• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

express train
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍

ବ୍ରହ୍ମପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭିଲ୍ଲୁପୁରମ୍‌-ଖଡ଼ଗପୁର ଏକ୍ସପ୍ରେସ୍‌ ଟ୍ରେନ୍‌। ସୂଚନା ଅନୁସାରେ, ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ର ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭା ଯାଇଥିଲା। ଏହାପରେ  ଷ୍ଟେସନ୍‌ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ଦେଇଥିଲେ। ଷ୍ଟେସନ୍‌ରେ ପ୍ରାୟ ୪୦ ମିନିଟ୍‌ ଅଟକି ରହିବା ପରେ ଟ୍ରେନ୍‌ ଛାଡ଼ିଥିଲା।

  • Tuesday, 20 July 2021
brown sugar
୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ; ୨ ଗିରଫ

ଜଳେଶ୍ୱର: ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ ସୁଗାର୍‌ ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାର୍‌ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା  ଯାଇ ସେଠାରୁ ଟ୍ରେନ୍‌ରେ […]

  • Tuesday, 20 July 2021
banki
ମଦ ବିକ୍ରି ବିରୋଧରେ ତାତିଲେ ଲୋକେ

ବାଙ୍କୀ: ମଦ ବିକ୍ରିକୁ ବିରୋଧ କରି ତାତିଲେ ଲୋକେ। କଟକ ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁ ଛକ ଠାରେ ବ୍ୟାପକ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ ଟାୟାର ଜାଳି କଟକ-ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ବାଙ୍କୀ ପୁଲିସ୍‌ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ମଦ କାରବାର ବେଧଡକ ଭାବେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। […]

  • Tuesday, 20 July 2021
modi
ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର: ମୋଦି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଝାଡ଼ଖଣ୍ଡର ବିକାଶ କଥା ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ମାତ୍ର କିଛି ବର୍ଷ ପୂର୍ବରୁ ରାଜ୍ୟ ଭାବେ ଜନ୍ମ ନେଇଥିବା […]

  • Tuesday, 20 July 2021
ganesh puja prep in cuttack
ପାଖେଇ ଆସୁଛି ଗଣେଶ ପୂଜା, କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି

କଟକ: ଗଣେଶ ପୂଜା ପାଇଁ କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି। ବିଭିନ୍ନ ଡିଜାଇନ୍‌ର ଗଣେଶ ମୂର୍ତ୍ତି ତିଆରି କରି ସହରର ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ। ତେଣୁ ମୂର୍ତ୍ତି ନିର୍ମାଣର ଏନ୍ତୁଡ଼ିଶାଳ କୁହାଯାଉଥିବା କୁମ୍ଭାରସାହି ଏବେ ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ବାହୁବଳୀ, ମତ୍ସ ଅବତାର ଓ ବାଲ୍‌ ଗଣେଶ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରୁଛନ୍ତି କାରିଗର। କଟକ […]

  • Tuesday, 20 July 2021
ananta
ଅନନ୍ତ ନାରାୟଣଙ୍କ ପ୍ରାର୍ଥିତ୍ୱକୁ ବିଜେପିର ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିତ୍ୱକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଅନନ୍ତଙ୍କ ନାଁରେ ହତ୍ୟା ଓ ଯୌନ କେଳେଙ୍କାରୀ  ଭଳି ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ନିନ୍ଦନୀୟ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନାମାଙ୍କନ ଦାଖଲ ବେଳେ ସଠିକ୍‌ ତଥ୍ୟ ଦେଇ ନଥିବା ଅଭିଯୋଗ କରି ତାଙ୍କ […]

  • Tuesday, 20 July 2021
representational image
ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା

କେନ୍ଦ୍ରାପଡ଼ା: ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଧୁମାତ ମଠସାହି ଗାଁର ସନ୍ତୋଷ ମଲ୍ଲିକ (୨୦)ଙ୍କୁ ସେହି ଗାଁର ସୁନାକର, ତାଙ୍କ ଝିଅ ଜନ୍ମଦିନରେ ଭୋଜି ଖାଇବାକୁ ଘରକୁ ଡାକିଥିଲେ। ପରେ ତାଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଯାହାର ସୁଯୋଗ ନେଇ ସନ୍ତୋଷ ଖାଇ ସାରିବା ପରେ ଏକ ଠେଙ୍ଗାରେ ସୁନାକର […]

  • Tuesday, 20 July 2021
advocate strike
ପୁଲିସ-ଓକିଲ ବିବାଦ: ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ […]

  • Tuesday, 20 July 2021
water
ଆଜି ରାଜଧାନୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳକୁ ଆଜି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। କାରଣ ମୁଣ୍ଡୁଳିରୁ ଭୁବନେଶ୍ୱରକୁ ବିଛା ଯାଇଥିବା ପାଣି ପାଇପ୍‌ରେ ଫାଟ ସୃଷ୍ଟି ହୋଇଛି। ଏନେଇ BMCର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଡୁମ୍‌ଡୁମା, ଧର୍ମ ବିହାର, ଚନ୍ଦକା, ଜାଗମରା, ଶୈଳଶ୍ରୀ ବିହାର, ପୋଖରୀପୁଟ, ନୀଳାଦ୍ରି ବିହାର, ସହିଦ ନଗରର ସେକ୍ଟର ୧, ୨ ଓ ୩ କୁ ଜଳ ଯୋଗାଣ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। […]

  • Tuesday, 20 July 2021
road-up
କେମିତି ଚାଲିଛି ସରକାରଙ୍କ ଗାଁ ବିକାଶ ଅଭିଯାନ ?

ଭୁବନେଶ୍ୱର : ଉପାନ୍ତରୁ ଉପକୂଳ। ବାଲେଶ୍ୱରରୁ–ନବରଙ୍ଗପୁର। ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର ଏବେ ସବୁଠି ସବୁଦିନିଅା ହୋଇଗଲାଣି। ବାଲେଶ୍ୱର ସହରରୁ ଅଳ୍ପ ଦୂର ପୋଖରୀସାହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ଦିନ ତଳେ ଏହି ପାଣି କାଦୁଅ ଭରା ଅଣଓସରିଅା ରାସ୍ତାରେ ଖଟିଅାରେ ଭାର କରି ଜଣେ ପ୍ରସୂତିଙ୍କୁ ହସ୍ପିଟାଲ ନେଲାବେଳେ ବାଟରେ ଜନ୍ମ ନେଇଥିଲା ଶିଶୁକନ୍ୟା। ସେହିପରି ନବରଙ୍ଗପୁର ଝରିଗାଁ ବ୍ଲକର ମଇନାପଦର ଗାଁକୁ  ଯାଇଥିବା ରାସ୍ତା ଖାଲ- ଢିପ ଅଙ୍କା ବଙ୍କା ରାସ୍ତାରେ […]

  • Tuesday, 20 July 2021
attack
ଭାଲୁ ଆକ୍ରମଣରେ ଜଣେ ଆହତ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସହଦେବ ଦଳାଇ। ଗତ ରାତିରେ ସହଦେବ ମଧୁରାମ୍ବ ଗାଁରୁ କାମ ସାରି  ନିଜ ଗାଁକୁ ଫେରୁଥିବା ବେଳେ ତିନି ଘରିଆ ଛକ ନିକଟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

  • Tuesday, 20 July 2021
opepa-officer
ଭିଜିଲାନ୍ସ ଜାଲରେ ଓପେପା ଅାକାଉଣ୍ଟ ଅଫିସର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଓପେପା ଅଫିସର। ଓପେପାର ଅାକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଅାୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଥିଲା। ଭୁବନେଶ୍ୱର, ପୁରୀ, ଛତ୍ରପୁର ଓ କେନ୍ଦ୍ରପଡ଼ା ଅାଦି ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍‌ସ। ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଏକ ଦାମୀ ଫ୍ଲାଟ, ଶୌଳଶ୍ରୀବିହାର ସ୍ଥିତ ଘର,  ପୁରୀ ସମେତ, ତାଙ୍କ ଦପ୍ତରରେ ମଧ୍ୟ ଭିଜିଲାନ୍ସ ଛାନ୍‌ଭିନ୍‌ କରିଛି। ଭିଜାଲାନ୍ସ ଟିମ୍‌ […]

  • Tuesday, 20 July 2021
death
ମହୁଲ ଗୋଟାଇବାକୁ ଯାଇଥିଲେ ଦଳିଦେଲା ହାତୀ

ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝୁପରୁଙ୍ଗା ପତ୍ରାପାଲ୍ଲିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ  ମୁରଲି ସା। ମୁରଲି ମହୁଲ ଗୋଟାଇବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା।  

  • Tuesday, 20 July 2021
fire
ବ୍ୟାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ଓ ଆସବାବପତ୍ର

କଟକ(ଦେବାଶିଷ ମହାନ୍ତି): କଟକ ସିଡିଏ ସେକ୍ଟର ୧୦ରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବ୍ୟାଙ୍କ ଭିତରେ ଥିବା କମ୍ପ୍ୟୁଟର ଓ ଆସବାବପତ୍ର ଜଳିଯାଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

  • Tuesday, 20 July 2021
sonpur
ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ

ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପୁଣି ସୋଶାଲ୍ ମିଡିଆରେ ଭାଇରାଲ ହେଲା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଭୋଟରଙ୍କ ବିରୋଧ ଭିଡିଓ। ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନଙ୍କୁ ତରଭା ବ୍ଲକର କୁଟାସିରା ଗାଁରେ ଭୋଟରମାନେ ବିରୋଧ କରିଛନ୍ତି। ଗତ ଶୁକ୍ରବାର ଦିନ ନିରଞ୍ଜନ ଗାଁକୁ ପ୍ରଚାର ପାଇଁ ଯାଇଥିଲେ। ହେଲେ ମିଛ ବିକାଶର ଡିଣ୍ଡିମ ପିଟୁଥିବା ମନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଗାଁ ସମସ୍ୟା ନେଇ ନାନା ପ୍ରଶ୍ନ କରିଥିଲେ। ଏଥିରେ ବ୍ୟତିବ୍ୟସ୍ତ ହୋଇ ମନ୍ତ୍ରୀ ମିଟିଂ ବନ୍ଦ କରିବା କି ବୋଲି […]

  • Tuesday, 20 July 2021
cpim
ନିର୍ବାଚନୀ ଇସ୍ତାହାର ଘୋଷଣା କଲା ରାଜ୍ୟ ସିପିଆଇଏମ୍

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍‌ ରାଜ୍ୟ ଓଡ଼ିଶା ସମିତିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଚାଷୀ ସମସ୍ୟା, ବେକାରୀ ସମସ୍ୟା ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ଇସ୍ତାହାରରେ ସାମିଲ କରାଯାଇଛି। ସିପିଆଇଏମ୍‌ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

  • Tuesday, 20 July 2021
brahmagiri1-up
ବ୍ରହ୍ମଗିରି ବ୍ଲକ୍‌ ଅଫିସରେ ଖଣ୍ଡଯୁଦ୍ଧ

ବ୍ରହ୍ମଗିରି : ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ୍। ବ୍ରହ୍ମଗିରି ବ୍ଲକ୍‌ ଅଫିସରେ ଖଣ୍ଡଯୁଦ୍ଧ ହୋଇ ୨ଜଣ ଅାହତ। ତେବେ ଅାହତଙ୍କ ମଧ୍ୟରୁ ଜଣେ ସମିତି ସଭ୍ୟ, ଅନ୍ୟ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି। ସୂଚନା ମୁତାବକ, ବିଜେପି ଏବଂ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ହାତାହାତି ହୋଇଛନ୍ତି। ବିଭିନ୍ନ ଦାବିରେ ଧାରଣା ଦେଉଥିଲେ ବିଜେପି ସମର୍ଥିତ ଲୋକ ପ୍ରତିନିଧି। ଅାଜି ଅାନ୍ଦୋଳନକାରୀଙ୍କୁ ଡାକି ଅାଲୋଚନା କରୁଥିଲେ […]

  • Tuesday, 20 July 2021
congress
ଆଉ ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପଛରେ ପଡ଼ିଥିବା କଂଗ୍ରେସ ଆଉ ୪ ଜଣଙ୍କ ନାଁରେ ମୋହର ମାରିଛି। ସୋର ବିଧାନସଭାରୁ ପ୍ରାର୍ଥୀ ଭାବେ ସୁରେନ୍ଦ୍ର ପ୍ରସାଦ ପାରମାଣିକ, ସିମୁଳିଆ ପାଇଁ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି ପାଇଁ ଦିଗମ୍ବର ଦାସ ଏବଂ ବଡ଼ସାହି ଆସନ ପାଇଁ ଦେବଯାନୀ ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏନେଇ ଏଆଇସିସି ବିଧିବଦ୍ଧ ଭାବେ ତାଲିକା ପ୍ରକାଶ କରିଛି। ତେବେ ଆହୁରି ୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିବ ଦଳ।

  • Tuesday, 20 July 2021
vlcsnap-error910
ସର୍ବଶିକ୍ଷା ଅଭିଯାନର ବିକଳ ଚିତ୍ର

ବରଗଡ଼: ଭୂତକୋଠି ପାଲଟିଛି ସ୍କୁଲଘର। କାନ୍ଥ ଫାଟି ଆଁ କରିଥିବାବେଳେ ମୁଣ୍ଡ ଉପରୁ ଉଡ଼ିଯାଇଛି ଆଜ୍‌ବେଷ୍ଟସ। ବରଗଡ଼ ଜିଲା ଭଟଲି ବ୍ଲକ୍ ଜାମବାହାଲି ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା। ୩ ବର୍ଷ ହେଲା ସ୍କୁଲଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବାରୁ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଫଡ଼ିଘର ବାରଣ୍ଡାରେ ଚାଲୁଛି ଶିକ୍ଷାଦାନ ବ୍ୟବସ୍ଥା। ତେବେ ନୂଅା ସ୍କୁଲ ଘର ପାଇଁ ଗାଁଲୋକ ବାରମ୍ବାର ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ବି କେବଳ ପ୍ରତିଶ୍ରୁତି ଛଡ଼ା ଅାଉ କିଛି ମିଳିନଥିବା […]

  • Tuesday, 20 July 2021
flood---up
ଭଦ୍ରକରେ ବନ୍ୟା ପରିସ୍ଥିତି

ଭଦ୍ରକ  : ଭଦ୍ରକ ହଦଗଡ଼ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍‌ର ୪ଟି ଗେଟ୍ ଖୋଲା ଥିବାରୁ ଏବେ ଜିଲ୍ଲାର ତଳିଅା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ସଦର ବ୍ଲକ ଅନ୍ନପାଳ ପଞ୍ଚାୟତର ରାଜମୁକୁନ୍ଦପୁର, ସୁସୁଅା ଓ ରାଜୁଅାଳିବିନ୍ଧାା ଅଞ୍ଚଳରେ ଲୋକ ପାଣି ଘେରରେ ଅଛନ୍ତି। ଶହଶହ ହେକ୍ଟର ଚାଷ ଜମି ବନ୍ୟାପାଣିରେ ବୁଡ଼ି ରହିଛି। ବନ୍ୟାପାଣି ଯୋଗୁ ଏହି ସବୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଅଛି। ଗତ ୨୪ ତାରିଖରୁ ସାଳନ୍ଦୀ […]

  • Tuesday, 20 July 2021
SURAT
ରାଜନୈତିକ ସତରଞ୍ଜରେ ସୁରତ୍ ସିଟି

ଭୁବନେଶ୍ୱର: ରାଜନୈତିକ ପଶାପାଲିରେ ସୁରତ୍ ସିଟି। କିଏ ଜିତିବ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ? ଅାଗାମୀ ବିଧାନସଭା ନିର୍ବାଚନରେ କିଏ ହାସଲ କରିବ ସୁରତ ଓଡ଼ିଆଙ୍କ ଭୋଟ ? ଏଥିପାଇଁ ବିଜେପି-ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ। ଅାସନ୍ତା ୨ ଓ ୩ ତାରିଖରେ ଓଡ଼ିଆ ସମାଜ ଗୁଜରାଟରେ ଅାୟୋଜନ କରିବ ଓଡ଼ିଶା ପର୍ବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅାଉ ସୁରତ୍ ଓଡ଼ିଆଙ୍କ ଭିତରେ […]

  • Tuesday, 20 July 2021
IAS
ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶିତ: ୬୦ତମ ସ୍ଥାନରେ ଓଡ଼ିଶାର ଅନ୍ୟା ଦାସ

ଭୁବନେଶ୍ୱର: ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ।  ୨୦୧୮ ବର୍ଷ ଲାଗି  UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୭୫୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ଆଇଏସ୍‌ ଟପ୍ପର ହୋଇଛନ୍ତି କନିସ୍କ କାଟାରିଆ। କନିଷ୍କ ଏବେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସେହିଭଳି ଅକ୍ଷତ ଜୈନ ଦ୍ୱିତୀୟ, ଜୁନୈଦ ଅହମ୍ମଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହିଳାଙ୍କ କ୍ଷେତ୍ରରେ ଟପ୍ପର ହୋଇଛନ୍ତି ସୃଷ୍ଟି ଜୟନ୍ତ […]

  • Tuesday, 20 July 2021
vlcsnap-error846
୨୦ ବର୍ଷ ହେଲା ରାସ୍ତାରେ ପଡ଼ିପାରୁନି ମୁଠାଏ ମାଟି

ବ୍ରହ୍ମଗିରି: ଖାଲଖମା ଭରା ୩ କିଲେମିଟର କଚା ରାସ୍ତାରେ ଦୈନିକ ଯାଆ ଆସ କରୁଛନ୍ତି ୨୦ଟି ଗ୍ରାମର ଲୋକେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍‌ ଡେଲାଙ୍ଗ ଗୋଦାବରୀ ରୋଡ୍‌ର ଦେଖାଦେଇଛି ଏଭଳି ଦୁରବସ୍ଥା। ଏହାର କିଛି ଅଂଶ ମଣପଡ଼ା ପଞ୍ଚାୟତରେ ରହିଥିବା ବେଳେ ଅନ୍ୟ କିଛି ଅଂଶ ବ୍ରାହ୍ମଣିଆ ପଞ୍ଚାୟତକୁ ଲାଗିଛି। ଦୁଇ ପଞ୍ଚାୟତ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିବାରୁ ୨୦ ବର୍ଷ ହେବ ରାସ୍ତାରେ ମାଟି ମୁଠାଏ ବି ପଡ଼ିନି। ବର୍ଷା ଦିନରେ ଆଣ୍ଠୁଏ […]

  • Tuesday, 20 July 2021
narendra-modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାରେ କେନ୍ଦ୍ରୀୟ ବିଜେପି ନେତାଙ୍କ ଘନଘନ ପ୍ରଚାର ଚାଲିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନ୍ଦରଗଡ଼ ଓ ସୋନପୁରରେ ସମାବେଶ କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟା ୨୫ ମିନିଟରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ଏହାପରେ ସେଠାରୁ ହେଲିକପ୍ଟର ଯୋଗେ ସୁନ୍ଦରଗଡ଼ ଯିବେ। ଦିନ ୧୧ଟାରେ ସେ ସାଧାରଣ ସଭାରେ ଯୋଗଦେବେ। ସୁନ୍ଦରଗଡ଼ ସମାବେଶ ପରେ ପ୍ରଧାନମନ୍ତ୍ରୀ ସୋନପୁରରେ ଏକ ସମାବେଶରେ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସେହିପରି […]

  • Tuesday, 20 July 2021
AYUSHMAN VS BIJU
ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର: ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ରର ଅାୟୁଷ୍ମାନକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ ପରେ ବି ତୁଟୁନି ବିବାଦ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି ନଡ୍ଡାଙ୍କୁ ଜବାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯୁକ୍ତି, ଅାୟୁଷ୍ମାନରେ କିଏ ହିତାଧିକାରୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ କିନ୍ତୁ ହିତାଧିକାରୀ ଚୟନ ହୋଇସାରିଛନ୍ତି। ତେଣୁ ରାଜ୍ୟର […]

  • Tuesday, 20 July 2021