/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649218103.jpg)
Vote Counting
ଧାମନଗର ଏନ୍ଏସିର ବାକିଥିବା ୱାର୍ଡରେ ମତଦାନ ପରେ ଆଜି ଗଣତି ହେବ । ତହସିଲ ଅଫିସ ନିକଟ କଲ୍ୟାଣ ମଣ୍ଡପରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଏଥିଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ମତଦାନ ବେଳେ ଗଣ୍ଡଗୋଳ ଓ ହିଂସାକାଣ୍ଡ ହୋଇଥିବାରୁ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ସହରର ଜାଗା ପରେ ଜାଗାରେ ପୋଲିସଙ୍କୁ ମୁତୟନ କରାଯାଇଛି । ଏହାସହ ଗଣତି କେନ୍ଦ୍ର ପାଖରେ ୧୪୪ ଧାରା ଗତ ରାତି ୯ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ଲାଗୁ କରାଯାଇଛି । ଏଣୁ ଏନ୍ଏସି ଅଞ୍ଚଳରେ ଗୋଟିଏ ସ୍ଥାନରେ ୫ରୁ ଅଧିକ ଲୋକ ଠୁଳ ହୋଇପାରିବେ ନାହିଁ ବୋଲି କୁହାଯାଇଛି । ସେହିପରି ଗଣତି କେନ୍ଦ୍ର ନିକଟକୁ ୪ ଚକିଆ ଯାନ ଆତଯାତ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଗତକାଲି ଧାମନଗରର ୪ଟି ୱାର୍ଡରେ ଥିବା ୬ଟି ୱାର୍ଡରେ ସାନି ମତଦାନ ହୋଇଥିଲା ।
ହିଂସାକାଣ୍ଡ ଓ ଗଣ୍ଡଗୋଳ ଯୋଗୁ ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନ୍ଏସିର ୬ଟି ବୁଥ୍ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା । ତେଣୁ ଅନ୍ୟ ସମସ୍ତ ୱାର୍ଡର ତଥା ଏନ୍ଏସି ଅଧ୍ୟକ୍ଷ ପଦ ପାଇଁ ଗ୍ରହଣ କରାଯାଇଥିବା ଭୋଟ୍ର ଗଣତିକୁ ବନ୍ଦ କରାଯାଇଥିଲା । ତାସହିତ ଏହି ୬ଟି ୱାର୍ଡରେ ପୁନଃମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଆଜି ଏଠାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବା ନେଇ ଭଦ୍ରକ ଉପଜିଲ୍ଲାପାଳ ସୂଚନା ଦେଇଥିଲେ । ୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ସେ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)