ପୁରୀ (ମଧୁସୂଦନ ମିଶ୍ର): ଭୋଟରମାନଙ୍କୁ ସଚେତନ କରିବା ପାଇଁ ପୁରୀ ଲାଇଟ୍ ହାଉସ ନିକଟସ୍ଥ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ପ୍ରୟାସ କରିଛନ୍ତି। ଏହାର ଥିମ୍ ରହିଛି ‘ଭୋଟ ଫର୍ ବେଟର ଇଣ୍ଡିଆ’। ଭୋଟରମାନେ କୌଣସି ପ୍ରକାରେ ପ୍ରଭାବିତ ନହୋଇ ସଠିକ୍ ମତଦାନ କରିବା ସହ ସୁଦୃଢ ଓ ବିକାଶଶୀଳ ଦେଶ ନିର୍ମାଣରେ ସାହାଯ୍ୟ କରିବାକୁ […]
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ଇଭିଏମ୍ରେ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଛି। ଜୟପୁରର ପାରାବେଡ଼ା ହାଇସ୍କୁଲର ୧୬୨ ନମ୍ବର ବୁଥରେ ୪୫ ମିନିଟ୍ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ୩ଟି ବୁଥ୍ରେ ମଧ୍ୟ ମତଦାନ ବିଳମ୍ବ ହୋଇଛି। ଲମତାପୁଟ ହାଇସ୍କୁଲର ୭୭, ହନୁମାଳ […]
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଭଣଜାଙ୍କୁ ଆକ୍ରମଣ ହୋଇଛି। ତାଙ୍କ ନାଁ ଅଜିତ ପ୍ରଧାନ। ଗତକାଲି କୁଲାଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଥିଲା। ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତୁରୁମ ଗାଁରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଅଜିତଙ୍କୁ ଭଞ୍ଜନଗର […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲ ଆକ୍ରମଣ ହୋଇଛି। ଝାଡ଼ଖଣ୍ଡର ଗୋୟଲକେରାରେ ବନ ବିଭାଗର ନିର୍ମାଣାଧିନ ଏକ କୋଠାକୁ ବିସ୍ଫୋରଣ କରି ନକ୍ସଲ ଉଡ଼ାଇ ଦେଇଛନ୍ତି। ଏହି ଲଙ୍କାକାଣ୍ଡରେ ୨୫ରୁ ୩୦ ଜଣ ନକ୍ସଲ ସାମିଲ ଥିବା କୁହାଯାଉଛି। ଏହାସହ ନିର୍ବାଚନରେ ସାମିଲ ନହେବାକୁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।
ରାୟଗଡ଼ା : ରାୟଗଡ଼ା ଜେ.କେ ପେପର ମିଲରେ ୧୪ ଦଫା ଦାବି ପୂରଣ ନେଇ ଠିକା ଶ୍ରମିକ ଓ କର୍ମଚାରୀ ସଂଘର ଅାନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ କମ୍ପାନୀ ଗେଟଅାଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଶ୍ରମିକ। ଶନିବାର ଦୁଇ ସଂଘ ବିଶାଳ ରାଲି କରି କମ୍ପାନୀ ଅାଗରେ ସଭା କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଅାଲୋଚନା କରିଥିଲା। ଏହାପରେ ଦୁଇ ସଂଘ ଅାନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଥିବା କହିଛନ୍ତି । ସୋମବାର […]
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ତେବେ ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥ୍ରେ ମକ୍ ପୋଲ୍ ହୋଇଛି। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ବୁଥ୍ରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୫ ହଜାର ୫୧ଟି ବୁଥ୍ରେ ଦୃଷ୍ଟିହୀନଙ୍କ ପାଇଁ ବ୍ରେଲି ଡମି ବାଲଟ୍ ସିଟ୍ ବ୍ୟବସ୍ଥା ହୋଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନ୍ତର୍ଗତ ବ୍ରହ୍ମପୁର ଲୋକସଭା କ୍ଷେତ୍ର ସହ କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାର […]
ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି। ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି। ଏହି ୪ ଲୋକସଭା ଆସନ ହେଉଛି କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁର। ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ […]
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଶୈବପୀଠରେ ଧୁମଧାମ୍ରେ ଚଡ଼କ ମେଳା ଚାଲିଛି। ଆଜି ଠାକୁରଙ୍କ ନିକଟରେ ନୀଳ ପର୍ବ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ଆସନ୍ତାକାଲି ଅର୍ଥାତ୍ ଅନ୍ତିମ ଦିନ ପାଟ ପର୍ବ ପରମ୍ପରା କରାଯିବ। ଏଥିପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସରକାରୀ ହିସାବରେ ୭୦ ହଜାର ଉବୀତଧାରୀ ଭକ୍ତ ମେଳାରେ ଯୋଗ ଦେଇଥିବା ବେଳେ ବେସରକାରୀ ଭାବେ ଏହା ଲକ୍ଷେରୁ ଅଧିକ ବୋଲି ଆକଳନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୭ […]
ଭଦ୍ରକ: ଲୁଚେଇ ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ। ପରେ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବ୍ଲାକ୍ମେଲିଂ। ଭଦ୍ରକ ଜେଲର୍ ଚିନ୍ମୟ ପାତ୍ରଙ୍କ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଅାଣିଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ। ଏ ନେଇ ଭଦ୍ରକ ଟାଉନଥାନାରେ ଏତଲା ଦାଏର କରିଛନ୍ତି ସମ୍ପୃକ୍ତ ଇଂଜିନିୟରିଂ ଛାତ୍ରୀ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟ ତାଙ୍କ ସହ ଫେସ୍ବୁକ୍ରେ ଫ୍ରେଣ୍ଡ୍ ହୋଇ ପ୍ରେମ ଜାଲରେ […]
ବ୍ରହ୍ମପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଡ୍ ଶୋ’ ଏବଂ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି। ସ୍ୱତନ୍ତ୍ର ହେଲକପ୍ଟରେ ଭୁବନେଶ୍ୱରରୁ ଆସି ସାନଖେମୁଣ୍ଡିର ମୋହନାଳ ବ୍ଲକ୍ ଅଫିସ ପାଖ ପଡ଼ିଆରେ ଅବତରଣ କରିବେ। ଏଠାରେ ସେ ଏକ ରୋଡ ଶୋ’ କରିବା ପରେ ପାଟପୁର ସଭାରେ ଉଦବୋଧନ ଦେବେ। ଏହାପରେ ଚୁଡ଼ଙ୍ଗପୁର ଓ ସାହସପୁରରେ ରୋଡ୍ ଶୋ’ କରିବେ। ସେଠାରୁ ଯାଇ ମୁଖ୍ୟମନ୍ତ୍ରୀ ରାଧାଦେଇପୁରରେ […]
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟର ଭାଲିଆପୋଷି ଗାଁରୁ ଏକ ହରିଣ ଛାଲ, ଶିଙ୍ଗ ଓ ୩ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ଏଥିସହ ୨ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ୨ ଶିକାରୀ କିଛି ଦିନ ହେବ ମୟୂରଭଞ୍ଜରୁ ଆସି ଅଭୟାରଣ୍ୟ ପାଖରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ପାଇବା ଆଜି ସକାଳେ ବନ ବିଭାଗ ଚଢ଼ଉ କରିଥିଲା।
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁରରେ ପୂର୍ବ ଶତ୍ରୁତାକୁ ନେଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ଗତ ରାତିରେ ସୂର୍ଯ୍ୟକାନ୍ତ ସାହୁ ଓ ତାଙ୍କ ସାଙ୍ଗ ବସନ୍ତ ପାତ୍ର ଗାଁ ମନ୍ଦିର ପାଖରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ସୂର୍ଯ୍ୟଙ୍କ ସଂପର୍କୀୟ ଭାଇ ଅଜିତ ସାହୁ ଆସି ପହଞ୍ଚିଥିଲେ। ଏହାପରେ ଅଜିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। […]
ଭୁବନେଶ୍ୱର: କଂଗ୍ରେସରେ ଟିକେଟ୍ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀଙ୍କୁ ଟିକେଟ୍ ମିଳିନି। ଧର୍ମଶାଳାରୁ କଂଗ୍ରେସ ଟିକେଟ୍ ଖଣ୍ଡକ ପାଇଁ ନିରଞ୍ଜନଙ୍କ ଘରେ ବସି ରହିଛନ୍ତି କିଷାନ ପଣ୍ଡା। ଦୁଇ ଦିନ ତଳେ କଂଗ୍ରେସ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇ ଥିଲା। ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ତେବେ ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଏ ପର୍ଯ୍ୟନ୍ତ ଟିକେଟ୍ ମିଳିପାରିନ ଥିବା ଜଣାପଡ଼ିଛି। ଆଜି […]
ଭୁବନେଶ୍ୱର: କଂଗ୍ରେସ ଛାଡ଼ିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଆଜି ସେ ଏକ ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ସେ କଂଗ୍ରେସ ଛାଡ଼ିଥିବା କହିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ସୁମିତ୍ରା ନିରଞ୍ଜନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଟିକେଟ୍ ବଣ୍ଟନକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ଗତକାଲି ମଧ୍ୟ ସେ ନିରଞ୍ଜନଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ […]
ଆନନ୍ଦପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି ଓ ଖଲଗା ଆଦି ଅନେକ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଶାଳ ବଣି ଓ କଣ୍ଟିପାଳ ପଞ୍ଚାୟତର ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଛି। […]
ଭୁବନେଶ୍ୱର: ଗତକାଲି ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଦିନରେ ପ୍ରବଳ ତାତି ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ନରେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା। ଫଳରେ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ରାଇଘର ବ୍ଲକରେ ପ୍ରବଳ ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିଲା। ଏଥିଯୋଗୁଁ ରାସ୍ତା ଅବରୋଧ ହେବାରୁ ପୋଲିଂ ପାର୍ଟି ଅଟକି ରହିଥିଲେ। ପରେ ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟିକୁ […]
ନାରାୟଣପାଟଣା(ପି.ଗୋବିନ୍ଦରାଜୁ ସୁବୁଦ୍ଧି): ନିର୍ବାଚନକୁ ନେଇ ସାରାଦେଶରେ ଏବେ ରାଜନୀତି ସରଗରମ ରହିଛି। ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀମାନେ ଘନଘନ ପ୍ରଚାର କରିବା ସହ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ମାରିଛନ୍ତି। ହେଲେ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢୁଥିବା ସିପିଆଇଏମ୍ଏଲ୍ ରେଡ୍ ଷ୍ଟାର ପ୍ରାର୍ଥୀ ରାଜେନ୍ଦ୍ର କେଣ୍ଡ୍ରୁକାଙ୍କ ନେଇ ଏବେ ଚାରିଆଡେ ଚର୍ଚ୍ଚା। ନିର୍ବାଚନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ତାଙ୍କ ପାଖରେ ମାତ୍ର ୬୦ଟଙ୍କା ରହିଛି। ଆଉ ଏବେ ସେ ଖୋଲିଥିବା ନୂଆ ବ୍ୟାଙ୍କ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଉପରବାହାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଗତ ୯ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଉତ୍ତେଜନା ଦେଖାଦେଇଛି। ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଦିଆଯାଉ ନଥିବାରୁ ଅଭିଭାବକମାନେ ହୋହାଲ୍ଲା କରିବା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲେ। ଜାଳେଣି କାଠ ଅଭାବରୁ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ନଥିବା ପ୍ରଧାନଶିକ୍ଷକ କହିଛନ୍ତି। ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦଣ୍ଡ ଓ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମଧ୍ୟାହ୍ନ ଭୋଜନ ଦେବାକୁ ଅଭିଭାବକମାନେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଗୋପବନ୍ଧୁନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ୬ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ବାହାରକୁ ଡାକି ପଡ଼ୋଶୀ ଜଣକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ ସନ୍ଦେହ କରି ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସର ଜିମା ଦେଇଛନ୍ତି। ଅଭିଯୁକ୍ତ ଗୁରୁତର ଆହତ […]
ଭୁବନେଶ୍ୱର: ପୁଲିସ୍କୁ ଚକ୍ମା ଦେଖାଇ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅଭିଯୁକ୍ତ ଖସି ପଳାଇଛି। ତା’ ନାଁ ରାଜୁ ଜେନା। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଭେକ୍ଟା ଗାଁରେ ତାର ଘର। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତ ୨୭ ତାରିଖରେ ପୁଲିସ୍ ତାକୁ ଗିରଫ କରିଥିଲା। ତାକୁ ଲୋକେ ଖୁବ୍ ମାଡ଼ ମାରିଥିବା ଯୋଗୁ ପୁଲିସ୍ ହେପାଜତରେ ଡାକ୍ତରଖାନାରେ ତାର ଚିକିତ୍ସା ଚାଲିଥିଲା। ତେବେ ଗତକାଲି ରାତିରେ ସେ ଡାକ୍ତରଖାନାରୁ […]
କୁଚିଣ୍ଡା(ଦେବେନ୍ଦ୍ର ବେହେରା): ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ନେତାଙ୍କ ହେଲିକପ୍ଟଟର। ଗତକାଲି ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀର ମନାପାଲିଠାରେ ବିଜେପିର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦଳର ଷ୍ଟାର ପ୍ରଚାରକ ଭାବେ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀତମ ଦାସ ଯୋଗ ଦେବାର ଥିଲା। ତେବେ ଏମାନେ ଆସୁଥିବା ହେଲିକପ୍ଟରର ପାଇଲଟ୍ ଦିଗ ନିର୍ଣ୍ଣୟ କରି ନପାରିବାରୁ ସେଠାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ପରେ ପାଇଲଟ୍ ହେଲିକପ୍ଟଟରକୁ ତୁରନ୍ତ ଅବତରଣ ପାଇଁ ପ୍ରଶାସନକୁ ଅନୁମତି ମାଗିଥିଲେ। […]
ଭୁବନେଶ୍ୱର: ଆଜି କଂଗ୍ରେସ ୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ବଦଳାଇଛି। ବଡ଼ଚଣା ଓ ନିମାପଡ଼ା ଆସନ ଲାଗି ଦଳ ପକ୍ଷରୁ ନୂଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବଡ଼ଚଣା ପାଇଁ ଅଜୟ ସାମଲ ଏବଂ ନିମାପଡ଼ା ପାଇଁ ଦିଲୀପ ନାୟକଙ୍କୁ ଟିକେଟ୍ ଦେଇଛି କଂଗ୍ରେସ। ଗତକାଲି ବଡ଼ଚଣାରୁ ସୀତାକାନ୍ତ ମହାପାତ୍ର ଓ ନିମାପଡ଼ାରୁ ସତ୍ୟବ୍ରତ ପାତ୍ର ଟିକେଟ୍ ଫେରାଇ ଦେଇଥିଲେ।
ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ। ତା’ପରେ ବଡ଼ପୋଡ଼ା ପଞ୍ଚାୟତରୁ ବିଏସ୍ଏଫ୍ ଆମ୍ୱୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ଅଣାଯାଉଥିବା ବେଳେ ସେ ଅଧା ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଶିଶୁଟିକୁ ମୃତ […]
ପୁରୀ: ସମୁଦ୍ରରେ ଭାସିଗଲେ ୨ ଛାତ୍ର। ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରଜତ ପାଣ୍ଡେ ଓ ମହମ୍ମଦ ଇବାଦ। ଉଭୟେ କଟକ ପିଲୁ ମୋଦି କଲେଜ୍ ଅଫ୍ ଆର୍କିଟେକ୍ଚରର ଛାତ୍ର ବୋଲି ଜଣାପଡ଼ିଛି। ଆଜି ସକାଳେ ୬ ଜଣ ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍ ପାନ୍ଥନିବାସ ନିକଟରେ ଗାଧୋଉ ଥିଲେ। ଗାଧୋଇବା ବେଳେ ଜଣେ ଭାସିଯିବାରୁ ଅନ୍ୟ ଜଣେ ଛାତ୍ର […]
ଭୁବନେଶ୍ୱର: ସାରା ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ କିଛି ଅଞ୍ଚଳରେ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୩୦ ଯାଏ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୫ଟି ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର।