• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

baleswar
ଘର ଗେଟ୍‌ ଖୋଲିବା ବେଳେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼

ବାଲେଶ୍ୱର: ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟାର ଫିରିଙ୍ଗିପାଟଣାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ନାଁ ମାନସ ଦାସ। ସୂଚନା ଅନୁସାରେ, ମାନସ  ରାତିରେ ଘରକୁ ଫେରି ଗେଟ୍‌ ଖୋଲୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ କ’ଣ ପାଇଁ ମାନସଙ୍କ ଉପରକୁ ଗୁଳିମାଡ଼ ହେଲା ତାହା ଜଣାପଡ଼ି […]

  • Tuesday, 20 July 2021
Janmashtami
ଆଜି ପବିତ୍ର ଜନ୍ମାଷ୍ଟମୀ; ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ନେଇ ଉତ୍ସବମୁଖର ସହର

ଭୁବନେଶ୍ୱର: ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀକୁ ନେଇ ସମଗ୍ର ରାଜ୍ୟ ଉତ୍ସବ ମୁଖର । ଏହି ଅବସରରେ ସହରର ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜା ନୀତିର ଆୟୋଜନ ମଧ୍ୟ ହୋଇଛି। ଭକ୍ତମାନେ ଉପବାସ ରଖି ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି। ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରି ଦିଆଯାଇଛି। ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୁଏ। ଯେହେତୁ କୃଷ୍ଣ […]

  • Tuesday, 20 July 2021
loot-up
ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟ୍ ଘଟଣାରେ ଦୁଇ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବ୍ରାହ୍ମଣପୋଖରୀ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଇରା ପୁଲିସ୍‌। ୨ଲୁଟେରା ହେଲେ ରାଜଗାଙ୍ଗପୁରର ବଳରାମ ପଟ୍ଟନାୟକ ଓ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ। ସେମାନଙ୍କ ନିକଟରୁ ବନ୍ଧୁକ, ମାରାଣାସ୍ତ୍ର ସମେତ ସୁନା ଚେନ୍‌ ଓ ବାଉକ ଜବତ କରିଛି ପୁଲିସ୍‌। ଶୁକ୍ରବାର ରାତିରେ ଖଇରା ଥାନା ଗୁଅାପାଳ ଗ୍ରାମ ନିକଟରେ ସରୋଜିନୀ ଓ ତାଙ୍କ ସଂପର୍କୀୟ ଭଣଜା ବାଇକରେ […]

  • Tuesday, 20 July 2021
laxmana-nanda-up
ଅାସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ

କନ୍ଧମାଳ : ଅାସନ୍ତାକାଲି ଜନ୍ମାଷ୍ଟମୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଫୁଲବାଣୀରେ ସ୍ମୃତିସଭା ଓ ଶ୍ରାଦ୍ଧବାର୍ଷିକୀ ଉତ୍ସବର ଅାୟୋଜନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଚକାପାଦ ଓ ଜଲେଶପଟା ଅାଶ୍ରମରେ ସୁରକ୍ଷାକର୍ମୀ ମୁତୟନ ସହ କନ୍ଧମାଳ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାନବାହନ ଯାଞ୍ଚ ସହ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ […]

  • Tuesday, 20 July 2021
police
ଚୌଦ୍ୱାର ବାଣିପଦା ଗାଁରେ ଗୋଷ୍ଠୀ ସଂଘର୍ଷ

ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବାଣିପଦା ଗାଁରେ ଯାତ୍ରା ଶେଷ ହେବା ପରେ ୨ ସାହି ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ବଚସା ପରେ ଢେଲା ପଥର ମରାମରି ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଗଣ୍ଡଗୋଳକାରୀଙ୍କ ଢ଼େଲାମାଡ଼ରେ ଆହତ ହୋଇଛନ୍ତି। ଆହତ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ […]

  • Tuesday, 20 July 2021
representational
ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କର ମୃତ୍ୟୁ। ତାଙ୍କ ନାଁ ମୁନାବର ବିଶ୍ୱାଳ। ଗତକାଲି ବିଳମ୍ବିତ ରାତିରେ ମୁନାବରଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଅସ୍ତରଙ୍ଗର ବଳଭଦ୍ରପୁର ଅଞ୍ଚଳରେ। ମୁନାବର ତାଙ୍କ ମାଆଙ୍କୁ ହତ୍ୟା କରି ୨୦୧୫ ମସିହାରୁ ପୁରୀ ଜିଲ୍ଲା ନିମାପଡ଼ା ସବ୍ ଜେଲ୍‌ରେ ସଜ୍ଜା କାଟୁ ଥିଲେ। ଗତକାଲି ମୁନାବରଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ନିମାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବିଳମ୍ବିତ […]

  • Tuesday, 20 July 2021
fire
ଏସ୍‌ସିବି ମେଡିକାଲର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ

କଟକ(ପ୍ରଭାତ ବିଷୋୟୀ):ଗତକାଲି ରାତିରେ କଟକ ଏସ୍‌ସିବି ମେଡିକାଲ କଲେଜର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।  

  • Tuesday, 20 July 2021
air-pot
ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ପାର୍କିଂ ନିୟମ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି’ ନାହଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ କୌଣସି ପାର୍କିଂ ଫି’ ନାହିଁ। କଣ୍ଟ୍ରାକଟ୍‌ କ୍ୟାରେଜ୍ ଲାଇସେନ୍ସ ଥିବା ସମସ୍ତ ବ୍ୟବସାୟିକ ବାହନ ଠାରୁ ଫି ଆଦାୟ କରିବାକୁ ନିୟମ ହୋଇଛି। ବିମାନ ବନ୍ଦର ପାର୍କିଂ […]

  • Tuesday, 20 July 2021
accident
ଘାଟିରେ ଓଲଟିଲା ଅଟୋ

ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଛାତ୍ରଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଅଭିଭାବକ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝରିଗାଁ ଶିଉନାଗୁଡ଼ାର ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ଲାଗି ଚନ୍ଦାହାଣ୍ଡି ବ୍ଲକ ଧଡ଼ିପାଣି ସ୍କୁଲକୁ ଯାଉଥିଲେ। ତେବେ ଘାଟି ରାସ୍ତାରେ ଯାଉଥିବାବେଳେ ଡ୍ରାଇଭର ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା। ଦୁର୍ଘଟଣା […]

  • Tuesday, 20 July 2021
IPS
ଡିଜିପି ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା

ଭୁବନେଶ୍ୱର: ଭାରପ୍ରାପ୍ତ ପୁଲିସ୍‌ ଡିଜି ଭାବେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ ହେବ। ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍ କାର୍ଯ୍ୟ କରିବ। ପତ୍ନୀଙ୍କ ବିୟୋଗ ଯୋଗୁ ଡିଜିପି ଆରପି ଶର୍ମା ଛୁଟିରେ ଅଛନ୍ତି। ରାଜ୍ୟ […]

  • Tuesday, 20 July 2021
elephant bathing
ହାତୀଙ୍କ ଜଳ କ୍ରୀଡ଼ା

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତା କଡ଼ରେ ହାତୀଙ୍କ ଜଳ କ୍ରୀଡ଼ା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।  କଳିଙ୍ଗ ଷ୍ଟୁଡିଓ ଛକ ରୁ ରେଣ୍ଟାଲ କଲୋନୀ ଛକକୁ ସଂଯୋଗ କରୁଥିବା ରାସ୍ତାର ବାମ ପାର୍ଶ୍ୱରେ ଥିବା ଜଳାଶୟରେ ପ୍ରାୟ ୪୫ ମିନିଟ୍‌ ଧରି ହାତୀମାନେ ଜଳ କ୍ରୀଡ଼ା କରୁଥିବା ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା। ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଭରତପୁର ଜଗନ୍ନାଥ ପ୍ରସାଦ ଜଙ୍ଗଲରେ ଥିବା ୫ଟି ହାତୀ ମଧ୍ୟରୁ […]

  • Tuesday, 20 July 2021
phulbani
ପ୍ରଚାର ଛାଡ଼ି ପ୍ରସୂତିଙ୍କୁ ମେଡିକାଲ ନେଲେ ଲୋକସଭା ପ୍ରାର୍ଥୀ

ଫୁଲବାଣୀ(ତ୍ରିନାଥ ସାହୁ): ଜଣେ ଗୁରୁତର ଥିବା ପ୍ରସୂତିଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଲୋକସଭା ପ୍ରାର୍ଥୀ।  ଏଭଳି ମହତ କାମ କରି ଏବେ ସେ ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଲୋକସଭା ଆସନର ବିଏସ୍‌ପି ପ୍ରାର୍ଥୀ ଅମୀୟ ନାୟକ। ମିଳିଥିବା ଖବର ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ପ୍ରସୂତି ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କୁ ଡାକ୍ତର ଫୁଲବାଣୀ ମେଡିକାଲକୁ ରେଫର୍ କରିଥିଲେ। ଏଥିପାଇଁ […]

  • Tuesday, 20 July 2021
monsoon
ଝଡ଼ତୋଫାନ ସହ ବଜ୍ରପାତ ସମ୍ଭାବନା; ୨୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଝଡ଼ତୋଫାନ ଓ ବଜ୍ରପାତ ନେଇ ୨୧ଟି ଜିଲ୍ଲାକୁ ସତର୍କ ସୂଚନା। ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଦେବଗଡ଼, ଅନୁଗୁଳ,ଜଗତସିଂହପୁର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର,ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମୟରେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ […]

  • Tuesday, 20 July 2021
priti
ନିର୍ବାଚନରୁ ଓହରିଲେ ପ୍ରୀତିନନ୍ଦା

ଭୁବନେଶ୍ୱର: ନିର୍ବାଚନରୁ ଓହରିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ। ବିଜେଡି ଛାଡ଼ି ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଭୁବନେଶ୍ୱର ଉତ୍ତର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନୀ ଚିହ୍ନ ମିଳିବାରେ ବିଳମ୍ବ ହେବାରୁ କମ୍ ସମୟ ମଧ୍ୟରେ ନୂଆ ଚିହ୍ନ ନେଇ ଲୋକଙ୍କ ନିକଟରେ ପହଞ୍ଚି ହେବନାହିଁ ବୋଲି ପ୍ରୀତିନନ୍ଦା କହିଛନ୍ତି। ନୂଆ ଚିହ୍ନରେ ପ୍ରଚାର ପତ୍ର ଛପେଇ ମାତ୍ର ୮ରୁ ୯ ଦିନ ମଧ୍ୟରେ […]

  • Tuesday, 20 July 2021
wall
ଭୁଶୁଡ଼ି ପଡ଼ିଲା ଯାଜପୁର ଉପକାରାଗାର ପାଚେରି

ଯାଜପୁର: ଲଗାଣ ବର୍ଷା ଯୋଗୁ ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଉପକାରାଗାର ବାହାର ପାଚେରି ଭୁଶୁଡ଼ି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରୁ କଏଦୀମାନେ ଓ ଉପକାରାଗାରର ଷ୍ଟାଫ୍‌ମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି। ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।

  • Tuesday, 20 July 2021
rahul gandhi
ଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍

ଭୁବନେଶ୍ୱର: କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ୍‌ ହୋଇଛି। ଆଜି କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଆୟୋଜିତ ସାଧାରଣ ସଭାରେ ରାହୁଲଙ୍କ କାର୍ଯ୍ୟକ୍ରମ ଥିଲା। ତେବେ ଏହି କାର୍ଯ୍ୟକ୍ରମ ବାତିଲ୍ କରାଯାଇଛି। କନ୍ଧମାଳ ଲୋକସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପକ୍ଷରୁ ଜୋରସୋର ପ୍ରଚାର ଚାଲିଛି। ଆଜି ରାହୁଲ ଗାନ୍ଧିଙ୍କ ଆସାମ ଏବଂ ବିହାରରେ ପ୍ରଚାର କାର୍ଯ୍ୟକ୍ରମ ରହିଛି।

  • Tuesday, 20 July 2021
voter list
ଆଜିଠୁ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଜାନୁୟାରୀ ୪ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ୧.୧.୨୦୧୯ ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ହେଉଥିବ, ସେମାନେ ଭୋଟର ଲିଷ୍ଟ୍‌ରେ ନିଜ ନାଁ ପଞ୍ଜୀକରଣ କରିପାରିବେ। ସେହିପରି ରାଜନୈତିକ ଦଳମାନେ ବୁଥ୍ ଲେଭେଲ୍‌ ଏଜେଣ୍ଟ୍‌ ନିଯୁକ୍ତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ପକ୍ଷରୁ କୁହାଯାଇଛି।

  • Tuesday, 20 July 2021
bjp
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର

ଭୁବନେଶ୍ୱର: ସାଧାରଣ ତଥା ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି। ଆସନ୍ତା ୧୧ ତାରିଖରେ ଭୋଟ୍‌ ଗ୍ରହଣ ହେବ।  ସେଥିଲାଗି ସମସ୍ତ ଦଳର ପ୍ରାର୍ଥୀ ଓ ସ୍ୱାଧୀନ ପ୍ରାର୍ଥୀମାନେ ଜୋରସୋର ପ୍ରଚାରରେ ଲାଗି ପଡ଼ିଛନ୍ତି। ଆଜି ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀଙ୍କ ହାତରେ ପ୍ରଚାର ପାଇଁ ମାତ୍ର କିଛି ଘଣ୍ଟା ରହିଛି। ଅପରାହ୍ନ ୫ଟାରେ ଶେଷ ହେବ ପ୍ରଚାର।  ପ୍ରଚାରକୁ ଆଉ ମାତ୍ର କିଛି ଘଣ୍ଟା ରହିଯାଇଥିବାବେଳେ ଭୋଟରକୁ ମନାଇବା ପାଇଁ ସବୁ […]

  • Tuesday, 20 July 2021
court
ଶ୍ରୀମନ୍ଦିର ସମ୍ପତ୍ତି ଭଙ୍ଗାରୁଜା ନେଇ ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି। ଗତବର୍ଷ ଆନ୍ଦୋଳନ ବେଳେ ହୋଇଥିବା ହିଂସାକାଣ୍ଡରେ ଶ୍ରୀମନ୍ଦିର ସମ୍ପତ୍ତି ଭଙ୍ଗାରୁଜା ନେଇ ସର୍ବୋଚ୍ଚ ଅଦାଲତ ନୋଟିସ୍‌ ଜାରି କରିଛନ୍ତି। ଜଗନ୍ନାଥ ସେନା ଓ ଅନ୍ୟ କିଛି ସଂଗଠନ ପକ୍ଷରୁ ଆନ୍ଦୋଳନ ବେଳେ ହୋଇଥିବା ସଂପତ୍ତି ନଷ୍ଟ ନେଇ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ନେଇ ଆମିକସ କ୍ୟୁରି ଜଷ୍ଟିସ୍‌ ରଂଜିତ୍ କୁମାର ରିପୋର୍ଟ ଦାଖଲ କରିଥିଲେ। ଏଥିରେ ହିଂସାକାଣ୍ଡ  ଭିଆଇଥିବା ଲୋକଙ୍କ ଠାରୁ […]

  • Tuesday, 20 July 2021
bjd
ବିଜେଡି ଛାଡ଼ିଲେ ରବି ମଲ୍ଲିକ

ଭୁବନେଶ୍ୱର: ପୁରୀ ଜିଲ୍ଲା କାକଟପୁରର ପୂର୍ବତନ ବିଧାୟକ ରବି ମଲ୍ଲିକ ବିଜେଡି ଛାଡ଼ିଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହିତ ସେ ଯୋଜନା ବୋର୍ଡ ସଦସ୍ୟ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ତାଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ଦେଇଛନ୍ତି। ରବି ମଲ୍ଲିକ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଏପରିକି ବିଜେପି ତାଙ୍କୁ କାକଟପୁରରୁ ବିଧାୟକ ପ୍ରାର୍ଥୀ କରିପାରେ।  […]

  • Tuesday, 20 July 2021
congress
ମହିଳାଙ୍କ ଲୁହରେ ଭାସିଯିବେ ନିରଞ୍ଜନ ପଟ୍ଟନାୟକ: ସୁମିତ୍ରା ଜେନା

ଭୁବନେଶ୍ୱର: ଟିକେଟ୍‌ ବଣ୍ଟନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ବର୍ଷିଛନ୍ତି। ସୁମିତ୍ରା ଜେନା କହିଛନ୍ତି,“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ଶକୁନି ରୋଲ କରୁଛନ୍ତି। ଉଭୟ ବାପ-ପୁଅ ବ୍ୟାବସାୟିକ ଡିଲ୍ କରୁଛନ୍ତି। କଂଗ୍ରେସ ପକ୍ଷରୁ ମଦ ବ୍ୟବସାୟୀ ଓ ଖଣି ମାଫିଆଙ୍କୁ ଟିକେଟ୍ ଦିଆଯାଇଛି। ମେ’ ୨୩ରେ ପିସିସି ସଭାପତି ଏହାର ଜବାବ ପାଇବେ।  କଂଗ୍ରେସ ୫/୬ଟି ସିଟ୍ ପାଇବ। ପିସିସି ସଭାପତି ମହିଳାଙ୍କ […]

  • Tuesday, 20 July 2021
amit
ଆସନ୍ତାକାଲି ପୁରୀରେ ଶାହଙ୍କ ରୋଡ୍ ଶୋ’

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସିବେ। ସେ ପୁରୀରେ ଏକ ବିରାଟ ରୋଡ୍ ଶୋ’ କରିବେ।  ସିଂହଦ୍ୱାର ନିକଟରୁ ମାଉସୀ ମା’ ମନ୍ଦିର ଯାଏ ହେବ ଏହି ରୋଡ୍ ଶୋ’। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଉ ଥରେ ଓଡ଼ିଶା ଆସିପାରନ୍ତି। ଏନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର  ସୂଚନା ଦେଇଛନ୍ତି। ମୋଦି ଆସନ୍ତା ୧୫ କିମ୍ବା ୧୬ ତାରିଖରେ ଓଡ଼ିଶା ଆସିବେ। ଏହି ଅବସରରେ ସେ ଭୁବନେଶ୍ୱରରେ ଆୟୋଜିତ […]

  • Tuesday, 20 July 2021
yojana-up
ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ବି ରାଜନୀତି

ବଲାଙ୍ଗିର : ତମ ଯୋଜନାକୁ ମନା ନାହିଁ, ହେଲେ ଅାମ ଯୋଜନା ବି ଲାଗୁ କର। ଯଦି ପାରୁଛ ଅାୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରି ତୁମ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟନ ବି କରାଅ। ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ଅବସରରରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଭାଷଣ ଛଳରେ ଅାଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । କହିଥିଲେ, ଗରିବ ଲୋକଙ୍କୁ ସର୍ବାଧିକ ସ୍ୱାସ୍ଥ୍ୟସେବା ଉପଲବ୍ଧ […]

  • Tuesday, 20 July 2021
medicine-up
ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍

କେନ୍ଦ୍ରାପଡ଼ା  : ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଳକ୍‌ ରଙ୍କାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରର ୨୦୦ ମିଟର ଦୂରରେ ରାସ୍ତା କଡ଼ରେ ଏତେ ସଂଖ୍ୟକ ମେଡିସିନ୍ ଓ ଇଞ୍ଜେକ୍ସନ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି। ଯାହାର ଅାନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । କିଏ କାହିଁକି ଏତେ ମେଡିସିନ୍ ଫିଙ୍ଗିଲା, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

  • Tuesday, 20 July 2021
Puri-Jagannath
ଆଜି ଶ୍ରୀଜିଉଙ୍କ ଖସାପଡ଼ା ନୀତି: ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 

ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ  ଜୟବିଜୟ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିବ। ବେହରଣ ଦ୍ୱାର ଦେଇ ଦଇତାପତି ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଗୁପ୍ତସେବା କରିବେ। ଏଥିପାଇଁ ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ଶ୍ରୀଜୀଉଙ୍କ ଶ୍ରୀଅଙ୍କ ସୁରକ୍ଷା ପାଇଁ ହୋଇଥାଏ।

  • Tuesday, 20 July 2021