Advertisment

ବାହାଘରର ୭୦ ବର୍ଷ ପରେ ବି କମିନି ପ୍ରେମ, ଏବେବି ଚଞ୍ଚଳା ମାଉସୀଙ୍କୁ ଯାତ୍ରା ଦେଖେଇ ନେଉଛନ୍ତି ନବେଇ ମଉସା

ବୟସର ଅପରାହ୍ନରେ ଟିକିଏ ବି କମିନି ପ୍ରେମ। ବାହାଘରକୁ ୭୦ ବର୍ଷ ହେଲାଣି ହେଲେ ଏବେବି ସ୍ତ୍ରୀକୁ ସଜ କରି ହାତଧରାଧରି ହୋଇ ଯାତରା ଯାଉଛନ୍ତି ନବେଇ ମଉସା ଆଉ ଚଚଂଳା ମାଉସୀ। ମୁଣ୍ଡ କୁଣ୍ଡାଇବା ଠାରୁ ସିନ୍ଦୂର ପିନ୍ଧାଇବା..ପୁଣି ନେଲପଲିସି ଲଗାଇବା ସବୁ କାମରେ ପାରଙ୍ଗମ ନବେଇ ମଉସା, ଦେଖନ୍ତୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମର କିଛି ହୃଦୟସ୍ପର୍ଶୀ ଦୃଶ୍ୟ..

author-image
Otv Khabar Bureau
ଅଦ୍ୟତନ ହୋଇଛି
Elderly Man's Love For Wife

Elderly Man's Love For Wife

ବିବାହକୁ ୭୦ ବର୍ଷ ବିତିଲାଣି। ହେଲେ ଏମାନଙ୍କ ମଧ୍ୟରେ ଏଯାଏଁ କମିନି ପ୍ରେମ। ଦେଖୁନାହାନ୍ତି କେମିତି ଏ ବୟସରେ ବୁଢୀ ମାଉସୀକୁ ନେଲପାଲିସି, ସିନ୍ଦୂର, ଚୁଡ଼ି ଆଦି ପିନ୍ଧାଇ କଜ କରିଦେଉଛନ୍ତି ମଉସା। ଆଉ ମାଉସୀ ବି ବଡ଼ ଆଗ୍ରହର ସହ ସଜ ହେଉଛନ୍ତି। ଇଏ ଦିନେ ଅଧିଆ କଥା ନୁହେଁ ବରଂ ନିତିଦିନର କଥା। କେବଳ ଏତିକି ନୁହେଁ ଗାଧୋଇ ଦେବାଠାରୁ ଆରମ୍ଭ କରି ଖୁଆଇ ଦେବା, ଶୁଆଇ ଦେବା ଆଦି ସବୁ କାମ ଏଇ ମଉସଲା କରୁଛନ୍ତି। ସ୍ତ୍ରୀଙ୍କୁ ଦଣ୍ଡେ ଦୂରେଇବା ପାଇଁ ଚାହୁଁନାହାନ୍ତି ନବେଇ ମଉସା ।

Advertisment

ତାଳଚେର ଅନ୍ତର୍ଗତ ଲାଙ୍ଗିଯୋଡ଼ା ଗାଁରେ ଦେଖିବାକୁ ମିଳିଛି ଏମିତି ନିଆରା ପ୍ରେମ। ୯୦ ବର୍ଷୀୟ ନବେଇ ସାହୁ ଆଉ ୮୫ବର୍ଷୀୟା ତାଙ୍କ ପତ୍ନୀ ଚଞ୍ଚଳା ସାହୁଙ୍କ ପ୍ରେମକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ବିବାହକୁ ୭୦ ବର୍ଷ ପୁରିଲାଣି ହେଲେ ଉଭୟଙ୍କ ମଧ୍ୟରେ ପ୍ରେମ କମିନି। ୭୦ ବର୍ଷ ତଳେ ଉଭୟଙ୍କ ମଧ୍ୟରେ ପ୍ରେମ ବିବାଦ ହୋଇଥିଲା। ସଂସାର ମଧ୍ୟରେ ଅନେକ ଜଟିଳ ପରିସ୍ଥିତି ଆସିଛି ସତ ହେଲେ ଉଭୟ କେବେ କାହାର ହାତ ଛାଡ଼ିନାହାନ୍ତି।

ଏ ବୟସରେ ବି ଜାନିଯାତରା ହେଲେ ହାତ ଧରାଧରି ହୋଇ ଯାଆନ୍ତି ନବେଇ ମଉସା ଓ ଚଂଚଳା ମାଉସୀ। ସ୍ଵଚ୍ଛଳ ବର୍ଗର ମଉସାଙ୍କ ପରିବାରର ସେ ସମୟରେ ଗାଁରେ ଥିଲା ଭାରି ଖାତିର । ସମୟ ସହ ବଦଳି ଯାଇଛି ସବୁକିଛି । କାଲି ଯିଏ ବିନ୍ଦାସରେ ବଞ୍ଚୁଥିଲେ ଆଜି ସେମାନେ ଏକ ଅନୁଷ୍ଠାନରେ ନେଇଛନ୍ତି ଆଶ୍ରୟ ।ହେଲେ ମନରେ ନାହିଁ ନିରାଶା, ଦୃଢ଼ ବିଶ୍ୱାସ ଏମାନଙ୍କୁ ଦେଇଛି ଆଗକୁ ବଞ୍ଚିବାର ସାହାସ ।

Advertisment

ଏବେ ଚଂଚଳା ମାଉସୀ କିଛି କାମ କରି ପାରୁନଥିବା ବେଳେ ମଉସା ତାଙ୍କର ସବୁକାମ କରୁଛନ୍ତି । ଚଂଚଳାଙ୍କ ସବୁ କାମ କରିବା ସହ କେମିତି ସେ ଭଳରେ ରହିବେ, ସେଇ ଚିନ୍ତାରେ ଦିନ କାଟୁଛନ୍ତି ନବେଇ ମଉସା। ତେବେ ନବେଇ ମଉସା ଓ ଚଞ୍ଚଳା ମାଉସୀଙ୍କ ମଧ୍ୟରେ ଥିବା ପ୍ରେମକୁ ଦେଖି ମାନବ ସେବାଶ୍ରମ ଅନୁଷ୍ଠାନର ଅନ୍ତେବାସୀଗଣ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି ।

କିଭଳି ଉଭୟ ଉଭୟଙ୍କୁ ଭଲ ପାଇବା ସହ ଜଣେ ଅନ୍ୟ ଜଣକୁ ସେବା ଯୋଗାଇ ଦେଉଛନ୍ତି, ସେସବୁ ବିଷୟରେ ବଖାଣିବା ସହ ଆଜିର ସମାଜ ସେମାନଙ୍କ ଠାରୁ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଛନ୍ତି । ନବେଇ ମଉସା ଓ ଚଞ୍ଚଳା ମାଉସୀଙ୍କ ପରସ୍ପର ପ୍ରତି ଥିବା ବିଶ୍ଵାସ ଓ ଭଲ ପାଇବା ଆଜିର ସମାଜ ପାଇଁ ସତରେ ପ୍ରେରଣାଦାୟୀ ହୋଇଥିବା ବେଳେ ଈଶ୍ୱର ସେମାନଙ୍କୁ ସୁସ୍ଥ ଓ ନିରାମୟ ରଖନ୍ତୁ ଏହାହିଁ ଆମର କାମନା

ରିପୋର୍ଟର- ବିରଜା ପ୍ରସାଦ ଦାସ୍‌

Special Story Age No Bar To Love
Advertisment
Advertisment