ଭୁବନେଶ୍ୱର: ସାତକୋଶିଅା ଅଭୟାରଣ୍ୟକୁ ବାଘ ଅାସିବା ଦିନଠୁ ବଢିଯାଇଛି ଏହି ଅଞ୍ଚଳର ଲୋକଙ୍କ ଚିନ୍ତା। ବାଘ ଜନବସତି ଅାଡକୁ ଚାଲିଅାସିବା ଅାଶଙ୍କାରେ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଲୋକଙ୍କ ଭୟ ଦୂର କରିବା ଲାଗି ବନବିଭାଗ ପାଞ୍ଚିଛି ନୂଅା ଉପାୟ। ବାଘଙ୍କୁ ଜଗିବା ଲାଗି କର୍ଣ୍ଣାଟକରୁ ଅାସିବେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ କୁମ୍କୀ ହାତୀ। ଏହି ହାତୀମାନେ କେବଳ ବାଘକୁ ଜଗିବେ ନାହିଁ, ସେମାନେ ଯେମିତି ଜନବସତି ଅାଡ଼କୁ ନଯିବେ ତାହା ମଧ୍ୟ ସୁନିଶ୍ଚିତ କରିବେ। […]
ମାଲକାନଗିରି(ଜିତେନ୍ଦ୍ର ବେଉରା):ଆଜି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାର କାଲିମେଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ନିର୍ବାଚନୀ ସଭାରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,“ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳି ନଥାଏ। ବିରୋଧୀ ନେତାମାନେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବେଙ୍ଗଲି ଭାଇ ଭଉଣୀଙ୍କ ସମସ୍ୟା ମୁଁ ନିଜେ ଦେଖିବି।” ମାଲକାନଗିରି ସହିତ କୋରାପୁଟ ଜିଲ୍ଲାର ଜୟପୁର, ତୁମୁରିପୁଟ, ଲକ୍ଷ୍ମୀପୁରରେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ଅଛି। […]
କୋରାପୁଟ: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ଫାଉଣ୍ଡେସନ ଡେ’କୁ ବର୍ଜନ କଲେ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ୧୦ମ ଫାଉଣ୍ଡେସନ ଡେ’ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ କଳାବ୍ୟାଜ୍ ପିନ୍ଧି ଏହାକୁ ବର୍ଜନ କରିବା ସହ ହଷ୍ଟେଲ୍ଗୁଡ଼ିକର ଗେଟରେ କଳା ପତାକା ଲଗାଇଥିଲେ। ପୂର୍ବରୁ ଲାଗି ରହିଥିବା ବିବାଦ ତଥା ୬୦ ଦଫା ଦାବି ନେଇ କୌଣସି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଫାଉଣ୍ଡେସନ ଡେ’ ବର୍ଜନ କରିଥିଲେ। ଛାତ୍ରଛାତ୍ରୀ ଏକ ରାଲିରେ ଆସି ଫାଉଣ୍ଡେସନ ଡେ’ ପାଳନ ହେଉଥିବା ସ୍ଥାନରେ ଧାରଣାରେ […]
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗତକାଲି ରାତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇଛି। ଗତକାଲି ରାତିରେ ଛାତ୍ରାବାସରେ କିଛି ସିନିୟର ଛାତ୍ରଙ୍କ ସହ ମିଶି ଅଣଛାତ୍ର ଜୁନିୟର ଛାତ୍ରଙ୍କୁ […]
ଭୁବନେଶ୍ୱର: ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ଅଛି। ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି। ଏବେ ମୁଣ୍ଡଳିରେ ୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ମଧ୍ୟରାତି ସୁଦ୍ଧା ସାଢ଼େ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ ଚାଲିଛି ବେଆଇନ ଗୋ ଚାଲାଣ। ଯାହା ପଛରେ କାମ କରୁଛି ସୁସଂଗଠିତ ରାକେଟ୍। ନିକଟରେ ଟିଟୋ ଗୋ ଚାଲାଣ ରାକେଟ୍ର ମୁଖ୍ୟ କାର୍ପଟଦାର ବଟୁ ପାଣି ଓ ତା ଭାଇ ଗିରଫ ହେବା ପରେ ଏହା ଉପରୁ ପର୍ଦ୍ଦା ଉଠିଛି। କେବଳ ଏହି ଗୋଟିଏ ରାକେଟ୍ ନୁହେଁ, ଆହୁରି ଅନେକ ରାକେଟ୍ ମାଧ୍ୟମରେ ରାଜ୍ୟ ବାହାରକୁ ପ୍ରତିଦିନ ବେଅାଇନ୍ ଭାବେ ପଠାଯାଉଛି ହଜାର ହଜାର ଗାଈଗୋରୁ। ମିଳିଥିବା ସୂଚନା ଅନୁଯାୟୀ ଏହି ବେଅାଇନ୍ […]
ଭୁବନେଶ୍ୱର: ନିର୍ବାଚନ ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମନମୁଖୀ କାର୍ଯ୍ୟ କରୁଥିବା କଳିଙ୍ଗ ସେନା ଅଭିଯୋଗ କରିଛି। ଏନେଇ କଳିଙ୍ଗ ସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ନାଁରେ ଫିଲ୍ମ ‘ବିଜୁ ବାବୁ’ ପ୍ରଦର୍ଶିତ ହେଉଛି। ଏହାଦ୍ୱାରା ଭୋଟର ପ୍ରଭାବିତ ହେବା ସହ ଆଚରଣ ବିଧି ଉଲ୍ଲଂଘନ କରୁଥିବା କଳିଙ୍ଗ ସେନା ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ କଳିଙ୍ଗ ସେନା ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ […]
ଭୁବନେଶ୍ୱର: ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କ ଦେବା ପାଇଁ ଦାବି ଜୋର ଧରିଛି। ଏନେଇ ଆଜି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସିବିଏସ୍ଇର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଚଳିତବର୍ଷ ସିବିଏସ୍ଇ ମାଟ୍ରିକ ପରୀକ୍ଷାର ହିନ୍ଦି, ବିଜ୍ଞାନ ଓ ଗଣିତ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଭାବକ ସଂଘ ଅଭିଯୋଗ କରିଛି। ଏଥିସହ ଘରୋଇ ସ୍କୁଲ ଗୁଡିକରେ ଏନ୍ସିଇଆରଟି ବହି ବ୍ୟବହାର କରାଯାଉ ନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି।
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅଠାରୁ ବେଗୁନିଆ ଯାଏଁ ପ୍ରଶାସନ ୧୪୪ ଧାରା ଜାରି କରିଛି। ବିଜୁ ଛାତ୍ର ଯୁବ ସମାବେଶ ଉପରେ ରୋକ୍ ଲଗାଇ ଏହି ୧୪୪ ଜାରି କରାଯାଇଛି। ବିଜେଡିର ସମାବେଶ ସହ ଅସନ୍ତୁଷ୍ଟ ଗୋଷ୍ଠୀଙ୍କର ଆଉ ଏକ ସମାନ୍ତରାଳ ରାଲି ବାହାରିବାର ଥିଲା। ତେବେ ଅଘଟଣ ହେବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ୧୪୪ ଧାରା ଯୋଗୁ ଉଭୟ ଗୋଷ୍ଠୀର ରାଲି ବନ୍ଦ ରହିଛି।
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ସାହାଜନପୁରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏସିଡ଼ ମାଡ଼ ହୋଇଛି। ଏସିଡ୍ ଫିଙ୍ଗିବା ସହିତ ଛୁରୀରେ ଆକ୍ରମଣ ଯୋଗୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କିଛି ଲୋକ କାଜୁ ବଗିଚା ଜଗିଥିବା ବେଳେ ସେମାନଙ୍କ କୁଡ଼ିଆର ଚାରିପଟେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ନିଆଁରୁ ବଞ୍ଚିବା ପାଇଁ ଦୌଡ଼ିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଏସିଡ୍ […]
ବରପାଲି: ବିଭିନ୍ନ ଦାବି ନେଇ ଆଜି ବରପାଲିରେ ୧୨ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ବରପାଲିକୁ ସବଡ଼ିଭିଜନ ମାନ୍ୟତା ଓ ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାଯୋଗୁ ବରପାଲିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମନ୍ଦିରର ଗ୍ରୀଲ୍ କାଟି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ସବୁ ଦୁର୍ବୃତ୍ତ ନେଇ ଯାଇଛନ୍ତି। ଏହା ସହିତ ସୀତାଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ନେଇ ଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ତେବେ ଅନ୍ୟ ଦୁଇଟି ମୂର୍ତ୍ତି ନେଇ ଯାଇଥିବା ଜଣାପଡ଼ିଛି। ଗୋଟିଏ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଶ୍ରୀମନ୍ଦିରକୁ […]
ଭୁବନେଶ୍ୱର: ଏକ ନୂଆ ଓଡ଼ିଶା ଗଠନ ପାଇଁ ବିଜେପିକୁ ଭୋଟ୍ ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟର ନବୀନ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ଭୋଟରଙ୍କୁ କହିଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଏପରି ଆହ୍ୱାନ ଦେଇଛନ୍ତି ମୋଦି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଏବେ ପରିବର୍ତ୍ତନର ସମୟ ଆସିଛି। ଏଥର ଓଡ଼ିଶା ଇତିହାସ ରଚନା […]
ଭୁବନେଶ୍ୱର: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ପ୍ରାର୍ଥୀ ଘୋଷଣାକୁ ନେଇ ସବୁ ଦଳରେ ଛକାପଞ୍ଝା ଲାଗି ରହିଛି। ଏବେ ବି ତିନି ପ୍ରମୁଖ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ବିଜେଡି ଏଯାଏ ୨ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ଏହି ସବୁ ଆସନରେ ବିବାଦ ଥିବାରୁ ପ୍ରାର୍ଥୀ ଚୟନ ପାଇଁ ନବୀନ ନିବାସରେ କସରତ ଚାଲିଛି। ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରୁ କିଏ ପ୍ରାର୍ଥୀ ହେବ […]
ବରଗଡ଼: ବରଗଡ଼ରେ ଜଣେ ବ୍ୟବସାୟୀଙ୍କ ଠାରୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ପରେ ୩ ପୁଲିସ୍ କର୍ମଚାରୀଙ୍କ ସମେତ ୪ଜଣଙ୍କୁ ପୁଲିସ୍ ଗିରଫ କରିଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଏହ ସହ ସେମାନଙ୍କ ଠାରୁ ଟଙ୍କା ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ପିସିଆର୍ ଭ୍ୟାନରେ କାର୍ଯ୍ୟରତ ସରୋଜ କୁମାର ସେଠ୍, ବିପିନ ବିହାରୀ ଦେବବାକ୍ ଏବଂ ସଦାନନ୍ଦ ପ୍ରଧାନ। ଏହା ସହ ଅନ୍ୟ ଜଣେ […]
ଭୁବନେଶ୍ୱର: ଆଜି ସକାଳ ସାଢ଼େ ୧୦ଟା ଯାଏ ବଜ୍ରପାତ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଝଡ଼ତୋଫାନ, ବର୍ଷା, ବଜ୍ରପାତ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ୧୩ ଜିଲ୍ଲାକୁ ସାଢ଼େ ୧୦ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଆର୍ଲଟ ଜାରି ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୟାଗଡ଼, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କୋରାପୁଟ, ଗଞ୍ଜାମ ଓ ପୁରୀ।
ଭୁବନେଶ୍ୱର: ପପୁ ପମ୍ ପମ୍ ପୁଣି ଅସୁସ୍ଥ। ତାଙ୍କୁ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆଇସିୟୁରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତ ୭ ଦିନ ହେଲା ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ପାନ୍କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସୋସିଆଲ୍ […]
ଭୁବନେଶ୍ୱର: ହୀରାଦୁଦ ଡ୍ୟାମ୍ର ଗେଟ୍ ଖୋଲିବା ପରେ ମହାନଦୀ ଫୁଲୁଛି। ଯାହାଦ୍ୱାରା ଅନେକ ଅଞ୍ଚଳ ଜଳମଗ୍ନ ହେଲାଣି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୨୫ଟି ଗେଟ୍ ଦେଇ ୪ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯାଉଛି। ସୋନପୁର ପାଖରେ ଉଭୟ ମହନଦୀ ଓ ତେଲ ନଦୀର ରୂପ ଦେଖି ଲୋକେ ଛାନିଆ ହେଲେଣି। ଜୋର ଉପରେ ୧୪ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଥିବାରୁ ସୋନପୁରରୁ ରେଢାଖୋଲ, ଅାଠମଲ୍ଲିକ ଓ ବଉଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ନିର୍ବାଚନ ତାତି ବଢ଼ିବା ସହିତ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ ଗୁଳିକାଣ୍ଡ ହୋଇଛି। ଗତକାଲି ରାତିରେ ହୋଇଥିବା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କନ୍ତଳବାଇ ଗାଁରେ ପୁଲିସ୍ ମୁତୟନ କରାଯାଇଛି।
ବାଲେଶ୍ୱର: ଉତ୍ତର ଓଡ଼ିଶାର ବିଭିନ୍ନ ଜାଗାରେ ଭୂକମ୍ପର ଝଟ୍କା ଅନୂଭୁତ ହୋଇଛି। ସଂଧ୍ୟା ୬ଟା ୩୬ରେ କିଛି ଜାଗାରେ ଝଟ୍କା ଅନୁଭୂତ ହୋଇଥିବା ସୂଚନା ମିଳିିଛି। ଅାନନ୍ଦପୁର, ବାରିପଦା, ବାଲେଶ୍ୱରରେ ଝଟ୍କା ଅନୁଭୂତ ହୋଇଥିବା ଖବର ମିଳିଛି। ଭୂକମ୍ପ ଝଟ୍କା ପରେ ଭୟରେ ଲୋକେ ଘରୁ ବାହାରକୁ ବାହାରି ଅାସିଥିଲେ। କିଛି ସମୟର ଏହି ଝଟ୍କାରେ ୩ ଟି ଜିଲ୍ଲାରେ ଭୟର ବାତ୍ତାବରଣ ଖେଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂକମ୍ପର କୌଣସି କ୍ଷୟ କ୍ଷତିର ସୂଚନା ମିଳିପାରିନାହିଁ। ସେପଟେ […]
କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହତ୍ୟା। ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର କପାଳେଶ୍ୱର ନୂଆସାହିରୁ। ମୃତକ ଜଣକ ହେଲେ ଅମଳା ନାୟକ। ଘଟଣାରେ ଆଠଗଡ଼ ବଡମ୍ବା ଅଞ୍ଚଳର ବାବାଜୀ ମହାରଣାଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁସାରେ, କପାଳେଶ୍ୱର ନୂଅାସାହିରେ ବାବାଜୀ ମହାରଣା ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ଅନ୍ୟଜଣେ ଭଡ଼ାଟିଆ ମହିଳାଙ୍କ ସହ ବାବାଜୀଙ୍କର ଅନୈତିକ ସମ୍ପର୍କର ରହିଥିଲା। ଏହାକୁ ଘର ମାଲିକ ଅମଳା ନାୟକ ବିରୋଧ କରିବାରୁ ତାଙ୍କୁ […]
କଟକ(ଗୌତମ ପଣ୍ଡା):ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି ପୋଲ ଉପରେ ଟ୍ରେନଟି ଅଟକି ରହିଥିଲା। ଭୁବନେଶ୍ୱର ନୂଆଦିଲ୍ଲୀ ଏକ୍ସପ୍ରେସର ବି-୩, ବି-୪ ବଗି ଇଞ୍ଜିନ ଠାରୁ ଅଲଗା ରହିଯାଇଥିଲା। ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ଟ୍ରେନଟି ପ୍ରାୟ ଏକଘଣ୍ଟା ବିଳମ୍ବରେ ଦିଲ୍ଲୀ ଅଭିମୁଖେ ଯାତ୍ରା […]
ବରଗଡ଼: ବରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ବାନ୍ଦୁଟିକରା ଅଞ୍ଚଳରେ ଜଣେ ଡାକ୍ତର ନିଜର ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ନାମ ସୁବୋଧ ସାହୁ ବୋଲି ଜଣାପଡ଼ିଛି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ସେ ଏପରି ଅଭାବନୀୟ କାଣ୍ଡ କରିଛନ୍ତି। ଦାନ୍ତ ବିନ୍ଧୁଥିବାରୁ ବନବାସପାଲିର ଜଣେ ମହିଳା ସୁବୋଧଙ୍କ କ୍ଲିନିକ୍କୁ ଆସିଥିଲେ। ସୁବୋଧ ତାଙ୍କୁ ଏକ ଇଞ୍ଜେକ୍ସନ୍ ଦେଇଥିଲେ। ଏଥିରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ବରଗଡ଼ ମେଡିକାଲରେ ତାଙ୍କର […]
ଭୁବନେଶ୍ୱର: ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାର ୬ଟି ଲୋକସଭା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ। ଏପ୍ରିଲ ୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୧୦ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୨ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର […]
ଜୟପୁର(ଟି.ଗୌରୀଶଙ୍କର): ବେଙ୍ଗାଲୁରୁରେ ନିର୍ବାଚନ ଲଢୁଛନ୍ତି ଜଣେ ଓଡ଼ିଆ ପୁଅ। ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସେ ହେଉଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ଯୁବକ ରେପାର୍ତ୍ତି ଅନୀଲ କୁମାର। ଜୟପୁର ସହରର ବେଲରୋଡରେ ତାଙ୍କ ଘର। ଗତ ୪ବର୍ଷ ହେଲା ସେ ବେଙ୍ଗାଲୁରୁରେ ପତ୍ନୀଙ୍କ ସହ ରହୁଛନ୍ତି। ଏବେ ସେ ରେପାର୍ତ୍ତି କନସାଲଟାନସି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଅଛନ୍ତି। ଚଳିତ ନିର୍ବାବନରେ ସେ ବେଙ୍ଗାଲୁରୁ ସେଣ୍ଟ୍ରାଲରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ […]