• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bjd
ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବିରୋଧ, ଭିଡିଓ ଭାଇରାଲ୍‌

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ମନ୍ତ୍ରୀ ନିରଞ୍ଜନ ପୂଜାରୀ ପରେ ବିଜେଡିର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ମଧ୍ୟ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୁଷ୍ପେନ୍ଦ୍ର ପ୍ରଚାର କରୁଥିବାବେଳେ କୋକସରା କାଉଡ଼ଲା ଗାଁରେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି। ଗତ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବା ନେଇ ଲୋକମାନେ ପୁଷ୍ପେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ। ଗାଁରେ ଦୀର୍ଘ ବର୍ଷ ହେଲା ପାଣି ଓ ରାସ୍ତା ସମସ୍ୟା ଲାଗି ରହିଛି। ଏନେଇ ଗାଁ ଲୋକେ ବାରମ୍ବାର ଦାବି କରିଛନ୍ତି। ହେଲେ […]

  • Tuesday, 20 July 2021
baripada
ବାରିପଦାରୁ ଲଢ଼ିବେ ସରୋଜିନୀ ହେମ୍ବ୍ରମ୍‌

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବାରିପଦା ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ବରିଷ୍ଠ ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କ ନାଁ ପ୍ରାର୍ଥୀ ଭାବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସରୋଜିନୀ ୨୦୦୯ରୁ ୨୦୧୪ ଯାଏ ବାଙ୍ଗିରିପୋଷିରୁ ବିଧାୟକ ଥିଲେ। ଏହାସହ ୨୦୧୨ରୁ ୨୦୧୪ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରହିଥିଲେ। ତେବେ ୨୦୧୪ରେ ଜେଏମ୍ଏମ୍ ଛାଡ଼ି ବିଜେଡିରେ ଯୋଗଦେଇଥିବା ସୁଦାମ ମାରାଣ୍ଡିଙ୍କୁ ଦଳ ଟିକେଟ୍‌ […]

  • Tuesday, 20 July 2021
naveen
ଆଜି ଗୁଣପୁରରେ ପ୍ରଚାର କରିବେ ନବୀନ

ଗୁଣପୁର(ଇନ୍ଦ୍ରଜିତ୍‌ ପଣ୍ଡା): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ା ଜିଲ୍ଲା ଗୁଣପୁରରେ ନିର୍ବାଚନୀ ପ୍ରଚାର କରିବେ। ଆୟୋଜିତ ସାଧାରଣସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନବୀନ ଗୁଣପୁରରେ ପହଞ୍ଚିବା ପରେ ଏକ ରୋଡ୍ ସୋ’ କରିବେ। ଏହାପରେ ବସନ୍ତ ମହୋତ୍ସବ ପଡ଼ିଆରେ ଆୟୋଜିତ ସାଧାରଣସଭାରେ ଯୋଗ ଦେବେ।

  • Tuesday, 20 July 2021
balasore-lawer-strike-up
ବାଲେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଅାନ୍ଦୋଳନ

ବାଲେଶ୍ୱର : ବାଲେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଅାନ୍ଦୋଳନ। କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ପରେ ଏହାକୁ ବିରୋଧ କରିଛି ସଂଘ। ଓକିଲଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗ କରି କାର୍ଯ୍ୟ ବନ୍ଦ କରାଯାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅାଇନଜୀବୀ। ଓକିଲଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଛି। ଏପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ […]

  • Tuesday, 20 July 2021
elephant
ଗାଁରେ ପଶି ଫସଲ ନଷ୍ଟ କଲେ ହାତୀପଲ

ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା  ଔପଦା ବ୍ଲକ୍‌ ଢ଼ୋଲପୁର ଗାଁରେ ହାତୀ ଆତଙ୍କ। ଗତକାଲି ରାତିରେ ହାତୀପଲ  ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଖୁଣ୍ଟ ଭାଙ୍ଗି ଦେଇଛନ୍ତି। ତେବେ ଗାଁ ଲୋକେ ଏକାଠି ହୋଇ ହାତୀପଲ ଘଉଡ଼ାଇ ଦେଇଛନ୍ତି। ବାରମ୍ବାର ହାତୀ ପଲ ଗାଁରେ ପଶି ଫସଲ ନଷ୍ଟ କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଲୋକେ କହିଛନ୍ତି। ଗତ ଦୁଇ ସପ୍ତାହରେ ୨ ଥର ହାତୀପଲ ଗାଁରେ […]

  • Tuesday, 20 July 2021
congress
ସ୍ୱାସ୍ଥ୍ୟସେବା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ବିଜେଡି ସରକାର ବିଫଳ ହୋଇଛି। ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛି କଂଗ୍ରେସ। ରାଜ୍ୟରେ ୬ହଜାର୫୩୬ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ସେଥିରୁ ୩ହଜାର୧୧୯ ଡାକ୍ତର ପଦବୀ ଖାଲି ପଡ଼ିଛି। ନର୍ସ ଓ ଫାର୍ମାସିଷ୍ଟ ପଦବୀ ମଧ୍ୟ ଖାଲି ପଡ଼ିଛି। ସାଢ଼େ୪ କୋଟି ଲୋକଙ୍କ ପାଇଁ ବିଭିନ୍ନ ସରକାରୀ ହସ୍ପିଟାଲରେ ରହିଛି ମାତ୍ର ୧୮ହଜାର ବେଡ୍‌। ୩୦ ଜିଲ୍ଲା ପାଇଁ ମାତ୍ର ୫୧୨ଟି ଆମ୍ବୁଲାନ ରହିଛି।  ଭିତ୍ତିଭୂମି […]

  • Tuesday, 20 July 2021
amit
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସୁଛନ୍ତି। ଗଞ୍ଜାମର ପୋଲସରା ଏବଂ ବରଗଡ଼ରେ ଦଳୀୟ ସମାବେଶରେ ସେ ଯୋଗ ଦେବେ। ଅମିତ ଶାହଙ୍କ ବରଗଡ଼ ଗସ୍ତ ଲାଗି ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ଦାମୋଦର ରାଉତ ପ୍ରମୁଖ ସମାବେଶରେ ଯୋଗଦେବେ। ବରଗଡ଼ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀଙ୍କ ପାଇଁ […]

  • Tuesday, 20 July 2021
accident
ଡମ୍ପରରେ ପିଟିହେଲା କାର୍‌: ୪ ମୃତ, ୩ ଆହତ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତାର କୁଣ୍ଡପୁର ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା  ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଜଳେଶ୍ୱର ପାଇକସିଧା ଗାଁର ତୋଫାନି ରଣା ଓ ତାଙ୍କ ସ୍ତ୍ରୀ କଳ୍ପନା ରଣା, ଚୁରମରା ଗାଁର ସୁବିରଞ୍ଜନ ପରିଡ଼ା ଓ ଖଡ଼ଗପାଳ ଗାଁର ଡ୍ରାଇଭର ରବି ରଣା। ବସ୍ତା ବ୍ଲକ୍‌ ଚୁରମରାର ୭ ଜଣ ପୁରୀରୁ ମହାପ୍ରଭୁ […]

  • Tuesday, 20 July 2021
matric exam
ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

କଟକ: ଆସନ୍ତା ୨୦୨୦-୨୧ ବର୍ଷରୁ ବଦଳିବ ମାଟ୍ରିକ୍ ପରୀକ୍ଷା ଢ଼ାଞ୍ଚା।  ପରୀକ୍ଷାରେ ପଡୁଥିବା OMR ସିଟ୍ ଓ Multiple ଚଏସ୍  ପ୍ରଶ୍ନୋତ୍ତର ଉଠିଯିବ। ସେହିପରି  ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ସାମାନ୍ୟ ବଦଳିବ। ୩ଟି ସେଟ୍ ବଦଳରେ ୪ଟି ସେଟ୍ ପ୍ରଶ୍ନ ପଡ଼ିବ ଓ ୪ଟି ସେଟ୍‌ ପରସ୍ପର ଠୁ ଅଲଗା ହେବ। ମାଟ୍ରିକ ପରୀକ୍ଷାର୍ଥୀ ୫୦ ମାର୍କ ଅବ୍‌ଜେକ୍‌ଟିଭ୍‌ରୁ ୧୫ ଓ ୫୦ ମାର୍କ ସବ୍‌ଜେକଟିଭ୍‌ରୁ ୧୫ ନମ୍ୱର ରଖିବାକୁ ପଡ଼ିବ।

  • Tuesday, 20 July 2021
Nalini-Pradhan
ବିଜେଡି ସାଂସଦ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରର ବିଜେଡି ଲୋକସଭା ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ଯାଞ୍ଚ ପରେ ପ୍ରାର୍ଥିପତ୍ର କାଏମ ରହିଥିବା ରିଟର୍ଣ୍ଣିଂ ଅଫିସର ତଥା ସମ୍ବଲପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏହାକୁ ନେଇ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ଏନେଇ ହାଇକୋର୍ଟରେ ଆବେଦନ କରାଯିବ ବୋଲି ବିଜେପି ଧମକ ଦେଇଛି। ବେଆଇନ ଭାବେ ଶୁଣାଣି କରାଯାଇଛି ବୋଲି ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଅଭିଯୋଗ କରିଛନ୍ତି। ନଳିନୀ ବିଜେଡିରୁ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର […]

  • Tuesday, 20 July 2021
cuttack
ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ଘଟଣା: ୩ ପୁଲିସ୍‌ କର୍ମଚାରୀ ସସ୍‌ପେଣ୍ଡ୍‌

ଭୁବନେଶ୍ୱର: କଟକରେ ଓକିଲଙ୍କୁ ପୁଲିସ୍‌ର ମାଡ଼ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତିନି ଜଣ ପୁଲିସ୍‌ କର୍ମଚାରୀଙ୍କୁ କଟକ ଡିସିପି ଅଖିଳେଶ୍ୱର ସିଂ ସସ୍‌ପେଣ୍ଡ୍‌ କରିଛନ୍ତି। ସସ୍‌ପେଣ୍ଡ୍ ହୋଇଥିବା ତିନି ପୁଲିସ୍ କର୍ମଚାରୀ ହେଲେ-  ହାବିଲ୍‌ଦାର ପି.କେ ବେହେରା,  କନଷ୍ଟେବଲ ଡିକେ ସାମଲ ଓ ୟୁକେ ଭୂୟାଁ। ଏହାସହ ଜଣେ ହୋମଗାର୍ଡ କିଶୋର ଜେନାଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ମାସକ ମଧ୍ୟରେ ନୋଟିସ୍‌ର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଥାଉ କି, କଟକ ନୂଆବଜାର […]

  • Tuesday, 20 July 2021
cmo
କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ନବୀନ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି। ନବୀନ ପ୍ରଥମରେ ରାଇଘରରେ ପହଞ୍ଚି ସାଧାରଣ ସଭା କରିଛନ୍ତି। ରାଇଘର ସଭାରେ ସେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳେନି। ନିର୍ବାଚନ ସମୟ ଆସିଲେ, ସେମାନେ ଭୋଟ ମାଗିବାକୁ ଆସିଥାନ୍ତି।” କାଳିଆ ଯୋଜନାର ଲାଭ ସମସ୍ତେ ପାଇବେ ବୋଲି ନବୀନ କହିଛନ୍ତି। ନବୀନ ନବରଙ୍ଗପୁରରେ ପ୍ରଚାର […]

  • Tuesday, 20 July 2021
petrol
ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଆଜି ରେକର୍ଡ ଭାଙ୍ଗିଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ଆଜି ୭୮ ଟଙ୍କା ୩୦ ପଇସା ଥିବାବେଳେ ଡିଜେଲ ଦର ୬୯ ଟଙ୍କା ୯୩ ପାଇସାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।  ପେଟ୍ରୋଲ ଦର ଲିଟର ପ୍ରତି ୮୫ ଟଙ୍କା ୭୨ ପଇସା ଥିବାବେଳେ ଡିଜେଲ ଲିଟର ପ୍ରତି […]

  • Tuesday, 20 July 2021
express train
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ୍ସପ୍ରେସ୍‌ ଟ୍ରେନ୍

ବ୍ରହ୍ମପୁର: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ଭିଲ୍ଲୁପୁରମ୍‌-ଖଡ଼ଗପୁର ଏକ୍ସପ୍ରେସ୍‌ ଟ୍ରେନ୍‌। ସୂଚନା ଅନୁସାରେ, ବ୍ରହ୍ମପୁର ଷ୍ଟେସନ୍‌ରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ର ଏସ୍-୩ ବଗି ବ୍ୟାଟେରୀ ବକ୍ସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଟ୍ରେନ୍ ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବା ପରେ ନିଆଁ ଲିଭା ଯାଇଥିଲା। ଏହାପରେ  ଷ୍ଟେସନ୍‌ କର୍ମଚାରୀମାନେ ବ୍ୟାଟେରୀକୁ ବାହାର କରି ଦେଇଥିଲେ। ଷ୍ଟେସନ୍‌ରେ ପ୍ରାୟ ୪୦ ମିନିଟ୍‌ ଅଟକି ରହିବା ପରେ ଟ୍ରେନ୍‌ ଛାଡ଼ିଥିଲା।

  • Tuesday, 20 July 2021
brown sugar
୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ; ୨ ଗିରଫ

ଜଳେଶ୍ୱର: ଆଜି ଜଳେଶ୍ୱରରୁ ଭୁବନେଶ୍ୱରକୁ ବ୍ରାଉନ୍‌ ସୁଗାର୍‌ ଚାଲାଣ ବେଳେ ପୁଲିସ୍ ଚଢ଼ଉ କରି ୧୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାର୍‌ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ଦୀପକ ମହାପାତ୍ର ଓ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଧୀରେନ୍ ମହାପାତ୍ର। ସେମାନେ ଏକ ଅଟୋରେ ରୁପସା  ଯାଇ ସେଠାରୁ ଟ୍ରେନ୍‌ରେ […]

  • Tuesday, 20 July 2021
banki
ମଦ ବିକ୍ରି ବିରୋଧରେ ତାତିଲେ ଲୋକେ

ବାଙ୍କୀ: ମଦ ବିକ୍ରିକୁ ବିରୋଧ କରି ତାତିଲେ ଲୋକେ। କଟକ ବାଙ୍କୀ ଥାନା ଅନ୍ତର୍ଗତ କରବର ଗାଁ ଛକ ଠାରେ ବ୍ୟାପକ ମଦ ବିକ୍ରିକୁ ବିରୋଧ କରି ଗ୍ରାମବାସୀ ଟାୟାର ଜାଳି କଟକ-ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ବାଙ୍କୀ ପୁଲିସ୍‌ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ମଦ କାରବାର ବେଧଡକ ଭାବେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। […]

  • Tuesday, 20 July 2021
modi
ଓଡ଼ିଶାରେ ବିକାଶ ଲାଗି ମଜଭୁତ ସରକାର ଦରକାର: ମୋଦି

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଦେଶ ଓ ରାଜ୍ୟରେ କିଭଳି ସରକାର ଦରକାର ତାହା ଆପଣମାନଙ୍କୁ ନିଷ୍ପତ୍ତି ନେବାକୁ ହେବ ବୋଲି ମୋଦି କହିଛନ୍ତି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଓଡ଼ିଶାରେ ବିକାଶ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଝାଡ଼ଖଣ୍ଡର ବିକାଶ କଥା ଉଦାହରଣ ଦେଇ ମୋଦି କହିଛନ୍ତି ଯେ, ମାତ୍ର କିଛି ବର୍ଷ ପୂର୍ବରୁ ରାଜ୍ୟ ଭାବେ ଜନ୍ମ ନେଇଥିବା […]

  • Tuesday, 20 July 2021
ganesh puja prep in cuttack
ପାଖେଇ ଆସୁଛି ଗଣେଶ ପୂଜା, କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି

କଟକ: ଗଣେଶ ପୂଜା ପାଇଁ କଟକ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି। ବିଭିନ୍ନ ଡିଜାଇନ୍‌ର ଗଣେଶ ମୂର୍ତ୍ତି ତିଆରି କରି ସହରର ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଚାଲିଥାଏ। ତେଣୁ ମୂର୍ତ୍ତି ନିର୍ମାଣର ଏନ୍ତୁଡ଼ିଶାଳ କୁହାଯାଉଥିବା କୁମ୍ଭାରସାହି ଏବେ ବେଶ୍‌ ଚଳଚଞ୍ଚଳ ହୋଇପଡ଼ିଛି। ମୂର୍ତ୍ତି ତିଆରିରେ ନିମଗ୍ନ କାରିଗର। ବାହୁବଳୀ, ମତ୍ସ ଅବତାର ଓ ବାଲ୍‌ ଗଣେଶ ଭଳି ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରୁଛନ୍ତି କାରିଗର। କଟକ […]

  • Tuesday, 20 July 2021
ananta
ଅନନ୍ତ ନାରାୟଣଙ୍କ ପ୍ରାର୍ଥିତ୍ୱକୁ ବିଜେପିର ବିରୋଧ

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିତ୍ୱକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଅନନ୍ତଙ୍କ ନାଁରେ ହତ୍ୟା ଓ ଯୌନ କେଳେଙ୍କାରୀ  ଭଳି ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ନିନ୍ଦନୀୟ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନାମାଙ୍କନ ଦାଖଲ ବେଳେ ସଠିକ୍‌ ତଥ୍ୟ ଦେଇ ନଥିବା ଅଭିଯୋଗ କରି ତାଙ୍କ […]

  • Tuesday, 20 July 2021
representational image
ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା

କେନ୍ଦ୍ରାପଡ଼ା: ଘରକୁ ଭୋଜି ଖାଇବାକୁ ଡାକି ଯୁବକଙ୍କୁ ନିର୍ମମ ହତ୍ୟା। କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଧୁମାତ ଅଞ୍ଚଳରେ ଏହି ଅମାନବୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଧୁମାତ ମଠସାହି ଗାଁର ସନ୍ତୋଷ ମଲ୍ଲିକ (୨୦)ଙ୍କୁ ସେହି ଗାଁର ସୁନାକର, ତାଙ୍କ ଝିଅ ଜନ୍ମଦିନରେ ଭୋଜି ଖାଇବାକୁ ଘରକୁ ଡାକିଥିଲେ। ପରେ ତାଙ୍କ ପରିବାର ମଧ୍ୟରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଯାହାର ସୁଯୋଗ ନେଇ ସନ୍ତୋଷ ଖାଇ ସାରିବା ପରେ ଏକ ଠେଙ୍ଗାରେ ସୁନାକର […]

  • Tuesday, 20 July 2021
advocate strike
ପୁଲିସ-ଓକିଲ ବିବାଦ: ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା

କଟକ: କଟକରେ ଓକିଲଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ଘଟଣାରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା । ହାଇକୋର୍ଟ ବାର୍ ଆସୋସିଏସନ୍‌ ପକ୍ଷରୁ ଗତକାଲି ଓ ଆଜି ୨ ଦିନ ଧରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରିଛି ରାଜ୍ୟ ଆଇନଜୀବୀ ପରିଷଦ। ଓକିଲଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଦାବିରେ ଏହି ଆନ୍ଦୋଳନକୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ସଂପ୍ରସାରିତ କରିବାକୁ ପରିଷଦ ନିବେଦନ କରିଛି । ଅନ୍ୟପକ୍ଷରେ, ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ […]

  • Tuesday, 20 July 2021
water
ଆଜି ରାଜଧାନୀର ଅନେକ ଅଞ୍ଚଳରେ ଜଳ ଯୋଗାଣ ବାଧାପ୍ରାପ୍ତ ହେବ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳକୁ ଆଜି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବ। କାରଣ ମୁଣ୍ଡୁଳିରୁ ଭୁବନେଶ୍ୱରକୁ ବିଛା ଯାଇଥିବା ପାଣି ପାଇପ୍‌ରେ ଫାଟ ସୃଷ୍ଟି ହୋଇଛି। ଏନେଇ BMCର ସିଟି ଇଞ୍ଜିନିୟର ଦେବସୁନ୍ଦର ମହାପାତ୍ର ସୂଚନା ଦେଇଛନ୍ତି । ଏଥିପାଇଁ ଡୁମ୍‌ଡୁମା, ଧର୍ମ ବିହାର, ଚନ୍ଦକା, ଜାଗମରା, ଶୈଳଶ୍ରୀ ବିହାର, ପୋଖରୀପୁଟ, ନୀଳାଦ୍ରି ବିହାର, ସହିଦ ନଗରର ସେକ୍ଟର ୧, ୨ ଓ ୩ କୁ ଜଳ ଯୋଗାଣ ପ୍ରଭାବିତ ହେବ ବୋଲି ସେ କହିଛନ୍ତି। […]

  • Tuesday, 20 July 2021
road-up
କେମିତି ଚାଲିଛି ସରକାରଙ୍କ ଗାଁ ବିକାଶ ଅଭିଯାନ ?

ଭୁବନେଶ୍ୱର : ଉପାନ୍ତରୁ ଉପକୂଳ। ବାଲେଶ୍ୱରରୁ–ନବରଙ୍ଗପୁର। ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର ଏବେ ସବୁଠି ସବୁଦିନିଅା ହୋଇଗଲାଣି। ବାଲେଶ୍ୱର ସହରରୁ ଅଳ୍ପ ଦୂର ପୋଖରୀସାହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ଦିନ ତଳେ ଏହି ପାଣି କାଦୁଅ ଭରା ଅଣଓସରିଅା ରାସ୍ତାରେ ଖଟିଅାରେ ଭାର କରି ଜଣେ ପ୍ରସୂତିଙ୍କୁ ହସ୍ପିଟାଲ ନେଲାବେଳେ ବାଟରେ ଜନ୍ମ ନେଇଥିଲା ଶିଶୁକନ୍ୟା। ସେହିପରି ନବରଙ୍ଗପୁର ଝରିଗାଁ ବ୍ଲକର ମଇନାପଦର ଗାଁକୁ  ଯାଇଥିବା ରାସ୍ତା ଖାଲ- ଢିପ ଅଙ୍କା ବଙ୍କା ରାସ୍ତାରେ […]

  • Tuesday, 20 July 2021
attack
ଭାଲୁ ଆକ୍ରମଣରେ ଜଣେ ଆହତ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସହଦେବ ଦଳାଇ। ଗତ ରାତିରେ ସହଦେବ ମଧୁରାମ୍ବ ଗାଁରୁ କାମ ସାରି  ନିଜ ଗାଁକୁ ଫେରୁଥିବା ବେଳେ ତିନି ଘରିଆ ଛକ ନିକଟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

  • Tuesday, 20 July 2021
opepa-officer
ଭିଜିଲାନ୍ସ ଜାଲରେ ଓପେପା ଅାକାଉଣ୍ଟ ଅଫିସର

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଓପେପା ଅଫିସର। ଓପେପାର ଅାକାଉଣ୍ଟ ଅଫିସର ନଳିନୀ ପୃଷ୍ଟି ଅାୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଥିଲା। ଭୁବନେଶ୍ୱର, ପୁରୀ, ଛତ୍ରପୁର ଓ କେନ୍ଦ୍ରପଡ଼ା ଅାଦି ୯ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍‌ସ। ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ଏକ ଦାମୀ ଫ୍ଲାଟ, ଶୌଳଶ୍ରୀବିହାର ସ୍ଥିତ ଘର,  ପୁରୀ ସମେତ, ତାଙ୍କ ଦପ୍ତରରେ ମଧ୍ୟ ଭିଜିଲାନ୍ସ ଛାନ୍‌ଭିନ୍‌ କରିଛି। ଭିଜାଲାନ୍ସ ଟିମ୍‌ […]

  • Tuesday, 20 July 2021