛି। ପାଣି ସମସ୍ୟା ପାଇଁ ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ ବାହାରୁ ପାଣି ଅଣାଯାଉଛି । ଏନେଇ ବାରମ୍ବାର ଅଭିଯୋଗ ପରେବି କୌଣସି ସୁଫଳ ନମିଳିବାରୁ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । […]

  • Tuesday, 20 July 2021
pramila
ନାମାଙ୍କନପତ୍ର ଭରିଲେ ପ୍ରମିଳା

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆଜି ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋଇ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ପ୍ରମିଳା। ପ୍ରମିଳାଙ୍କ ସାଙ୍ଗରେ ବରିଷ୍ଠ ବିଜେଡି ନେତା ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପଣିଗ୍ରାହୀ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସକାଳେ ପ୍ରମିଳା ମନ୍ଦିରରେ ପୂଜାର୍ଚ୍ଚନା କରି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ। କର୍ମୀମାନେ ଏକ ଶୋଭାଯାତ୍ରାରେ ପ୍ରମିଳାଙ୍କୁ ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ନେଇ ଯାଇଥିଲେ।

  • Tuesday, 20 July 2021
BJP
ଟିକେଟ୍ କଟିବା ପରେ ସୁବାସଙ୍କ ଅସନ୍ତୋଷ

ଭୁବନେଶ୍ୱର: ବରଗଡ଼ ଲୋକସଭା ଆସନରୁ ବରିଷ୍ଠ ବିଜେପି ନେତା ସୁବାସ ଚୌହାନଙ୍କ ଟିକେଟ୍ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ସେ କହିଛନ୍ତି। ତେବେ ଏଥର ନିର୍ବାଚନ ଲଢିବେନି ବୋଲି ସୁବାସ ଚୌହାନ ସ୍ପଷ୍ଟ କରିଛନ୍ତି। ଗତଥର ବରଗଡ଼ ଲୋକସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ ମଧ୍ୟ ବିପୁଳ ଜନ ସମର୍ଥନ ପାଇଥିଲେ। ହେଲେ ଦଳ ଏଥର ଟିକେଟ୍ କାଟିଦେବା ପରେ ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ […]

  • Tuesday, 20 July 2021
BJP
୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଆଜି ବିଜେପି ଦୁଇଟି ଲୋକସଭା ସହ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଦୀନେଶ ଜୈନ, ରେଢ଼ାଖୋଲ ପାଇଁ ଦେବେନ୍ଦ୍ର ମହାପାତ୍ର, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଆସନରୁ ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କୁ ଦଳ ଟିକେଟ୍‌ ପ୍ରଦାନ କରିଛି ଦଳ। ସେହିପରି ଭଦ୍ରକ ବିଧାନସଭା ଆସନରେ ଡାକ୍ତର ପ୍ରଦୀପ ନାୟକଙ୍କୁ ବିଜେପି ପ୍ରାର୍ଥୀ କରିଛି। ପ୍ରଦୀପ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଫୁଲବାଣୀ […]

  • Tuesday, 20 July 2021
vlcsnap-error248
ଜାଳେଣି କାଠ ନଥିବାରୁ ହୋଇପାରିଲାନି ରୋଷେଇ; ଉପାସରେ ରହିଲେ ୧୧୯ ପିଲା

ମାଲକାନଗିରି: ଜାଳେଣି କାଠ ଅଭାବ ଯୋଗୁ ରୋଷେଇ ନହୋଇପାରିବାରୁ ୧୧୯ ଜଣ ପିଲା ଉପାସରେ ରହିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଥିବା କୋଣ୍ଡାରେଡ଼ି ଆବାସିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ୧୧୯ ଜଣ ଛାତ୍ର ଗତକାଲି ମଧ୍ୟରାତ୍ର ଯାଏ ଉପାସରେ ରହିଥିବା ଅଭିଯୋଗ ହୋଇଛି। ଶେଷରେ ରାତି ୧୨ଟା ପରେ ପିଲାଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ଭାତ ସହ ଡାଲି କି ତରକାରି କିଛି ବି ନଥିଲା।  ସ୍କୁଲରେ ଜାଳେଣି କାଠ […]

  • Tuesday, 20 July 2021
kharabela
କନ୍ଧମାଳରୁ ଖାରବେଳ ଓ କଟକରୁ ପ୍ରକାଶ ବିଜେପି ଲୋକସଭା ପ୍ରାର୍ଥୀ

ଭୁବନେଶ୍ୱର: ଆଜି ବିଜେପି ଦୁଇଟି ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆଜି ବିଜେପିକୁ ଫେରିଥିବା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ। ସେହିପରି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ପୁଲିସ୍‌ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ।

  • Tuesday, 20 July 2021
bajpayee
ପୁରୀରେ ପହଞ୍ଚିଲା ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା

ପୁରୀ : ପୁରୀରେ ପହଞ୍ଚିଲା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ ମୁଖ୍ୟାଳୟରୁ ଏକ ବିରାଟ ପଟୁଅାରରେ ପୁରୀ ଅଣାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଅାଉ କିଛି ସମୟ ପରେ ମହୋଦଧିରେ ବିସର୍ଜନ କରାଯିବାକୁ କାର୍ଯ୍ୟକ୍ରମ ରହିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ରଖାଯାଇଥିବା ବେଳେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଅାସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅାଜି ମହୋଦଧିରେ ଚିତାଭସ୍ମ ବିସର୍ଜନ ପରେ […]

  • Tuesday, 20 July 2021
bjp
ବିଜେପିକୁ ଫେରିଲେ ଖାରବେଳ

ଭୁବନେଶ୍ୱର: ପୁଣି ବିଜେପିକୁ ଫେରିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ଆଜି ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ ଦଳରେ ସାମିଲ ହୋଇଛନ୍ତି। ଖାରବେଳ ୧୯୯୮ରୁ ୨୦୦୯ ମଧ୍ୟରେ ବାଲେଶ୍ୱରରୁ ବିଜେପି ଟିକେଟ୍‌ରେ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଲୋକସଭା ନିର୍ବାଚନ ପରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ଉତ୍କଳ ଭାରତ ନାଁରେ ନୂଆ ଦଳ […]

  • Tuesday, 20 July 2021