/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649229800.jpg)
Septuagenarian Bodybuilder
ଦଣ୍ଡପାଣି ସାହୁ ବୟସ ୭୨ ବର୍ଷ । ୧୭ବର୍ଷ ବୟସରୁ ସୁନ୍ଦର ସ୍ୱାସ୍ଥ୍ୟ ତଥା ବଡିବିଲଡିଂର ନିଶା ତାଙ୍କୁ ପାଗଳ କରିଛି । ତେଣୁ ବୟସକୁ ଖାତିର ନକରି ସେ ଏବେବି ବ୍ୟାୟାମ୍ କରୁଛନ୍ତି ଆଉ ନିଜକୁ ଫିଟ୍ ରଖିଛନ୍ତି। ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ସମୟରେ ଏକ ସର୍କସ ଆସିଥିଲା। ଆଉ ସେଠାରେ ଜଣେ ବଡିବିଲଡରଙ୍କୁ ଦେଖି ଆାରମ୍ଭ କରିଥିଲେ ନିଜର ଏହି ଯାତ୍ରା।
୧୯୭୬ରେ ପ୍ରଥମେ ଗଞ୍ଜାମଶ୍ରୀ ପାଇଥିଲେ ଦମ୍ତପାଣି । ତା’ପର ଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ପରେ ଓଡ଼ିଶାଶ୍ରୀ ସହ ବହୁ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ତେବେ ବିବାହ କରିବା ପରେ ସଂସାର ଜଞ୍ଜାଳ ମଧ୍ୟରେ ଆଉ ପ୍ରତିଯୋଗିତାରେ ଭାଗ ନେଇପାରିନଥିଲେ। ହେଲେ ମନରେ ଥିବା ଇଚ୍ଛାଶକ୍ତି ପୁଣି ତାଙ୍କୁ ସୁଯୋଗ ଆଣିଦେଇଛି।
୨୦୧୦ରୁ ପୁଣି ଥରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ମାଷ୍ଟର କ୍ୟାଟଗରୀରେ ଭାଗ ନେଇ ଆସୁଛନ୍ତି। ଆଗକୁ ଇଚ୍ଛା ରହିଛି ସବୁଠାରୁ ବୟୋଜ୍ୟେଷ୍ଠ ୭୨ବର୍ଷ କ୍ୟାଟାଗୋରୀରେ ଜାତୀୟ ସ୍ତରରେ ପଦକ ଜିତିବା । ପ୍ରତିଯୋଗିତା ପାଖେଇ ଆସିଲେ କେବଳ ରୁଟି, ଚଣା, ବୁଟ, କ୍ଷୀର ଅଣ୍ଡା, ମାଛ ଖାଇବା ସହ ନିଜ ପ୍ରସ୍ତୁତ କରନ୍ତି ଦଣ୍ଡପାଣି।
ସେପଟେ ସ୍ୱାମୀଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ସ୍ତ୍ରୀ । ସୁଷମ ଖାଦ୍ୟ ଦେବା ସହ କେମିତି ପ୍ରତିଯୋଗିତାରେ ସେ ବିଜୟୀ ହେବେ, ସେନେଇ ପତ୍ନୀ ମଧ୍ୟ ଖୁବ୍ ଯତ୍ନ ନେବା ସହ ସ୍ୱାମୀ ଦେଖିଥିବା ସ୍ୱପ୍ନ ପୂରଣ ହେବ ବୋଲି ପତ୍ନୀ ସରୋଜିନୀ ସାହୁ ମଧ୍ୟ କହନ୍ତି।
ତେବେ ଦଣ୍ଡପାଣି ସକାଳ ହେଲେ ଘରୁ ଚାଲି ଆସନ୍ତି ବ୍ରହ୍ମପୁରର ଏହି ହନୁମାନ କ୍ଲବକୁ। ଦଣ୍ଡ ବୈଠକ, ବେଞ୍ଚ ପ୍ରେସ୍, ଡମ୍ବଲସ୍ ଉଠାଇବା ସହ ବିଭିନ୍ନ ଏକ୍ସରସାଇଜରେ ଲାଗିପଡ଼ନ୍ତି। ଦୀର୍ଘ ୨ଘଣ୍ଟା ଧରି ରୀତିମତ ବ୍ୟାୟାମ କରନ୍ତି ସେ। ତାଙ୍କ ସହ ଦୀର୍ଘ ବର୍ଷ ହେବ ସମ୍ପର୍କରେ ରହିଥିବା ଲୋକେ ତାଙ୍କ ଏକ୍ସରସାଇଜ ଦେଖିଲେ ଚକିତ ହୋଇଯାଆନ୍ତି। ଏଭଳି ପରିଣତ ବୟସରେ ଏକ୍ସରସାଇଜ କରିବା ବଡିବିଲଡର ଗଞ୍ଜାମ ତଥା ରାଜ୍ୟରେ ବିରଳ ବୋଲି କୁହନ୍ତି।
ରିପୋର୍ଟର- ଜଗନ୍ନାଥ ସାହୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)