• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ରୋଷଘରେ ପଶି ୪୦ରୁ ଅଧିକ ଚୁଲି ଭଙ୍ଗାଯିବା ଘଟଣା । ଚୁଲି କାହିଁକି, କେମିତି ଭାଙ୍ଗିଥିଲା କହିଲା ଧରାପଡ଼ିଥିବା ଅଭିଯୁକ୍ତ । ଘଟଣା ଦିନ ଶ୍ରୀମନ୍ଦିରରେ ଥିଲା ବୋଲି ସ୍ୱୀକାର କଲା ଅଭିଯୁକ୍ତ । କାଳିଆ ପ୍ରତି ଅଭିମାନ କରି ଚୂଲା ଭାଙ୍ଗିଲା ବୋଲି କହିଲା ଅଭିଯୁକ୍ତ ।

ଏହା ସହ ସେ କହିଛି, ‘ପ୍ରଭୁ ଜଗନ୍ନାଥଙ୍କୁ ମୁଁ ବହୁତ ଭଲ ପାଏ, ତାଙ୍କୁ ଭକ୍ତି କରେ । କିନ୍ତୁ କିଛି ଲୋକ ଖାଇବାକୁ ପାଉନାହାନ୍ତି, କାହାର ବହୁତ ଖାଦ୍ୟ ଅଛି । ଏହାକୁ ନେଇ ମନରେ ଅଭିମାନ ଥିଲା ବୋଲି କହିଲା ଅଭିଯୁକ୍ତ । ଘଟଣା ଦିନ ରୋଷ ଘରକୁ ଗଲି, ସେଠାରେ କେହି ନଥିଲେ । ରୋଷ ଘର ଖୋଲା ଥିଲା, ଭିତରେ ଲାଇଟ୍ ବି ଜଳୁଥିଲା । ପ୍ରଥମେ ସେଠି ସଫାସଫି କଲି, ପରେ ଚୁଲି ଭାଙ୍ଗିଲି । କିନ୍ତୁ କଣ ପାଇଁ ଭାଙ୍ଗିଲି ଓ କେତେ ଚୁଲି ଭାଙ୍ଗିଲି ମୋର ମନେନାହିଁ ।

ସବୁ ଚୁଲି ହାତରେ ଭାଙ୍ଗିଛି ବୋଲି କହିଲା ଅଭିଯୁକ୍ତ ଯୁବକ । ଚୁଲି ଭାଙ୍ଗି ଫେରିବା ବେଳେ ୩/୪ ଜଣ ଜେଟିପି ତାକୁ ଦେଖିଲେ । ପରେ ତାକୁ ଦେଖି ଜେଟିପି କହିଲେ ବାହାରକୁ ପଳା, ଆଉ ସେ ପଳାଇ ଯାଇଥିଲା ।

ଏହା ପୂର୍ବରୁ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲିଭଙ୍ଗା ଘଟଣାର ପର୍ଦ୍ଦାଫାସ୍ କରିଥିଲେ ଏସ୍‌ପି କନୱର ବିଶାଲ ସିଂହ । ଅଭିଯୁକ୍ତର ନାଁ ଜେ. ମହାପାତ୍ର (୩୦), ତାର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ । ଅଭିଯୁକ୍ତର ମାନସିକ ସ୍ଥିତି ଯାଞ୍ଚ ଲାଗି ବିଶେଷଜ୍ଞଙ୍କ ସହାୟତା ନିଆଯିବ । ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ସେ ସ୍ୱୀକାର କରିଛି ବୋଲି କହିଥିଲେ ଏସ୍‌ପି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ଆବଶ୍ୟକ ହେଲେ ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ କହିଥିଲେ ଏସ୍‌ପି ।

ତେବେ କଡ଼ା ସୁରକ୍ଷା ମଧ୍ୟରେ ଥିବା ପୁରୀ ଶ୍ରୀମନ୍ଦିରକୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେମିତି ପ୍ରବେଶ କଲେ, ଏତେ ସୁରକ୍ଷା ସତ୍ତ୍ୱେ କେମିତି ରୋଷ ଘରେ ଯାଇ ୪୦ରୁ ଅଧିକ ଚୁଲିକୁ ସେ ଭାଂଗିଲା । ଏହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଅନ୍ୟପଟେ ଠାକୁରଙ୍କ ନିକଟରେ କୌଣସି ପ୍ରକାର ଅପରିଷ୍କାରକୁ ପୁଅ ବରଦାସ୍ତ କରେନି ବୋଲି କହିଛନ୍ତି ଅଭିଯୁକ୍ତର ବାପା-ମାଆ । ଏହାସହ ସେ ଜଗନ୍ନାଥଙ୍କ ଭକ୍ତ । ଠାକୁରଙ୍କ ଭକ୍ତିରେ ସେ ସବୁବେଳେ ମଜି ରହେ । ପୁଅ ଯଦି କୌଣସି ଦୋଷ କରିଛି, ତେବେ ଜଗନ୍ନାଥ ତାକୁ ଦଣ୍ଡ ଦେବେ । କିନ୍ତୁ ପୁଅ ଆମକୁ ରୋଷଘର ଭାଙ୍ଗିବା ନେଇ କିଛି କହିନି କହିଲେ ଅଭିଯୁକ୍ତର ବାପା ମାଆ ।