• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 06 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Pramod Behera
  • 2 years ago

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ; ମତ ରଖିଲେ ବିଧାୟକ-ଅଭିନେତ୍ରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜନୈତିକ ବିବାଦ। ଲୋକମାନେ ନିଜ ସ୍ୱାର୍ଥ ତ୍ୟାଗ କରିଛନ୍ତି, ମନ୍ଦିରର ବିକାଶ ପାଇଁ ନିଜ ଜାଗା ଛାଡିଛନ୍ତି। ବର୍ଷାଦିନ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି ହେବ ବୋଲି କହିଲେ ପୁରୀ ବିଧାୟକ। ସେହିପରି ଏହାକୁ ନେଇ ଅପରାଜିତା ସଡଙ୍ଗୀଙ୍କୁ ଟାର୍ଗେଟ୍ କରିଛନ୍ତି ବର୍ଷା ପ୍ରିୟଦର୍ଶୀନୀ। More
  • Satyendu Shekher Mishra
  • 2 years ago

ରାତି ପାହିଲେ ପୌରାଧ୍ୟକ୍ଷ ନିର୍ବାଚନ, ବିଜେପି କାଉନସିଲରଙ୍କୁ ବିଜେଡିରେ ମିଶିବାକୁ ଧମକ !

ଗଞ୍ଜାମ କୋଦଳା ଏନ୍ଏସିରେ ବି ପୌରାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜନୀତି ବେଶ୍ ସରଗରମ ରହିଛି ଏହେଲେ ବିଜେପି କାଉନ୍ସିଲର ଝିଲି ପ୍ରଧାନ । ତାଙ୍କ ଶ୍ୱଶୁରଙ୍କ ଅଭିଯୋଗ, ଉପାଧ୍ୟକ୍ଷ ନିର୍ବାଚନ ପୂର୍ବରୁ ତାଙ୍କୁ ଏବଂ ତାଙ୍କ ପରିବାରକୁ ଜୋରଜବରଦସ୍ତ ପୋଲିସ ଉଠାଇନେଇଥିଲା । More
  • Pramod Behera
  • 2 years ago

ଓଡ଼ିଶା ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ଅଙ୍କୁଶ

ଶ୍ରୀଲିଙ୍ଗରାଜ ମନ୍ଦିର ଏକାମ୍ର ପ୍ରକଳ୍ପକୁ ନେଇ ଆଶଙ୍କା। ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ମାଗିଲା ସ୍ପଷ୍ଟୀକରଣ। ଏପଟେ ରାଜ୍ୟ ସରକାରଙ୍କ ଯୁକ୍ତି ଦୁଇଦୁଇ ଥର ସ୍ପଷ୍ଟୀକରଣ ଦେଲୁଣି। ଏଥର ବି ଆଇନ୍ ବିଭାଗ ଉତ୍ତର ରଖିସାରିଛି। କେନ୍ଦ୍ର ରାଜ୍ୟ ତୁ ତୁ ମେ ମେ ଭିତରେ ମନ୍ଦିର ବିକାଶ ଯେଭଳି ବାଧାପ୍ରାପ୍ତ ନ ହେଉ ସେନେଇ ପଦକ୍ଷେପ ନିଆଯାଉ ବୋଲି ମତ ରଖିଛନ୍ତି ସେବାୟତ। More
  • Satyendu Shekher Mishra
  • 2 years ago

‘ଆଉ ପେଟ୍ରୋଲ ଉପରେ ଭରସା ନାହିଁ, ଏଣିକି ଇଲେକ୍‌ଟ୍ରିକ୍ ଯାନ ଚଲେଇବା‘, ସବ୍‌ସିଡି ବି ମିଳୁଛି

ଇ- ଭେହିକଲର ଚାହିଦା ବଢୁଥିବା ବେଳେ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସବ୍‌ସିଡି ବ୍ୟବସ୍ଥା । More
  • Pramod Behera
  • 2 years ago

ପୋଲିସ ଆଗରେ ସତ ମାନିଲା ଅଭିଯୁକ୍ତ; କହିଲା ରୋଷଘର ଚୁଲି ଭାଙ୍ଗିଛି

ସତ ମାନିଲା ଅଭିଯୁକ୍ତ। କହିଲା ସେ ଏକାକୀ ଜଗାର ରୋଷଘର ଚୁଲି ଭାଙ୍ଗିଛି। ସ୍‌ପି। କହିଛନ୍ତି ଦରକାର ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରାଯିବ। ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥଙ୍କ ସୁରକ୍ଷା ପ୍ରତି ବଡ଼ ଆହ୍ୱାନ ସୃଷ୍ଟି କରିଛି। More
  • Satyendu Shekher Mishra
  • 2 years ago

କେମିତି ଭାଙ୍ଗିଲା ରୋଷ ଘର ଚୁଲି ? ପୁରା କାହାଣୀ କହିଲା ଅଭିଯୁକ୍ତ..

‘ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ । କିନ୍ତୁ କିଛି ଲୋକ ଖାଇବାକୁ ପାଉନାହାନ୍ତି, କାହାର ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ବୋଲି କହିଲା ଅଭିଯୁକ୍ତ । ଘଟଣା ଦିନ ରୋଷ ଘରକୁ ଗଲି, ସେଠାରେ କେହି ନଥିଲେ ।  More
  • Satyendu Shekher Mishra
  • 2 years ago

ଭାରି ନିଷ୍ଠୁର ନିରଞ୍ଜନ-ସର୍ମିଷ୍ଠା ! ମାନସକୁ ଜୀବନରେ ମାରିବା ପୂର୍ବରୁ ମଧ୍ୟ ଚିପ୍‌ ପାଇଁ ନିର୍ଧୁମ ପିଟିଥିଲେ

 ଶର୍ମିଷ୍ଠା, ନିରଞ୍ଜନ ଚିପ୍ ମାଗିବା ସହ ଉଭୟ ମାନସଙ୍କୁ ମାଡ଼ ମାରିଥିଲେ । ସଂପୂର୍ଣ୍ଣ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା, ନିରଞ୍ଜନ । More
  • Satyendu Shekher Mishra
  • 2 years ago

ଭୁବନେଶ୍ୱର କ୍ରାଉନ ହୋଟେଲ ଓ ସତସଙ୍ଗ ବିହାରଠାରେ ହେବ ଫୁଟ୍ ଓଭରବ୍ରିଜ୍, ମିଳିଲା ମଞ୍ଜୁରୀ

ପୂର୍ବରୁ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ନିବେଦନ କରିଥିଲେ। More
  • Satyendu Shekher Mishra
  • 2 years ago

ପୌର ଉପାଧ୍ୟକ୍ଷ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ସଚିବ ଦେଲେ ସୂଚନା

ନିୟମ ଅନୁସାରେ ଦଳୀୟ କାଉନସିଲର ଏଜେଣ୍ଟଙ୍କୁ ଦେଖାଇ ଭୋଟ ଦେବେ । କାହାକୁ ଭୋଟ ଦେଲେ ସଂପୃକ୍ତ ଦଳ ପକ୍ଷରୁ ନିଯୁକ୍ତ ଏଜେଣ୍ଟଙ୍କୁ ଦେଖାଇବେ । More
  • Satyendu Shekher Mishra
  • 2 years ago

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରର ରୋକ୍ ପରେ ତେଜିଲା ରାଜନୀତି ! ମନ୍ତ୍ରୀ କହିଲେ ପାତରଅନ୍ତର ହେଉଛି

ବିଜେପି କହିଛି, ବିକାଶକୁ ବିରୋଧ କରାଯାଉନି ଦେଶରେ ସମ୍ବିଧାନ ଅଛି, ଆଇନ୍ ଅନୁସାରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।  More
  • Prangyan Parimita
  • 2 years ago

ପେଟପାଟଣା ପାଇଁ ଯାଇ ଆନ୍ଧ୍ର ଇଟାଭାଟିରେ ଫସିଛନ୍ତି ୨୫ ଦାଦନ ଶ୍ରମିକ : ଉଦ୍ଧାର କରିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ 

ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଯାଇ ବନ୍ଧା ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଦାଦନ ଶ୍ରମିକ । ଗତ ଚାରିମାସ ଆଗରୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଚୁହୁଡ଼ିପଡା ଗ୍ରାମର ୨୫ ଜଣ ଦାଦନ ଶ୍ରମିକଙ୍କୁ ଜଣେ ଦାଦନ ସରଦାର ଯୋଗାଯୋଗ କରିଥିଲେ More
  • Rajalaxmi Sahoo
  • 2 years ago

‘ଜାଲ୍‌ ସାର୍ଟିଫିକେଟ ଦେଇ ଆଡମିଶନ କଲେ ଦଣ୍ଡିତ ହେବେ’

ଜାଲ୍‌ ସାର୍ଟିଫିକେଟ ଦେଇ ଯଦି କେହି ଆଡମିଶନ କରିଛନ୍ତି, ତା’ହେଲେ ଆଇନ ଅନୁଯାୟୀ, ଦଣ୍ଡିତ ହେବେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଆଉ ଯଦି କେଉଁଠି ମଧ୍ୟ ଏପରି ହୋଇଥାଏ, ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। More
  • Rajalaxmi Sahoo
  • 2 years ago

ପିଟି ପିଟି ମାରି ଦେଇଥିଲେ ବାପା ଓ ଭାଇ, ଏବେ ଜେଲ୍‌ରେ କଟିବ ଜୀବନ

ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। More
  • Otv Khabar Bureau
  • 2 years ago

ସାତ ଦିନିଆ ରିମାଣ୍ତରେ ଯିବେ ରସିକିଆ ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ !

ଦ୍ୱିତୀୟ ପତ୍ନୀ ରମେଶଙ୍କ ଅର୍ଥ କାରବାର ବୁଝୁଥିବାରୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି ମହିଳା ଥାନା । ରମେଶଙ୍କ ଆକାଉଣ୍ଟରୁ କମଳାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡ଼ିଛି । More
  • Otv Khabar Bureau
  • 2 years ago

ବୟସ ୭୨, କିନ୍ତୁ ଶକ୍ତି ୨୦ ବର୍ଷୀୟ ବଡିବିଲ୍ଡର ଭଳି, ଏବେବି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍‌ ପ୍ରେସ୍‌

୭୨ ବର୍ଷରେ ପୂରା ଫିଟ୍‌ ଦଣ୍ଡପାଣି। ନିଇତି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍‌ ପ୍ରେସ୍‌। ସକାଳ ହେଲେ ଜିମ୍‌ରେ ଏମିତି ବ୍ୟାୟାମ କରୁଛନ୍ତି ଯେ ଆଜିକାଲିର ଯୁବପୀଢି ଚାତକ ପରି ଚାହିଁ ରହୁଛନ୍ତି। ବୁଟ, କ୍ଷୀର, ମାଛ ଖାଇ ନିଜକୁ ରଖିଛନ୍ତି ଫିଟ୍‌। ଦେଖନ୍ତୁ କେମିତି ଚାଲିଛି ଏକ୍ସରସାଇଜ୍‌ More
  • Otv Khabar Bureau
  • 2 years ago

ଧାମନଗର ଏନ୍ଏସିରେ ବିଜେଡିର ବାଜିମାତ

ଧାମନଗର ଏନ୍ଏସିରେ ବିଜେଡିର ବିଜୟ । ଧାମନଗର ଏନ୍ଏସି ନିର୍ବାଚନର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । More
  • Otv Khabar Bureau
  • 2 years ago

ବାହାଘରର ୭୦ ବର୍ଷରେ କମିନି ପ୍ରେମ, ଏବେବି ଚଞ୍ଚଳା ମାଉସୀଙ୍କୁ ଯାତ୍ରା ଦେଖେଇ ନେଉଛନ୍ତି ନବେଇ ମଉସା

ବୟସର ଅପରାହ୍ନରେ ଟିକିଏ ବି କମିନି ପ୍ରେମ। ବାହାଘରକୁ ୭୦ ବର୍ଷ ହେଲାଣି ହେଲେ ଏବେବି ସ୍ତ୍ରୀକୁ ସଜ କରି ହାତଧରାଧରି ହୋଇ ଯାତରା ଯାଉଛନ୍ତି ନବେଇ ମଉସା ଆଉ ଚଚଂଳା ମାଉସୀ। ମୁଣ୍ଡ କୁଣ୍ଡାଇବା ଠାରୁ ସିନ୍ଦୂର ପିନ୍ଧାଇବା..ପୁଣି ନେଲପଲିସି ଲଗାଇବା ସବୁ କାମରେ ପାରଙ୍ଗମ ନବେଇ ମଉସା, ଦେଖନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମର କିଛି ହୃଦୟସ୍ପର୍ଶୀ ଦୃଶ୍ୟ.. More
  • Rajalaxmi Sahoo
  • 2 years ago

ଶ୍ରୀମନ୍ଦିର ବୁଲିବାକୁ ଆସି ଭାଙ୍ଗି ଦେଲେ ରୋଷ ଘର ଚୁଲି, ଏହା କ’ଣ ସତ ?

ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗାଯିବା ଘଟଣାରେ ପୋଲିସ୍‌ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା ପରେ ପୁରା ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି । ପ୍ରେସ୍‌ମିଟ୍‌ରେ ସୂଚନା ଦେଇ ପୁରୀ ଏସ୍‌ପି କହିଛନ୍ତି, ‘ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ନେଇ ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି।  More
  • Otv Khabar Bureau
  • 2 years ago

ଧାମନଗର ଏନ୍ଏସି ନିର୍ବାଚନର ଆଜି ଭୋଟ୍ ଗଣତି

ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ମତଦାନ ପରେ ଆଜି ଗଣତି ହେବ । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । More
  • Otv Khabar Bureau
  • 2 years ago

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍‌

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ଆଉ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍। More
  • Rajalaxmi Sahoo
  • 2 years ago

କାହା ପାଇଁ ସରକାରଙ୍କ ଏହି ଯୋଜନା ? ଟାଙ୍କି ଅଛି ହେଲେ ପାଣି ନାହିଁ, ଡହଳ ବିକଳ ଲୋକେ

ଲୋକଙ୍କୁ ଜଳକଷ୍ଟରୁ ମୁକ୍ତି ଦେବାକୁ ସରକାରଙ୍କ ଅନେକ ଯୋଜନା ଥାଇ ବି ନଥିଲା ଭଳି। କେଉଁଠି ବସୁଧା ଯୋଜନାରେ ବସିଥିବା ପାଣି ଟାଙ୍କି ମାସ ମାସ ଧରି ଅଚଳ ହୋଇ ପଡ଼ିଛି ତ ଆଉ କେଉଁଠି ପାଣି ପାଇଁ ଚୁଆ ଉପରେ ଲୋକଙ୍କ ଭରସା। More
  • Otv Khabar Bureau
  • 2 years ago

ଦୁଇ ବର୍ଷ ପରେ ପୁଣି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ

ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । More
  • Rajalaxmi Sahoo
  • 2 years ago

କେଉଁ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରର ରୋଷଘରେ ପଶିଥିଲେ ? ଗୁପ୍ତ ସ୍ଥାନକୁ ନେଇ ପଚରାଉଚରା କରୁଛି ପୋଲିସ୍‌

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ପୁରୀ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୁରୀର ଏକ ଗୁପ୍ତ ସ୍ଥାନରେ ସନ୍ଦିଗ୍ଧକୁ ରଖାଯାଇ ପଚାରଉଚରା କରାଯାଇଛି। More
  • Otv Khabar Bureau
  • 2 years ago

ସାଂସଦ ଅନୁଭବ ମହାନ୍ତିଙ୍କ ପରେ ଏବେ ଚର୍ଚ୍ଚାରେ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ

ସ୍ୱାମୀଙ୍କ ପ୍ରଭାବ ହ୍ରାସ ପାଉଛି। ସ୍ତ୍ରୀଙ୍କ ପ୍ରଭାବ ବଢୁଛି। ବିଜେଡିରେ ସାଂସଦ ଅନୁଭବ ମହାନ୍ତିଙ୍କ ପତିଆରା କମୁଥିବା ବେଳେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଭାବ ବଢୁଛି। କିଛି କିଛି ପଦକ୍ଷେପରୁ ଜଣାପଡୁଛି, ବର୍ଷାଙ୍କର ବୋଧହୁଏ ଭୁବନେଶ୍ୱର ଉପରେ ଆଖି ଅଛି ! More
  • Otv Khabar Bureau
  • 2 years ago

ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ରଦ୍ଦ କଲେ କେନ୍ଦ୍ର ସରକାର

ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର । More
  • Satyendu Shekher Mishra
  • 2 years ago

ରୋଷ ଘର ଚୁଲି ଭାଙ୍ଗିବା ଘଟଣାରେ ଜଣେ ସନ୍ଦିଗ୍ଧ ଅଟକ

ଖୋର୍ଦ୍ଧା ଜିଲ୍ଲା ସିମର ଅଞ୍ଚଳରୁ ତାକୁ ଧରାଯାଇଥିବା ସୂଚନା ।ତେବେ ସେ କାହିଁକି ଚୁଲି ଭାଙ୍ଗିଲା, କ’ଣ ରହିଛି ତାର ଉଦେଶ୍ୟ ସେନେଇ ଅଧିକ ସୂଚନା ପାଇଁ ପୋଲିସ ତାକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।  More
  • Otv Khabar Bureau
  • 2 years ago

ଓଡ଼ିଶାରେ ପ୍ରତି ଲକ୍ଷରେ ଆତ୍ମହତ୍ୟା କରୁଛନ୍ତି ୧୨ ଜଣ

ପ୍ରଶ୍ନ ଉଠୁଛି, ହତ୍ୟା ତୁଳନାରେ କାହିଁକି ଅଧିକ ରହୁଛି ଆତ୍ମହତ୍ୟା? ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା । More
  • Otv Khabar Bureau
  • 2 years ago

5T ଅଧିନରେ ଥାଇ ବି ଗଛମୂଳେ ଚାଲିଛି ପାଠ ପଢ଼ା

5T ସ୍କୁଲ୍‌ରେ ପାଠ ପଢା ଚାଲିଛି ଗଛ ମୂଳରେ ଆଉ କେଉଁଠି ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହେଲାଣି । ଏହାରି ଭିତରେ ସ୍ମାର୍ଟ ସ୍କୁଲ୍‌ରୁ ଆସିଥିବା ଅନୁଦାନ ଅର୍ଥ ବି ହେରଫେର ହେଉଥିବା ଅଭିଯୋଗ ଆସିଲାଣି । More
  • Satyendu Shekher Mishra
  • 2 years ago

ଧାମନଗରରେ ୧୪୪ ଲାଗୁ, କଲ୍ୟାଣ ମଣ୍ଡପ ସାମ୍ନାରେ ଚାରିଚକିଆ ଯାନ ଯିବା ମନା

ଧାମନଗର କଲ୍ୟାଣ ମଣ୍ଡପ ଭୋଟ ଗଣତି କେନ୍ଦ୍ର ନିକଟରେ ୪ ଚକିଆ ଯାନ ଯିବା ଆସିବା ସମ୍ପୂର୍ଣ୍ ମନା ।  More