ଜୟପୁର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଜୟପୁର ଗସ୍ତରେ ଆସି ନିର୍ବାଚନୀ ସଭାରେ ନାଁ ନନେଇ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏଥର ବେଶ୍ ଶାଣିତ ଥିଲା ମୋଦିଙ୍କ ସ୍ୱର। ଚିଟ୍ଫଣ୍ଡ ଦୁର୍ନୀତି, ନାରୀ ନିର୍ଯାତନା, ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର କାର୍ଯ୍ୟକାରୀ ନକରିବା, କାଳିଆ ଯୋଜନା, ଖଣି ଦୁର୍ନୀତି ଭଳି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ମୋଦି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେହିପରି ପିଏମ୍ କିଷାନ ଯୋଜନାର […]
କଟକ: ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ନେଲା କଟକ କମିଶନରେଟ୍ ପୁଲିସ୍। ତାହିର୍ ଅଲ୍ଲୀ ଗୁଳିକାଣ୍ଡ ମାମଲାରେ ଟିଟୋକୁ ଗତକାଲିଠୁ ୨ ଦିନିଆ ରିମାଣ୍ଡରେ ଅଣାଯାଇଛି। କାଲି ଟିଟୋକୁ ସାଲେପୁର JMFC କୋର୍ଟରେ ହାଜର କରାଯାଇଥିଲା। ପରେ ୨ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଜଗତପୁର ପୁଲିସ୍କୁ ଅନୁମତି ପ୍ରଦାନ କରିଥିଲା। ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଟେଣ୍ଡର ବିବାଦକୁ ନେଇ ଜଗତପୁର ନିକଟରେ ଥିବା ଗୋଲେଇ ଛକରେ ତାହିର୍ ଉପରକୁ ଗୁଳିମାଡ ହୋଇଥିଲା। ଏହି ଘଟଣାରେ […]
ନୂଆପଡ଼ା(ମାୟାଧର ସରାଫ୍):ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଓ ସୋରଡ଼ା ମଝିରେ ତାଙ୍କ କାର୍ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତହସିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କାର୍ ଡ୍ରାଇଭର ଆହତ ହୋଇଛନ୍ତି। ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ ଭଉଣୀ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଚିରନ୍ତନ କରିବା ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜିର ଏହି ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ଲୋଡିଥାଏ। କେବଳ ଭାଇ ଭଉଣୀ ନୁହଁନ୍ତି, ଅନେକ ସମ୍ପର୍କକୁ ଏକ ସୂତା ଖିଅ ମାଧ୍ୟମରେ ଯୋଡିଥାଏ ରାକ୍ଷୀ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନ ଚଳଞ୍ଚଳ ହୋଇଉଠିଛି। ରକ୍ଷା ବନ୍ଧନ ପାଳନ ଦ୍ୱାରା ଭାଇ […]
ଭୁବନେଶ୍ୱର: ଆଜି କଂଗ୍ରେସ ୭ ଲୋକସଭା ଓ ୨୦ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଧାନସଭା ଆସନ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀମାନେ ହେଲେ ତେଲକୋଇରୁ ମୋହନ ହେମ୍ବ୍ରମ୍,ପାଟନାରୁ ଗୋପେଶ୍ୱର ନାଏକ, ଯଶୀପୁରରୁ ମହେନ୍ଦ୍ର ନାଏକ,ଉଦଳାରୁ ବେଣୁଧର ମହାପାତ୍ର,ବାରିପଦାରୁ ଦଶରଥ ସିଂ,ଭୋଗରାଇରୁ ସତ୍ୟଶିବ ଦାସ, ବସ୍ତାରୁ ବିଜନ ନାୟକ, ରେମୁଣାରୁ ପ୍ରତାପ ସେଠୀ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ବିଦ୍ୟାଧର ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ବରୀରୁ ଉମେଶ ଜେନା,ସୁକିନ୍ଦାରୁ ଶରତ […]
ଭୁବନେଶ୍ୱର: ଓଡ଼ିଶାର ଆଉ ୭ଟି ଲୋକସଭା ଆସନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ପୁରୀରୁ ଲୋକସଭା ପ୍ରାର୍ଥୀ ହେବେ ପିସିସି ମିଡିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ। ସେହିପରି ଢେଙ୍କାନାଳରୁ ପ୍ରାର୍ଥୀ ହେବେ ଦଳର ବରିଷ୍ଠ ନେତା କାମାକ୍ଷା ପ୍ରସାଦ ସିଂଦେଓ। କେନ୍ଦ୍ରାପଡାରୁ ପୁଣି ଥରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବରିଷ୍ଠ କଂଗ୍ରେସ ନେତା ଧରଣୀଧର ନାୟକ। ବାଲେଶ୍ୱରରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ, କେନ୍ଦୁଝରରୁ ଫକୀର ମୋହନ ନାୟକ, ଭଦ୍ରକରୁ […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ କିଶୋରନଗର ଥାନା କଳାବେଡା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ଏବେବି ଦୁଇ ଗାଡି ମଝିରେ ଫଶି ରହିଛନ୍ତି। ସକାଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହଯୋଗୀ […]
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ଜରାସିଂହା ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ କୁମାର ସାହୁ(୩୧)। ଦୁର୍ଘଟଣା ପରେ ଗାଁ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା
ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାରେ ଆଉ ୨ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ପ୍ରମୋଦ ଦାସ ଏବଂ ଅରୂପ ପୃଷ୍ଟି। ଏହାକୁ ମିଶାଇ ଏହି ଘଟଣାରେ ଗିରଫଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ପୁଲିସ୍ ଜବତ କରିଛି। ଗତ ମଙ୍ଗଳାବାର ରାତିରେ ରାମଚନ୍ଦ୍ରଙ୍କୁ କିଛି ଲୋକ ଘରୁ ଡାକି ନେଇ ଅତି ନୃଶଂସ ଭାବେ ହତ୍ୟା କରିଥିଲେ। ହତ୍ୟାକାରୀମାନେ ରାମଚନ୍ଦ୍ରଙ୍କ ଦୁଇଟି […]
ଭୁବନେଶ୍ୱର: ଗତକାଲି ଆଉ ୯ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ବୈଜୟନ୍ତ ପଣ୍ଡାଙ୍କୁ କଟାକ୍ଷ କରିଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁ ଘୋଷଣା କଲା ବେଳେ ନବୀନ କହିଥିଲେ ଯେ ତାଙ୍କ (ଅନୁଭବ ମହାନ୍ତି) ପାଖରେ ସତ୍ୟପାଠରେ ଲୁଚାଇବା ଭଳି କିଛି ନାହିଁ, ଯେମିତିକି ଦୁଇ ଦୁଇଟି […]
ସାଲେପୁର(ମନୋଜ ଆଚାର୍ଯ୍ୟ): କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତାରିତୋ-କୋଟିଲୋ ଠାରେ ଟ୍ରକ୍ ଧକ୍କାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଆହତ ହୋଇଛନ୍ତି। ମୃତକଦ୍ୱୟ ହେଲେ ଦାଇଲୋର ଗାଁର ଜ୍ୟୋତି ରଞ୍ଜନ ଦାସ ଓ ଦିଲ୍ଲୀପ ଦାସ। ଜ୍ୟୋତି ଓ ଦିଲ୍ଲୀପ ଏକ ବାଇକ୍ରେ ବୀଲହାଟକୁ ଯାଉଥିବା ବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ଆହତ ଶ୍ରୀକାନ୍ତ ଅନ୍ୟ […]
ବାଲେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଯାଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ଠିକ୍ ନୁହେଁ। ଏହି ଯୋଜନାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର କରାନଯାଉ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା। ଆଜି ବାଲେଶ୍ୱରରେ ଭୁବନେଶ୍ୱର ଏମ୍ସ୍ର ସାଟେଲାଇଟ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ହିତାଧିକାରୀ ଆନ୍ତଃରାଜ୍ୟ ସ୍ତରରେ ଚିକିତ୍ସା ସୁବିଧା ପାଇପାରିବେ। ଅର୍ଥାତ ଗୋଟିଏ ରାଜ୍ୟର ରୋଗୀ ଅନ୍ୟ […]
ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିପ୍ରହର ଧୂପ ସରିବା ପରେ ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ଶୈଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଏବଂ କଳା ଆଦି ପାରମ୍ପରିକ ରଙ୍ଗରେ ଶୃଙ୍ଗାର ହୋଇସାରିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଝଲସି ଉଠିବ। ଶ୍ରୀଜଗନ୍ନାଥଙ୍କ ଏହି ବେଶ ଶ୍ରେଷ୍ଠ ନୀତି ମଧ୍ୟରେ […]
ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,“ ମୈଦାନ ପ୍ରସ୍ତୁତ ରହିଛି ଏବଂ ଏଥର ନବୀନ ନିଶ୍ଚୟ ହାରିବେ।” ଅରୁଣ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆହୁରି କହିଛନ୍ତି, “ସେ ଥକି ଗଲେଣି। ତେଣୁ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଧରି ଶାସନ ଚଳାଇଛନ୍ତି। ଚଳିତ ବର୍ଷ ସାଧାରଣ […]
ବାଲେଶ୍ୱର:(ରଞ୍ଜିତ ପାକଳ): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୫ ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଡାକ୍ତରଖାନା ଆଗରେ ଶବ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି। ସାଉଡ଼ି ଗାଁର ଜଣେ ଶିଶୁ କନ୍ୟାଙ୍କ ମୁଣ୍ଡରେ ଟ୍ୟୁମର ହୋଇଥିଲା। ତେଣୁ ଗତ ବୁଧବାର ଦିନ ପରିବାର ଲୋକେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଗତକାଲି ଡାକ୍ତର ଟ୍ୟୁମର ଅପରେସନ କରିଥିଲେ। ତେବେ ଅପରେସନ ପରେ ସନ୍ଧ୍ୟାରେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ରାତିରେ […]
ପାରଳାଖେମୁଣ୍ଡି( ଆଦର୍ଶ ଦାସ): ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ମୋହନା ବିଧାନସଭା ଆସନ ପାଇଁ ତାଙ୍କ ସ୍ତ୍ରୀ ପୂର୍ଣ୍ଣବାସୀ ନାୟକଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଦଳରେ ଶୃଙ୍ଖଳା ରକ୍ଷା କରିବା ଏବଂ ପରିବାର ରାଜନୀତିର ଅଭିଯୋଗ ନଆସିବା ପୂର୍ବରୁ ସେ ସ୍ୱଇଚ୍ଛାରେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପଦବୀ ଛାଡ଼ିବା ପରେ ଦଳର […]
ଭୁବନେଶ୍ୱର : ସେପ୍ଟେମ୍ବର ୫ରୁ ଜୋରଦାର ହେବ ଶିକ୍ଷକ ଅାନ୍ଦୋଳନ। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳିବ ମିଳିତ ମଞ୍ଚ। ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟିରେ ଏହି ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସବୁ ସ୍କୁଲ କଲେଜରେ ତାଲା ପକାଇବାକୁ ମଞ୍ଚ ନିଷ୍ପତ୍ତି ନେଇଛି। ଗତ ୧୬ ତାରିଖରୁ ଶହ ଶହ ଶିକ୍ଷକ ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଥିଲେ ମଧ୍ୟ ସରକାର ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ […]
ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ୫୦୦ରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ସନ୍ତୋଷଙ୍କ ଯୋଗଦାନ ନୀଳଗିରିରେ ବିଜେଡିକୁ ମଜଭୁତ୍ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହା ସହ ଢେଙ୍କାନାଳର କିଛି କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି।
ଜୟପୁର(ଟି.ଗୌରୀଶଙ୍କର): ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟପୁର ଆସିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପ୍ରଧାନମନ୍ତ୍ରୀ ଓଡ଼ିଶାର କୋରାପୁଟ ଜିଲ୍ଲାରୁ ଆରମ୍ଭ କରୁଥିବାରୁ ସାଧାରଣରେ ବେଶ୍ ଉତ୍ସାହ ଦେଖାଦେଇଛି। ସକାଳ ସାଢ଼େ ୯ଟାରେ ମୋଦି ଜୟପୁର ସଦର ଥାନା ଅନ୍ତର୍ଗତ ବାଙ୍କବିଜାଠାରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡରେ ଓହ୍ଲାଇବେ। ଏହାପରେ ସାଧାରଣ ସଭାରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ […]
ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସିବ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ। ଏହି ବୈଠକରେ ବାକିଥିବା ଆସନ ପାଇଁ ଅବଶିଷ୍ଟ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହେବ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଦିଲ୍ଲୀ ଗସ୍ତ କରିଛନ୍ତି। ଓଡ଼ିଶାରେ ବାକି ଆସନ ଗୁଡ଼ିକର ପ୍ରାର୍ଥୀ ଘୋଷଣା ଆଉ ଦିନେ ଦୁଇ ଦିନ ମଧ୍ୟରେ ହୋଇପାରେ। ବିଶେଷ ଭାବେ ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ତେବେ ଅସନ୍ତୁଷ୍ଟଙ୍କୁ ମନେଇବା ପାଇଁ […]
କଟକ : ପରକୀୟା ପ୍ରୀତିରୁ ଅାତ୍ମହତ୍ୟା ନା ସୁଚିନ୍ତିତ ହତ୍ୟାକାଣ୍ଡ। କଟକ ସାଲେପୁର ଥାନା ଖଣ୍ଡଗାଁର ଏକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳା ଓ ସଂପର୍କୀୟ ଦିଅରଙ୍କ ମୃତ ଦେହ ମିଳିବା ପରେ ଏବେ ଗାଁରେ ଚର୍ଚ୍ଚା। ବୁଧବାର ରାତିରେ ଗାଁର କ୍ଷୀରୋଦ ବେହେରାଙ୍କ ଘରକୁ ପଡ଼ୋଶୀ ଭଞ୍ଜ ପାତ୍ର ଯାଇଥିଲେ। ଏହି ସମୟରେ କ୍ଷୀରୋଦ ସ୍ତ୍ରୀ ତୁଳସୀ ଓ ଭଞ୍ଜଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖି ବାହାରୁ କବାଟ ଦେଇ ତାଲା ପକାଇ ଦେଇଥିଲେ। ଏନେଇ […]
ଭୁବନେଶ୍ୱର: ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ୬ଟି ଲୋକସଭା ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ସହ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ହିଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏପ୍ରିଲ ୪ ଯାଏ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଏପ୍ରିଲ ୫ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। […]
ବାଲେଶ୍ୱର : ବାଲେଶ୍ୱରର ସମଲପୁରରେ ଏମ୍ସର ସାଟେଲାଇଟ୍ ସେଣ୍ଟରର ନିଜସ୍ୱ ଗୃହ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ୩୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯିବ। ଏଠାରେ ଏକ ଓପିଡି ମଧ୍ୟ ଖୋଲାଯିବ, ଯାହାଫଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଅାଯିବ। ବର୍ତ୍ତମାନ ଏହି ସେବା ଡିଅାରଡିଓ ଭିତରେ ମିଳୁଥିବାବେଳେ ନିଜସ୍ୱ ଗୃହ ନିର୍ମାଣ ହେଲେ ସୁଫଳ ମିଳିବ ବୋଲି […]
ଭୁବନେଶ୍ୱର: ବଢୁଛି ତାତି। ଅସହ୍ୟ ଖରାରେ ହନ୍ତସନ୍ତ ରାଜ୍ୟବାସୀ। ଏଥିପାଇଁ ସକାଳ ୧୧ଟାରୁ ସାଢେ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଶ୍ରମିକମାନେ ଆଉ କାମ କରିପାରିବେ ନାହିଁ। ଆସନ୍ତା ଜୁନ ୧୫ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ନେଇ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ କମିଶନର OSDMA ପକ୍ଷରୁ ହିଟ ୱେଭ୍ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ୱେବ […]
କଣ୍ଟାବାଞ୍ଜି(ସୁରଦାସ ବାଗ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଭାଲୁମୁଣ୍ଡା ଗାଁ ଫୁଗୁଡ଼ା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ପଦ୍ମିନୀ ମଲ୍ଲିକ(୧୦)। ତାଙ୍କ ଘର ଧୂମସୁ ଗାଁରେ। ପଦ୍ମିନୀ କିଛି ଦିନ ହେବ ତାଙ୍କ ମାମୁ ଘର ଫୁଗୁଡ଼ାକୁ ଆସିଥିଲେ। ଆଜି ସକାଳେ ସେ ଛକ ନିକଟରେ ଥିବା ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। […]