ଭୁବନେଶ୍ୱର: ଓକିଲ ବେଶରେ ବାଇକ୍ ଚୋରି। ଏଭଳି ଅଭିନବ ଉପାୟ ଆପଣାଇଥିଲେ କିଛି ଲୁଟେରା। ତହସିଲ୍ ଅଫିସ ପରିସରରୁ ଏହି ଲୁଟେରାମାନେ ଓକିଲ ଡ୍ରେସ୍ ପିନ୍ଧି ଚୋରି କରୁଥିଲେ। ଯେମିତି ସେମାନଙ୍କୁ କେହି ଆଉ ସନ୍ଦେହ କରିପାରିବେ ନାହିଁ। ଏହି ଚୋରିର ପର୍ଦ୍ଦାଫାସ କରିଛନ୍ତି ପୁଲିସ୍ କମିଶନର। ସିସିଟିଭି ଫୁଟେଜ୍ ଆଧାରରେ ବଡଗଡ଼ ପୁଲିସ୍ ଥାନା ଚୋରି ବାଇକ୍ ଉଦ୍ଧାର କରିଛନ୍ତି। ଚୋରା ବାଇକ୍କୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଉଛି। ଆଜି ସୁଦ୍ଧା ୪୬ ଚୋରା ବାଇକ୍ […]
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବ୍ୟାପକ ଦୁର୍ନୀତିର ପ୍ରମାଣ ମିଳିଛି। ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ କୁମାର ଦାସ ରେଭେନ୍ସା ଦୁର୍ନୀତିର ତଦନ୍ତ କରୁଥିଲେ। ଦୁର୍ନୀତିର ପ୍ରମାଣ ମିଳିଥିବା ନେଇ ସେ ସୂଚନା ଦେଇଛନ୍ତି। ଗୋଟିଏ ନୁହେଁ ଏକାଧିକ କ୍ଷେତ୍ରରେ ଦୁର୍ନୀତିର ପ୍ରମାଣ ମିଳିଛି। ସପ୍ତାହକ ମଧ୍ୟରେ ସେ ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍ତି। ସୂଚନା ମୁତାବକ, ୨୦୧୪-୧୫ରେ ବିନା ଟେଣ୍ଡରରେ କଂପ୍ୟୁଟର କିଣାଯାଇଛି। ୨୦୧୫-୧୬ରେ ଅଧ୍ୟାପକ ନିଯୁକ୍ତିରେ ବି ଅନିୟମିତତା ହୋଇଛି। ଠିକା ଅଧ୍ୟାପକଙ୍କୁ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ସହର ଉପକଣ୍ଠ ଯୋଗଧାରୀ ନିକଟରେ ଆଜି ସକାଳ ପ୍ରାୟ ୬ଟାରେ ଏକ ହାଇୱା ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ତେରତାଙ୍ଗ ଗାଁର ଦିପୁ ଓରଫ ସୂର୍ଯ୍ୟକାନ୍ତ ଶତପଥୀ। ଗୁରୁତର ଯୁବକ ହେଲେ ଅଲାଭର ଶାସନ ଗାଁର ମୁନା ଦାସ। ଉଭୟ ଏକ ବାଇକରେ କଟକ ଯାଉଥିଲେ। ହେଲେ ଘନ କୁହୁଡ଼ି ଯୋଗୁ […]
ବୌଦ୍ଧ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଁଟାପାଲି ଗାଁରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ମୀନକେତନ ପଟେଲ। ତାଙ୍କ ଘର ଗୁଚ୍ଛାପଡ଼ାରେ। ସୂଚନା ଅନୁସାରେ, ଗତକାଲି ରାତିରେ ମୀନକେତନ ଘରକୁ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତେଣୁ ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ପୁଲିସ୍ ଘଟଣାର ତଦନ୍ତ କରୁଛି।
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ରୁଟୁକୁପିଢୀ-ଚିକଟଫଣ୍ଡି ଫରେଷ୍ଟ ରୋଡରେ ପୁଲିସ୍ ଏନକାଉଣ୍ଟରରେ କୁଖ୍ୟାତ ଡକାୟତ ଅନୀଲ ତିର୍କି ଆହତ ହୋଇଛି। ଗତକାଲି ସନ୍ଧ୍ୟାରେ ଅନୀଲ ଡକାୟତି ଯୋଜନା କରୁଥିବାବେଳେ ପୁଲିସ୍ ଅତର୍କିତ ଚଢ଼ଉ କରିଥିଲା। ଏହି ସମୟରେ ସେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। ତେବେ ପୁଲିସର ପାଲଟା ଫାୟାରିଂରେ ଅନୀଲର ଆଣ୍ଠୁରେ ଗୁଳି ବାଜିଥିଲା। ଆହତ ଅନୀଲକୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଛି। ତା’ ନିକଟରୁ ଗୋଟିଏ ପିସ୍ତଲ ଓ ବାଇକ ପୁଲିସ୍ […]
ଯାଜପୁର/ମାଲକାନଗିରି: ବିଜେପି ଟିକେଟ୍ ଘୋଷଣା କରିବା ପରେ ଯାଜପୁର ବଡ଼ଚଣା ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ବିଜେପି ରାଜ୍ୟ ସଂପାଦିକା ତଥା ବଡ଼ଚଣା ବିଜେପି ନେତ୍ରୀ ସୀମନ୍ତିନୀ ଜେନା ମୁହଁ ଖୋଲିଛନ୍ତି। ୧୯୯୫ ପରଠାରୁ ଦଳରେ ରହି କାମ କରି ଆସୁଥିବାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ବଡ଼ଚଣାରୁ ସେ ବିଜେପି ଟିକେଟ୍ରେ ଲଢ଼ିଥିଲେ। ତେବେ ବର୍ତ୍ତମାନ ଏହି ଆସନରୁ ଅମର ନାୟକଙ୍କୁ ଦଳ ଟିକେଟ୍ ଦେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ଏଭଳି ନିଷ୍ପତ୍ତି […]
ଭୁବନେଶ୍ୱର: କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ଥାନାରେ ଏତଲା ଦିଆଯାଇଛି। କଂଗ୍ରେସ ଭବନର କାର୍ଯ୍ୟାଳୟ ସଂପାଦକ ବୈଦନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଗତ ୨୩ ତାରିଖରେ ଶତାଧିକ ଯୁକକ କଂଗ୍ରେସ ଭବନରେ ପଶି ହଠାତ୍ ଭଙ୍ଗାରୁଜା କରିଥିଲେ। ଯୁବକଙ୍କ ଆକ୍ରମଣରେ କଂଗ୍ରେସ ଭବନର ଟେବୁଲ, ଚେୟାର ଓ କମ୍ପ୍ୟୁଟର ଭାଙ୍ଗିଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ନିର୍ବାଚନମଣ୍ତଳୀରେ କଂଗ୍ରେସର ଟିକେଟ୍ ବଣ୍ଟନକୁ ନେଇ ବିଦ୍ରୋହ ଦେଖାଦେଇଛି। ଦଳରେ ୩ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ ୩ ମାସ ପୂର୍ବରୁ ଜଳେଶ୍ୱର ବିକାଶ ମଞ୍ଚରୁ ଆସି କଂଗ୍ରେସରେ ମିଶିଥିବା ସୁଦର୍ଶନ ଦାସଙ୍କୁ ପୁରୁଣା କଂଗ୍ରେସ କର୍ମୀ ଓ ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବା ବେଳେ ଶତାଧିକ ପୁରୁଣା […]
ବରଗଡ଼(ଦୀପକ ଶର୍ମା): ଆଜି ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନପତ୍ର ଦାଖଲ କରିବେ। ଦିନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ସ୍ଥିତ ସତୀଭଟା ଏୟାର ଷ୍ଟ୍ରିପରେ ପହଞ୍ଚିବେ। ସେଠାରେ କର୍ମୀମାନଙ୍କୁ ଉଦବୋଧନ ଦେବେ। ଏହାପରେ ମୁଖ୍ୟମନ୍ତ୍ରୀ ସିଧା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦିନ ୨ଟା ୧୫ରେ ନାମାଙ୍କନପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଇଛି।
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରୀଙ୍କ ବାପା ଗତକାଲି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଛାତ୍ରୀ ଜଣକ ଛେଣ୍ଡିପଦା ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଥିଲେ। ସେ କଲେଜରୁ ଫେରୁଥିବା ବେଳେ ବିଭୁତିଭୂଷଣ ନାମକ ଜଣେ ଯୁବକ ଝିଅକୁ ଅପହରଣ କରିଥିବା ନେଇ ତାଙ୍କ ବାପା ଅଭିଯୋଗ କରିଛନ୍ତି। ଘରକୁ ଫେରିବାରେ ଝିଅର ବିଳମ୍ୱ ହେବାରୁ ପରିବାର […]
ବଲାଙ୍ଗିର/ଗୁଣପୁର: ବଲାଙ୍ଗିର ବିଜେପିରେ ବିଦ୍ରୋହ ଦେଖିବାକୁ ମିଳିଛି। ବଲାଙ୍ଗିର ବିଧାନସଭା ପାଇଁ ବିଜେପି ଦଳ ନୂଆ ମୁହଁ ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ଦାସଙ୍କୁ ପ୍ରାର୍ଥୀ କରିଛି। ଗତଥରର ବିଜେପିର ବିଧାୟକ ପ୍ରାର୍ଥୀ ବାସୁଦେବ ପତି ଅନନ୍ତ ଦାସଙ୍କୁ ଟିକେଟ୍ ଦିଆଯିବାକୁ ତୀବ୍ର ବିରୋଧ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି ଅନନ୍ତ ଦାସଙ୍କ ବିରୋଧରେ ବାସୁଦେବ ବିଷ ଓଗାଲିଛନ୍ତି। ବଲାଙ୍ଗିରରେ ଜଣେ ଟାଣୁଆ କଂଗ୍ରେସ ନେତା ଏବଂ ପାଟଣାଗଡ଼ର ଜଣେ ବରିଷ୍ଠ ବିଜେପି ନେତା […]
ରାଉରାକେଲା(ସତ୍ୟା଼ନନ୍ଦ ମହାନ୍ତି): ଅଳ୍ପକେ ବର୍ତ୍ତିଲା ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍। ରାଉରକେଲା ନିକଟ ବନ୍ଧମୁଣ୍ଡା ଡିଜେଲ୍ କଲୋନୀ ନିକଟରେ ରେଳ ଲାଇନ୍ରେ ଫାଟ୍ ହୋଇଥିବା ଜାଣିବା ପରେ ଲାଇନ୍ ମ୍ୟାନ୍ ରାମ ଆଶ୍ରୟ ଦାସ ରେଡ୍ ସିଗ୍ନାଲ ଦେଇଥିଲେ। ଫଳରେ ଟ୍ରେନ୍ ଡ୍ରାଇଭର ଟାଟା-ଆଲ୍ଲେପୀ ଏକ୍ସପ୍ରେସ୍କୁ ଅଟାଇଥିଲେ। ଏହି ରୁଟ୍ରେ ଟ୍ରେନ୍ ଚଳାଚଳକୁ ବନ୍ଦ କରାଯାଇଛି। ଘଟଣା ପରେ ରେଳବାଇ କର୍ମଚାରୀ ଓ ବୈଷୟିକ ଟିମ୍ ପହଞ୍ଚି ରେଳ ଲାଇନ୍ ମରାମତି ଚଳାଇଛନ୍ତି।
ନୀଳଗିରି(ବିଶ୍ୱମ୍ୱର ଦାସ): ଏମିତି ବି ଆସେ ମୃତ୍ୟୁ। ନିଜ କାର୍କୁ ଷ୍ଟାର୍ଟରେ ରଖି ସାମ୍ନାରେ ମୋବାଇଲରେ ଫଟୋ ଉଠାଉଥିଲେ। କାର୍ ଭିତରେ ବସିଥିଲେ ତାଙ୍କ ସ୍ତ୍ରୀ। ହେଲେ କାର୍ଟି ହଠାତ୍ ଗଡ଼ି ଚାପି ଦେଲା। ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ଥିତ କୁଲଢ଼ିଆ ଅଭୟାରଣ୍ୟରେ ଏମିତି ଏକ ଅଘଟଣ ଘଟିଛି। କାର୍ରେ ଚାପି ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଜୟ ବାନାର୍ଜୀ। ତାଙ୍କ ଉପରେ କାର୍ଟି ଓଲଟିଯିବା ଫଳରେ ସେ ଚାପି ହୋଇ ପ୍ରାଣ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳରେ ବିଦ୍ରୋହ ଦେଖିବାକୁ ମିଳିଛି। ରାତି ଅଧିଆ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଭାବେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନଙ୍କୁ ଟିକେଟ୍ ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଅନ୍ୟତମ ଆଶାୟୀ ଇଞ୍ଜିନିୟର ଉତ୍ତମ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ପିଙ୍କି ପ୍ରଧାନଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଥିଲେ। ଉତ୍ତମଙ୍କୁ ବିଜେପି ଟିକେଟ୍ ଦିଆ ନଗଲେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ୫ହଜାର କର୍ମୀ ବିଜେପିରୁ ଇସ୍ତଫା […]
ଭୁବନେଶ୍ୱର: ଓଲିଉଡର କମେଡି କିଙ୍ଗ୍ ଜୟୀରାମ ସାମଲଙ୍କୁ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ପରିବାର ଲୋକ ସୂଚନା ଦେଇଛନ୍ତି। ସେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ବୋଲି ଜଣାପଡ଼ିଛି। ତାଙ୍କର ଅସୁସ୍ଥତା ଖବର ପାଇ ଓଡ଼ିଆ ସିନେ କଳାକାରମାନେ ତାଙ୍କୁ ଭେଟିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ବଦଳିଛନ୍ତି। ପୂର୍ବରୁ ପ୍ରାର୍ଥୀ ହୋଇଥିବା ବିସ୍ମୟ ମହାପାତ୍ରଙ୍କ ସ୍ଥାନରେ ଦିଗପହଣ୍ଡିର ପୂର୍ବତନ ନଗରପାଳ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ ପଣ୍ଡାଙ୍କୁ ଟିକେଟ୍ ଦିଆଯାଇଛି। ଏହାକୁ ନେଇ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରି ଖେଳି ଯାଇଛି।
ବାଲେଶ୍ୱର: ଲଗାଣ ବର୍ଷାରେ ଗଙ୍ଗାହାର ନଦୀରେ ବନ୍ୟା ଆସିବା ଫଳରେ ବାଲେଶ୍ୱର ଜିଲ୍ଲା ରେମୁଣାର ଗାଙ୍ଗପୁରା ଗାଁର ଲୋକେ ପାଣି ଘେରରେ ଦିନ କାଟୁଛନ୍ତି। ଘରେ ଓ ବାହାରେ ସବୁଠି ପାଣି। ଲୋକମାନଙ୍କୁ କୌଣସି ଜରୁରୀ କାମ ପଡ଼ିଲେ ଅଣ୍ଟାଏ ପାଣି ଭିତରେ ପଶି ବାହାରକୁ ଯିବାକୁ ପଡ଼ୁଛି। ଗାଙ୍ଗପୁରା ଗାଁ ଏବଂ ତାହାର ଆଖପାଖ ଅଞ୍ଚଳକୁ ବନ୍ୟା ପାଣି ମାଡ଼ିଯାଇଛି। ଗାଁକୁ ଯାଇଥିବା ମାଟି ରାସ୍ତା ଓ ବିଲ ସବୁ ଏକାକାର ହୋଇଯାଇଛି। ଫଳରେ ଲୋକେ […]
ବାରିପଦା(ମାଣିକଲାଲ୍ ପାଣି): ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସ ଦଳ ଛାଡ଼ିଛନ୍ତି। ଏନେଇ ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ଏଥିସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଜେପିର ସେ ମୋରଡ଼ା ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀର ଟିକେଟ୍ ଘୋଷଣା ହୋଇଥିଲେ ମଧ୍ୟ ମୋରଡ଼ା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନ ଥିବାରୁ ସେ […]
ଭୁବନେଶ୍ୱର: ବିଜେପିର ୩ ନେତାଙ୍କୁ ନୂଆ ସାଙ୍ଗଠନିକ ଦାୟିତ୍ୱ ମିଳିଛି। ଦଳରେ ଯୋଗ ଦେଇଥିବା ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ, ସୁବାଷ ଚୌହ୍ୱାନ ଓ ପୀତାମ୍ବର ଆଚାର୍ଯ୍ୟଙ୍କୁ ମିଳିଲା ରାଜ୍ୟ ଉପସଭାପତି ଦାୟିତ୍ୱ। ସାଧାରଣ ନିର୍ବାଚନ ପୂର୍ବରୁ ସାଂଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏହି ତିନି ନେତାଙ୍କୁ ନୂଆ ଦାୟିତ୍ୱ ଦେଇଥିବା ବିଜେପି ମିଡିଆ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି।
କେନ୍ଦୁଝର: ସୋଶାଲ୍ ମିଡିଆରେ କେନ୍ଦୁଝର ଜିଲ୍ଲାର ଜଣେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ ଥିବା ମହିଳାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ ମାମଲା ରୁଜୁ କରିବା ସଙ୍ଗେ ସଙ୍ଗେ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ମୁତାବକ, ଅଭିଯୁକ୍ତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ଯାହା ଏବେ ଭାଇରାଲ୍ ହୋଇଯାଇଛି। ଏବେ ସେହି ଭିଡିଓ ମୋବାଇଲ୍ରୁ ମୋବାଇଲକୁ ଘୂରି […]
ନବରଙ୍ଗପୁର: ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଥିବା ଘଟଣାକୁ ଇତିମଧ୍ୟରେ ବିତିଯାଇଛି ୪୮ ଘଣ୍ଟା। ହେଲେ ସରକାରୀ ସ୍ତରରେ ସ୍ପଷ୍ଟ ହୋଇନି ମୃତ୍ୟୁର କାରଣ। କିନ୍ତୁ ପରିବାର ଲୋକେ କହୁଛନ୍ତି, ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ଖାଇବାରୁ ଏଭଳି ଘଟଣା ଘଟିଛି। ୨ ବୋହୂଙ୍କ ସହ ୪ଜଣ ୩ ଦିନ ତଳର ବାସୀ ପିଠା ଖାଇଥିଲେ। ଘରେ ସେମିତି କିଛି ଅଭାବ ଅସୁବିଧା ନଥିଲେ ବି ଅାମ୍ବଟାକୁଅାରୁ ପ୍ରସ୍ତୁତ ପିଠା ବିଷାକ୍ତ ହେବାରୁ ଏଭଳି ଘଟଣା ଘଟିଥିବା କହିଛନ୍ତି ପରିବାର […]
ଶ୍ରୀନଗର: ସାରାଦେଶରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ତେବେ ଏଭଳି ଏକ ପବିତ୍ର ଦିନରେ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇଛନ୍ତି ଅାତଙ୍କବାଦୀ। ଜଣେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିଛନ୍ତି ମୃତ୍ୟୁର ଏହି ସୌଦାଗରମାନେ। ଜାମ୍ମୁ ଓ କାଶ୍ମୀର ପୋଲିସର କନେଷ୍ଟବଳ ଫୟଜ ଅହମ୍ମଦ ଶାହ ନମାଜ ସାରି ଘରକୁ ଫେରୁଥିବା ବେଳେ ଅାତଙ୍କବାଦୀ ତାଙ୍କୁ ଟାର୍ଗେଟ କରିଥିଲେ। ଏପଟେ ପୁଲୱାମା ଜିଲ୍ଲା ବିଜେପି ସଭାପତି ସବିର ଅହମ୍ମଦ ଭଟ୍ଟଙ୍କୁ ମଧ୍ୟ […]
ଭୁବନେଶ୍ୱର: ଆଜି ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ଦଳ ପ୍ରଥମ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସମସ୍ତ ୯ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ୫୪ଟି ବିଧାନସଭା ଆସନ ଲାଗି ଟିକେଟ୍ ଘୋଷଣା କରିଛି। ପ୍ରଥମ ଦୁଇ ପର୍ଯ୍ୟାୟର ୯ଟି ଆସନକୁ ମିଶାଇ ଦଳ ଆହୁରି ୯୩ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ଅଛି। ତେବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ […]
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ କଂଗ୍ରେସ ପ୍ରାର୍ଥୀ ମନୋଜା ମଞ୍ଜରୀ ଦେବୀଙ୍କୁ ବିରୋଧ କରାଯାଇଛି। ଆଶାୟୀ ପ୍ରାର୍ଥୀ ତଥା ପିସିସି ସଦସ୍ୟ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସମର୍ଥକମାନେ ମନୋଜାଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିବା ସହ ରାଜ୍ୟ ନେତୃତ୍ୱଙ୍କ ପାଖରେ ଫେରାଦ ହେବେ ବୋଲି କହିଛନ୍ତି। ଗତକାଲି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା। ଏଥିରେ ନୀଳଗିରି ରାଜ ପରିବାରର ମନୋଜାମଞ୍ଜରୀ ଦେବୀଙ୍କୁ ଦଳ ଟିକେଟ୍ ଦେଇଥିଲା। ଟିକେଟ୍ ପାଇବା ପରେ ମନୋଜ ମଞ୍ଜରୀ ପ୍ରତିକ୍ରିୟା ଦେଇ […]
ଭୁବନେଶ୍ୱର: ପ୍ରାର୍ଥୀ ଚୟନ ଲାଗି ଆରମ୍ଭ ହୋଇଯାଇଛି ତିନି ଦଳର କସରତ। କଂଗ୍ରେସର ପିଇସି ବୈଠକ, ଗୁପ୍ତ ଭାବେ ବିଜେଡିର ଅଙ୍କକଷା, ଆଉ ଆଭ୍ୟନ୍ତରୀଣ ସର୍ଭେ ଆଧାରରେ ପ୍ରାର୍ଥୀ ଚୟନରେ ବିଜେପି ବି ବ୍ୟସ୍ତ । ତିନି ଦଳ ମଧ୍ୟରୁ ପ୍ରାର୍ଥୀ ଚୟନ ନେଇ ଅଧିକ ଅଡୁଆରେ ବିଜେଡି। ଟେନସନ୍ରେ ଦଳୀୟ ସୁପ୍ରିମୋ, କାହାକୁ ଟିକଟ ଦିଆଯିବ, କାହା ଟିକଟ କଟାଯିବ, ଟିକଟ କଟିଲେ କିଭଳି ରିଆକ୍ସନ ହେବ ସେନେଇ ଗୁପ୍ତ ଭାବେ ଚାଲିଛି ମାନସମନ୍ଥନ। ଉଭୟ […]